କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମପାଖେ ମୁଁ ହେଲି ସମର୍ପିତ
ମୁଁ ବୋଲି ଯେଉଁ ଅହଂ ଭାବକୁ
ନାଶ କର ନାଥ ମୋର ମନରୁ।
ସକାଳ ହେଲେ ଆସ ମନରେ
କଟିଯାଉ ଏଦିନ ସୁଭାବନାରେ
ଦିନଯାଉ ଭଲେ ତୁମ ନାମରେ
ହରି ନାମ ସାର ପରା ସଂସାରେ।
ଭାଂଗି ଯାଇଥିବା ମନ ଗଢି ହୁଏ
ହଜିଯିବା ସ୍ୱପ୍ନ ସବୁ ଫେରିଆସେ
କାହିଁକି କେଜାଣି ନାଥ ଏ ଜୀବନ
ଭାର କଷ୍ଟ ଦିଏ ବେଳେ ବେଳେ।
ବୁଝିକି ଅବୁଝା ଏ ମାୟା ସଂସାର
ଇଛାରେ ହସାଅ ଇଛାରେ କନ୍ଦାଅ
ତୁମ ଇଛାରେ ଚାଲୁଛି ମୁଁ ଇଶ୍ୱର
କେବେ ନିଅ ତତଲା ବାଲି ରେ
କେବେ ଭସାଅ ସାଗର ଭିତରେ।
ଇଛାରେ ଚାଲେ ମୁଁ ମଣିଷ ଟିଏ
ସବୁତ ତୁମର ମୁଁ ଅବା ଆଉ କିଏ
ଯାହ ଏମନ ଭାବନା ସବୁ ତୁମର
ଖାଲି ହାତ ଯୋଡେ ହେ ଇଶ୍ୱର।
ଭଲ ଲାଗେ ତୁମରି ନାମ ନେଲେ
ତୁମ ନାମେ ଜୀବନ ଭେଳା ଚାଲେ।
ଵୁଝେ ମନ ତୁମପରି କେଇ ନୁହେଁ
ଖୋଜିଛି ଜୀବନରେ ଅନେକ କିଛି
ଶେଷରେ ତୁମରି ନାମକୁ ତ ପାଇଛି
ତୁମ ନାମରେ ମନେ ଆନନ୍ଦ ଭରିଛି।
ଅଧମ ମଣିଷକି ବୁଝେ ତୁମ ମାୟାକୁ
ମାୟାଜାଲରେ ଛଟପଟ କରେ ନିଜକୁ
ଯଦି ଵୁଝନ୍ତେ ସଭିଏଁ ମିଛ ଏ ସଂସାର
କାହିଁକି ଲାଗନ୍ତା ପ୍ରଭୁ ଏତେ ବେପାର।
ମୁକ୍ତି ନାହିଁ ତୁମ ପଦ୍ମପାଦ ବିନା ମଣିଷକୁ
ମାଗୁଛି ଆଞ୍ଜୁଳାଏ ଆଶିଷ ତୁମ ପାଖରୁ
ଦିଅ ହେ ନାଥ ସଭିଙ୍କୁ ତୁମ ତୁଳସୀ ଜଳ
ତନମନ ହେଉ ପବିତ୍ର ଏ ମଣିଷ ମନର।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ