ପ୍ରବନ୍ଧ · ଅକ୍ଟୋବର ୧୪, ୨୦୨୬ · ୨ ମିନିଟ୍ ପଢ଼ା
ସାହିତ୍ୟ ଲେଖା ଚୋରି
ବଡ଼ ଜଟିଳ କଥାଟିଏ। କହିଲେ କୂଳ କୁଟୁମ୍ବକୁ ଲାଜ ନକହିଲେ କୂଳ ଭାସିଯାଉଛି।
ମନର ବୋଝ ବଳି ପଡ଼ିଲେ ଦୁଇ ଧାଡ଼ି ଲେଖି ହୋଇଯାଏ।
ଆଜିକାଲି କର୍ମ ଉପରେ କମ ଭରସା ଆଉ ରାତାରାତି
ପ୍ରଶଂସା ଗୋଟାଇବାର ନିଶା ପ୍ରାୟତଃ ଲୋକମାନଙ୍କର। ସେଥିରୁ ସାହିତ୍ୟିକ ଵାଦ୍ ପଡିବେ କେମିତି।
କହିବାର କଥା ଏହିକି ଯେ ...
ଜଣେ ନିଜ ଭାବକୁ ସାଉଁଟି ସାଉଁଟି ଶବ୍ଦକୁ ଖୋଜି ଖୋଜି
ଦିନ ରାତି ଏକ କରିଦିଏ ଆଉ ତା,ର ସୃଷ୍ଟି ଅବା ଧାଡିକୁ ଆନ ଜଣେ ଚୋରି କରି ମ୍ୟାଗାଜିନ ଅବା ବହିରେ ବାହାର କରିଦିଏ। କଥାଟା କେମିତି ଅଡ଼ୁଆ ଲାଗୁଛି। ହେଲେ ସହିବାକୁ ଵାଧ୍ୟ । କଥା ଉପସ୍ଥାପନା କଲେ ପ୍ରମାଣ ଆଉ ପୁଣି ଵଳ କଷା କଷି। ଅପ୍ରିୟତା। ତେଣୁ ମୂଳ ସ୍ରଷ୍ଟା ନୀରବ ରହିବାକୁ ବାଧ୍ୟ।
ହେଲେ କପି କରିଥିବା କବୀ କି କାଵୟତ୍ରୀ ଥରେ ହୃଦୟକୁ ପଚାରନ୍ତୁ ପ୍ରକୃତ କଣ ସିଏ ଲେଖିଛନ୍ତି। ନା କପି କରିଛନ୍ତି।
ଭଲ ଲାଗେ ନିଜ ଧନରେ ନିଜେ ବଡ଼ ହେଲେ ।ଚୋରି କରି ବଡ଼ ହେଲେ ଦିନେ ଚୋର ଧରାପଡେ।
ଅନ୍ତରାତ୍ମା ନିଶ୍ଚୟ କହୁଥିବ ଜଣେ ସ୍ରଷ୍ଟା କେତେ ସୃଷ୍ଟି କରିବାକୁ ସାମର୍ଥ୍ୟ ପାଇଛି। ଭଗବାନ ଯାହା ଦେଇଛନ୍ତି ସେଥିରେ ଜଣେ ବଡ଼ କି ସାନରେ ଗଣାଯାଏ।
କିନ୍ତୁ ବିବେକ ଓ ସ୍ୱାଭିମାନ ହେଉଛି ମଣିଷର ବଡ଼ ପଣ।
ଆତ୍ମସମ୍ମାନ ଦୁନିଆରେ ବଡ଼ କଥା। ଯଦି ସ୍ୱାଭିମାନ ନାହିଁ
ତାହେଲେ ଯେତେ ବଡ଼ ହୋଇଯାଅ ତୁମର କର୍ମ ତୁମକୁ
ତଳକୁ କରିବ। ପରିଚୟ ସମାଜ ଦେଲେ ବି ନିଜ ପରିଚୟ ନିଜେ ଖୋଜୁଥିବ ବିବେକ ପାଖରେ।
କେତେ କେତେ କବି ଲେଖକଙ୍କ ଲେଖା ଚୋରି ହେଉଛି ହେଲେ ସେମାନେ ନିଶ୍ଚୟ ଉପରେ...।ଆଉ ଯେଉଁ ମାନେ ଚୋରି କରି ପରିଚୟ ଖୋଜୁଛନ୍ତି ସେମିତି ଖୋଜୁଥିଵେ ।
କେଉଁ ଏକ ମୁହୂର୍ତ୍ତ ରେ ଭାବିବ ଏଇଟା ମୁଁ ଲେଖିନି କପି କରିଛି।
ସାଧୁ ସାବଧାନ୍! ସମୟର ଚକ ଘୂରୁଛି କେବେ ହୁଏତ ଧରାପଡ଼ି ଲୋକ ଲଜ୍ଜା ପାଇବ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ