କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
ସକାଳ ପ୍ରଣତି ଘେନ ମାଧବ
ସମର୍ପିତ ତୁମ ପାଦ ତଳେ
ମହାବାହୁ ହେ ହୀନ ମଣିଷ କୁ
ରଖ ତୁମ ଭୂଜ ତଳେ।
ମଧୁମୟ ହେ ମନକୁ ହଜାଇ ଦିଅ
ତୁମ ମଧୁର ବଂଶୀ ସ୍ୱରରେ
ଆନନ୍ଦ ମୁଖର କର ସଂସାରକୁ
ଆନନ୍ଦ ମୟ ହେ।
ପୂଜା ଜାଣିନାହିଁ ମନ୍ତ୍ର ଜାଣିନାହିଁ
ଜାଣି ନାହିଁ ତୁମ ଗୂଢ ତତ୍ତ୍ୱ
ଏତିକି ବୁଝିଛି ପ୍ରଭୁ ଜଣେ ଅଛି
ରଖିବାକୁ ଏଇ ସଂସାର।
ତା'ର ଇଛାରେ ଆସେ ଚନ୍ଦ୍ର ସୂର୍ଯ୍ୟ
ଏଇ ପୃଥିବୀକୁ
ଋତୁ ବଦଳେ ଏଇ ସଂସାର ରେ
ବଦଳି ଯାଏ ଜୀବନର ସବୁ।
ଜୀଵନ ପାତ୍ର ମୋ ଭରି ଦିଅ ଠାକୁର
ତୁମରି କରୁଣା ଜଳରେ
ପଥ ପ୍ରଦର୍ଶକ ହେ ପଥ ଦେଖାଅ
ମୁଁ ଅଜ୍ଞାନି ଅନ୍ଧାରେ ଭିତରେ।
ମାୟା ସଂସାର ରେ ମତିଭ୍ରମ ହୁଏ
ପ୍ରଭୁ ହେ କ୍ଷଣ କ୍ଷଣ
କେଉଁ ବାଟରେ ଚାଲିବି ନାଥ ହେ
ଚାରିପାଖେ କଣ୍ଟାର ପାହାଡ ।
ହଜାଇ ଦିଅ ହେ ନାଥ ମନକୁ ମୋର
ତୁମରି ଭାବନା ଭିତରେ
ସବୁ ଦୂର କରିଦିଅ ଏ ମନରୁ ମୋର
ବାନ୍ଧି ଦିଅ ତୁମ ଭାଵ ବନ୍ଧନରେ।
ମାୟାରେ ବନ୍ଧନ କେତେ ଯେ କଠିନ
ଫିଟୁ ନାହିଁ ସେ ଗଣ୍ଠି
ରଖ ମନ ନାଥ ହେ ତୁମରି ପାଖରେ
ପ୍ରଭୁ ହେ ଏହି ମୋର ମୀନତି।
ଦେବା ପାଇଁ ମୋ ପାଖରେ କିଛି ନାହିଁ
ସବୁ ତ ତୁମରି ଦାନ
ଭକ୍ତି ର ଅର୍ଘ୍ୟ ଦେଉଛି ସକାଳୁ ସକାଳୁ
ଛାମୁ ହେ ଘେନ।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ ହେଉ
ସଂସାରରେ।
ଜୟ ଜଗନ୍ନାଥ ରେ କରୁଣା ଵାରି ଝରି
ପଡୁ ଭକତ ଉପରେ।
ଜୟ ଜଗନ୍ନାଥ 🙏🏼
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା/ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ