କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
ଶୀର୍ଷକ "ସକାଳ ଧୂପରେ ସଞ୍ଜ ସଳିତା
ରେ ତୁମେ"
ସକାଳ ଧୂପରେ ତୁମେରେ କାଳିଆ
ସଞ୍ଜ ସଳିତାରେ ତୁମେ
ଏମନ ଅଗଣାରେ ତୁମେରେ କାଳିଆ
ମୋ ହୃଦୟ ଵେଦୀରେ ତୁମେ।
ଠାକୁର ଘରର ଘଣ୍ଟି ଶଙ୍ଖ ଧ୍ବନିରେ
ତୁଳସୀ ଚଉଁରା ମୂଳେ ତୁମେ
ଓଁ କାର ଧ୍ୱନିରେ ତୁମେ ରେ କାଳିଆ
ମନ୍ତ୍ର ଉଚ୍ଚାରଣ ରେ ଆସ ତୁମେ।
ମନର ଆବେଗରେ ତୁମେ ରହିଥାଅ
ମୋ ଅନୁଭଵରେ ତୁମେ
ମୋ ଆଖି ଯୁଆଡ଼େ ଯାଏ ଆଗରେ
ଦେଖା ଯାଅ ଖାଲି ତୁମେ।
ଶୁଷ୍କ ମରୁଭୂମି ଅଵା ଅଥଳ ସାଗରେ
ଶୂନ୍ୟ ବ୍ରହ୍ମାଣ୍ଡରେ ଥାଅ ତୁମେ
ରହିଥାଅ କୀଟଠୁ ବ୍ରହ୍ମାଣ୍ଡ ଏଇ ସ୍ପନ୍ଦନ
ଭିତରେ ତୁମେ।
ନୀଳ ନୀଳ ଆକାଶ ବୁକୁରେ ସକାଳୁ
ଦେଖାଦିଅ ତୁମେ
ନୀଳ ଦରିଆର ଲହରୀ ଭିତରେ ନାଚି
ନାଚି ଆସ ତୁମେ ।
ପ୍ରତିଟି ଜୀଵର ଆତ୍ମାରେ ରହି ଭଲମନ୍ଦ
ପରଖୁ ଥାଅ ତୁମେ
କଣ୍ଟକିତ ଜୀବନ ପଥ ଧାରେ ହାତ ଧରି
ଧରି ନିଅ ତୁମେ।
ପଡ଼ିଗଲା ବେଳେ କୋଳେଇ ନିଅ ହାତ
ଧରି ନେଇ ତୁମେ
ଏ ଦୁନିଆରେ ସବୁ ପର ହେଲା ବେଳେ
ନିଜର ଖାଲି ତୁମେ।
ସାହସ ,ଶକତି, ଧୈର୍ଯ୍ୟ ,ଭରସା ,ଦେଇ
ସଂସାର ନାବ ଚଳାଅ ତୁମେ।
ମୋ ମନର ନୈବେଦ୍ୟକୁ ଦେଇ କୋହର
ଆଳତୀରେ ଡାକୁ ଥାଏ
ତୁମରି ନିର୍ଦ୍ଦେଶରେ ମୋ ସଂସାର ନାଵକୁ
ଚଳାଇ ନିଏ।
ଅଦୃଶ୍ୟରେ ରହି ସକାଳୁ ସଞ୍ଜ ଯାଏ ସବୁ
କରୁଥାଅ ତୁମେ
ନିମିତ୍ତ ମାତ୍ର ମୁଁ ସବୁ ଅସମ୍ଭବକୁ ସମ୍ଭାବ
କର କେବଳ ତୁମେ।
ରାତି ପାହିଲେ ତୁମେ ଆସ ମନ ମନ୍ଦିରକୁ
ମୋର ଦେଵତା ହୋଇ
ସଞ୍ଜ ହୋଇଗଲେ ଅନ୍ଧାର ଭିତରେ ତୁମେ
ଥାଅ ମୋ ସାଥେ ରହି।
ଏମିତି ଥାଅ ହେନାଥ ସକାଳୁସଞ୍ଜ ଭାବନା
ଭିତରେ ତୁମେ ରହି।
ତୁମ ସେବାରେ ଯାଉ ଛାର ନାରୀ ଜୀବନଟି
ଧନ୍ୟ ହୋଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏼
ସ୍ୱର୍ଣ୍ଣ ଲତା ଲେଙ୍କା/ ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ