ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସଜନୀ ଲୋ ..!
ଶ୍ରୀକ୍ଷେତ୍ରେ ଉଇଁଛି ପରା କାଳିଆ ଜହ୍ନ
ଦେଉଳେ ଝଲସି ଉଠେ ରନôସିଂହାସନ
କେତେ ତୋଫା ସତେ କେଡ଼େ ସୁନ୍ଦର
କଳା ଶ୍ରୀମୁଖରେ ନାଲି ନାଲି ଅଧର।
ମୃଦୁ ମୃଦୁ ହସେ ରତନ ବେଦୀରେ ହରି
ବାଙ୍କ ଚାହାଣୀରେ ମନକୁ କରେ ଚୋରି
କେଡେ ଭାଗ୍ୟ କରିଛନ୍ତି ଶ୍ରୀକ୍ଷେତ୍ରବାସୀ
ବିଭାବରୀ ଶେଷେ କଳା ଚାନ୍ଦ ଦେଖନ୍ତି।
କଳା ଚାନ୍ଦର କଳା ଶ୍ରୀମୁଖକୁ ଦେଖିଲେ
ଭୋକ ମରିଯାଏ ମନରେ ଆନନ୍ଦ ଭରେ
ଦିନରେ ସେଇ ତ କାଳିଆ ଜହ୍ନ ଦେଉଳେ
ଦୁଃଖ ହରଣ କରନ୍ତି ସେ କଳା ମୁଖରେ।
ଭାବ ବନ୍ଧନ ୩୭
ହାତ ନାହିଁ ଗୋଡ ନାହିଁ ନୀରବେ ବସିଛନ୍ତି
କାଳିଆ ଜହ୍ନ ସେ ଜଗତକୁ ମୋହୁଛନ୍ତି।
କହିଲେ ଥରେ ମନର କଥାକୁ ଦୂରେ ରହି
ସବୁ ସମସ୍ୟାର ସମାଧାନ କରନ୍ତି କହ୍ନେଇ
ହରିହରି ଥରେ ଡାକି ଦେଲେ ହୃଦୟମଧ୍ୟରୁ
ହରି ପାରି କରନ୍ତି ସଭିଙ୍କୁ ସକଳ ଦୁଃଖରୁ ।
ବିଛାଇଛନ୍ତି ମାୟାର ଜାଲ ସଂସାରେ
ସକଳ ଜନେ ଦେଖନ୍ତି ଚକା ଆଖିରେ
ଥରେ ଡାକି ଦେଲେ ହୃଦୟକୁ ଖୋଲି
ଗୋଡ ନାହିଁ ସତ ସେ ଆସନ୍ତି ନିଜେ ଚାଲି ।
ମଣିଷକୁ ଦେଲେ ଗୋଡ଼ ଦୁଇ ଚାଲିବା ପାଇଁ
ନିଜେ ରଖିଲେନି ଗୋଡ ହାତ ଆସନ୍ତି ଧାଇଁ
ସକଳ ଶକ୍ତି ର ଆଧାର ସେଇ ଜଗତ ସାଇଁ
ତାଙ୍କ ଚରଣରେ ମନ ରଖିଥା ଲୋ ସଜନୀ
ପାରି ହେବୁ ଭବ ସାଗରକୁ ନିଶ୍ଚୟ ତୁହି...।
ନ ଡାକିଲେ ସେ ଦୂରେଇ ଯାଆନ୍ତି ପାଖରୁ
ହୃଦୟ ଖୋଲି ଡାକିଲେ ଶୁଭେ ଓ ଦୂରରୁ।
ଏମିତି ଠାକୁର ଜଗତରେ ଦେଖିବୁ ତୁ କାହିଁ
ହାତ ନାହିଁ ଗୋଡ ନାହିଁ ସବୁ ଜାଗାକୁ ଯାଇ
ଭାବ ବନ୍ଧନ ୩୮
ଉଇଁଛି କଳାଚାନ୍ଦ ନିତି ମହୋଦଧି କୂଳରେ
ରାତିରେ ସେ ପୂନେଇଁ ଜହ୍ନ ଶ୍ରୀକ୍ଷେତ୍ରରେ।
ସକାଳୁ କଳାଚାନ୍ଦ ଦିଶେ ବଡ଼ଦେଉଳରେ
ମନ କଥା ବୁଝନ୍ତି ସେଇ କାଳିଆ ଠାକୁର
ଭାବ ଭକ୍ତିରେ ସେ ହୁଅନ୍ତି ନିକଟତର
କୋଟି କୋଟି ଓଡିଆଙ୍କ ସେତ ମଉଡମଣି।
ଜଗତକର୍ତ୍ତାଙ୍କ ଲୀଳାରେ ସଂସାର ହସଇ।
ମଧୁର ମଧୁର ଆହା ମଧୁର ନାମ ସେଇ
କେଡେ ସୁନ୍ଦର ଆହା ମୋ କାଳିଆ ଜହ୍ନ
ସେଇ ନାମରେ ମୁକ୍ତି ମିଳେ ସକଳ ଜନ
ଭଜୁଥା ଦେଖୁଥା ମନ ନିତି ଚକାନୟନ।
ଭାବ ବନ୍ଧନ ୩୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ