ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ରକ୍ତ ଯଦି ଧୋକା ଦିଏ ବିଶ୍ୱାସ କରିବ କାହାକୁ
ତୁମେ ପଡିଗଲେ ଯାହାକୁ କଷ୍ଟ ହୁଏ ଦୈ।ଡି ଆସି ହାତ ଧରି ନିଏ। ପଡ଼ିବା ଯାଗାରୁ ଟାଣି ଧରେ।ତୁମ ଛାତିରେ ଯନ୍ତ୍ରଣା ହେଲେ ଯାହାର ଛାତି ଖଣ୍ଡ ଖଣ୍ଡ ହୋଇଯାଏ।ତୁମ ଆଖିର ଲୁହ ଦେଖିଲେ ଯା ଆଖିରୁ ଝରଝର ଲୁହ ବୋହି ଯାଏ। ସେ ରକ୍ତ ସମ୍ପର୍କୀୟ।
ଆଜିକାଲି ପ୍ରଥମ ଶତୃ ରକ୍ତ ସଂପର୍କୀୟ ମାନେ।ଏଇ ସେଇ ପୁଣ୍ୟ ଭୂମି ଭାରତ ଯେଉଁଠି ଭାଇ ପାଇଁ ଭାଇ ଚଉଦ ବର୍ଷ ସାଥି ରେ ବନ ଗମନ କରିଥିଲେ।
କିନ୍ତୁ ଆଜିକାଲି ରକ୍ତ ଚିହ୍ନୁ ନାହାନ୍ତି ରକ୍ତକୁ । ଭଇ ଭାଇ ମଝିରେ ପ୍ରାଚୀର। ସମ୍ପତ୍ତି ପାଇଁ ସମ୍ପର୍କ ରେ ତିକ୍ତତା ଆସେ। ଇର୍ଷା ପରଶ୍ରୀକାତରତା ଜ୍ୱଳନ ରେ ସମୟ ସରେ।
ଜନ୍ମ ଦେଇଥିବା ପିଲାମାନେ ବାପା ମା'ଙ୍କୁ ଵୃଦ୍ଧାଶ୍ରମ ରେ
ଛାଡି ଦିଅନ୍ତି ମୁଣ୍ଡକୁ ହାତ ପାଇଗଲେ ଯୈାଵନର
ଉଦାମତାରେ ରକ୍ତକୁ ପର କରି ଥାଆନ୍ତି।
କେମିତି ଜୀଵନ ଇଏ ଏଠି ସମୟ ବଦଳିବା ସହିତ
ସମ୍ପକୀୟ ମାନେ ଧୀରେ ଧୀରେ ବଦଳି ଯାଆନ୍ତି।
କେବେ ସ୍ୱାର୍ଥର ଖୋଳାପା ଭିତରେ ସେମାନେ ପସି ଥାଆନ୍ତି। କେବେ ଯୈ।ବନ ଉଦାମତାରେ ନିଜର ମଣିଷ ମାନଙ୍କୁ ଭୂଲି ଯାଆନ୍ତି।
ସମୟ ଥିଲା ସବୁ ସମ୍ପର୍କର ସମ୍ମାନ ଥିଲା ଏବେ କେହି ଆଉ କାହାକୁ ସମ୍ମାନ ଦେଉନାହାନ୍ତି।
ରକ୍ତ ରକ୍ତ କୁ ଚିହ୍ନି ପାରୁନାହିଁ।ଆଉ ପରିବାର ମମତା ଆଗପରି ନାହିଁ। ସଭିଏଁ ସ୍ୱାର୍ଥରେ ମସଗୁଲ।
ଏଠି ପ୍ରତି ପାଦରେ କଣ୍ଟା ତା ଭିତରେ ରକ୍ତ ଯଦି
ଧୋକା ଦିଏ ଆହୁରି ଯନ୍ତ୍ରଣା ବଢିଯାଏ ଜୀଵନ ଦୁର୍ବିସହ ହୋଇଯାଏ।ଜୀଇଁ ଥାଉ ଥାଉ ମଣିଷ ମରିଯାଏ।
ବୃଦ୍ଧାଶ୍ରମରେ ମୈ।ନ ରେ ବସିଛନ୍ତି ମଧ୍ୟଵୟସ୍କ ସ୍ତ୍ରୀ ଲୋକଟିଏ।
ଗୁମୁସୁମ ନୀରବ ମନରେ କେତେ ଯେ ଉର୍ମି ଆସି ପିଟି ହୋଇ ଫେରିଯାଉଛି ସେ ହିଁ ଏକା ଜାଣନ୍ତି।
ଅତିତ ଟା ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି।
ଭାଙ୍ଗିଯାଇଥିବା ସୁନା ସଂସାରକୁ ଗଢ଼ିବାକୁ ଚେଷ୍ଟା କରୁଛନ୍ତି।ହେଲେ ସେ ସ୍ୱପ୍ନ ଘର ତାସ୍ ଘର ପରି
ଭୁଷୁଡି ପଡୁଛି।ଅନେକ କଥା ଭାବୁଛନ୍ତି।
ଶୂନ୍ୟରେ ଖୋଜନ୍ତି ପୂର୍ଣ୍ଣତା କାହିଁ ଯେ..।
ସୁନୀତା ଦେବୀ !
ଗୁରୁ ଗମ୍ଭୀର ବ୍ୟକ୍ତିତ୍ୱ। ଆଭିଜାତ୍ୟ ପରମ୍ପରା କୁ ଜାବୋଡି ଧରିଥିବା ମଣିଷ ଟିଏ। ହସ ଖୁସିରେ ଜୀଵନ।କାହାର ନଜର ଲାଗିଲା କେଜାଣି ହଠାତ ସ୍ୱାମୀଙ୍କର ବିୟୋଗ ପରେ ଭାଙ୍ଗିପଡିଲା ସତେ ସୁଖର ସଂସାର।ପିଲା ମାନେ ତାଙ୍କ ପରିବାର ଧରି ବ୍ୟସ୍ତ ଜୀଵନ।
ଏଖଵର ଅସ୍ତବ୍ୟସ୍ତ କରିଦେଲା ପିଲାମାନଙ୍କୁ। ଯିଏ ଯେଉଁଠି ଥିଲେ ଆସିଲେ ବି ବାପା କାମକୁ। ସମୟ ଗଡିଗଲା ସୁଧକ୍ରିୟା ସରିଗଲା ତା'ପରେ ସଭିଏଁ ବସି କଥା ଆରମ୍ଭ କଲେ।ମା କା ପାଖରେ ରହିବେ। ମଧ୍ୟସ୍ଥି ପଚାରିଲେ। ସଭିଏଁ ଏକା ସ୍ୱରରେ କହିଲେ ଯେ କାହା ପାଖରେ ସମୟ ନାହିଁ।ମା'ର ସେବା କରିବାକୁ। ଆମେ ସମସ୍ତେ ପଇସା ଖର୍ଚ୍ଚ କରିବୁ। ହେଲେ ମା ଙ୍କୁ ରଖିପାରିବୁନି।ଆମର ବ୍ୟସ୍ତ ଜୀଵନ ତେଣୁ ଗୋଟେ କାମ କରାଯାଉ ଆମେ ତ ସବୁ ଧନ ପାଇବୁ । ତେଣୁ ମା,ଙ୍କୁ ଭଲ ଵୃଦ୍ଧାଶ୍ରମରେ ଛାଡ଼ିଦେବା।ମୁଣ୍ଡକୁ ଚଡ଼କ ସତେ ମାରିଲା ସୁନୀତା ଦେବି ଙ୍କର।ଚମକି ପଡ଼ିଲେ ସେ ଯାହା ଶୁଣିଲେ କଣ ସତକି? ନା ଆଉ କଣ ଶୁଣିଲେ କାନକୁ ବିଶ୍ଵାସ କରି ପାରିଲେନି। ତାଙ୍କ ଜନ୍ମ କଲା ପୁଅ ଝିଅ ତାଙ୍କୁ ରଖିବାକୁମନା କରୁଛନ୍ତି ପାଖରେ।ହେ ଭଗବାନ!
ଏ କି ସମୟ ଏଠି ପିଲାମାନେ ଭାଗକରୁଛନ୍ତି ରକ୍ତ ମାଂସ ଶରୀରକୁ।ଧନ ବାଣ୍ଟିନେଵେ ହେଲେ ମାକୁ ନୁହେଁ ।
ଅନ୍ୟମନସ୍କ ହୋଇ ବସିଥିଲେ ସୁନୀତା ଦେବୀ
ଆଖିରେ ଧାରଧାର ଲୁହ ।ସେ କଣ ଶିକ୍ଷା ସଂସ୍କାର ରେ ଭୂଲ କଲେକି। କେଉଁଠି ରହିଗଲା ତାଙ୍କର ଭୂଲ। କାହିଁକି ପିଲାମୋନେ ବିପଥଗାମୀ।
ଚମକି ପଡ଼ିଲେ ସୁନିତାଦେବୀ କାହାର ସ୍ପର୍ଶରେ।
ସମାଜସେବୀ ଜଣେ ଚାହିଁଛନ୍ତି ତାଙ୍କୁ ଏକଲୟରେ।
ପଚାରିଲେ ଚିହ୍ନିପାରୁଛ ଆଣ୍ଟି। ମୁଣ୍ଡ ହଲାଇଲେ ସୁନୀତା ଦେବୀ।
ମୁଁ ପରା ତୁମ ପାଖ ଘରର ତୁମ ପଡ଼ିଶା ଝିଅ।ରିନା ପରା
ଚିହ୍ନିପାରୁନା କି?
ତୁମେ କ'ଣ ଏଠି ? କଣ ପାଇଁ ଆସିଛ।ଆଉ ସମସ୍ତ ଭାଇ ଭଉଣୀ ମାନେ କୁଆଡେ ଗଲେକି।? କଣ ଦାନ କିଛି କରିବାକୁ ଆସିଛକି?ସମସ୍ତେ ଅଛନ୍ତି ମା ହେଲେ ଆସିନାହାନ୍ତି ମୁଁ ଆସିଛି ଏକା ଏଠାକୁ।ଆରେ ତୁମେ ଏକା କଣ ଆସିଛ ମଉସାଙ୍କୁ ସାଥିରେ ଆଣିଲନି।ଏକା କଣ ଦାନ ଦେବ ଯେ। ଆରେ ମା ମୁଁ ଦାନ କରିବାକୁ ନୁହେଁ
ରହିବାକୁ ଆସିଛି। ସମସ୍ତେ ଅଛନ୍ତି ହେଲେ ମଣିଷ ପଣିଆ ମରିଗଲା।ସେମାନେ ଭୂଲି ଗଲେ ରକ୍ତ କୁ। ମଉସା ଚାଲିଗଲେଣି ଧନ ସବୁ ଭାଗ କରି ନେଲେ ହେଲେ ମା'କୁ ନୁହେଁ।
ମୋତେ ଏଇଠି ଛାଡ଼ିଦେଲେ। ଦିନେଵି ଆସୁନାହାନ୍ତି ଦେଖିବାକୁ।ଭାରି ମନେ ପଡୁଛି ରେ ମୋ ପିଲାଙ୍କ କଥା।
ରିନା ସ୍ତଵ୍ଧ। ଏତେ ସଂସ୍କାର ପାଇଥିବା ପିଲା ଏମିତି ଵଦଳିଗଲେ କେମିତି?
ତୋ ମଉସା ଗଲା ପରେ ମୁଁ ଏକା।ଆଉ କଣ କରିପାରିବି
ଫେରିବାର ଦିନ ଗଣୁଛି ମୁଁ ଏଇମିତି ନୀରବରେ ଏଠି ।
ସତରେ ଝିଅ ରକ୍ତ ଯଦି ଧୋକା ଦେବ କହିବି କାହାକୁ।
ସହିବାକୁ ଧୈର୍ଯ୍ୟ ଦିଅନ୍ତୁ ଭଗଵାନ!
ମୋ ପିଲାମାନେ ବୁଝି ପାରୁନାହାନ୍ତି ସିନା ସମ୍ପର୍କର ମାନେ। ହେଲେ ମୁଁ ପରା ମା। ସମ୍ପର୍କ ଡୋରି ରେ ବାନ୍ଧି ଥିଲି ଗଢିଥିଲି ସୁନାର ସଂସାର ମମତା ଦେଇ କଲି ଏତେ ବଡ। ମୁଁ କଣ ଅମଙ୍ଗଳ ଚାହିଁ ପାରିବି ସେମାନଙ୍କର।
ସମୟ ଆସିବ ସେମାନେ ନିଶ୍ଚୟ ବୁଝିବେ ହେଲେ ସମୟ
ଗଡିଯାଇଥିବ। ଅଫେରା ରାଇଜକୁ ଚାଲିଯାଇଥିଵେ ନିଜ ଲୋକ ମାନେ।
ସତରେ ସମୟ କେମିତି ଵଦଳିଗଲା କେଜାଣି ।କାଲି ପରି ମନେ ପଡେ ସୁଖର ସଂସାର ।ସୁନୀତା ଦେବୀ
ପାଳୁଥିଲେ ପିଲାଙ୍କୁ ହସ ହସି ସତେ ମାଳିଟିଏ ଜଗୁଥିଲେ ସଂସାର ବଗିଚା କୁ।
ସେଇମାନେ ଆଜି ପର କରିଦେଲେ ଯେଉଁ ମାନଙ୍କୁ
ସେ ମଣିଷ କରିଥିଲେ ଦୁନିଆ ଦେଖାଇଥିଲେ।
ଛାତି ଚିରି କ୍ଷୀର ଦେଇ ବଡ଼ କରିଥିଲେ ସେମାନେ
ଆଜି ପର କରିଦେଲେ।
ନିଜର ଯିଏ ସେମାନେ ଏଇ ଵୃଦ୍ଧାଶ୍ରମ ଲୋକ ।
ଭାବନାରେ ପୂର୍ଣ୍ଣଛେଦ ପକାଇ ସନ୍ଧ୍ୟା ଘଣ୍ଟି ଶୁଭିଗଲା।
ହାତ ଯୋଡିଲେ ସୁନୀତା ଦେବୀ ଧନ୍ୟ ତୋର ଲୀଳା....
କହିବି କାହାକୁ ତୁ ଅନ୍ତର୍ଯ୍ୟାମୀ ତୁ ଏକା ଜାଣୁ ସବୁକିଛି।
ରିନା ସ୍ତଵ୍ଧ ହୋଇ ଶୁଣୁଥିଲା ରକ୍ତର କାହାଣୀ।
ଭାବୁଥିଲା ଏଇ କଣ ଜୀଵନ!
ନିଜର ମାନେ ସାତ ପର ହୁଅନ୍ତି ଆଉ ହୃଦୟ ମିଶୁଥିବା ଦୂର ଲୋକ ମାନେ ପାଖରେ ରହି ନିଜର ପଣିଆ ରେ ବାନ୍ଧି ଦିଅନ୍ତି ବାକି ଜୀଵନ!
ଏଇ କଣ ସମ୍ପର୍କ।
ବି.ଦ୍ର ଏଠି ରକ୍ତ ସମ୍ପର୍କ ଥିଲେ କିଏ ନିଜର ନୁହେଁ ସ୍ନେହ ମମତା ର ବନ୍ଧନ ନିଜଠୁ ନିଜର। ରକ୍ତ ଧୋକା ଦେଇପାରେ ହେଲେ ମମତାରେ
ବନ୍ଧା ସମ୍ପର୍କ କେବେ ଧୋକା ଦିଅନ୍ତି ନାହିଁ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ