ଅଧ୍ୟାୟ ୫୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଚାଲ ଆମେ ଭୁଲିଯିବା ଅତୀତର
ସେଇ ମିଠାମିଠା କାହାଣୀ ସବୁକୁ।
ଫର୍ଦ୍ଦ ପରେ ଫର୍ଦ୍ଦ
ଚିରିଦେବା ଆଜି, ଅତି ନିର୍ଦ୍ଦୟରେ
ଏଇ ମନ ଡାଏରୀରେ
ଲେଖାଥିବା ସମସ୍ତ ସ୍ମୃତିର ପୃଷ୍ଠାକୁ। ।
ଚାଲ ଲିଭାଇ ଦେବା
ମନ ସିଲଟରେ ଆଙ୍କିଥିିବା ଅଭୁଲା ଛବିକୁ।
ସେଦିନ ସେଇ ପାର୍କରେ
ଗୋଲାପ ଠାରୁ ଉଧାର ଆଣିଥିବା
ନାଲି ରଙ୍ଗରେ ରଙ୍ଗେଇଥିବା ଆମ
ଅନ୍ତରଙ୍ଗ ଚିତ୍ରପଟ୍ଟକୁ।ା
ଚାଲ ଭାଙ୍ଗିଦେବା ଆମେ
ଗଢ଼ିଥିବା ସ୍ମୃତିର ସେଇ ତାଜମହଲକୁ।
ଯାହାକୁ ରଚିଥିଲେ ତୁମେ ଆଉ ମୁଁ
ମନ ଯମୁନାର ନିର୍ଜନ କୂଳରେ ବସି
ନିଜ ଭିତରେ ନିମଗ୍ନ ହୋଇ
ସ୍ୱପ୍ନ ଥିଲା ରହିବ ଏ ସମୟ ବାହାର
ଯୁଗ ଓ ଯୁଗାନ୍ତରକୁ।ା
ଋତୁର ନା ବର୍ଷା ।ାା ୧୩୭
ଚାଲ ନୀରବି ଦେବା ସେଇ ମଧୁର
ମନର ବୀଣାକୁ।
ଯିଏ ଦିନେ ଅହରହ ଗୁଣୁଗୁଣୁ ହୋଇ
ଗାଉଥିଲା ଆମ ମିଳନର ସଙ୍ଗୀତକୁ। ।
ଏବେ ତ କଳଙ୍କଲଗା ଏ ଜୀବନ
ତାରସବୁ ଛିଣ୍ଡି ଗଲାଣି
ନୀରବତାରେ ଆଉ କିପରି ବା ଝଙ୍କୃତ ହେବ
ସେ ଅନୁରାଗର ମଧୁର ଗଜଲ୍ ?
ସେ ଛିନ୍ନ ବୀଣାରୁ ଏବେ
କେବଳ ଝରିପଡ଼ୁଛି ଅସହ୍ୟ ଯନ୍ତ୍ରଣାର ସ୍ୱର...।
ଚାଲ ଆମେ ସବୁ ଭୁଲିଯିବା
ଚିହ୍ନାରୁ ଏକଦମ୍ ଅଚିହ୍ନା ପାଲଟିଯିବା
ଯେମିତି କେବେ କେହି ଦେଖିନାହାନ୍ତି
ପରସ୍ପରକୁ କୌଣସି ଅଜଣା ମୋଡ଼ରେ...।
ଦୁଇଟି ସମାନ୍ତରାଳ ରେଖା ହୋଇ
ବିତାଇଦେବା ଜୀବନ
ତୁମେ ଚାଲିଯିବ ତୁମ ବାଟରେ
ଆଉ ମୁଁ ଏଇଠି ଥାଇ ଚାହିଁ ରହିଥିବି ତୁମକୁ
ଅପଲକ ନୟନରେ।ା
ନିହାତି ଏକ ଅପରିଚିତ ମଣିଷଟେ ପରି
ତୁମେ ଚାଲିଗଲା ପରେ।
ଭଗ୍ନ ଏଇ ମନ କୋଣାର୍କରୁ
ଖସି ପଡ଼ୁଥିବ ଆମ ଅନାବୃତ ସ୍ମୃତିର
ଶିଳ୍ପ ଫଳକ ସବୁ...
ଆଉ ମୁଁ ଚାହିଁ ରହିଥିବି
କେବଳ ନୀରବରେ... ନିଃଶବ୍ଦରେ...।ା
ଋତୁର ନା ବର୍ଷା ।ାା ୧୩୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ