ପ୍ରବନ୍ଧ · ଅକ୍ଟୋବର ୧୨, ୨୦୨୬ · ୧ ମିନିଟ୍ ପଢ଼ା
ଶାରଦୀୟ ପୂଜାରେ ନବଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ହେଉଛନ୍ତି ମାଆ ବ୍ରହ୍ମଚାରିଣୀ। ନବରାତ୍ରିର ଦ୍ୱିତୀୟ ଦିନରେ ଶାନ୍ତ ତପସ୍ୱିନୀ ରୂପର ଆରାଧନା କରାଯାଏ। ଏଠାରେ 'ବ୍ରହ୍ମ' ଶବ୍ଦର ଅର୍ଥ ତପସ୍ୟା ଏବଂ 'ଚାରିଣୀ' ଅର୍ଥ ଆଚରଣ କରୁଥିବା ବ୍ୟକ୍ତି ତପସ୍ୟାର ଆଚରଣ କରୁଥିବା ଦେବୀ।
ମାଆ ଶ୍ୱେତ ବସ୍ତ୍ର ପରିଧାନ କରି ଖାଲି ପାଦରେ ବିରାଜମାନ କରନ୍ତି। ତାଙ୍କ ମୁଖମଣ୍ଡଳରେ ଅପାର ତେଜ, ସରଳତା ଓ ଶାନ୍ତି ପ୍ରକଟିତ ହୋଇଥାଏ।
ତାଙ୍କ ଡାହାଣ ହାତରେ ଜପମାଳା ଏବଂ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ମାଆ ବ୍ରହ୍ମଚାରିଣୀଙ୍କ ଉପାସନା ଦ୍ୱାରା ତ୍ୟାଗ, ସଦାଚାର, ସଂଯମ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ ସାଧକ ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଏ ନାହିଁ।ମାଆ ବ୍ରହ୍ମଚାରିଣୀ ମଙ୍ଗଳ ଗ୍ରହଙ୍କୁ ନିୟନ୍ତ୍ରଣ କରନ୍ତି। ତେଣୁ କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ କିମ୍ବା ମନରେ ଅସ୍ଥିରତା, କ୍ରୋଧ ଅଧିକ ରହୁଥିଲେ ମାଆଙ୍କ ଉପାସନା ଦ୍ୱାରା ଶାନ୍ତି ଓ ଧୈର୍ଯ୍ୟ ପ୍ରାପ୍ତ ହୋଇଥାଏ।
ବ୍ରହ୍ମଚାରିଣୀଙ୍କୁ ଚିନି, ମିଶ୍ରି, ଖିରି କିମ୍ବା ଛେନା ମିଠା ଭୋଗ ଲଗାଯାଏ।
ଚିନି ବା ମିଶ୍ରି ଭୋଗ ଲଗାଇ ପରିବାର ଲୋକଙ୍କୁ ବାଣ୍ଟିଲେ ସଦସ୍ୟମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି ପାଏ ଏବଂ ଦୀର୍ଘାୟୁ ପ୍ରାପ୍ତି ହୁଏ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ