ପ୍ରବନ୍ଧ · ଅକ୍ଟୋବର ୨୫, ୨୦୨୬ · ୩ ମିନିଟ୍ ପଢ଼ା
ଯୁଗେ ଯୁଗେ ନାରୀ ଅତ୍ୟାଚାରିତ ଏ ସଂସାରରେ ଦେବୀ କି ମାନବୀୟ ସମସ୍ତେ ପୁରୁଷ ପାଖରେ ନିର୍ଯାତିତ ତେଣୁ ମା ଲକ୍ଷ୍ମୀ ବାଦ ଯିବେ କିପରୀ।
ଆଉ ପୁରୁଷ କଷ୍ଟ ଦିଏ ନାରୀର ମହତ୍ତ୍ୱ ବୁଝି ନ ପାରି। ଦେବୀ କ୍ଷେତ୍ରରେ ହେଉ ପଛେ ମାୟାର କୁହୁଡି ଜଗତର ଶିକ୍ଷା ତଥାପି ନାରୀ ରୂପରେ ଦେବୀ ବି ବାଦ୍ ଯାଆନ୍ତି ନାହିଁ ପୁରୁଷ ପାଖରେ।ଏହା ପୁରାଣ ଶାସ୍ତ୍ରରୁ ଅନୁମେୟ।
ଆମ ସନାତନ ଧର୍ମରେ ନାରୀଟିଏ ସଂସ୍କାର ଭିତରେ ରହେ ଆଉ ପୁରୁଷର କଥା ମାନି ଚଳିବାକୁ ପଡେ।
କିନ୍ତୁ ଏଠାରେ ଯେଉଁ କଥା ଉପସ୍ଥାପନା କରାଯିବ ଏଠାରେ ସଂସାର କୁ ଶିକ୍ଷା ଦେବାକୁ ଜଗନ୍ନାଥ ଓ ଲକ୍ଷ୍ମୀ ଭିତରେ କଳି ଓ ସମାଧାନ ପୁଣି ସମାଜକୁ ବାର୍ତ୍ତା।
ଶ୍ରୀଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ କେବଳ ଈଶ୍ୱର ନୁହନ୍ତି। ମାନବୀୟ ସୁଖଦୁଃଖ ଓ ପ୍ରେମ ଅଭିମାନରେ ବନ୍ଧା ଜଣେ ନିଜର ଠାକୁର ମନର ଦେବତା ।ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ଯେଉଁ କଷ୍ଟ ଦେଇଥିଲେ ତାହା ପ୍ରତିଶୋଧ ନଥିଲା ବରଂ ସଂସାରକୁ ଏକ ବଡ଼ ଶିକ୍ଷା ଦେବା ପାଇଁ ଏକ ଦିବ୍ୟ ଲୀଳା ଥିଲା।
ଲକ୍ଷ୍ମୀ ପୁରାଣ ଅନୁସାରେ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇ ମା' ଲକ୍ଷ୍ମୀଙ୍କୁ ଅପମାନିତ ହୋଇ ବଡ଼ଦେଉଳ ଛାଡ଼ିବାକୁ ପଡ଼ିଥିଲା। ଆଉ ଲକ୍ଷ୍ମୀ ଙ୍କ ଅଭିଶାପରେ ଜଗନ୍ନାଥ ବଳରାମଙ୍କୁ ଅନ୍ନ ଜଳ ମିଳିନଥିଲା। କଷ୍ଟ ଦେଇ ସେ ବୁଝାଇଦେଲେ ଯେ ଭକ୍ତି ଆଗରେ ଜାତିଭେଦ ନଥାଏ ଏବଂ ନାରୀର ଅପମାନିତ ହେଲେ ଘରୁ ଲକ୍ଷ୍ମୀ ଛାଡିଯାଏ।
ଏଠାରେ ନାରୀର ସ୍ୱାଭିମାନର କଥା ଉଠୁଛି ସ୍ୱାମୀ ଯେତେ ବଡ଼ ହୁଅନ୍ତୁ ନା କାହିଁକି ଅନ୍ୟାୟ ଆଗରେ ମୁଣ୍ଡ ନ ନୁଆଁଇ ନିଜ ସମ୍ମାନ ପାଇଁ ଛିଡ଼ା ହେବାର ସାହସ ମା’ ଲକ୍ଷ୍ମୀ ସମାଜର ନାରୀମାନଙ୍କୁ ଶିଖାଇଥିଲେ।
ପୁଣି ନିଜ ହାତରେ ରାନ୍ଧି ଖାଇବା ପାଇଁ ଇଛା କଲା ବେଳେ ମା ତାହା କରାଇ ଦେଇନଥିଲେ। ମା ଜାଣିଥିଲେ ଯେ ଯଦି
ପୁରୁଷ ରୋଷେଇ କରିଖାଇବେ ତାହାହେଲେ ଆଉ ନାରୀକୁ ଲୋଡ଼ିବେ ନାହିଁ
ସେଥିପାଇଁ ପାଣି ହାଣ୍ଡି ତାତି ନଥିଲା କି ଜଗନ୍ନାଥ ବଳଭଦ୍ର ଠାକୁର ରୋଷେଇ କରି ଖାଇ ପାରିନଥିଲେ।ସେଇ ଲକ୍ଷ୍ମୀ ଙ୍କ ହାତରୁ ଖାଇ କ୍ଷୁଧା ନିବାରଣ କରିଥିଲେ।
ଏଠାରେ ଗମ୍ଭିର ପ୍ରେମ ତଥା ସାଂସାରିକ ଜୀବନରେ ନାରୀ ଯେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଚେତାଇ ଦେଇଥିଲେ।
ରଥଯାତ୍ରା ସମୟରେ ହେରାପଞ୍ଚମୀରେ ରଥ ଭାଙ୍ଗିବା ହେଉ ବା ନୀଳାଦ୍ରି ବିଜେ ବେଳେ କବାଟ କିଳିବା ଏହା ଶତ୍ରୁତା ନୁହେଁ ଵରଂ ପବିତ୍ର ଦାମ୍ପତ୍ୟର ମଧୁର ଅଭିମାନ। ଶେଷରେ ରସଗୋଲା ଖୁଆଇ ମାନଭଞ୍ଜନ କରିବା ଏହି ପ୍ରେମର ହିଁ ପ୍ରତୀକ।
କ୍ଷୁଧା ଓ ବିରହର କଷ୍ଟ ଅନୁଭବ କରିବା ପରେ ହିଁ ଜଗତର ନାଥ ସାଧାରଣ ମଣିଷର କଷ୍ଟକୁ ଆହୁରି ନିବିଡ଼ ଭାବେ
ବୁଝିପାରିଲେ।
ମହାଲକ୍ଷ୍ମୀଙ୍କ ଦ୍ୱାରା ଦିଆଯାଇଥିବା ଏହି କଷ୍ଟ ସଂସାରରେ ଜାତିଭେଦ ଉଠାଇବା ସହିତ ଧର୍ମ ପ୍ରତିଷ୍ଠା ଆଉ ନାରୀର ସ୍ୱାଭିମାନ ଓ ମର୍ଯ୍ୟାଦା ତଥା ସମାନତାର ମୂଳଦୁଆ ସ୍ଥାପନ କରିଥିଲା। ତେଣୁ ଏହା ନିଶ୍ଚିତ ଯଥାର୍ଥ ଓ ଉଚିତ୍ ଥିଲା।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ