ଗଳ୍ପ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଝରୁଛି ମକରନ୍ଦ
ସେ ମକରନ୍ଦ ପାନ କରି
ଭଵୁ ତରିଲେ ବ୍ରଜନାରୀ।
ଆହାଃ ହରି ନାମରେ କିରସ ଅଛି
ପାନ କଲା ଵାଲା ଏକା ଜାଣିଛି।
ସତରେ ସେ ରସ ଅମୃତ ମୟ ମିଠା ମିଠା ଭାରି ମିଠା।ମିଳେ ଆତ୍ମତୃପ୍ତି ପରମ ଶାନ୍ତି।
ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା। ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲ ରେ ଯାଇ ସାଧନା କରୁଥିଲେ ମୁନି ଋଷି ମାନେ।
ଦର୍ସ୍ୟୁ ରତ୍ନାକର ବି ସେଇ ନାମରେ ବାଲ୍ମିକୀ ହୋଇଗଲେ।
ପାପ ପଙ୍କରେ ଘାଣ୍ଟି ହୁଏ ମଣିଷ ଜୀଵନ
ଆଧ୍ୟାତ୍ମିକ ବାତାବରଣ ରେ ଜୀଵନ ହୁଏ ପରିମାର୍ଜିତ।
ମଣିଷ ହୁଏ ସରଳ ନୈତିକତା ପୂର୍ଣ୍ଣ।
ଭଗବତ୍ ଚିନ୍ତାଧାରା ଅସାଧ୍ୟ କୁ ସାଧ୍ୟ କରେ
ମାନବିକତା ଶିକ୍ଷା ଦିଏ। ସୁପଥ ଦେଖାଇଥାଏ।
ମଣିଷ ମନରେ ଧର୍ମ ପ୍ରତି ଭୟ ରହେ । କୁ କର୍ମ କରିବାକୁ ମନରେ ଭୟ ଆସେ।
ପୁଣ୍ୟର ନଦୀ ଧାରା ଏଇ ନାମ।ତା,ର ପବିତ୍ର ସ୍ପର୍ଶ ରେ ପାପକୁ ଧୋଇ ନିଏ ଅଚିରେ। ଭାରି ଶାନ୍ତି ଲାଗେ ମାଧବୀ ଦେବୀଙ୍କୁ ଭକ୍ତିରେ ହଜିଯିବାକୁ। ସଂସାର ଜଞ୍ଜାଳ ଭୁଲି ଯାଏ
ମାଧବୀ।ନିତି ଅଧ୍ୟାଏ ପାଠ କରେ ଭାଗବତ।
ମନ ହୁଏ ପବିତ୍ର । ମଙ୍ଗୁଳି ରିକ୍ସା ଚଳାଇ ପେଟ ପୋଷେ। ଘୋଡା ମଦୁଆ ଇଛା ହେଲେ ଯାଏ ନା ତ
ନ ଯାଏ। ସେଦିନ ଘରେ ଉପାସ ପୁଣି ଯାହା ଆଣେ ସେଥିରୁ ମଦ ପିଏ ଅଧା ପଇସା। ମାଧବୀ ଅନ୍ତରରେ ଦୁଃଖି ହେଲେ ହସି ହସି ସଂସାର ଚଳାଇ ନିଏ।
ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ।
ଦିନେ ନା ଦିନେ ନିଶ୍ଚୟ ତାର ପତି ଵଦଳି ଯିବେ।
ଭଗବାନଙ୍କ ଦୟାରୁ କୋଳ ମଣ୍ଡନ କରିଛି କୁନି ପୁଅ।
ଭାରି କଷ୍ଟ ରେ ଚାଲେ ଜୀଵନ ତରୀ।
ମାଧବୀ ଡାକେ ହେ ଇଶ୍ୱର ! ତୁମ ଇଛାରେ ମୁଁ ନିମିତ୍ତ ମାତ୍ର। ଦୟାକର ପ୍ରଭୁ ଏ ସଂସାର ସୁନା ସଂସାର ହୋଇ ଯାଉ। ହାତ ଚୁଡି ବଜ୍ର ହେଉ। ପୁଅକୁ ଦିର୍ଘାୟୁ କର ଠାକୁର। ହେ ଶ୍ରୀହରି ହେ ଶ୍ରୀକୃଷ୍ଣ ଗୀରି ଧାରି ହେ ମୁରଲୀଧାରୀ ହେ ଦୁଃଖ ନାଶନ ହେ ଗୋବିନ୍ଦ ହେ ଚକ୍ରଧର ହେ କାଳିଆ ଦୀନଵାନ୍ଧବ ଦୁଃଖ ହର ପ୍ରଭୁ।
ଭାସି ଗଲି ଭବ ସାଗରରେ ରକ୍ଷାକର ।
ଏମିତି କାକୁତି ମୀନତି ହୋଇ ଠାକୁରଙ୍କୁ ମାଧବୀ ଡାକେ।
ସ୍ୱାମୀ ମଦୁଆ ପୂଜା ବେଳେ ପହଞ୍ଚିଗଲେ ସବୁ ସରିଲା। କାହିଁକି ପୂଜା କରୁଛୁ କହି ରଡ଼ି ଛାଡେ।
ହେଲେ ସଵୁଦିନ ଅଧ୍ୟାଏ ଭାଗବତ ପାଠ କରି ହରି ନାମ ନେଉଥାଏ ମାଧଵୀ।
ସେ ତ ଅନ୍ତର୍ଯ୍ୟାମୀ ସେ ତ ହୃଦୟ ଦେଵତା ସେତ ଦୁଃଖ ହାରି ଭକତ ପାଇଁ ଉଠି ଆସନ୍ତି ଅନନ୍ତ ଶୟନ ରୁ।
ଯେଉଁ ଘରେ ଭାଗବତ ଗୀତା ପାଠ ହୁଏ ସେଠି ବିପଦ ଟଳି ଯାଏ। ସେଠି ରୁହନ୍ତି ଭଗବାନ।
ଦୁଃଖ ସରିଯାଏ ସୁଖର ବର୍ଷା ହୁଏ ।ଧନ ସମ୍ପତ୍ତି ରେ ଘର ପୂରିଉଠେ। ଜୀଵନ ହସିଲା ପୂରିଲା ଲାଗେ।
ହେଲେ ମାଧଵୀର କିଛି ପରିବର୍ତ୍ତନ ହେଉନି।
ରଥଯାତ୍ରା ରେ ଯାଇ କାଳିଆ କୁ କହିଲା ଯଦି କିଛି ପରିବର୍ତ୍ତନ ନ କରିବୁ ମୁଁ ଜୀଵନ ହାରି ଦେବି ପ୍ରଭୁ
ଆଉ ଦୁଃଖ କଷ୍ଟ ଅତ୍ୟାଚାର ସହି ପାରୁନି । ଲୁହରେ ଧୋଇ ଦେଲା ପ୍ରଭୁ ଙ୍କ ପାଦଯୁଗଳ।ଆସ ପ୍ରଭୁ ମୋ ଘରକୁ ଚାହିଁ ଦିଅ ଆଡନୟନରେ। ନ ହେଲା ନାହିଁ କିଛି ନ ଦିଅ ହେଲେ ମୋ ପତିଙ୍କୁ ବଦଳାଇ ଦିଅ।
ଗୋଟେ ମଦୁଆ ତୁମ ମାନ ରଖୁନି ପ୍ରଭୂ।
ସେଦିନ ଗାଁ ରେ ଭାଗବତ ପାଠ ହେଉଥାଏ। ମାଧବୀ ସ୍ୱାମୀ ସେଦିନ ଆସୁଥିଲା ସେଇ ବାଟେ।
କାହିଁକି କେଜାଣି ତାର ମନ ହେଲା ପାଦ ପକାଇଲା ସେଠାକୁ ଭାଗବତ ପଢ଼ା ଚାଲିଛି ତା ମନରେ କିଛି ପରିବର୍ତ୍ତନ ଆସିଲା।
ସେ ଗୂଢ ରହସ୍ୟ ଶୁଣିବାକୁ ଇଛା ହେଲା। ସେ ଦିନ ଆସିଲା ତାପର ଦିନ ପୁଣି ଗଲା ।ଭାଗବତ ସପ୍ତାହ ଚାଲିଛି ଗାଁ ରେ ଜୋରଦାର। ପ୍ରଵଚକ ମାନେ ଆସି ପ୍ରବଚନ ଦେଉଛନ୍ତି। ଏମିତି ସବୁ ଦିନ ଗଲା ତା ପରେ ଭଗବାନଙ୍କ ସତ୍ତା ଅନୁଭଵ କଲା ସେ। ଭାବିଲା ମଣିଷ ଜୀଵନ କେଡେ ଦୁର୍ଲଭ ଜୀଵନ। ଭଗବାନ ଭଲ କର୍ମ ପାଇଁ ଜନ୍ମ ଦେଇଛନ୍ତି ଅଳିକ ଏ ଜୀଵନ
ମୁଁ କିଏ। ମୁଁ ତ ତାଙ୍କ ସନ୍ତାନ।
"କରି କରାଉ ଥାଏ ମୁହିଁ
ମୋ ବିନୁ ଅନ୍ୟ ଗତି ନାହିଁ "
ଯଦି ସେ ସବୁ କରୁଛି ମୁଁ ତାକୁ ହିଁ ଡାକିବି।
ସେହିଦିନରୁ ଭଲ ମଣିଷ ଟିଏ ହୋଇଗଲା। ନିତି ଡାକିଲା ହାତ ଯୋଡି। କ୍ଷମା ମାଗିଲା ଅମଣିଷ ପଣିଆ ପାଇଁ।
ମାଧବୀ ଭଗବାନ ଙ୍କୁ ଧନ୍ୟବାଦ ଦେଲା।
କହିଲା ହେ ପ୍ରଭୁ!
ତୁମେ ତ ଆମ ଚାରିପାଖରେ ସବୁଠି ସବୁ ବେଳେ ଅଛ
ତୁମକୁ ଚିହ୍ନି ପାରିଲେ ହେଲା।
ବଦଳିଗଲା ତା ଦୁନିଆ ପତି ଭଲ ପଥରେ ଯାଇ ଯାହା ରୋଜଗାର କଲା ସେଥିରେ ସେମାନେ ଆନନ୍ଦ ରେ ଚଳିଲେ। ପ୍ରଭୁ କହିଛନ୍ତି
ଯିଏ ମୋତେ ଯେମିତି ଖୋଜଇ
ମୁଁ ତାକୁ ସେମିତି ଦିଶଇ।
ହରିବୋଲ... ଜୟ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୂରାରୀ
ହେ ନାଥ ନାରାୟଣ ବାସୁଦେବ..!🙏🏻
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ