କବିତା · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମା,ଟିଏ
ସତରେ କେତେ ଦୁଃଖର ଗଣ୍ଠିଲି
ମୁଣ୍ଡାଇ ବାଟ ଚାଲେ ସିଏ
ପଚାରିଛ କେଵେ ସନ୍ତାନ ହୋଇ
ତୁମର ମା,କୁ ଥରେ।
କେମିତି ସହେ ସେ ଏତେ ଯନ୍ତ୍ରଣା
ଆଉ ଅଭିମାନର ଗଣ୍ଠିଲିକୁ ଧରି
ବାଟ ଚାଲେ ସମାଜ ଆଗରେ
ଅନୁଭଵ କରିଛ ଥରେ।
ସିଏ ସିନା ତୁମକୁ ମଣିଷ କରିଦିଏ
କେଵେ ତା,ଭାଗ୍ୟରେ ହସର ପସରା
କେଵେ ପୁଣି ଅଶ୍ରୁ ଥାଏ
ତଥାପି ମା,ଟିଏ ତା ସନ୍ତାନ ପାଇଁ
ହଳାହଳ ଵିଷ ପିଉଥାଏ।
ଅନେକ କଥା
ଅଵୁଝା ହୋଇ ରହିଯିବ
ସିନା ତୁମେ ପାରିବନି ଵୁଝି
ଜଳୁଥାଏ ଅନ୍ତର୍ଦାହ ରେ ଅହରହ
ତଥାପି ହସୁଥାଏ ନିତି।
ପାରୁଛ ଯଦି ମନ ଭରି ଭଲ ପାଅ
ମା,କୁ ଥରେ ଜୀଵନରେ
ହଜିଗଲେ ଆଉ ପାଇବନି ଖାଲି ଯା
ଗାଧୋଇବ ଅଶ୍ରୁଜଳ ରେ।
ମା,ଟିଏ କିଛି ମାଗେନା ଖାଲି ଯା ଚାହେଁ
ଟିକିଏ ମମତା ପିଲା ଠାରୁ
ହସି ହସି ଶାନ୍ତି ରେ ଫେରିଯିବାକୁ
ଖୁସିରେ ଜୁଇ ପାଖକୁ ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ