ଗଳ୍ପ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
୭ ଗଳ୍ପ ରୁମାଲ.
ଖଣ୍ଡେ ରୁମାଲ ରେ କଣ ଗଣ୍ଠିଲି କରି ହୁଏ ସବୁ ଭଲ ପାଇବାକୁ..
ସେ କଣ ପୋଛି ପାରେ ଆଖିର ସବୁ ଲୁଚା ଲୁହକୁ।
ହୃଦୟର ବେଦନାକୁ କଣ ଘୋଡାଇ ପାରିବ ଏଇ ରୁମାଲ ଖଣ୍ଡିକ।
ଥରଥର ଦେହରେ କଣ ଉଷୁମ ଭରି ପାରିବ ଏଇ ରୁମାଲ।
ପ୍ରେମ ର ପରିଭାଷା କଣ ଲୁଚିଥାଏ ଖଣ୍ଡେ କପଡାରେ
ତଥାପି ସେଇ ଚାଖଣ୍ଡେ କପଡ଼ା ପାଇଁ ଏତେ ବ୍ୟାକୁଳତା କାହିଁକି ତନ୍ମୟ ର...
ଭୂଲି ପାରୁନି ସୀମା
ଏତେ ଭଲ ପାଇବା କଣ ସତରେ ଅଛି ତନ୍ମୟ ହୃଦୟରେ...
ଆଜିବି ମନେ ଅଛି ସେଇ ଘଟଣାଟି ଦୁହେଁ ବନ୍ଧୁ ବନ୍ଧୁତା କଳଙ୍କ ଶୂନ୍ୟ ଏମିତି ଯାଇଥିଲେ ଦୁଇ ଜଣ ନିଜ ନିଜକାମରେ ଗୋଟିଏ ସ୍ଥାନ କୁ..।
ଗନ୍ତବ୍ୟ ସ୍ଥଳ ରୁ ଫେରିବା ପରେ ଇଛା କଲେ ସୀମା ତନ୍ମୟ କିଛି ସମୟ ପାର୍କ ରେ ବସି ଉଭୟ ମନ କଥା ହେବେ। ବନ୍ଧୁ ତାକୁ ପରଖି ନେବେ ସମ୍ପର୍କ ର କଷଟି ପଥରରେ।
ବୟସର ଅପରାହ୍ନ ରେ କଣ ଅସୁବିଧା ଯେ
ଉଭୟ ସମାଜ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି
କିଛି ଭୁଲ ବୁଝାମଣା ନାହିଁ ଭଲ ବନ୍ଧୁ ପରଷ୍ପର
ଵୋଧେ ଆଗ ଜନ୍ମ ରେ ସେମାନେ କିଛି ସମ୍ପର୍କୀୟ
ନା ତ ଏତେ ମିଠା କେମିତି ଏ ସମ୍ପର୍କ।
ବସିଥିଲେ ଯାଇ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ
କଥା ଆରମ୍ଭ ହେଲା ..
ଅତିତ ରୁ ବର୍ତ୍ତମାନ ପୁଣି ଭବିଷ୍ୟତ କାହିଁ କେତେ କଥା
ମନର ଆବେଗ ରେ ବାନ୍ଧି ହୋଇପଡୁ ଥିଲେ ଦୁହେଁ।ତୁହାକୁ ତୁହା ବର୍ଷା ବାହାରେ ବର୍ଷା ହୃଦୟରେ ଅନ୍ତର୍ଦାହ
ଝିପ୍ ଝିପ୍ ବର୍ଷାରେ ଭିଜିଯାଉଥିଲେ ଦୁହେଁ କେମିତି ଏଇ ଶ୍ରାବଣ ଛୁଆଁ ରେ। ପହିଲି ଛୁଆଁ ସତେ ମାଟିକୁ,
ନୀରଵି ଯାଉ ଥିଲା ମନ । କେମିତି ଏକ ନୁଆ ଭାବନା
ଛୁଇଁ ଯାଉଥିଲା ଦେହ ଆଉ ମନକୁ।
ଭିଜା ଶ୍ରାବଣର ମିଠା ସମୀରରେ ମିଠା ଅନୁଭବ।
ଦେଖୁଥିଲା ସୀମା ସତରେ ତନ୍ମୟ କେତେ ଭଲ ମଣିଷ ଟିଏ। କେତେ ମିଠା ଆକର୍ଷଣ ଦୁହିଁଙ୍କ ଭିତରେ
ନିଜର ନିଜର ଭାବ। ମଣିଷ ପଣିଆ ଦେଖି ସୀମା
ବହୁତ ଖୁସି ହେଉଥିଲା। ଅସୁସ୍ଥତା ମଧ୍ୟ ରେ ସୀମା
ସୁସ୍ଥତା ଅନୁଭବ କରୁଥିଲା ତନ୍ମୟ ର ମିଠା ବ୍ୟବହାର ରେ।ତନ୍ମୟ ବୋଧେ ନୀରବ ରେ ଭିଜିଵାକୁ ଭଲ ପାଉଥିଲେ। ପଢିଯାଉଥିଲେ ସୀମାର ହୃଦୟ କୁ
ମନ ଆଇନାରେ ସଜେଇ ଦେଉଥିଲେ ସୀମାର
ମମତା ଭରା ଚାହାଣି କୁ।
ଏମିତି କେତେ କଥା କେତେ ଖୁସିର ପସରା ନେଇ
ଆସିଥିଲା ସେ ଅଭୁଲା ଦିନ । ଦୁହେଁ ଦୁହିଁଙ୍କୁ ଦେଖିଥିଲେ
ପାଖରୁ। ପରିଚୟ ସତେ ସାତ ଜନ୍ମ ର
ଏ ଜନ୍ମର ଠିକଣା ଫେରାଇ ଆଣିଲା ବାସ୍ତବଦୁନିଆକୁ।ଇତସ୍ତତଃ ହୋଇ ଉଠିଲେ କିଛି ସମୟ ନୀରବତା
ମଧ୍ୟରୁ। ସୀମା ଭାଵୁଥିଲା କେତେ ମନ କଥା ଖୋଲି କହିଯିବ। କେତେ ଚାପା ଲୁହକୁ ଝରାଇ ଦେବ ଏଇ
ବନ୍ଧୁ ପାଖରେ। ମନର ଅବେଗରେ କେତେ ଏଣୁତେଣୁ କଥା।ମିଛ ହସ ଥିଲା ଓଠରେ।ଛାତିରେ କୋହର ବରଫ।ତରଳି ନ ଯାଉ ରହିଯାଉ ଛାତି ତଳେ।
କାହିଁକି କହିବ କଣ ପାଇଁ ଦୁଃଖ ଦେବ ତନ୍ମୟ ମନରେ
ଟିକେ ମିଛ ହସ ହସିଦେଲେ କ୍ଷତି କ'ଣ। ସମୟ ତ ଭଲ ରେ କଟିଯିବ ନା। ସେମିତି ହିଁ ହୋଇଥିଲା କେତେ
କଥା କେତେ ଵ୍ୟଥା ରହିଗଲା ଛାତି ତଳେ।
ସମୟ ସତର୍କ କରିଦେଲା ଫେରିବାକୁ ହେବ ଉଭୟଙ୍କୁ ନିଜ ରାସ୍ତାରେ। ଉଭୟଙ୍କ ପରିବାର ପାଖକୁ।
ହଠାତ୍ ଉଠି ପଡ଼ି ଚାଲି ଗଲେ କାର୍ ପାଖକୁ
ରହିଗଲା ସୀମା ପକାଇ ବସି ଥିବା ରୁମାଲ୍ ଟି।
ବହୁତ ବାଟ ଗଲା ପରେ ନୀରବତା ଭଙ୍ଗକରି
ସୀମା କହିଲା ରୁମାଲ୍ ଟି ରହିଗଲା।ଥାଉ ଚଳିବ
କିନ୍ତୁ କାହିଁକି କେଜାଣି ତନ୍ମୟ ବ୍ୟସ୍ତ ହୋଇ ପଡିଲେ
ପୁଣି କାର ଫେରାଇ ନେଲେ ସେଠାକୁ
ସୀମା ଜାଣିପାରିଲାନି ବାଟ ,ସେଠି ପହଞ୍ଚିଲା ପରେ
ଜାଣିଲା ଯେ ପୁଣି ସେ ଆସିଛି। ତନ୍ମୟ ତରତର ହୋଇ ଯାଇ ଦେଖିଲେ ରୁମାଲ ପଡ଼ିଛି।ନେଇ ଆସି ଖୁସିରେ
ଦେଲେ ସୀମା ତୁମ ରୁମାଲ ନିଅ।ସୀମା ହସିଦେଲା।
ଆରେ ଏ ସାମାନ୍ୟ ରୁମାଲ ପାଇଁ କାହିଁକି ଏତେ ବ୍ୟସ୍ତ।
ତାପରେ ବିଦାୟ ନେଇ ଫେରିଗଲେ ତନ୍ମୟ
ସୀମା ଫେରିଲା ଯାଏ ଭାବୁଥାଏ ଯଦି ସାମାନ୍ୟ ରୁମାଲ ପାଇଁ ତନ୍ମୟ ଏତେ ବ୍ୟସ୍ତ। ତାପାଇଁ କେତେ..?
ସତରେ କେତେ ଭଲ ବନ୍ଧୁ ଟିଏ।ବନ୍ଧୁ ର ପରିଭାଷା
ଖୋଜୁଥିଲେ ସୀମା...
ଖୁବ୍ କମ୍ ଦିନରେ ହୁଏତ ସୀମା ବିଦାୟ ନେଇ ପାରନ୍ତି
ସଂସାର ରୁ। ରୋଗୀଣା ଶରୀର..
ତନ୍ମୟ ! ଦେଇ ପାରିବେ ତ ବନ୍ଧୁତା ର ବିଦାୟ ତାଙ୍କୁ।
ଏ ରୁମାଲ ବଢାଇ ଦେଲା ସମ୍ପର୍କକୁ, ପୋଛି ଦେଲେ ଲୁହ ସଵୁ ରୁମାଲ ରେ।
ଚାହିଁଲେ ଶୂନ୍ୟ ଆକାଶକୁ.....
ଖୋଜୁଥିଲେ ବିଶାଳ ଆକାଶରେ ବିଶାଳ ହୃଦୟକୁ..
ଚାପି ଧରିଥିଲେ ରୁମାଲ ଟିକୁ ଖୁବ୍ ଜୋରରେ ନିଜ ଛାତିରେ ଆଉ ଅନୁଭଵ କରୁଥିଲେ ତନ୍ମୟ ର ସ୍ପର୍ଶ କୁ ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର (ରହଣି ଇଵ୍ ଥର୍ମାଲ ଵନହରପଲି ଝାରସୁଗୁଡ଼ା)
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ