କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
ସକାଳୁ ଉଠିଲେ ଆଖି ଆଇନାରେ
ତୁମ ଛବି ଚାଲି ଆସେ
ମନ ଅଗଣା ମୋର ଆପେ ଆପେ
ତୁଳସୀ ତୁଳସୀ ବାସେ।
ଫୁଟିଯାଏ ଭକତି ଫୁଲ ସବୁ ତୁମରି
ସେବା ପାଇଁ ନିତି
ମନର ନୈବେଦ୍ୟ ବାଢି ଦିଏ ସକାଳୁ
ମନ ହୋଇଯାଏ ଖୁସି।
ସକାଳ ପ୍ରଣତି ଘେନ ଏତିକି ମୀନତି
ମୋର ହେ ଭଗବାନ
ଯାହା ଦେଇଅଛ ଜୀବନେ ସବୁପରା
ତୁମରି ଦାନ
ହେଉ ସୁଖ ଅବା ଦୁଃଖ ନାହିଁ ମୋର
ମନେ ଅଭିମାନ।
ସକାଳ ପ୍ରଣତି ଢାଳିଦେଲି ତୁମପାଦେ
ଯୋଡି ଦୁଇ ହସ୍ତ ମୋର
ସମର୍ପିତ ଏ ଜୀବନକୁ ତୁମ ପାଖରେ
ଜୀବନ ଦାତା ହେ ଭଗବାନ ।
କୋଟି ହୃଦୟର ମୈ।ଡମଣିହେ ଜାଣ
କୋଟି ମନର କଥା
ସେଥିପାଇଁ ସିନା ସହିପାରନି କେଵେ
କାହାରି ମନର ବ୍ୟଥା।
ଭାଙ୍ଗିଯାଇଥିବା ମନରେ ଦିଅ ତୁମେ
ଶତ ସିଂହର ବଳ
ସଂସାର ଦାଣ୍ଡରେ ଚାଲିବାକୁ ତୁମେ
ଅନ୍ଧର ଆଶା ବାଡ଼ି ଭଗବାନ।
ମନ ସିଲଟରେମୋ ତୁମ ନାମ ସଦା
ରହିଥାଏ ଲେଖା
ଅଲିଭା ଗାର ଟାଣି ହୋଇଯାଏ ଜମା
ଲିଭେନା ହେ ଭାଗ୍ୟ ବିଧାତା।
ଖାଲି ସକାଳ ନ ହେଉ ସାରା ଦିନ
ହେଉ ଶୁଭ ମୟ
ଶୁଭଙ୍କର ହେ କଳା ଠାକୁର ହେ ଦିବ୍ୟ
ଦିଅ ତୁମର..
ଜୟ ଜଗନ୍ନାଥ ରେ ଦିନ ଆରମ୍ଭ ହେଲା
ଜଗତର
ଜୟ ଜଗନ୍ନାଥରେ କର୍ମମୟ ଶୁଭ ହେଉ
ସଭିଙ୍କର ଏ ସଂସାରର।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ