ପ୍ରବନ୍ଧ · ଅକ୍ଟୋବର ୧୧, ୨୦୨୬ · ୪ ମିନିଟ୍ ପଢ଼ା
ରାମାୟଣରେ ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରିବା ବୋଧହୁଏ ସବୁଠୁ ବିବାଦୀୟ ଓ ଜଟିଳ ପ୍ରଶ୍ନ ଅଟେ।
ସେତେବେଳର ପରିସ୍ଥିତି କୁ ବିଚାରକୁ ନିଆଯାଇପାରେ!
ଯେଉଁ ରାଜା କୋଦଣ୍ଡ ଧନୁ ଭାଂଗି ସ୍ୱୟଂଵର ରେ ସୀତାଙ୍କୁ ଵିଵାହ କରିଥିଲେ । ତାଙ୍କୁ ସାଙ୍ଗରେ ବଳକୁ ନେଇଥିଲେ ପୁଣି ତାଙ୍କ ଜିଦ୍ ପାଇଁ ସୁନାହରିଣ ଆଣିବାକୁ ଯାଇଥିଲେ। ପୁଣି ତାଙ୍କ ପାଇଁ ଲଙ୍କା ଧ୍ୱଂସ କରିଥିଲେ। ସେ ପୁଣି କାହିଁକି ସନ୍ଦେହ କରିଥିଲେ।
ଇଏତ ସ୍ୱାମୀ ସ୍ତ୍ରୀର ବିଶ୍ୱାସ ଭରସାରେ କଥା ଅବିଶ୍ୱାସର ପ୍ରଶ୍ନ ନାହିଁ । ପୁଣି ପରଷ୍ପର ପ୍ରତିଶ୍ରୁତି ବଦ୍ଧ ଥାନ୍ତି ସାଂସାରିକ ଜୀବନରେ ଏକତ୍ର ପାଦ ଥାପି ବାଟ ଚାଲିବାକୁ। ଜଣେ ସଂସାର ଭାବରେ ଆହୁଲାର ତ ଜଣେ କାତ । କେମିତି ଅବିଶ୍ୱାସ କରିବେ ରାମଚନ୍ଦ୍ର ସୀତାଙ୍କୁ।
ସମୟ ପରିସ୍ଥିତିର ଦାସ ହେଉଛି ମଣିଷ ସେମିତି ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିବ। ସତରେ କଣ ସ୍ୱାମୀ ସ୍ତ୍ରୀ କୁ ଛାଡି ଖୁସି ହୋଇ ପାରେ ? କେବେ ନୁହେଁ ପୁଣି ବର୍ତ୍ତମାନ ଯୁଗରେ ଛାଡ଼ପତ୍ର କାହିଁକି ହେଉଛି। ଠିକ୍ ସେମିତି କୈ।ଣସୀ କଥା ରେ ସେ ବାଧ୍ୟ ହୋଇଥିଲେ ତାଙ୍କ ପ୍ରାଣପ୍ରିୟା ସୀତାଙ୍କୁ ଛାଡ଼ିବା ପାଇଁ...
ବିଷୟବସ୍ତୁ କୁ ଆସିବା । ରାମଚନ୍ଦ୍ର ଥିଲେ ପ୍ରଜା ଅନୁରାଗ ରାଜା । ସେ ପ୍ରଜାଙ୍କୁ ଭଲ ପାଉଥିଲେ ତେଣୁ ତାଙ୍କର ସାମାନ୍ୟ ଭୂଲ ତାଙ୍କ ରାଜ୍ୟର ପ୍ରଜା ମାନଙ୍କ ଉପରେ ପଡୁ ସେ ଚାହୁଁଥିଲେ। ସେ ଥିଲେ ଆଦର୍ଶ ରାଜା । ତାଙ୍କ ଆଦର୍ଶ ରେ ପ୍ରଜାମାନେ ଅନୁପ୍ରାଣିତ। ତେଣୁ ଯେତେବେଳେ ଧୋବା ଧୋବଣୀ କଳିରେ ତାଙ୍କ ନାମ ଉଠିଲା ସେ ଛଦ୍ମବେଶ ରେ
ରାଜ୍ୟ ବୁଲିଲା ବେଳେ ଶୁଣିଲେ ସେ ମର୍ମାହତ ହେଲେ ଭାବିଲେ ଯଦି ସେ ସୀତାଙ୍କୁ ନ ଛାଡ଼ିବେ ତେଵେ ନାରୀ ଜାତି
ବ୍ୟଭିଚାରୀ ହେବେ । ସାମାଜିକ ଶୃଂଖଳା ଲଙ୍ଘନ କରିବେ।
ତାଙ୍କ ଆଦର୍ଶ ଉପରକୁ ଆଙ୍ଗୁଠି ଉଠିବ।
ତାଙ୍କ ଶାସନର ନିରାପତ୍ତା ପାଇଁ ଏବଂ ବୈଧତା ପାଇଁ ତାଙ୍କୁ ସତର୍କ ରହିବାକୁ ପଡିବ ।କାରଣ ପ୍ରଜା ମନର ଅଶାନ୍ତି ହିଁ ବିଦ୍ରୋହ ର ନିଆଁ ଜାଳି ପାରେ। ପ୍ରଦାନ ଭରସା ବିଶ୍ୱାସ ରାଜାର ସବୁକିଛି ତେଣୁ ରାଜନୈତିକ କୋଣରୁ ସେ ନିଶ୍ଚୟ ଠିକ୍ କରିଛନ୍ତି କାରଣ ପ୍ରଜାର ମଙ୍ଗଳ ରାଜାର ଧର୍ମ ଅଟେ।
ସମାଜକୁ ସୁଚାରୁରୂପେ ଚଳାଇବା ପାଇଁ କିଛି ସାଧାରଣ ମୂଲ୍ୟବୋଧ ଏବଂ ଧାରଣା ଉପରେ ଭରସା କରିବାକୁ ପଡ଼େ।
ସାମାଜିକ କାରଣ,ସେହି ସମୟର ସାମାଜିକ ମାନସିକତା ଅନୁଯାୟୀ ଜଣେ ଧୋବାଙ୍କ ସାମାନ୍ୟ ସନ୍ଦେହ ମଧ୍ୟ ସମାଜରେ ନୈତିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ଯଦି ରାଜା ନିଜ ପରିବାର ପାଇଁ ଭିନ୍ନ ନିୟମ ପ୍ରୟୋଗ କରିଥାନ୍ତେ, ତେବେ ସମାଜରେ ପକ୍ଷପାତିତାର ଭାବନା ବୃଦ୍ଧି ପାଇଥାନ୍ତା।
ସାମୁହିକ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ସ୍ୱାର୍ଥ ବଳି ଦେବା ଉତ୍ତମ ମନୁଷ୍ୟର ଧର୍ମ ଅଟେ।
ଆଧ୍ୟାତ୍ମିକ ଦୃଷ୍ଟିରୁ ରାମ ନିଜକୁ କେବେହେଲେ ଜଣେ ସ୍ୱାର୍ଥପର ସ୍ୱାମୀ ଭାବେ ପ୍ରତିପାଦିତ କରିନାହାନ୍ତି। ସୀତାଙ୍କୁ ତ୍ୟାଗ କରିବା ପରେ ସେ ମଧ୍ୟ ରାଜଭୋଗ ତ୍ୟାଗ କରି ଜଣେ ତପସ୍ୱୀଙ୍କ ଭଳି ଜୀବନ ବିତାଇଥିଲେ। ସେ ଅନ୍ୟ ବିବାହ ନକରି ଅଶ୍ୱମେଧ ଯଜ୍ଞରେ ସୀତାଙ୍କ ସୁବର୍ଣ୍ଣ ପ୍ରତିମା ସ୍ଥାପନ କରିଥିଲେ ଯାହା ପ୍ରମାଣ କରେ ଯେ ଏହି ନିଷ୍ପତ୍ତି କୌଣସି ଘୃଣା ବା ଅନାଦରରୁ ନୁହେଁ ବରଂ ଲୋକକଲ୍ୟାଣ ନିମନ୍ତେ ନିଜର ସମସ୍ତ ସୁଖକୁ ଉତ୍ସର୍ଗ କରିବାର ଚରମ ପରାକାଷ୍ଠା ଥିଲା।ଲୋକମଙ୍ଗଳ କାମନାରେ ନିଜର ପ୍ରିୟତମ ବସ୍ତୁକୁ ବଳିଦାନ ଦେବା ଆଧ୍ୟାତ୍ମିକ ମାର୍ଗରେ କର୍ତ୍ତବ୍ୟର ପରାକାଷ୍ଠା ଭାବେ ବିଚାର କରାଯାଏ ଯାହା ଲୋକମାନଙ୍କୁ ଶିକ୍ଷା ଦିଏ ଯେ ସାମୂହିକ ହିତ ଆଗରେ ବ୍ୟକ୍ତିଗତ ଆବେଗ ଗୌଣ।
ଏହି ନିଷ୍ପତ୍ତିଟି ସ୍ୱାମୀ-ସ୍ତ୍ରୀର ବ୍ୟକ୍ତିଗତ ସମ୍ପର୍କ ଏବଂ ବ୍ୟକ୍ତିଗତ ନ୍ୟାୟ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅନ୍ୟାୟ ପ୍ରତୀତ ହେଲେ ମଧ୍ୟ, ସମଗ୍ର ରାଜ୍ୟର ଶାନ୍ତି, ଅଖଣ୍ଡତା ଏବଂ ପ୍ରଜାଙ୍କ ସାମୂହିକ କଲ୍ୟାଣକୁ ସର୍ବୋପରି ମାନିଲେ ଏହା ଏକ ଅନିବାର୍ଯ୍ୟ ତଥା କଠୋର ବଳିଦାନ ଥିଲା।
ଜଣେ ନାରୀ ଭାବେ ସୀତା ନିର୍ଯାତିତ ହୋଇଥିଲେ ସତ ହେଲେ ଆଦର୍ଶ ପୁରୁଷର ପରିଚୟ ଦେଇଥିଲେ ରାମଚନ୍ଦ୍ର।
ସୀତା ଥିଲେ ପତି ଭକ୍ତ ସତୀ ତଥାପି ବନବାସ ଗଲେ ଅଗ୍ନି ରେ ପରୀକ୍ଷା ଦେଲେ ତଥାପି ସମାଜ ତାଙ୍କୁ ଅସତୀର ଆଖ୍ୟା ଦେଇଥିଲା ସେତେବେଳେ। ସ୍ୱାମୀ ପରିତ୍ୟାଗ କଲେ ଗର୍ଭାବସ୍ଥାରେ। ଶେଷରେ
"ଅପମାନ ହେତୁ ସୀତା ଦେବୀଙ୍କର
ମହି ହୃଦେ ବାସ ସ୍ଥାନ।'
ସହି ନପାରି ସମାଜର ଅତ୍ୟାଚାର ନାରୀଟିଏ ମାଟି ମା,କୁ ଆଶ୍ରୟ ମାଗିଛି।
ଏଠାରେ ନାରୀ ପ୍ରତି କଠୋରତା ପରିଲକ୍ଷିତ ହୁଏ।
ହେଲେ ରାମଚନ୍ଦ୍ର କଣ ବା କରି ପାରିଥାନ୍ତେ ସାମ୍ପ୍ରତିକ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଏହି ପଦକ୍ଷେପ ନେବାକୁ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ