କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ 🙏🏻
କୋଟିଏ ପ୍ରଣତି ଘେନିବ ହେ ନାଥ
ତୁମ ପାଦେ ସମର୍ପିତ
........................
କାହିଁ କେତେ ଦିନୁ ଡାକୁଛି ତୁମକୁ
ତୁମେ ତ ଶୁଣୁନା ଥରେ
କେମିତି ଡାକିବି କହିବ କି ନାଥ
ଲୁହର ଆଞ୍ଜୁଳା ଭରେ।
ତୁମ ବିରହରେ ଜୀବନ ଜଳୁଛି
ଦେଖା ଦିଅ ନାଥ ବାରେ
ପ୍ରେମର ବାଂଶୁରି ବଜାଅ ନାଥ
ଭିଜୁ ଏଇ ମନ ଥରେ।
ମନର ଯମୁନା ଶୁଖି ଶୁଖି ଯାଏ
କଦମ୍ବ ଫୁଟୁନି ଆଉ
କେଳି କୁଞ୍ଜ ଵନେ ଶୁଭୁନି ନୂପୂର
ବାଜୁନୀ ବଂଶୀ ବି ଆଉ।
ମନ ବୃନ୍ଦାବନ ଖାଲି ଖାଲି ନାଥ
ତୁଳସୀର ବାସ ନାହିଁ
ତୁମ ବିନା ଶ୍ୟାମ ଅଧା ଅଧା ମୁହିଁ
ତୁମ ଦେଖା ମିଳୁ ନାହିଁ।
ତୁମେ ଭରି ଥିଲ ଜୀଵନ ଵୀଣାରେ
ସୁମଧୁର ସ୍ୱର ନାଥ
ଛିହ୍ନ ବୀଣା ମୋ ଵାଜୁନି ଆଉ ନାଥ
ଜୀଵନ ଯନ୍ତ୍ରଣା ଯୁକ୍ତ।
ଯୁଗ ପରେ ଯୁଗ ବଦଳି ଯାଉଛି
ତୁମେ ଆସ ରୂପ ବଦଳାଇ
ଭକତ ଚିହ୍ନି ପାରେ ନାଥ ତୁମେ
ପରା ଜଗନ୍ନାଥ ସେଇ।
କରୁଣ କଣ୍ଠ ସ୍ବର ମର୍ମାହତ ମନ
ଵେଦନା ଭରା ଏ ଛାତି
କେମିତି ଗାଇବି ଗୀତ ଗୋବିନ୍ଦ
ତୁମେ ନାଥ କହିବକି।
ସ୍ୱର ଲୟ ତାଳ ଭୂଲିଲା ଜୀଵନ
ବେସୁରା ଜୀବନ ବୀଣା
କେମିତି ଡାକିବି ତୁମକୁ ନାଥ ହେ
ମରି ମରି ମନ ଗଲା।
ଜଳୁଛି ଜୀଵନ ସଳିତା ତୁମରି
ଆଗେ ମିଞ୍ଜି ମିଞ୍ଜି ହୋଇ
ଲିଭାଇ ଦିଅହେ ନାଥ ଦୀପରେ
ତୈଳ ପରା ଆଉ ନାହିଁ।
ଧୈର୍ଯ୍ୟର ପାହାଡ଼ ଭୂଷୁଡି ଗଲାଣୀ
ବାଲି ଚରିଗଲା ମନ
ଝାଞ୍ଜି ପବନରେ ଝାଇଁ ମାରିଗଲା
ହତାଶା ଏଇ ଜୀଵନ।
ଧର୍ମ ବଳ ସରି ସରି ଗଲା ପାପ
ପଙ୍କରେ ଵୁଡିଲା ମନ
କେମିତି ଦେଖିବି ପରଳ ଆଖିରେ
ନାଥ ଆଉ ନୂଆ ସପନ।
ଭାଂଗିଲା ମନ ଭାଂଗିଲା ସପନ ନାଥ
ଶରୀର ହୋଇଲା କ୍ଷୟ
ବୁଝିଗଲା ମନ ତୁମକୁ ଖୋଜିଲା
ଦେଖା ଦିଅ ଚକାନୟନ।
ଶେଷ ଠିକଣା ଜୀବନର ତୁମେ ତ
ଶେଷ ଶବ୍ଦ ତୁଣ୍ଡେ ମୋର
ଆହେ ଜଗନ୍ନାଥ ଦୟାର ସାଗର
ପାରି କର ତରୀ ମୋର।
ସର୍ବ ମଙ୍ଗଳ ଚିନ୍ତା ରହୁ ମନେ ତୁମକୁ
ଭଜୁ ଥାଉ ଏଇ ପ୍ରାଣ
ଅନ୍ୟର ମଙ୍ଗଳ କାମନା ମନାସି
ଧନ୍ୟ ହେଉ ଜୀବନ ମୋର।
ଜୟ ଜଗନ୍ନାଥ 🙏🏻 ଡ଼ ସ୍ୱର୍ଣ୍ଣ ଲତା
ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ