ପ୍ରବନ୍ଧ · ଅକ୍ଟୋବର ୧୦, ୨୦୨୬ · ୨ ମିନିଟ୍ ପଢ଼ା
ଶୈଳପୁତ୍ରୀ (ପ୍ରଥମ ଦିନ): ହିମାଳୟ କନ୍ୟା ଭାବେ ପରିଚିତ। ସେ ବୃଷଭ ଉପରେ ବିରାଜମାନ କରନ୍ତି ଏବଂ ତାଙ୍କ ହାତରେ ତ୍ରିଶୂଳ ଓ ପଦ୍ମ ଥାଏ। ସେ ତପସ୍ୟା ଏବଂ ଶାନ୍ତିର ପ୍ରତୀକ।
ବ୍ରହ୍ମଚାରିଣୀ (ଦ୍ୱିତୀୟ ଦିନ): କଠୋର ତପସ୍ୟା ଆଚରଣ କରୁଥିବା ରୂପ। ଏହି ରୂପରେ ମା’ ଶ୍ୱେତବସ୍ତ୍ର ପରିଧାନ କରି ହାତରେ ଜପମାଳା ଓ କମଣ୍ଡଳୁ ଧାରଣ କରିଥାନ୍ତି।
ଚନ୍ଦ୍ରଘଣ୍ଟା (ତୃତୀୟ ଦିନ): ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ଧାରଣ କରିଥିବାରୁ ଏହି ନାମ। ଏହି ଦଶଭୁଜା ସ୍ୱରୂପ ସାହସ, ବୀରତା ଓ ଭକ୍ତଙ୍କୁ ଶାନ୍ତି ପ୍ରଦାନର ପ୍ରତୀକ।
କୁଷ୍ମାଣ୍ଡା (ଚତୁର୍ଥ ଦିନ): ନିଜର ମନ୍ଦହାସ୍ୟରେ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଦେବୀ। ସେ ଅଷ୍ଟଭୁଜା ଏବଂ ସୂର୍ଯ୍ୟମଣ୍ଡଳ ଭିତରେ ବାସ କରିବାକୁ ସମର୍ଥ।
ସ୍ୱନ୍ଦମାତା (ପଞ୍ଚମ ଦିନ): ଭଗବାନ କାର୍ତ୍ତିକେୟ (ସ୍କନ୍ଦ)ଙ୍କ ମାତା। ଚତୁର୍ଭୁଜା ଏହି ସ୍ୱରୂପରେ ମା’ କୋଳରେ ଶିଶୁ ସ୍କନ୍ଦଙ୍କୁ ଧରି ସିଂହ ଉପରେ ବିରାଜମାନ କରିଥାନ୍ତି।
କାତ୍ୟାୟନୀ (ଷଷ୍ଠ ଦିନ): ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କ କନ୍ୟା ରୂପେ ଆବିର୍ଭୂତ ହୋଇଥିଲେ। ମହିଷାସୁର ବଧ ପାଇଁ ଦେବତାଙ୍କ ତେଜରୁ ଏହି ତେଜସ୍ୱୀ ସ୍ୱରୂପର ସୃଷ୍ଟି ହୋଇଥିଲା।
କାଳରାତ୍ରି (ସପ୍ତମ ଦିନ): ଅତ୍ୟନ୍ତ ଭୟଙ୍କର ତଥା ରୌଦ୍ର ରୂପ, ଯିଏ ଅଜ୍ଞାନ, ଅନ୍ଧକାର ଏବଂ ଦାନବମାନଙ୍କୁ ବିନାଶ କରନ୍ତି। ଭୟ ଦୂର କରୁଥିବାରୁ ତାଙ୍କୁ ‘ଶୁଭଙ୍କରୀ’ ମଧ୍ୟ କୁହାଯାଏ।
ମହାଗୌରୀ (ଅଷ୍ଟମ ଦିନ): ଅତ୍ୟନ୍ତ ଗୌରବର୍ଣ୍ଣା, ଶାନ୍ତ ଓ ମନୋରମ ସ୍ୱରୂପ। ମା’ ଶ୍ୱେତବସ୍ତ୍ର ଓ ବୃଷଭ ଉପରେ ବିରାଜିତ ହୋଇ ଭକ୍ତଙ୍କ ସମସ୍ତ ପାପ ଦୂର କରନ୍ତି।
ସିଦ୍ଧିଦାତ୍ରୀ (ନବମ ଦିନ): ସମସ୍ତ ପ୍ରକାର ସିଦ୍ଧି (ଅଣିମା, ମହିମା ଇତ୍ୟାଦି) ପ୍ରଦାନ କରୁଥିବା ଦେବୀ। କମଳ ଆସନରେ ବିରାଜିତ ଏହି
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ