ପ୍ରବନ୍ଧ · ଅକ୍ଟୋବର ୧୯, ୨୦୨୬ · ୩ ମିନିଟ୍ ପଢ଼ା
ଜୟ ମା ଦେବୀ ଭବାନୀ..🙏🏽
ଯା ଦେବୀ ସର୍ଵ ଭୃତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତୈ ନମସ୍ତୈ ନମସ୍ତୈ ନମ୍ଃ ନମ୍ଃ ନମ୍ଃ
ସନାତନ ଧର୍ମ ରେ ତେତିଶ କୋଟି ଦେବତା ଵାର ମାସରେ ତେର ପର୍ବ ଜଗନ୍ନାଥ ସଂସ୍କୃତିରେ।
ମା ଶକ୍ତି ର ଆଧାର ପାପ ଵିନାଶିନୀ ଦେଵୀ ଦଶଭୁଜା
ଆଶ୍ୱିନ ମାସରେ ଧରାକୁ ଅବତରଣ କରନ୍ତି।
କାଶତଣ୍ଡିର ଫୁଲେ ଫୁଲେ ଅପରାଜିତା କମଳ ପାଖୁଡ଼ାରେ ମା ହସି ହସି ଧରାକୁ ଆଗମନ କରନ୍ତି
ମା କଲ୍ୟାଣ ମୟୀ ତାଙ୍କ ଆଗମନରେ ଜଗତର କଲ୍ୟାଣ ହୁଏ ଆଶିଷ ଵାରି ଧରାଧାମକୁ ଝରିପଡେ ପାପ ତାପ ନାଶ ହୁଏ। ଧବଳ ଚାଦର ପୃଥିବୀ ରାଣି ଘୋଡାଇ ହୋଇଥାଏ। ଆକାଶ ନିର୍ମଳ ,ଧଳା ଧଳା ବାଦଲ ରେ ନୀଳ ଆକାଶ ସୁନ୍ଦର ଦିଶେ। ଫୁଲ ଫଳରେ ଧରିତ୍ରୀ ମା ଦେବୀ ମାତାଙ୍କୁ ସ୍ୱ।ଗତ ଜଣାଏ ।ନଦୀନାଳ ପୂର୍ଣ୍ଣ ସବୁଜ ସଵୁଜ ଗଛଲତା ।ନଦୀ ପଠାରେ କାଶତଣ୍ଡି ମା'ଙ୍କ ଆଗମନର ସୂଚନା ଦିଏ ଚାମର ହଲାଇ।ସେ ତାଙ୍କ ଆସିବାରେମା ତାଙ୍କ ପାଇଁ ପ୍ରସ୍ତୁତି ଚାରିଆଡ଼େ। ଶୁଭ ଶଙ୍ଖ ଵାଜିଉଠେ ଧରାରେ । ଦେବୀମା ଦଶଭୁଜା ନାରାୟଣୀ ଆସନ୍ତି ଭକ୍ତ ମାନଙ୍କ ଦୁଃଖ ଲାଘବ ପାଇଁ।
କରୁଣା ମୟୀ ମଙ୍ଗଳମୟୀ ଶାନ୍ତି ପ୍ରଦାୟିନୀ ଜଗତଜନନୀ ତ୍ରୈଲୋକ୍ୟ ବାସିନୀ ଦେବୀ ଭବାନୀଆସନ୍ତି ଧରାକୁ ଭକ୍ତ ଦୁଃଖ ନାଶିବା ପାଇଁ।
ଆଶ୍ୱିନ ମାସରେ ଷୋଢ ଅବତାର ରେ ପୂଜା ପାଆନ୍ତି
ଜଗତରେ। ଦୁର୍ଗା,ଉମା, କାର୍ଯ୍ୟକାରିଣୀ, ନାରାୟଣୀ, ଶିବଙ୍କ ଘରଣୀ,କୈ।ମାରି,କାଳିକା, ଚଣ୍ଡୀ, ଅମ୍ବିକା, ବ୍ରହ୍ମ ଚାରିଣୀ,ପାର୍ବତୀ,ଯୋଗୀ, ଭଗବତୀ, ତ୍ରିପୁରା, ମଙ୍ଗଳା,ବାରାହୀ ଏହିପରି ଅନେକ ରୂପ ଅଟେ ମହାମାୟାଙ୍କର।ମା ଆଦିଶକ୍ତି, ଆତଙ୍କ ନାଶିନୀ ଘୂର୍ଣ୍ଣ
ନୟନୀଙ୍କୁ ଆତୁରେ ଭକ୍ତ ଜଗତରେ ଡାକେ।
ନବରାତ୍ରରେ ନଵ ଦର୍ଶନ ଦିଅନ୍ତି। ଭକ୍ତିର ଅର୍ଘ୍ୟରେ ଜଗତ ମା,ଙ୍କ ରବନ୍ଦନା କରେ। ବିଜୟା ଦଶମୀରେ ଆସନ୍ତି ମା ମହିଷା ମର୍ଦ୍ଦିନୀ ଦୁର୍ଗା ମା ଦଶଭୁଜା ସିଂହ ବାହିନୀ ରୂପରେ।ଡାକିଥିଲେ ଶ୍ରୀରାମଚନ୍ଦ୍ର ନାଗଫାଶ ବନ୍ଧନ ରେ ପଡିଥିବା ବେଳେ।ମା ଉଦ୍ଧାର କରିଥିଲେ ତାଙ୍କ ଆତୁର ଡାକରେ।ପୁଣି ମହିଷାସୁର ଦର୍ପରେ ହୋଇଥିଲା ସ୍ୱର୍ଗ ଆକାଶ ପାତାଳ ଥରହର। ସବୁ ଦେବତାଙ୍କ ଆଵହନରେ ମା ଆସିଥିଲେ ଦଶଭୁଜା ରୂପରେ ସବୁ ଦେବତାଙ୍କର ଆଶ୍ରିବାଦ ପାଇ ସେମାନଙ୍କ ଅସ୍ତ୍ରଶସ୍ତ୍ର ଧାରଣ କରି ଦୁର୍ଗା ରୂପରେ।
ମା ଆସିଥିଲେ ସର୍ବଶକ୍ତ ନେଇ ନୂତନ ଅବତାର ସଵୁ
ଦେବତାଙ୍କ ଅସ୍ତ୍ରଶସ୍ତ୍ର ନେଇ ସେ ହେଲେ ଶକ୍ତି ମୟୀ ଦେବୀ ଭବାନୀ। ମୋହିନୀ ରୂପ ଧାରଣ କଲେ।
ଶୁମ୍ଭ ନିଶୁମ୍ଭଙ୍କୁ ଛଳନାରେ ନଚାଇ କର ଉପରେ କର ରଖି ମାରିଥିଲେ। ମହିଷାସୁରକୁ ନିଜ ରୂପ ମାୟାରେ
ମୋହିତ କରି ହତ୍ୟାକରି ଜଗତକୁ ଶାନ୍ତି ଦେଇଥିଲେ।
ତେଣୁ ମା ଶାନ୍ତି ପ୍ରଦାୟିନୀ ବିପଦ ନାଶିନୀ କରୁଣାମୟୀ
ଜନନୀ। ତାଙ୍କ ର ଆଗମନ ପାଇଁ ଜଗତ ଆନନ୍ଦିତ ପୁଲକିତ। ତାଙ୍କ କରୁଣା ପାଇବାକୁ ଚାତକ ପରି ଏ ମାନବ ସମାଜ ଚାହିଁ ବସିଛି। ଶୁଭ ଭେରି ବାଜୁଛି ଧୂପ ଦୀପ ନୈବେଦ୍ୟ ଭକ୍ତି ଫୁଲ ଆଞ୍ଜୁଳା ଧରି ଭକ୍ତ ମାଆଙ୍କୁ ସ୍ୱାଗତ କରୁଛନ୍ତି। ମହମହ ବାସରେ ଜଗତ ମହକି ଯାଉଛି।ଶଙ୍ଖ ଚକ୍ର ଗଦା ପଦ୍ମ ଧରି ନାରାୟଣୀ ଅବତରି ଆସିଛନ୍ତି ଧରାକୁ। ପାପନାଶିନୀ ପାପ କୁ ବିନାଶ କରି ଦୁଷ୍ଟ ଶକ୍ତିକୁ କୁ ସଂସାର ରୁ ବିନାଶ କରିବେ। ଶାନ୍ତି ପ୍ରଦାୟିନୀ ଜଗତକୁ ଶାନ୍ତି ତଥା ଧନ ସମ୍ପତ୍ତିରେ ତୃପ୍ତି ଭରିଦେବେ।
ଆସ ଜନନୀ ତୁମକୁ ସୁସ୍ୱ।ଗତମ୍ ମା ଦଶଭୁଜା ଦେଵୀ ଦୁର୍ଗା।ଦଶହରାରେ ଆସ ମା ପଦ୍ମ ଫୁଲ ପାଖୁଡ଼ାରେ
ମାଟି କଳସରେ ମନ୍ତ୍ର ଧ୍ୱନି ରେ ଧୂପ ଦୀପ ଘୃତ ନୈଵେଦ୍ୟ ରେ ଅପରାଜିତା ନାଲି ମନ୍ଦାର ଟଗର ଫୁଲ ପାଖୁଡ଼ାରେ ଉଭା ହୁଅ ମା ପହ୍ମଫୁଲରେ।
ଯଜ୍ଞରେ ଢାଳିଦିଅ ଆଶିଷ ଆଉ ଜଳିଯାଉ ରଜତମ ଗୁଣ ଜଗତ ହେଉ ମଧୁମୟ କୁଶକ୍ତି ର ବିନାଶ ହେଉ ଦେବୀ ମାତାର ଜୟ ହେଉ.। ମା ତୁମ ଆସିବାରେ ସବୁ ଖୁସି ଭରିଯାଉ ସଂସାର ରେ
ଜୟ ମା ଦୁର୍ଗତୀ ନାଶିନୀ ଦୁର୍ଗା ମା 🙏🏽
କୋଟି କୋଟି ପ୍ରଣାମ ଘେନ ମା 🙏🏽🙏🏽 ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର ( ରହଣି ଝାରସୁଗୁଡ଼ା)
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ