ପ୍ରବନ୍ଧ · ଅକ୍ଟୋବର ୨୩, ୨୦୨୬ · ୭ ମିନିଟ୍ ପଢ଼ା
ଧୋକାଵାଜ
ଭାବନା ରାଇଜରେ ବୁଡିଯାଇଛନ୍ତି ଅନ୍ନପୁର୍ଣ୍ଣା ଦେବୀ।
ଚାହିଁଛନ୍ତି ଏକ ଲୟରେ ବାହାରକୁ ଆଉ ଭାବନା ଭିତରେ ତର୍ଜମା କରୁଛନ୍ତି ନିଜକୁ ଆଉ ମଣିଷ ମାନଙ୍କୁ। ଖୋଜୁଛନ୍ତି ଅନେକ କିଛି ଏଇ ଭାବନା ଭିତରେ।ମନେ ମନେ କହୁଛନ୍ତି
ଏଇ ସମୟଟା ଧୋକାଵାଜ ନା ଏଠି ମଣିଷ ମାନେ ଏ ସୃଷ୍ଟିରେ ଏମିତି।
କାହିଁ ଅଲଗା ଜୀବ ତ ବୋଧେ ସ୍ୱାର୍ଥପର ନୁହେଁ।କିନ୍ତୁ ମଣିଷଠାରେ ବେଶୀ ଏହି ଧୋକା ଆଉ ସ୍ୱାର୍ଥପରତା ଦେଖାଯାଏ କାହିଁକି?
ରୁଟି ଦେଲେ ସକାଳୁ ସଞ୍ଜ ଯାଏ ଦ୍ୱାର ମୁହଁ ରେ କୁକୁରଟି ଶୋଇ ଯାଏ। ବିଲେଇକୁ ଖୁସିରେ କ୍ଷୀର ଟୋପେ ଦେଲେ ସେ ଘରେ ଏପଟ ସେପଟ ହୁଏ। ନେଉଳଟିଏ ପୋଷିବ ସେ
ଘରକୁ ବିଷାକ୍ତ ଜୀବକୁ ଛାଡ଼ି ଦିଏନା। ଗାଇଟିଏ ରଖିଲେ ସେ କ୍ଷୀର ଆମକୁ ଦିଏ।ହେଲେ ଏଠି ମଣିଷ ମାନେ ଏମିତି କାହିଁକି। ସ୍ୱାର୍ଥ ଥିବା ଯାଏ ଗୋଡାଇଥିବେ ଆଉ ସରିଗଲେ ମୁହଁ ବୁଲାଇ ଦିଅନ୍ତି।
ଅନ୍ନପୂର୍ଣ୍ଣା ଦେବୀ ବୟସର ଅପରାହ୍ନରେ ବହୁତ ପାଖରୁ ଦେଖିଛନ୍ତି ଜୀବନକୁ। ନିଜର ସରଳତା ପାଇଁ ଶିକାର ହୋଇଛନ୍ତି ସ୍ୱର୍ଥାନ୍ଧ ମଣିଷ ପାଖରେ। ମା ଦେଵୀ ସିନା ବଳୀ ପାଆନ୍ତି ବର୍ଷକୁ ଥରେ ହେଲେ ସେ ବଳି ପଡ଼ନ୍ତି ବାରମ୍ବାର ସମାଜ ପାଖରେ। କେତେବେଳେ କିଏ ଧସେଇ ପଶି ଆସନ୍ତି ହୃଦୟ ଦୁଆରକୁ। ସ୍ନେହକାଙ୍ଗାଳ ମଣିଷ ଟିଏ ତ ଫସିଯାଏ
ଅଭିମନ୍ୟୁ ପରି ଚକ୍ରବ୍ୟୁହ ରେ।
କେତେ ମଣିଷ ପସି ଆସିଛନ୍ତି ସ୍ୱାର୍ଥର ପିଆଲା ଧରି ବାସ୍ ସ୍ୱାର୍ଥ ସରିଲେ ତୃପ୍ତି ପାଇଁ ଫେରିଛନ୍ତି।
ଜୀବନର ଆରମ୍ଭରୁ ଶେଷ ଯାଏଁ ସେ କେବଳ ଭେଟିଛନ୍ତି ସ୍ୱାର୍ଥୀ ମଣିଷ ମାନଙ୍କୁ। ସରଳ ମନରେ ସେ କିନ୍ତୁ ଗରଳ ଭରି ପାରନ୍ତି ନାହିଁ ।
ଯେମିତି ଅନେକ ଝଡ଼ ତୋଫାନ ଆସେ ପୁଣି ଫେରି ଯାଏ ହେଲେ ପୁଣି ପ୍ରକୃତି ଅଣ୍ଟା ଭିଡ଼ି ଠିଆ ହୁଏ। ପୁଣି ଲଣ୍ଡା ଗଛରେ ପତ୍ର କଅଁଳେ। ଭଙ୍ଗା ଗଛ ପୁଣି ଛିଡ଼ା ହୁଏ। ପୁଣି ସବୁଜିମାରେ ଭରିଯାଏ। ନଦୀ ପୁଣି ନିର୍ମଳ ହୁଏ ସାଗର ପୁଣି ଶାନ୍ତ ହୁଏ ଠିକ୍ ସେମିତି ଅନ୍ନପୂର୍ଣ୍ଣା ଦେବୀ।
ସବୁ ହଜମ କରିବାର ସତସାହସ ତାଙ୍କ ପାଖରେ ଅଛି।
ଜୀବନକୁ ପାଖରୁ ଖୁବ୍ ପାଖରୁ ଦେଖିଛନ୍ତି ସିଏ ଅନୁଭଵ କରିଛନ୍ତି ଛଦ୍ମବେଶୀ ମଣିଷ ମାନଙ୍କୁ। ମନେ ମନେ ହସନ୍ତି ସିଏ ଭାବନ୍ତି ସେ ବୋକି ନୁହେଁ ସରଳ ହୃଦୟର ମଣିଷ।
ସେ ପଢ଼ିଛନ୍ତି ବହିରେ ଅଲଗା ପାଠ ଏବେ କିନ୍ତୁ ଓଲଟା ଜୀଵନ ବହିରେ ପ୍ରତିଦିନ ଭେଟନ୍ତି ଅନେକଙ୍କୁ। ଦେଖନ୍ତି ସବୁ ମତଲଵି ମଣିଷ ମାନଙ୍କୁ।
ହେଇ ପରା ଅତିତଟା ମନେ ପଡୁଛି ନଖାଇ ନପିନ୍ଧି ଅନେକ ତ୍ୟାଗ କରିଥିଲେ ସେମାନେ ଏବେ ପର।
ପୁଣି ତାଙ୍କ ଜୀବନରେ ନୂଆ ପସି ଆସିଥିବା ମଣିଷ ମାନେ
ସବୁ ଗୋଟି ଗୋଟି ହୋଇ ଫେରିଲେଣି ସ୍ୱାର୍ଥ ସରିଗଲା ପରେ।
ଏବେ ଅନ୍ନପୂର୍ଣ୍ଣା ଦେବୀ ମୁକ୍ତ ଜଞ୍ଜାଳ ଜୀବନରୁ ।ପିଲାମାନେ ବଡ଼ ହୋଇ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ।
ଏବେ ପାଖରେ ଅଛି ପ୍ରକୃତ ବନ୍ଧୁ ସମ୍ପକୀୟ ଅତି ପ୍ରିୟ ଅତି ଆପଣାର ଜଣେ ସିଏ ଲେଖନୀ । ଯିଏ ସକାଳୁ ସଞ୍ଜ ଯାଏ ବୁଝେ ହୃଦୟର କଥା। ଯାହା ସହ କଥା ହୋଇ ସମୟ କଟିଯାଏ।
ଧୋକାଵାଜ ବହିର ପୃଷ୍ଠା ଲେଉଟାଇ ଲେଉଟାଇ ଦେଖାଯାଏ କେତେ ଆପଣାର ମଣିଷ ମୁହଁ ସବୁ। ଶୁଣାଯାଏ କେତେ ମିଠା ମିଠା ସ୍ୱର। କିନ୍ତୁ ଅତିଷ୍ଠ ହୋଇଯାଆନ୍ତି ଅନ୍ନପୂର୍ଣ୍ଣା ଦେଵୀ।
କାହିଁକି କେଜାଣି ତାଙ୍କୁ ଭଲ ଲାଗେନା ସେ ମିଠା କଥା। ସେଥିରେ ଭରିଛି ଜହର। ପିଇ ପିଇ ବିଷାକ୍ତ ଏଇ ମନ ତାଙ୍କର।ସେ ଭଲ ପାଆନ୍ତି ନିଜକୁ ନିଜ ଭିତରେ ହଜିଯିବାକୁ ଭଲ ପାଆନ୍ତି ଖୁବ୍ ନିବିଡ ଭାବରେ।
ସେ କିନ୍ତୁ ଧୋକାବାଜ ନୁହନ୍ତି ସେଥିପାଇଁ ତ ସେ କ୍ଷମା କରିଦିଅନ୍ତି ଧୋକାବାଜ ମଣିଷ ମାନଙ୍କୁ।
ସେଦିନ ସୁବ୍ରତ ଆସିଥିଲେ ଛଳନାର ଚାଦର ଢାଙ୍କି ଏଇ ଶୀତ ଶୀତ ସନ୍ଧ୍ୟାରେ ମିଠା ପ୍ରେମରେ ଫସେଇବା ପାଇଁ।
ଧୀରେ ଧୀରେ ବହୁତ ନିଜର ହୋଇ ଯାଇଥିଲେ ସୁବ୍ରତ
ଭଲ ପାଇ ବସିଥିଲେ ସିଏ। ଆଉ କୁଆଁରୀ ଜୀବନର ସବୁ ସ୍ୱପ୍ନ କୁ ଅଜାଡ଼ି ଦେଇଥିଲେ ତାଙ୍କର ପାଦ ତଳେ।
ସମୟ କ୍ରମେ ସୂଵ୍ରତ ବଦଳି ଯାଇଥିଲେ।
ଭଲ ଚାକିରୀ କରି ଅନ୍ୟତ୍ର ଵିଵାହ କରିଥିଲେ। ଅନ୍ନପୂର୍ଣ୍ଣା ଦେବୀ ଅଜୟଙ୍କ ହାତ ଧରି ସଂସାର ଆରମ୍ଭ କରିଥିଲେ।ପ୍ରେମ ରହିଯାଇଥିଲା ଅଧୁରା। କିଛି ଦିନ ପରେ ହଠାତ୍ ସୁବ୍ରତ କୁ ଭେଟିଥିଲେ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ପଡୋଶୀ ଭାବରେ।ବଦଳି ହୋଇ ଆସିଛନ୍ତି ତାଙ୍କ ସ୍ୱାମୀଙ୍କ ଅଫିସ୍ କୁ।
ଠିକ୍ ମନେ ଅଛି ସେ କଅଁଳ ପିଲାଟିଏ କୋଳରେ ଧରି ଆସିଥିଲେ ତାଙ୍କ ପାଖକୁ ପିଲାଟିକୁ ସମ୍ଭାଳି ପାରୁନାହାନ୍ତି ସେ।ଏଇ ସଦ୍ୟ ମାତୃଛେଉଣ୍ଡ ପିଲାଟିଏ। ସ୍ତ୍ରୀ ହାତ ଛାଡି ଚାଲିଯାଇଛନ୍ତି । କେୟାର ଟେକର ଟିଏ ରଖି କାମ ଚଳାଉଛନ୍ତି। ସୁବ୍ରତ ଆଗରୁ ଜାଣିଛନ୍ତି ଅନ୍ନପୂର୍ଣ୍ଣା ଦେବୀଙ୍କୁ। ଆଦରରେ ଡାକୁଥିଲେ ଅନୁ ବୋଲି। ଆଜି ସେଇ ଅନୁପାଖକୁ କିଛି ମାଗିବାକୁ ଆସିଛନ୍ତି ଯାହାକୁ ଦିନେ ଛାଡି ଚାଲିଯାଇଥିଲେ କାମନା ବାସନା ପୂର୍ଣ୍ଣ ପରେ।
ଅନୁ ଜାଣିଛନ୍ତି ଅଜୟ ପୁଣି କିଛି ସ୍ୱାର୍ଥ ନେଇ ଆସିଛନ୍ତି ତଥାପି ସ୍ୱାମୀର ସାଙ୍ଗ ନିଜର ପ୍ରେମିକ ହିସାବରେ ଘରକୁ ଡାକିଲେ।
ଆଖିରେ ଆଖିରେ ଅନେକ ଅକୁହା କଥା ତା
,ପରେ ନୀରବତା ଭାଂଗି ଅଜୟ କହିଲେ ଅନୁ ତୁମ ଉପରେ ମୋର ବହୁତ ବିଶ୍ୱାସ ତୁମେ ମୋ ପିଲାଟିକୁ ଟିକେ ଦେଖ। ମୁଁ ତ ପାଗ କ୍ୱ।ଟରରେ ଅଛି କେଵଳ ପୁଅଟିକୁ କେୟାର ଟେକର ଠିକ୍ ଦେଖୁଛି କି ନା ନଜର ରଖିବ।
ଅନୁ କିଛି କହିବା ପୂର୍ବରୁ ଅଜୟ କହିଲେ କାହିଁକି ନୁହେଁ ସେ କଣ ଆମ ପିଲା ନୁହେଁ ଅନୁ ନୀରବରେ ଚାହିଁ ଛନ୍ତି । ତା,ପରେ ସେ ପିଲାଟି ବଢ଼ିବାକୁ ଲାଗିଲା ଅନୁ କୋଳରେ ପ୍ରାୟତଃ ଅନୁ ପାଖରେ ରହେ । ଏମିତି ଏମିତି ସମୟ ଗଡିଚାଲେ ପିଲାଟି ପାଠ ପଢୁଥାଏ । ଦୁଇ ବନ୍ଧୁ ବି ଅବସର ନେଲେ । ଏମିତି ମିଳିମିଶି ଚଳୁଥାନ୍ତି ପାଖାପାଖି ଘର କିଣି ବି ରହିଲେ ଦିନେ ହଠାତ୍ ଅଜୟଙ୍କର ଦୁର୍ଘଟଣା ହେଲା ଯେତେ ଚେଷ୍ଟା କଲେ ବି ଆଉ ବଞ୍ଚାଇ ପାରିଲେନି କେହି ।ଶେଷ ବେଳକୁ ଅହିଥିଲେ ଅଜୟ ମୋ ପୁଅ ତୁମକୁ ଲାଗିଲା ତାକୁ ଭଲ ଚାକିରି କରାଇବ ଆଉ ପୁଅ ପରି ରଖିବ । ମୋର ସବୁ ସମ୍ପତି ତ ତା ନାଁ ରେ ଅଛି । ଭାବିବ ମୁଁ ତୁମ ପାଖରେ ଅଛି ବୋଲି ।ଅନୁ କୋହଭରା ଛାତିରେ ଲୁହ ଭରା ଆଖିରେ
ହଁ ମାରିଥିଲେ। ତା,ର କିଛି ଦିନ ପରେ ସ୍ୱାମୀ ଚାଲିଗଲେ।
ରହିଗଲେ ନିଜ ଝିଅ ଆଉ ଅଜୟଙ୍କର ପୁଅ ତାଙ୍କ ପାଖରେ। ନିଜର ଝିଅଟିଏ ସଫ୍ଟୱେର ରେ ଚାକିରି କରି ବିଦେଶରେ ଆଉ ଅଜୟଙ୍କର ପୁଅ ସରକାରୀ ଚାକିରି କରି ପାଖରେ ରହିଲା । କିନ୍ତୁ ବଦଳିଗଲା ଜୀଵନ ଯେବେ ପୁଅ ଵିଵାହ ହେଲା। ମନ ପସନ୍ଦର ଝିଅଟିଏ ବାଛି ପୁଅଟି ଵିଵାହ କଲା ଧୁମ୍ ଧାମରେ ଵିଵାହ କଲେ ଅନ୍ନପୂର୍ଣ୍ଣା ଦେବୀ ଆଗରୁ ଝିଅଟି ମଧ୍ୟ ଵିଵାହ କରିଥିଲା ମନ ପସନ୍ଦର ପୁଅକୁ।
କିନ୍ତୁ ଯେବେ ପୁଅଟି ଵିଵାହ କଲା ଏବଂ ବୋହୂ ଘରକୁ ଆସିଲା ସବୁ କିଛି ଧିରେ ଧିରେ ଵଦଳିଗଲା।ଆଉ ଆଗ ପରି ସମ୍ପର୍କ ରହିଲାନା ମା ପୁଅ ଭିତରେ।
ଧୀରେ ଧିରେ ଅନ୍ନପୂର୍ଣ୍ଣା ଦେଵୀ ରୋଗିଣା ହେଲେ।
ଏବେ ପୁଅ ବୋହୂ ସ୍ଥିର କଲେ ଵୃଦ୍ଧାଶ୍ରମ ରେ ଛାଡିଦେବେ। ଶୁଣି ଦେଲେ ଅନ୍ନପୂର୍ଣ୍ଣା ଦେଵୀ । ତାଙ୍କ ଘର ବହୁ କଷ୍ଟରେ ସ୍ୱାମୀ କିଣିଥିଲେ ଅଛି ଏମାନେ ବାହାର କରିବାକୁ ବସିଛନ୍ତି।
ଡାକିଲେ ପୁଅକୁ କହିଲେ ତୁମେ ଅଲଗା ରୁହ ଏଇଟା ମୋ ସ୍ୱାମୀ ଙ୍କ ଘର ମୁଁ କୁଆଡ଼େ ଯିବିନି।
ମନେ ପକାଇ ଦେଲେ ସବୁ କଥା ପୁଅକୁ ଆଉ ବୋହୂ କୁ କହିଲେ ମୋ ପୁଅ ନ ହୋଇ ମୁଁ ତାକୁ ପୁଅର ଆସନ ଦେଲି ଆଉ ତୁ ମୋତେ ପର ଭାବୁଛୁ
ଯାଅ ତୁମେ ମାନେ ତୁମ ଘରକୁ..? ଧୋକାଵାଜ ଏ ମଣିଷ ମାନେ। ତୁମ ମାନଂକ ଠାରୁ ଶହେ ଗୁଣ ରେ ପଶୁ ଭଲ।
କୁକୁର ଟିଏ ପୋଷିଥିଲେ ମୋତେ ଜଗି ରହିଥାନ୍ତା ଆଉ ତୋତୋ ମଣିଷ କଲା ପରେ ତୁ ମୋତେ ବୃଦ୍ଧାବସ୍ଥା ରେ ନେଇ ବୃଦ୍ଧା ଶ୍ରମ ରେ ଛାଡ଼ିବାକୁ ଯୋଜନା କରୁଛୁ।
ଏବେ ତୁମେ ବାହାର ମୋ ଘରୁ ତୁ ମୋର ପୁଅ ନୁହେଁ ଭଲ ଭାବେ ଜାଣିଛୁ ତଥାପି ମୁଁ ତୋତୋ ମା,ର ମମତା ଦେଇଛି।
ଏତିକି କହି ମୋ ମୋ କାନ୍ଦିପକାଇଲେ ଅନ୍ନପୂର୍ଣ୍ଣା ଦେଵୀ।
କହିଲେ ଦେଖ ତୁମେ ସୁବ୍ରତ ତୁମ ପରି ତୁମ ପୁଅ ବି ଧୋକାଵାଜ। କାନ୍ଥ ରେ ଟଙ୍ଗା ଯାଇଥିବା ସ୍ୱାମୀ ଫଟୋ ଆଉ ପ୍ରେମିକର ଫଟୋ ଏକାଥରେକେ ତଳେ ପଡିଭାଙ୍ଗିଗଲା।
ପୁଅଟି ସବୁ ବୁଝିସାରିଥିଲା ।ମା ନହୋଇ ଵି ମା ପରି ସଵୁ କରି ଥିଲେ ଅନ୍ନପୂର୍ଣ୍ଣା ଦେଵୀ।କେଵେ ତାକୁ ପୁଅ ବ୍ୟତିତ ଆନ ଆଖିରେ ଦେଖିନଥିଲେ।ଆଜି ସ୍ତ୍ରୀ ବୁଦ୍ଧିରେ ପଡ଼ି କଣ କରିବାକୁ ଯାଉଥିଲା ସେ। ମୋ ମୋ ହୋଇ କାନ୍ଦିପକାଇଲା ପୁଅ ଆଉ କହିଲା ତା ମୋତେ କ୍ଷମାକର। ମୁଁ ଧୋକାଵାଜ ନୁହେଁ। ଅନ୍ନପୂର୍ଣ୍ଣା ଦେବୀ କୋଳେଇ ନେଲେ ପୁଅଟିକୁ ଆଉ ଅତିତର କୋହଭରା କାହାଣୀ ବଖାଣିଥିଲେ ଅଶ୍ରୁ ଭିଜା ନୟନରେ...
ଧୋକାବାଜ ଅତିତର କାହାଣୀ .........
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ