କବିତା · ନଭେମ୍ବର ୧୯, ୨୦୨୧ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏1
ହେ ନାଥ ନାରାୟଣ
ଘେନ ପୁଣ୍ୟ ପୂର୍ଣ୍ଣିମା ରେ ସାଷ୍ଟାଂଗ ପ୍ରଣାମ...
ହେ ପୁଣ୍ୟ ର ଠାକୁର ହେ ଜଗତର ନାଥ..
ଧୋଇ ଦିଅ ମନରୁ କଳୁଷ ଜୀବନ ହେଉ ଧନ୍ୟ
ହେ ଆର୍ତ୍ତତ୍ରାଣ ପୁଣ୍ୟ ଭାବନା ଭରି ଦିଅ
ଭାବକୁ ନିକଟ ତୁମେ ଅଭାବକୁ ଅଟ ଦୂର।
ହେ ଭାବର କଳା ଠାକୁର...!
ଗାଳି ସହିଥାଅ ତୁମେ ଗର୍ବ ସହି ନ ପାର
ହେ ଗର୍ଵ ଗଞ୍ଜନ!
ମନରୁ ଗର୍ଵ ଇର୍ଷା ପରଶ୍ରୀକାତରତା ହରି ନିଅ
ସବୁ କଳୁଷ କୁ ଦୂରେଇ ସଦ୍ ଜ୍ଞାନ ଭରି ଦିଅ
ଭୋ ନାଥ ନାରାୟଣ ପାପ ମାରି ତପି ତାର
ତୁମ ରାସ ପୂର୍ଣ୍ଣିମା ରେ ତୁମ ରାସ କେଳିରେ
ହରଷ ଭରିଦିଅ ସବୁ ମନରେ..।
ପ୍ରେମମୟ କର ଏ ଜଗତକୁ ହେ ପ୍ରଣୟ ଠାକୁର
ଜୟ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୂରାରୀ ହେ ନାଥ
ନାରାୟଣ..
ନାଥ ହେ ଏ ଜୀବନ ପରା ତୁମ ଦାନ ଭଗବାନ
କାହିଁକି ପାପ ଭରେ ପ୍ରଭୁ ଏ ମଣିଷର ମନ..
ଏଇ ଡଙ୍ଗା ଭସାଣ ରେ ପାପ ସବୁ ଭାସାଯାଉ
ତୂମ ମହୋଦଧି ର ପୁଣ୍ୟ ଜଳରେ..।
ଯୁଗ ଯୁଗ ପାଇଁ ମଣିଷ ପୁଣ୍ୟ ସଞ୍ଚି ଥାଉ ଭାଗ୍ୟ ରେ
ସରଳ କର ହେ ନାଥ ଏ ମଣିଷ ଜୀବନ
ଆଜି ତୁମ ତୁଳସୀ ରେ ହସିଉଠୁ ସଭିଙ୍କ ସଂସାର..
ଛଳନା କପଟ ମନକୁ ତୁମେ ପ୍ରେମ ଭରି ଦିଅ
ହେ ପ୍ରେମମୟ ଠାକୁରଏ ଜଗତ ହେଉ ପ୍ରେମ ମୟ
ତୁମ ରାସ ରେ ତୁମେ ମଜ୍ଜି ଯାଅ ହେ ନାଥ
ଏ ଦୁନିଆରେ ଖୁସି ବାଣ୍ଟି ଦିଅ ହେ ଜଗନ୍ନାଥ
ଜଗନ୍ନାଥ ମୟ ହେଉ ଏ ଧରାଧାମ..
ହେ ନାଥ ଏଇ ଲୀଳା ଭୂମିରେ କେତେ ଲୀଳା ତୁମର
ହେ ଲୀଳାମୟ ଘେନ କୋଟି ନମସ୍କାର... ।
ଜୟ ଜଗନ୍ନାଥ 🙏 ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ