କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଶୀର୍ଷକ" ନୀଳ ସିନ୍ଧୁ ତଟେ
ନୀଳାଦ୍ରି ନାଥ।
ନୀଳ ସିନ୍ଧୁ ତଟେ ନୀଳାଦ୍ରି ନାଥ
ଲୀଳାମୟଙ୍କର ଲୀଳା ଦେଖେ
ଏଇ ଜଗତ..
ଵାର ମାସେ ତାଙ୍କର ତେର ଯାତ
ଦେଖେ ଜଗତ ହୋଇ ଆନନ୍ଦିତ।
କଳିରେ ମାନବ ଏଵେ ଅବାଟରେ
ଜାଣିଛନ୍ତି ନାଥ ସୃଷ୍ଟି ସମୟରେ
ଶିକ୍ଷା ଦେବାକୁ ମାନବ ମାନଙ୍କୁ
ମାନବୀୟ ଲୀଳା ସବୁ ଯାତକୁ।
ନୀଳ ଗିରିରେ ସେ ନୀଳ ମାଧବ
ନୀଳ ଦରିଆରେ ଭାସି ଭାସି ଆସି
ହେଲେ ଦାରୁବ୍ରହ୍ମ।
ନୀଳ ନୀଳ ଏଇ ଆକାଶ ତଳେ
ନୀଳ ଦରିଆର ଶଙ୍ଖ କ୍ଷେତ୍ରରେ
ଲାଗିଛି ଲୀଳା ଵାର ମାସରେ
ନୀଳ ମଣିର ଲୀଳା ସେଠାରେ।
ଦୁଃଖି ପାଇଁ ସିଏ ଦୁଃଖ ନାଶନ
ପତିତ ପାଇଁ ସିଏ ପତିତପାବନ
ଗର୍ବ ଭାଙ୍ଗନ୍ତି ସେ ଗରଵଗଞ୍ଜନ
ଭକତ ପାଇଁ ତ ଭକତ ବାନ୍ଧବ।
ପାପି ପାଇଁ ସିଏ ପାପ ନାଶନ ହରି
ପାପି ମାରି ତପି ଦିଅନ୍ତି ସେ ତାରି
ଯୁଗେ ଯୁଗେ ଧରାକୁ ଥାନ୍ତି ଅବତରି
ସୃଷ୍ଟି ରକ୍ଷା କରିଥାନ୍ତି ସେଇ ଶ୍ରୀ ହରି।
କଳିରେ ହେଲେ ସିଏ ତ ଜଗନ୍ନାଥ
ରତ୍ନ ସିଂହାସନେରେ ବସିଛନ୍ତି ନାଥ
ନାଲି ଅଧରେ ତାଙ୍କ ମୃଦୁ ମୃଦୁ ହସ
ପାପ ପୁଣ୍ୟର ବିଚାର କରନ୍ତି ନାଥ
କର୍ମ ଫଳ ଦେଇ କରନ୍ତି ଅଧର୍ମ ନାଶ।
ନୀଳ ସିନ୍ଧୁ ତଟେ ଉଇଁଛି କଳା ଚାନ୍ଦ
ଅନ୍ଧାର ନାହିଁ ସେଠି ହସେ ପୂର୍ଣ୍ଣିମାଚାନ୍ଦ
ଚାଲିଛି ଚନ୍ଦନ ଯାତ ଆଗକୁ ଆସେ
ରଥ ଯାତ
କେତେ ପୂଣ୍ୟ ବଳେ ମଣିଷ ଜନମ
ଆଶିଷ ଵାରିରେ ନିତି ଭିଜେ ମାନବ
ଦୁଃଖି ପାଇଁ ଆସିବେ ବଡ଼ଦାଣ୍ଡକୁ ନାଥ
ଦେଖିବା ରଥ ଯାତରେ ନନ୍ଦିଘୋଷେ
କଳା ମୁକୁନ୍ଦ।
ବଡ଼ ଦାଣ୍ଡ ରୁ ମାଉସୀ ଘର କେତେ
ଗହଳ ଚହଳ....
ଭିଡ଼ରେ ଭିଡ଼ରେ କାଳିଆ ଢାଳୁଥିବେ
କରୁଣା ଜଳ।
ଭିଜୁଥିବ ଦେହ ଭିଜିବ ଏଇ ତନ ମନ
ଭିଜିବ ଦୁନିଆ ହସିବ ଏଇ ଜୀବନ..
ଜୟ ଜଗନ୍ନାଥ 🙏🏼 ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ