କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏻
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଖେ ଏ ଜୀଵନ ସମର୍ପିତ।
ସମୟ ସ୍ରୋତେ ଭାସୁଛି ଜୀବନତରୀ
ଉଦ୍ଧାର କର ମାଧବ ହେ ଦୈତାରୀ।
ନୀଳ ନୀଳ ସେଇ ସାଗର କୂଳରେ
ବସିଛ ଠାକୁର ହେ ନୀଳାଚଳ ରେ
କି ସୁନ୍ଦର ଦିଶେ ସେ ନୀଳ କନ୍ଦର
ସବୁଠୁ ସୁନ୍ଦର ତୁମେ ନୀଳ ମାଧବ।
ଶୂନ୍ୟ ଏ ମନ ମନ୍ଦିର ଝଲସି ଉଠେ
ତୁମ ଭାବନା ରେ ମନ ପୂରି ଉଠେ
ଏଇ ମନ ମୋର ଲୋଟଣୀ ପାରା
ମନ ଶ୍ରୀମନ୍ଦିରେ ବସା ବାନ୍ଧିଛି ପରା
କଳ୍ପବଟ ରେ ବାନ୍ଧିଛି ମନର ଡୋରି
ମନସ୍କାମନା ପୁରଣ କର ଶ୍ରୀହରି।
ପଙ୍କଜ ପାଦକୁ କରେ କୋଟି ପ୍ରଣାମ
ସେ ପାଦେ ସଦା ରହୁ ଏ ପାପ ମନ
ଭାଵନା କର ମାର୍ଜିତ ପ୍ରଭୁ ଜଗନ୍ନାଥ
ସକାଳୁ ଏମନ ଲାଗୁ ଥାଉ ପବିତ୍ର।
ତନ ମନ ପବିତ୍ର କର ତୁମ ନାମରେ
ଜୀଵନ ହେଉ ଧନ୍ୟ ତୁମ ଭଜନରେ
ଶୂନ୍ୟ ମନରେ ଥାଅ ଶୂନ୍ୟ ଦେବତା
ମୋ ଭାବନାରେ ନିତି ତୁମେ ଆସୁଥା।
ଭାଵ ଦିଅ ଏଅଭାବି ମନରେ ମୋର
ତୁମ ନାମରେ ସର୍ଵ ମଙ୍ଗଳ ନାରାୟଣ
ସୁଖ ଅବା ଦୁଃଖ ଯାହାଥାଉ ଭାଗ୍ୟରେ
ସବୁ ସମର୍ପିତ ତୁମରି ପାଦ ପଦ୍ମରେ।
ଜଗତର ମଙ୍ଗଳ କର ହେ ଜଗନ୍ନାଥ
ସକାଳୁ ସାତ୍ତ୍ୱିକ ଭାବନା ହେଉ ଜାଗ୍ରତ
ଜୀବନର ଆରମ୍ଭରୁ ଶେଷରେ ତୁମେ
ଜନମ ଜୁଇରୁ ମରଣ ଜୁଇ ତୁମ ନାମରେ
ତେଣୁ ସକାଳ ପ୍ରଣତି ଘେନ ଠାକୁରେ।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ