କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
କୋଟି ପ୍ରଣତି ଘେନ ହେ ନାଥ
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
ଛନ୍ଦା ଚରଣରେ ଏମନକୁ ବାନ୍ଧ
ଆନନ୍ଦ ଆନନ୍ଦ ହେ ଆନନ୍ଦମୟ
ତୂମ ନାମରେ ଜୀବନ ମଧୁମୟ ।
ହେ କମଳାକାନ୍ତ ପ୍ରଭୁ ଶ୍ରୀଜଗନ୍ନାଥ
ଶ୍ରୀ ରେ ଭରି ଦିଅ ନାଥ ଏଜଗତ
ହଟିଯାଇ ସବୁ ଦୁଃଖ ଅବଶୋଷ
ଆନନ୍ଦ ଭରିଦିଅ ହସୁଥାଉ ଜଗତ।
ତୁମ ନାମ ସବୁଠୁ ବଡ଼ ମହୋଷଧି
ଦିଏ ରୋଗ ଶୋକରୁ ନିଶ୍ଚୟ ମୁକ୍ତି
ହୃଦୟ ଭିତରେ ତୁମକୁ ଦେଖିଲେ
ତନମନ ଆପେ ପବିତ୍ର ହୋଇଯାଏ।
ଜାଣିନକି ନାଥ ଦୁଃଖ ସାଗରରେ
ଜୀଵନ ଭାସେ ଅହରହ ସଂସାରେ
ଯନ୍ତ୍ରଣା ବଢିଗଲେ ତୁମକୁ ଖୋଜେ
ମୃତସଞ୍ଜିବନି ମିଳେ ତୁମ ନାମରେ।
ଭାସୁଛି ଜୀଵନ ତରି ମଝି ନଈରେ
କେମିତି ପାରିହେଵି କୁହ ଠାକୁରେ
ଅବଶ ଦେହକୁ ଭାରାକ୍ରାନ୍ତ ଏମନ
ତଥାପି ବୋଝ ଵୋହୁଛି ଏ ଜୀବନ।
ସକାଳରୁ ସଞ୍ଜ ଡାକେ ଦିଵା ନିସି
ଲାଘବ କର କଷ୍ଟ ହେ କମଳାପତି
ପାହୁ ଦୁଃଖରାତି ଦିବ୍ୟଜ୍ୟୋତି ରେ
ହସୁ ସଂସାର ତୁମ ମଧୁର ହସରେ।
ମଧୁମୟ ହେ ମଧୁସୂଦନ ଦାରୁଵ୍ରହ୍ମ
ତୁମ ପାଦରେ କୋଟି ନମ୍ଃ ନମ୍ଃ
ଜୀଵ ଜାଗି ଉଠୁ ନେଇ ତୁମ ନାମ
ସର୍ବ ମଙ୍ଗଳ ହେଉ ହେ ଜଗନ୍ନାଥ।
ଆସ କୃଷ୍ଣ ରୂଫରେ ରାଧା ସାଙ୍ଗରେ
ହସୁଥାଅ ବସି ନାଥ ଦୋଳ ଵିମାନେ
ଫଗୁ ଦଶମୀରେ ଦିଅ ଅବିର ଛାଟି
ରଙ୍ଗମୟ ହେଉ ଜୀଵନ ଉଠୁ ଝଲସି ।
ପ୍ରେମର ମୁରଲୀ ବଜାଇ ଦିଅ ନାଥ
ପ୍ରେମମୟ ହୋଇ ଉଠୁ ଏଇ ଜଗତ
ଇର୍ଷା ଵଢିଗଲାଣି ଏଇ କଳିଯୁଗରେ
ମମତା ଵଢାଇଦିଅ ମୁରଲୀ ସ୍ୱରରେ।
ଫଗୁ ଦଶମୀରେ ଆସ ଫଗୁ ରଙ୍ଗରେ
ରଙ୍ଗିନ କର ଜୀବନ ଫିକା ସଂସାରେ
ମମତାର ମଞ୍ଜି ଶୁଣି ଦିଅ ସଂସାର ରେ
ଝରୁ ମମତାର ଝରଣା ପ୍ରତି ହୃଦୟରେ।
ଏତିକି ମୀନତି ଠାକୁର ତୁମ ପାଦତଳେ
ସମର୍ପିତ ହେଉ ଜୀବନ ତୁମ ପାଦରେ
ସରିଯାଉ ସବୁ କାମନା ବାସନା ଏଇଠି
ଆଉ ଜନମ ଦେବନି କରେ ଏହି ମୀନତି ।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ