କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
ସକାଳ ପ୍ରଣତି ଘେନ ହେ ଜଗନ୍ନାଥ
ମନ ରହୁ ସଦା ତୁମ ପାଖେ ସମର୍ପିତ ।
ସୁଖ ନିଦ୍ରା ଭାଗିଗଲା ପରେ ଦୁଃଖର
ଚାଦର ମନକୁ ଵେଢେ
ମଇଳା ଚାଦର କାଢିବା ପାଇଁ ତୁମକୁ
ପ୍ରଭୁ ହେ ସ୍ମରଣ କରେ
ଦରଜ ମନେ ପରା ତୁମେ ଶାନ୍ତିର ମଲମ
ଭଙ୍ଗା ହୃଦୟେରେ ତୁମେ ଦୃଢ଼ ପ୍ରାଚୀର।
ଆଖି ଖୋଲୁ ଖୋଲୁ ତୁମେ ଆସ ହେପ୍ରଭୁ
ତୁମ ଦିବ୍ୟ ରୂପରେ କଟିଯାଉ ଵିପଦ ସବୁ
ଗଢି ଦିଅ ନାଥ ହେ ମନରେ ଶକ୍ତ ପ୍ରାଚୀର
କେବେ କାହାପାଇଁ ମନ ନ ଭାଙ୍ଗୁ କାହାର।
ଯନ୍ତ୍ରଣାର ଜଉ ଘରେ ଏଠି ଜଳୁଛି ଜୀଵନ
ତୁମେ ପରା ନାଥହେ ଶାନ୍ତିର ଅଗରୁ ଚନ୍ଦନ
ଆସ ମହକ ଭରି ହୃଦୟକୁ ସକାଳୁ ସକାଳୁ
ତୁମ ସ୍ମରଣ ଭଜନରେ ସାରା ଦିନ କଟିଯାଉ।
ତୁମ ସ୍ମରଣରେ ଦିନ ଶୁଭମୟ ହୋଇଯାଉ
ହେ କମଳାପତି ତୁମେତ ସଵୁ ସୁଖ ସମ୍ପତ୍ତି
ଆଉ କି ସୁଖ ଲୋଡ଼ା ମୋର ପ୍ରଭୁ ହେ....
ତୁମେ ପାଖେଥିଲେ ଆପେ ସବୁ ଅଜାଡି ହୁଏ।
ଆସୁଥାଅ ଏମିତି ସକାଳୁ ସକାଳୁ ହୃଦୟକୁ
ଶାନ୍ତିର ଗଙ୍ଗା ହୋଇ
ଦିନ ଖୁସିରେ କଟି ଯାଉ ତୁମରି ନାମକୁ ନେଇ
ଅଳିଆ ଗଦାରୁ ମନ ଆସି ପଦ୍ମ ପୋଖରୀରେ
ବୁଡି ଯାଉ
ତୁମ ପାଦତଳେ ରହୁ ଏ ମନ ପଦ୍ମ ଫୁଲପରି
ପବିତ୍ର ହୋଇ ରହୁ।
ହୃଦୟ ରେ ଅସୀମ ଶାନ୍ତି ତୁମ ଆଶିଷ ରେ
ଭରି ଯାଉ ...
ଏମଣିଷ ଜନ୍ମ ତୂମକୁ ପାଇ ଧନ୍ୟ ହୋଇ ଯାଉ
ପାପ ପଙ୍କରୁ ଉଦ୍ଧାର ନାଥ ଅସହ୍ୟ ଜୀଵନ
ତୁମ ନାମରେ ହେଉ କୋଟି ପୁଣ୍ୟ ଭାଗ୍ୟର।
ଲକ୍ଷ୍ମୀ ପତି ହେ ବାରେ ଘେନ ମୋର ମୀନତି
ଦିଅ ତୁମେ ଏମିତି ଗହଣା ମୋର ଗଳାରେ
ଶୋଭା ପାଉ ସତ୍ୟ ଶାନ୍ତି ଆଉ ପ୍ରେମରେ
ଇର୍ଷା କାମନା ବାସନା ଗର୍ବ ଅହଙ୍କାର ଯାଉ
ଅନେକ ଦୂରେ..
ମହାପ୍ରଭୁ ହେ ନାରୀ ଜନ୍ମ ମୋ ସାର୍ଥକ ହେଉ
ବାନ୍ଧି ଦିଅ କର୍ତ୍ତବ୍ୟ ଡୋରି ରେ।
ଜୟ ଜଗନ୍ନାଥ ରେ ଦିନ ଶୁଭମୟ ହୋଇ ଯାଉ
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ ହେଉ ଥାଉ
ଜୟ ଜଗନ୍ନାଥ 🙏🏼 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ