କବିତା · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ହାରିଵିନି ମୁଁ ... ପାଞ୍ଚାଳୀ
କଣ ହାରିଥିଲେ କୁରୁ ସଭା ତଳେ
ନା କୁନ୍ତି ମାତାଙ୍କର ଭାଗ ଭାଗରେ
ନା ହାରି ଥିଲେ କର୍ଣ୍ଣ ଙ୍କ ବଦଳ ରେ
ଅର୍ଜୁନ ଙ୍କୁ ପାଇବାରେ...
ଅବଶ୍ୟ ମନ ତଳେ ବୀର ଭାବେ କର୍ଣ୍ଣ
ଙ୍କୁ ଗ୍ରହଣ କରି ସାରିଥିଲେ...
ନା ସୀତା ମାତା ହାରିଯାଇଥିଲେ
ରାମଚନ୍ଦ୍ର ଙ୍କ ଅଗ୍ନି ପରୀକ୍ଷା ରେ...
ନା କୈକେୟୀ ଭାଙ୍ଗି ପଡିଥିଲେ ଅପବାଦ ରେ
ନା ମନ୍ଦୋଦରୀ ଅନ୍ୟ କୁ ସାଥୀ କରିପାରିଥିଲେ
ନା ରାଧା ଯମୁନା ଯିବା ବନ୍ଦ କରିଥିଲେ
ନା ଶ୍ୟାମ ପ୍ରେମ ରୁ ବାହାରି ପାରିଥିଲେ
ନା ଦେଵକି କାରାବରଣ ସତ୍ୱେ ଗର୍ଭ ଧାରଣ
କରିନଥିଲେ... ଯୁଗେ ଯୁଗେ ନାରୀ ଜିତିଛି
ଆଉ ସଂଗ୍ରାମ କରିଛି ଜୀବନ ସହିତ ,ସମାଜ ସହିତ
ଆଜି ଯୁଗ ବଦଳି ଚାଲିଛି..ଏ ନାରୀ ଆକାଶ ରେ ଭଡି
ପାରୁଛି . ସମୁଦ୍ର ରେ ବୁଡି ପାରୁଛି କେତେ ଅସାଧ୍ୟ କାର୍ଯ୍ୟ
କରିପାରୁଛି... ମୁଁ ବି ନାରୀଟିଏ!
ହାରିବିନି ଜିତିବା ଶିଖିବି... ଆସ୍ତେ ଆସ୍ତେ.. ହାରିଵିନି
କେବେ ଜୀବନ ପଥେ..ହାରିବିନି ମୁଁ... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ