କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଶୀର୍ଷକ "ଚାରି ଦୁଆର "
ଜୟ ଜଗନ୍ନାଥ 🙏🏼
କୋଟି ପ୍ରଣତି ହେ ନାଥ।
ଚାରି ଦୁଆର ଖୋଲି ଦେଲ
ପ୍ରଭୁ ଭକତ ପାଇଁ
କେଉଁ ଦୁଆର ଦେଇ ଯିବି
ଦେଖା ହେବ ଗୋସାଇଁ ।
ଗହଳ ଚହଳ ଲାଗିଛି ନାଥ
ଠେଲା ଠେଲି ବହୁତ
ଅସୁସ୍ଥ ଶରୀରରେ କେମିତି ଯିବି
ଭେଟ କରି ଠାକୁର ।
ପଞ୍ଚମ ଦୁଆର ଖୋଲିଦିଅ ନାଥ
ଭକତ ଡାକ ଶୁଭୁଥିଵ
ଏଇଠୁ ଡାକିଲେ ସେଇଠି ଶୁଣିବ
ଢାଳିବ କରୁଣା ତବ।
ଆସୁଛି ଆଗକୁ ରଥ ଯାତରା
ବଡ ଦାଣ୍ଡ ରେ ଚାହିଁ ଥିବି
ସେଇଠି ଦେଖିବି କଳା ଶ୍ରୀମୁଖକୁ
ମନ କଥା କହୁଥିବି।
ମନ ଚଞ୍ଚଳ ଦେଖିବାକୁ ତୁମକୁ
ନୟନ ହୁଏ ଅଧିର
ବାଙ୍କ ଚାହାଣୀରେ ମୁରୁକି ହସି
କରୁଣା ଢାଳି ଦେବ ଅପାର।
ଵଡସାନ ଧନି ଗରିବ ସବୁ ପରା
ସେଠି ସମାନ
ଭକତିରେ ଜିଣି ପାରିବ ତୁମକୁ
କେଵଳ ଭକତ ଜନ।
ଆଶିଷ ଢାଳି ଦେବ ହେ ନାଥ
ମୁଁ ତୁମ କୃପା ଭିକାରୀ
ପୋଛି ଦେବ ଲୁହ ଏତିକି ବିଶ୍ୱାସ
ଅଛି ମୋହରି।
ସବୁ ମଙ୍ଗଳ କରିବ ନାଥ ତୁମେ
ପରା ମଙ୍ଗଳ ମୟ
ତୁମରି ନାମରେ ସର୍ବ ଶୁଭ ହେଉ
ଏତିକି କରୁଣା କର ଦୟାମୟ।
ଜୀବନ ସାରା ବୋଝ ଵୋହି ବୋହି
ତୁମକୁ ଯାଇଛି ଭୁଲି
ଏବେ ଯିବା ବେଳେ ଦିଅ ହେ ନାଥ
ତୁମରି କରୁଣା ଢାଳି।
ଏତିକି ଅନୁଭଵ ମୋହର ତୁମେ ତ
ରହିଛି ପାଶେ
ଦୁଃଖ ହେଉ କି ସୁଖ ହେଉ ତୁମ ପାଇଁ
କେବଳ ମୁଁ ହସେ।
ଚାରି ଦୁଆରେ ଯାଇ ପାରିଲିନି ରହିଛି
ଚାହିଁ ରଥକୁ
ଛୁଇଁ ଦେବି ରଥ ଦୈାଡି ମନ ଚାଲି
ଯିବ ପୁଣ୍ୟ ପଥକୁ।
ଜୟ ଜଗନ୍ନାଥ 🙏🏼 ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ