ପ୍ରବନ୍ଧ · ଅକ୍ଟୋବର ୮, ୨୦୨୬ · ୪ ମିନିଟ୍ ପଢ଼ା
ପରିଚୟ।
ମୁଁ ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା।
ଯାଜପୁର ଜିଲ୍ଲାର ଭଗବାନ ପୁରଗ୍ରାମରେ ଜନ୍ମ କିନ୍ତୁ ଝାରସୁଗୁଡ଼ାରେ ରହଣି ମୋର ସ୍ବାମୀ (ସୁଧାଂଶୁ ନାୟକ) ଙ୍କର କର୍ମଭୂମିରେ ଏବେ।
ପ୍ରେରଣା...
କାବ୍ୟିକତା ଭାବ ଧାର ସ୍ରୋତପ୍ରୋତ ଭାବରେ ଆସେ ହୃଦରୁ
ମନର ଭାବନା ହୃଦୟର ଗୁଣୁଗୁଣୁ କଥା କେଇ ପଦ ସଂସାରରେ କବୀଟିଏ କରିଦିଏ। ଗଛ ପତ୍ର ଆକାଶ ପୃଥିବୀ
ନଦୀ ଝରଣା ସୁନ୍ଦର ପ୍ରାକୃତିକ ପରିବେଶକୁ କବୀଟିଏ ତା, କାବ୍ୟିକ ଶୈଳୀରେ ଦେଖି ଗୂଢ ତତ୍ତ୍ଵକୁ ଅନ୍ୱେଷଣ କରେ।
ମୁଁ କେମିତି କବୀ ହେଲି ଜାଣେନା ଏମିତି କିଛି ଅନୁଭଵ ଅନୁଭୂତିକୁ କାଗଜ କଲମରେ ରୂପ ଦେଉ ଦେଉ କେତେବେଳେ କଵୀଟିଏ ହୋଇ ଯାଇଛି ମୋ ଅଜାଣତରେ।
ଗୃହିଣୀଟିଏ ହୋଇଥିଲେ ମଧ୍ୟ ଲେଖାକୁ ପେଶା ଭାବେ ଧରିନେଇଛି ।ନିଶା ହୋଇଯାଇଛି କବିତା ନିଦ ହଜାଇ ଦେଉଛି ଆଖିପତାରୁ । ରାତ୍ରିର କିଟିମିଟି ଅନ୍ଧାରରେ ପାଦ ଥାପି ଥାପି କବିତା ଆସେ ମୋ ପାଖକୁ ଶବ୍ଦର ପସରା ଧରି। ଜାବୋଡି ଧରେ ମୋତେ ତା,ର ନିଜର ପଣରେ ମୁଁ ମସଗୁଲ ରହେ କବିତା ଭିତରେ ଦିନ ତମାମ।
ଜଞ୍ଜାଳ ମୟ ସାଂସାରିକ ଜୀବନରେ କବିତା ମୋର ମହୋଷଧି।
ପ୍ରେରଣା ..
ଛୋଟ ବେଳୁ କଵିତା ପଢ଼ିବାକୁ ଭଲ ପାଏ ବହୁତ କବିଙ୍କର କବିତା ପଡ଼ିଛି ମୁଁ ।ପ୍ରତିଭା ରାୟଙ୍କ ଲେଖା ମୋତେ ପଢ଼ିବାକୁ ବେଶୀ ଭଲ ଲାଗେ। ମାୟାଧର ମାନସିଂହ ସିଂହଙ୍କର ପ୍ରେମ ପ୍ରଣୟର କବିତା । ଗଙ୍ଗାଧର ମେହେରଙ୍କ କବିତା ଭଲ ଲାଗେ ପଢ଼ିବାକୁ ଏହା ବ୍ୟତିତ ସମସାମୟିକ କବି ଲେଖକଙ୍କ ଲେଖା ବି ପଡେ। ଏବେତ ଫେସବୁକ ମାଧ୍ୟମରେ ଅନେକ କବିତା ପଢ଼ିବାର ସୁଯୋଗ ମିଳୁଛି।
ଭବିଷ୍ୟତର ସ୍ୱପ୍ନ ଏତିକି ମୁଁ ଏମିତି ସାରାଜୀବନ ସାରସ୍ୱତ ସାଧନାରେ ନିମଗ୍ନ ରହିବି। ଏହା ମନର ଶାନ୍ତି ଆଉ ତୃପ୍ତି।
କିଛି ଜାଣିବି ଆଉ କିଛି ଜଣାଇବି ସମାଜକୁ।
ବର୍ତମାନ ମୁଁ ୧୦ ଟି ବହି ଲେଖିସାରିଛି ଗୋଟେ ପ୍ରବନ୍ଧ ଆଉ ଉପନ୍ୟାସ ଲେଖା ଚାଲିଛି ।
ଅନେକ ସମ୍ମାନ ବିଭିନ୍ନ ଅନୁଷ୍ଠାନରୁ ପାଇ ସାରିଛି ଏମିତି ଚାଲିଛି ମୋ କବୀର ଜୀଵନ।
କିନ୍ତୁ ବର୍ତ୍ତମାନ ସମୟରେ ସାହିତ୍ୟରେ ରାଜନୀତି ବହୁତ ରହୁଛି । ମୋ ମତରେ ସାହିତ୍ୟରେ ରାଜନୀତି ପ୍ରଵେଶ କରିବା ଅନୁଚିତ। ଯୋଗ୍ୟତା ନେଇ ମାନ ନିଧାରଣ ହେଉ।
ସାହିତ୍ୟ ପ୍ରେମୀ ମାନେ ଖୁସିହେଵେ ସାହିତ୍ୟରୁ ରାଜନୀତି
ଦୂରେଇ ଗଲେ। ସାହିତ୍ୟରେ ସବୁ ସମାନ ହେବା ଉଚିତ।ବଡ଼ ସାନ ଭେଦ ଭାବ ଟିକେ ରହୁଛି। ଛୋଟ ସାହିତ୍ୟିକ ନିଜକୁ ଏଭଳି ପରିସ୍ଥିତି ରେ ବିକସିତ କରିପାରୁନି। ମନରେ ଭୟ ରହୁଛି କେଉଁଠି ନା କେଉଁଠି। ବଡ଼ ମାନଙ୍କର ସାନ ମାନଙ୍କ ପ୍ରତି ପ୍ରେରଣା ରହିବା ଆବଶ୍ୟକ। ଏଠି ଧନ ପ୍ରତିପତ୍ତି ର ପ୍ରାଧାନ୍ୟ ନରହି ଜ୍ଞାନର ପ୍ରାଧାନ୍ୟ ରହିବା ଆବଶ୍ୟକ। ସାହିତ୍ୟ ସାଧନାରେ ଵ୍ରତି ଥିବା କବୀ ବା ଲେଖକ ମାନେ ଉପଯୁକ୍ତ ସମ୍ମାନ ପାଇବା ଉଚିତ୍।
ଏବେ ପାଶ୍ଚାତ୍ୟ ଶିକ୍ଷା ଉପରେ ବେଶୀ ଗୁରୁତ୍ବ ହଁ ଏଵେ ସମାଜରେ ନିଶ୍ଚୟ ପାଶ୍ଚାତ୍ୟ ଶିକ୍ଷା ଜରୁରୀ ହେଲେ ମାତୃଭାଷା ପ୍ରତି ଗୁରୁତ୍ବ ରହିବା ଦରକାର।
" ମାତୃଭୂମି ମାତୃ ଭାଷାର ମମତା ଯା ହୃଦେ ଜନନୀ ନାହିଁ
ତାକୁ ଯଦି ଆମେ ଜ୍ଞାନିରେ ଗଣିବା ଅଜ୍ଞାନୀ ରହିବେ କାହିଁ"
ସରଳ ମାତୃଭାଷାଟି ସବୁ ମଣିଷ ବୁଝିପାରିବେ ।
ଆଜିକାଲି ଆଉ ଯୁବ ପିଢି ମାତୃଭାଷା ଉପରେ ଗୁରୁତ୍ବ ଦେଉ ନାହାନ୍ତି। ଯା ଫଳେ ସଂସ୍କାର ସଂସ୍କୃତି ଭୁଲି ଯାଉଛନ୍ତି।
ଯୁବ ପିଢ଼ି ମାନଙ୍କ ମନରେସାହିତ୍ୟ ପ୍ରତି ଉତ୍ସାହ ଭରି ଦେବା ଉଚିତ୍। ସେମାନେ ଲେଖିବା ଦ୍ୱାରା ସରଳ ସ୍ୱଭାବ ହେବେ।
ତାଙ୍କ ଭିତରେ ମାନବିକତା ଗୁଣ ବଢି ଚାଲିବ।
ଖରାପ ରାସ୍ତାକୁ ଯିବେନି ସତ୍ୟ ନ୍ୟାୟ ଉପରେ ନିଜର ଜୀଵନ ଗଢିପାରିବେ। ବିଶେଷ କରି ଆମର
GEN Z ପିଲା ମାନେ ।
ସେମାନଙ୍କୁ ଉଚିତ୍ ରାସ୍ତା ଆମେ ମାନେ ଦେଖାଇବା ଉଚିତ୍।
ପିଲାମାନେ ଆମର ଭବିଷ୍ୟତ । ସେମାନେ ବାସ୍ତବତା ଉପରେ ଗୁରୁତ୍ବ ଦେବା ଉଚିତ୍। ଇଣ୍ଟରନେଟ ପିଛା ଗୋଡ଼ାଇ ନିଜର ଭବିଷ୍ୟତ ଚିନ୍ତା ଭୂଲି ଯାଉଛନ୍ତି। ଧୈର୍ଯ୍ୟ କମ୍ ରହୁଛି
ସବୁ ସାଙ୍ଗେସାଙ୍ଗେ ମିଳିଯିବ ବୋଲି ଭାବୁଛନ୍ତି। ନା ଏମିତି ନୁହେଁ କଠିନ ପରିଶ୍ରମ ବିନା କେହି ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରେ ନାହିଁ। ହାତ ପାହାନ୍ତାରେ ସବୁ ମିଳେନା। ହାତ ପାହାନ୍ତାରେ ଫଲୋର ଲାଇକ କମେଣ୍ଟ ସିନା ମିଳିଥାଏ ହେଲେ ସୁସ୍ଥ ଜୀଵନ ପାଇଁ ସୁସ୍ଥ ମାନସିକତା ଆବଶ୍ୟକ।
ସ୍ୱପ୍ନ ଦେଖିବା ଠିକ୍ ହେଲେ ସ୍ୱପ୍ନ କୁ ସାର୍ଥକ କରିବା ପାଇଁ ଅଦମ୍ୟ ଚେଷ୍ଟା ରହିବା ଆବଶ୍ୟକ।
ଆଭାଷୀ ଦୁନିଆ ନୁହେଁ ବାସ୍ତବତା ସହ ଯୋଡ଼ି ହେବା ଆବଶ୍ୟକ। ନୂଆ ପିଢ଼ିର ଯୁବବନ୍ଧୁମାନେ ହିଁ ଦେଶ ଓ ସମାଜର ମେରୁଦଣ୍ଡ। ତୁମର ଅଭିନବ ଚିନ୍ତା, ସକାରାତ୍ମକ ଦୃଷ୍ଟିକୋଣ ଏବଂ ସମାଜ ପ୍ରତି ଉତ୍ତରଦାୟିତ୍ୱବୋଧ ଏକ ସୁନ୍ଦର ପୃଥିବୀ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସ୍ୱପ୍ନ ଦେଖନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ନିରନ୍ତର କର୍ମ କରି ଚାଲନ୍ତୁ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ