କବିତା · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ହୋଇଲି ସମର୍ପିତ
ଭାବ ଦିଅ ଠାକୁର ଅଭାବି ମଣିଷ
ତୁମ ଭାବନାରେ ରଖ ଜଗଦୀଶ
ବଳି ପଡିଲେ ଦୁଃଖ ତୁମକୁ କୁହେ
ଆନ ଭାବନାରେ ମନେ ନ ରହେ।
ଡେରି ହୋଇଗଲେ ଭଲ ଲାଗେନା
ମନ ହୋଇଯାଏ ମୋର ଆନମନା
ଦିଅ ହେ ନାଥ ଭାବନା ମୋତେ
ଶବ୍ଦ ଆସୁ ଲେଖେ ଭଜନ ଯେତେ।
ତୁମେ ପରା ଓଁକାର ଶବ୍ଦରେ ଅଛ
ଦିଅ ଅକ୍ଷର ଯୋଡି ହେଉ ଭଜନ
ନେଉଛ ଯୁଆଡ଼େ ତ ଯାଉଛି ମୁହିଁ
ବାଟରେ ଲେଖୁଛି ଭଜନ ତୁମପାଇଁ।
ଥିବ ସାଥେ ମୋର ହେ ନାରାୟଣ
ଵିପଦ ସବୁକୁ ତୁମେ କରିବ ଖଣ୍ଡନ
ଲୋକହସା କରିବ ନାହିଁ ସଂସାରରେ
ଭକତ ନିନ୍ଦା କି ପ୍ରଭୁ ସହି ପାରେ।
ତୁମକୁ ସମର୍ପି ହୋଇ ଦିନ ଆରମ୍ଭ କଲି
ଯାହା ଥିଵ ଭାଗ୍ୟରେ ସଵୁ ଭୋଗିବି
କର୍ମ ଫଳ ନେଇ ତୁମେ ପୁଣ୍ୟ ଦେବ
ତେଣୁ ତୁମକୁ କରେ କୋଟି ନମସ୍କାର।
ଜଗତ ମଙ୍ଗଳ ହେଉ ହେ ନାଥ
ତୁମ ପାଖେ ଜାଳି ଦେଲି ଅଖଣ୍ଡ ଦୀପ
ସବୁ ଖଣ୍ଡନ କରିବ ହେ ଜଗନ୍ନାଥ
ସଂସାର ତୁମ ପାଖେ ହେଲା ସମର୍ପିତ।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ