କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
ଶୀର୍ଷକ" ସମର୍ପିତ"
କୋଟି ପ୍ରଣତି ଘେନ ହେ ନାଥ
ମନ ତୁମ ପାଦରେ ସମର୍ପିତ।
ସକାଳର ସୁରୁଜ ମୂରୁଜ ବୁଣି
ତୁମେ ଆସ ପ୍ରଭୁହେ ଅବତରି
ଫୁଲସଵୁ ହସୁଥାଉ ଖିଲି ଖିଲି
ସମୀର ଆସୁ ଛୁଇଁ ଥିରି ଥିରି ।
କାକଳିମାର ମୃଦୁ ଗୁଞ୍ଜନ ରେ
ନିଦ ଫେରି ଯାଉ ଧିରେ ଧିରେ
ହସୁ ଦୁନିଆ ହସୁ ଏଇ ଜୀଵନ
ଏହି ମାଗୁଣି କଲି ଚକାନୟନ।
ଆଖି ଖୋଲି ଦେଲେ ତୁମ ଆସ
ପଦ୍ମ ପୟର ରେ ମନ ସମର୍ପିତ
ଆତ୍ମା ଆଉ ପରମାତ୍ମାର ଭେଟ
ହେଉ ଥାଉ ଏ ସକାଳ ରୁ ସଞ୍ଜ।
ଜୀବନ ଲାଗିଲାଣି ଭାରି କ୍ରାନ୍ତ
ଜଞ୍ଜାଳରେ ଥକି ଗଲା ଜୀଵନ
ଵାଉଳା ହେଲା ପଞ୍ଜୁରୀର ପକ୍ଷୀ
ସଂସାରେ ହତାଶା ଭାଵ ଦେଖି ।
ବୁଦ୍ଧି ହଜିଲା ମାୟା ବନ୍ଧନରେ
ପରିଚୟ ଭୂଲି ଗଲିଣି ଅଚି ରେ
ସମୟ ସ୍ରୋତରେ ମୁଁ ପତ୍ର ଟିଏ
ଅସହାୟ ଭାଵରେ ଭାସୁ ଥାଏ ।
କୂଳ ଜାଣେନା ନିଅ କୂଳକୁ ପ୍ରଭୁ
ଭାସୁଛି ମଝି ନଈ ଭଉଁରୀ ପାଖକୁ
ଜୀବନ ଗଣିତ ଛିଣ୍ଡୁନି ଜମା ନାଥ
କଷିକଷି ଗଣିତ ଥକିଗଲା ପ୍ରାଣ।
ଭାଗଶେଷ ଶୂନ କରିଦିଅ ଠାକୁର
ଆଉ ପାରୁନି କରି ମୁଁ ଏଇ ହରଣ
ଶାନ୍ତିର ଗଙ୍ଗା ହୋଇ ଆସ ହେନାଥ
କାମନା ବାସନାର କରିଦିଅ ଶେଷ।
ତୁଳସୀପତ୍ର ହେଉ ଶାନ୍ତିର ଔଷଧି
ମନ ହେଇ ଯାଉ ପବିତ୍ର ମହୋଦଧି
ଓଂକାର ଧୂନି ଗୁଞ୍ଜରିତ ହେଉ କର୍ଣ୍ଣେ
ସମର୍ପିତ ମନ ତୁମ ଛନ୍ଦା ଚରଣରେ।
ଜୟ ଜଗନ୍ନାଥ 🙏🏼 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ