କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
ଶୀର୍ଷକ "ଘୁଙ୍ଗୁର ହଜିଗଲା"
ସକାଳ ପ୍ରଣତି ଘେନ ହେ ନାଥ
ଏ ଆତ୍ମା ତୁମ ପାଖେ ସମର୍ପିତ।
ବାଟ ଚାଲୁ ଚାଲୁ ପ୍ରଭୁ ହେ
ଚୋରା ବାଲିରେ ପାଦ ପୋତିଲି
ପାଦର ଘୁଙ୍ଗୁର ନାଥ ହେ ଆଜି
କାହିଁକି ଆଜି ଵାଜୁନି..।
ମନର ବଂଶୀ ବିରହ ବେଦନା
ତୋଳୁଛି ମନ ଯମୁନା କୂଳେ
ରାଧାର ଘୁଙ୍ଗୁର ହଜିଛି କେଉଁଠି
ରାଧା ଗୁମାନ ମାରେ।
କେମିତି ନାଚିବ ଦେବଦାସୀ
ତୁମ ନାଟମଣ୍ଡପ ରେ
ଘୁଙ୍ଗୁର ବିନାକି ନାଟ ମଣ୍ଡପରେ
ନାଚ ହୋଇପାରେ।
ଆତ୍ମା ପକ୍ଷୀଟା ବାଉଳି ହୁଏ
କେଣେ ଯିବ ବାଟ ବଣା ହୋଇ
କଳ୍ପବଟ ରେ ବସା ବାନ୍ଧେ ତୁମ
ପାଖେ ସମର୍ପତ ହୋଇ।
ଆଗରେ ପଛରେ ପ୍ରଭୁ ଦିଶେ
ଖାଲି ଅନ୍ଧାର
ଆହେ ଜ୍ୟୋତିର୍ମୟ ଦିଅ ଦିବ୍ୟ
ଆଲୋକ ତୁମର ।
ଵାଜୁନି ବଂଶୀ ଆଉ ମନ ଯମୁନା
କୂଳରେ
ଶୁଭୁନି ଘୁଙ୍ଗୁର ଆଉ ଏଇ ମନ
କୁଞ୍ଜବନରେ।
ଜୀଵନ ଲାଗେ ଭାରି ଫିକା ଫିକା
ଫଗୁଣ ବାଟ ଭାଙ୍ଗିଲା
ସବୁ ରଙ୍ଗ ମିଶି ଯାଇ ପ୍ରଭୁ ହେ
ଜୀଵନ କଳା ରଙ୍ଗ ହୋଇଲା।
ଭଲ ଲାଗେ ତୁମର ସେ କଳାରଙ୍ଗ
ହେ କାଳିଆ
କଳା ଶ୍ରୀମୁଖରେ ତୁମେ ହସୁଥାଅ
ପୂନେଇ ଜହ୍ନ ଭଳିଆ।
ଫେରାଇ ଦିଅ ଘୁଙ୍ଗୁର ହେ ନାଥ
ନାଚୁଥାଉ ମନ ଗାଇ ତୁମ ଗୀତ
ଥକି ନଯାଉ ପାଦ ଚାଲିଚାଲି ପଥ
ବାଜୁ ଘୁଙ୍ଗୁର ପ୍ରଭୁ ହୋଇ ସମର୍ପିତ ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା/
ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ