କବିତା · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ 🙏🏼
କୋଟି ପ୍ରଣତି ରେ ସମର୍ପିତ ବିଶ୍ୱପିତା
ସକାଳ ହେଲା ନିଦ ମୋର ଭାଙ୍ଗିଲା
ଆଖି ଖୋଲିଲେ ଚକାନୟନ ଦିଶିଗଲା
ଜୟ ଶ୍ରୀ ଜଗନ୍ନାଥ ତୁଣ୍ଡ ମୋର ଗାଇଲା
ବଂଶୀର ସୁମଧୁର ସ୍ୱର ଗୁଞ୍ଜରିତ ହେଲା।
ତନ ମନ ପବିତ୍ର କର ହେ ପ୍ରଭୁ ଜଗନ୍ନାଥ
ତୁଣ୍ଡ ମାର୍ଜିତ କର ଜୀବନ ହେଉ ପୁଲକିତ
ଏ ସଂସାର ସୁନ୍ଦର ମଧୁମୟ କରି ଗଢିଲ
ପ୍ରତି ମଣିଷକୁ ସୁନ୍ଦର ହୃଦୟ ମନ ଦେଲ।
ସେ ମନରେ ନରହୁ ଅହଂଭାବ ହେ ଠାକୁର
ସେ ହୃଦୟରେ ଫୁଟାଇ ଥାଅ ମମତା ଫୁଲ
ହସୁ ଏଇ ଦୁନିଆ ତୁମରି ଆଶିଷ ବଳ ରେ
ସଭିଏଁ ରୁହନ୍ତୁ ସ୍ନେହ ମମତାରେ ରଜ୍ଜୁ ରେ।
ମଙ୍ଗଳ କର ମଙ୍ଗଳ ମୟ ମଙ୍ଗଳ କର ହେ
ସୁନ୍ଦର କର ତୁମ ସୃଷ୍ଟିକି ମାଧୁର୍ଯ୍ୟ ଭର ହେ
ହସୁଥାଉ ଏଜୀଵନ ତୁମରି ଆଶିଷ ବଳରେ
ଯେମିତି ଫୁଲ ହସୁଛି ତୁମ ଗଢା ବଗିଚାରେ।
ହେଉ ପଛେ ଜନ୍ମ ଗୋଟେ ଦିନ ପାଇଁ ତା'ର
ମହକିତ କରିଥାଏ ତା'ର ଵାସରେ ସଂସାର
ଶେଫାଳୀ ପରି ଜୀବନ ପଛେ କ୍ଷଣିକେ ସରୁ
ସେ କିଛି କ୍ଷଣ ଜଗତର ମଣିଷ ମଙ୍ଗଳ କରୁ।
ଏମିତି ମନ ଟିଏ ଦିଅ ହେ ନାଥ ଏ ମଣିଷକୁ
ସେଇ ମନରେ କଳୁଷତା ,ଇର୍ଷା ପାପ,ନଭରୁ
ବିଷ ହରଣ ହେଉ ମନରୁ ତୁମ ମହାମନ୍ତ୍ରରେ
ଜୀଵନ ହେଉ ଧନ୍ୟ ତୁମ ଭଜନ ଲେଖିବାରେ।
ଧୂଳି ପଛେ ମୋତେ କର ମହାପ୍ରଭୁ ମନେ ମୋ
ଦୁଃଖ ନାହିଁ ଜମା
ସେ ଧୂଳି ତୁମ ପାଦ ତଳୁ ଝଡୁ କରିଦିଅ ସଵୁ
ଦୋଷରୁ କ୍ଷମା ଜୟ ଜଗନ୍ନାଥ 🙏🏼 ଡ଼ ସ୍ୱର୍ଣ୍ଣ
ଲତା ଲେଙ୍କା
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ