ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
୪ "ଝରା ଫଗୁଣ"
ଫଗୁଣ କଣ ଝରିଯାଏ କି ?ଠିକ୍ ଝରା ଶେଫାଳୀ ପରି।
ସବୁ ସ୍ୱପ୍ନ ହଜିଯାଏ କିଛି ମୁହୂର୍ତ୍ତ ରେ ।
ଫଗୁଣତ ଆସେ ରଙ୍ଗର ମେଲଣରେ ଋତୁରାଜ ସାଜି। ପୃଥିବୀକୁ ନବ ଯୈ।ବନରେ ପରିପୂର୍ଣ୍ଣ କରି ରୂପ ମାଧୁଯ୍ୟ ରେ।କୋଇଲିର କୁହୁତାନ ରେ ଆମ୍ବ ବଉଳର ମହମହ ବାସ୍ନାରେ।ମହୁଲ ଫୁଲର ମହୁଲି ନିଶାରେ ।ହଳଦୀ ବସନ୍ତ ର ସୁନା ଡେଣାରେ ଆଉ ରଙ୍ଗରେ ମସଗୁଲ ହୋଇ କୃଷ୍ଣ ଚୂଡାର ନାଲି ରଙ୍ଗରେ ଫଗୁଣ ହସେ।
ଏ ପୃଥିବୀ ଏକ ରଙ୍ଗ ମଞ୍ଚ ଏଠି ସମସ୍ତେ ଅଭିନେତା ଠିକ୍ ଏମିତି ଋତୁ ମାନେ ଵି ଜଣେ ପରେ ଜଣେ ଏ ଧରଣୀ କୁ ହସାନ୍ତି ଆଉ ଭିଜାନ୍ତି ।
ମନ ଇଛା ତତାଇ ଦିଅନ୍ତି ଥରାଇ ଦିଅନ୍ତି ବାର ମାସରେ ଛ ଋତୁ। ଛଅ ଋତୁ ରେ ଋତୁ ରାଜ ବସନ୍ତ। ନିଦାଘ, ବରଷା, ଶୀତ ପରେ ଧରଣୀ କୁ ହସାଇ ଆସେ ବସନ୍ତ
ଫଲ୍ଗୁନ ମାସରେ ଛମଛମ୍ ନାଚି ନାଚି ରଙ୍ଗର ପସରା ମେଲି ଆସେ ଫଗୁଣ ଦେହରେ ମନରେ ମାଦକତା ଖେଳିଯାଏ ନୂତନ ସିହରଣ ଆଣେ ମଳୟ ଛୁଆଁ ।
ଫୁଲ ସବୁ ବିଭୋର ହୁଅନ୍ତି ନବ ଯୈ।ବନରେ
ମଧୁପ ମତୁଆଲା ମଧୁପାଇଁ ପଳାସର ନାଲି ନାଲି
ଫୁଲରେ ଅଳସ ଭାଙ୍ଗେ ଯୈ।ଵନ, ରାସ୍ତା କଡ଼ରେ କୃଷ୍ଣ ଚୂଡା ର ନାଲି ନାଲି ଫୁଲ ସତେ ରୋଷଣୀ ସଜାଇଥାନ୍ତି। ଵଧୁଲି ଫୁଲ ଖିଲି ଖିଲି ହସୁଥାଏ।ବଗିଚାରେ ସୁଗନ୍ଧ ବାସ୍ନା,ନାନା ଫୁଲ ରେ ବଗିଚା ଭରପୂର..।
ଚାରିଆଡେ ମହମହ ବାସ୍ନା , ସତେ ଫଗୁଣ ଆଣିଛି ମିଠା ମିଠା ମହକ ।ଗଛ ସବୁ ସବୁଜିମା ଫୁଲ ଫଳରେ ହସୁଛି ଧରଣୀ, ନୀଳ ନୀଳ ଜଳ ରାଶୀରେ ନଦୀ ପୂର୍ଣ୍ଣ ସୁଶୀତଳ ଜଳ।
ଚାଷି ଫସଲ ଅମଳ କରି ସତେ ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କରିଛି।ନୂଆ ନୂଆ ସ୍ୱପ୍ନ ରେ ବିଭୋର ଯୁବକ ଯୁବତୀ
ପ୍ରେମୀ ଯୁଗଳ ମିଳନ ପାଇଁ ଅସ୍ଥିର...।
ବିବାହିତ ନବ ବଧୁ ମାନେ ଉଲ୍ଲସିତ ।ରୁଣୁଝୁଣୁ ଶବ୍ଦ ରେ ଗାଁ ର ଭୋର୍ କୋଳାହଳ। ଭୁଆସୁଣୀ ମାନଙ୍କର ଚଳଚଞ୍ଚଳଡା। କର୍ମମୟ ଜୀବନ ରେ ସମସ୍ତେ ବ୍ୟତିବ୍ୟସ୍ତ।ଗାଁ ଗାଁ ରେ ଦୋଳ ଯାତ୍ରା.. ଦୋଳ ଗୋବିନ୍ଦ ଙ୍କ ଘର ଭ୍ରମଣ ପରମ୍ପରା କୁ ବଜାଇ ରଖିବାରେ ପ୍ରଚେଷ୍ଟା ଜନ ମାନସରେ..ଭାଇଚାରା ଭାବ।ଅବିର ଵୋଳାବୋଳି ହୋଲି ପର୍ବ।ସତେଇର୍ଷା ,ପରଶ୍ରୀକାତରତା ,ମୋହ,ଭୂଲି ଖାଲି ସ୍ନେହ ର ଫଲ୍ଗୁ ଝରୁଛି ଫଗୁଣରେ.. ।ରାଧା କୃଷ୍ଣ ଙ୍କ ମିଳନରେ ସତରେ ସଂସାରର ମଧୁର ମିଳନ। ସଭିଙ୍କ ଭିତରେ ଖାଲି ମମତାରଝରଣା।
ସୀମା ଚୁପ୍ ଚାପ୍ ସକାଳ ଆଉ ସନ୍ଧ୍ୟା ରେ ଝରକାରେ ଚାହେଁ ଦୂର କୁ ବହୁତ ଦୂରକୁ ହଜିଯାଏ କେଉଁଠି ଜାଣେନା।ଏ ରଙ୍ଗ ର ଫଗୁଣ ତାକୁ ଫିକା ଫିକା ଲାଗେ,ଏ ଫଗୁଣ ତାଠୁ ଛଡ଼ାଇ ନେଇଛି ତା ପ୍ରେମ ,ଭଲ ପାଇବା ତା ଖୁସିକୁ, ଆଉ କିଛି ଦିନ ପରେ ସେ ଶଙ୍ଖା ସିନ୍ଦୂର ପିନ୍ଧି ନବବଧୂ ରେ ସଜାଇ ହୋଇଥାନ୍ତା ।ତା ପ୍ରିୟ ପାଇଁ ମନର ମଣିଷ ପାଇଁ।
ସେତ ଅନେକ ଦୂରରେ କାହିଁ କେତେ ଦୂରେ।ଆଖି ପାଉନି। ହୋଲି ଖେଳ ପାଇଁ ଗାଁ କୁ ଆସିଥାନ୍ତେ ଛୁଟିରେ।ସୀମା ଜଗିଥିବା ବୀର ସୈନିକ ଟିଏ।
ସେ କଣ ଜାଣିଥିଲା ସୀମା ଯୁଦ୍ଧ ରେ ଟଳି ପଡିବ ସମୀର। ନାଲି ରଙ୍ଗ ତା ପାଇଁ ସ୍ବପ୍ନ ହୋଇଯିବ।
ଝରି ଗଲା ଶେଫାଳୀ ପାହାନ୍ତି ପ୍ରହରରେ ହଜିଗଲା ଖୁସି ସଵୁ ଖିଲି ଖିଲି ହସୁଥିବା ଓଠ ଚୁପ୍..।
ଏ ଫଗୁଣ ବୈଶାଖି ତାତି ଠୁ ଢେର ଜଳାଉଛି
ଏ ମଳୟ ର ମିଠା ଛୁଆଁ କଣ୍ଟା ପରି ଫୁଟି ଯାଉଛି
ଏ ଫଗୁଫଗୁ ଆକାଶ ଟା ଫିକା ଫିକା ଲାଗୁଛି
ରଙ୍ଗିନ ସ୍ୱପ୍ନ ସବୁ ହଠାତ୍ ରଙ୍ଗ ହୀନ ଲାଗୁଛି।
ସତେ ତା ମନବଗିଚାର ଫୁଲ ଝାଉଁଳି ଯାଇଛି
ଏ ଫଗୁଣ ରଙ୍ଗର ଫଗୁଣ ନୁହେଁ ତା 'ପାଇଁ ସତେ ଝରା ଫଗୁଣଟିଏ।ସତେ ଝରିପଡିଲା ଖୁସି ସବୁ ଝରା ଶେଫାଳୀ ପରି ଅସୁମାରୀ ସ୍ବପ୍ନ ହଜିଗଲା ଝରା ଫଗୁଣ ରେ।
ସମୀର ପିଲାଦିନର ସାଙ୍ଗ ଦୁହେଁ ଦୁହିଁଙ୍କୁ ଦେଖିଛନ୍ତି ଖୁବ୍ ନିକଟରୁ।କେତେ ଥର ମିଛି ମିଛିକା କନ୍ୟା ବର ହୋଇ ମିଛରେ ଵିଵାହ କରିଛନ୍ତି ସାଙ୍ଗ ମାନଙ୍କ ଆଗରେ।
ତା' ଭିତରେ ମନ ଦିଆ ନିଆ ଯୈ।ଵନର ପହିଲି ଛୁଆଁ ରେ।ସୀମା ପାଠପଢ଼ୁଥାଏ ଆଉ ସମୀର ଅଧାପାଠରୁ ସୈନିକ ରେ ଯୋଗଦେବା। କେତେ ଖୁସି ସେମାନେ ଏବେ ଵିଵାହ କରିବେ। ସୀମା ଘରେ ବି ରାଜି।ସମୀର ଘରେ ବି ସୀମାପରି ସୁନ୍ଦରୀ ଶିକ୍ଷିତା ଝିଅକୁ ବୋହୂ କରିବାକୁ ଖୁସି।
ଏଇତ ଗଲା ଫଗୁଣରେ ସମୀର ଗାଁ କୁ ଆସିଥିଲା।କେତେ ମିଠା ସ୍ୱପ୍ନ ଦେଖାଇ ଯାଇଥିଲା।କଥା ଥିଲା ଏବର୍ଷ ଆସିଲେ ଶାହାନାଇ ବାଜିବ ସେମାନେ ସଂସାର କରିବେ ଯାଉ ସୀମାକୁ ସହରକୁ ନେଇଯିବ ସମୀର।ଦେଖାଇବେ ତା'ର ବୀରତ୍ୱ। କେମିତି ବଣ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର କାଶ୍ମିର କୁ ସେ ଜଗୁଛି। ତାକୁ ଶତୃ ହାତରୁ ରଖିବାପାଇଁ ସେ ପରା ଶପଥ ନେଇଛି। ସୀମା ଖୁସି ହୋଇଯାଏ କାଶ୍ମୀର ଦେଖିବ ଭୂଗୋଳରେ ପଢିଥିବା ଜାଗା ଆଖିରେ ଦେଖିବ।ଆଉ ସମୀର ସହ ବହୁତ ବୁଲିବ ହେଲେ କଣ ସଵୁ ଘଟିଗଲା।
ହଠାତ୍ ଖବର ଆସିଲା ସୀମା ର ଯୁଦ୍ଧ ରେ ସମୀର ନାହିଁ।ନା ଏ ମିଛ ସେ କାନକୁ ବିଶ୍ଵାସ କରିପାରୁନି ସତରେ କଣ ସମୀର ଆଉ ଆସିବେନି?।
ହେଇତ ଫଗୁଣ ଆସିଲାଣି ଆମ୍ବ ବଉଳ ଵାସିଲାଣି କୋଇଲି ରାବିଲାଣି ମଳୟ ଵୋହିଲାଣି ହେଲେ ସମୀର..!
ସେ ତ ଆସୁନାହିଁ ସତେ କଣ ତା ସ୍ୱପ୍ନ ଭାଂଗିଗଲା ସତେ କଣ ତା ହାତରେ ନାଲି ଚୁଡ଼ି ମୁଣ୍ଡ ରେ ସିନ୍ଦୂର ଲାଗିବନି ସମୀର ନାଁ ରେ।
ଘରେ ବାପା ମା ଵାଧ୍ୟ କରୁଛନ୍ତି ସମୀରକୁ ଭୂଲି ଯିବାକୁ ଆଉ କା ହାତରୁ ସିନ୍ଦୂର ପିନ୍ଧିବାକୁ ସତରେ ସୀମା କଣ ଭୁଲିପାରିବ ସମୀରକୁ ସେ ପରା ଛୋଟ ବେଳରୁ ତା କନ୍ୟା ହୋଇ ସାରିଛି ନା ସେ ପାରିବନି ଆଉ କାହାର ସ୍ତ୍ରୀ ହୋଇ। ସେ କେବଳ ସମୀର ର।
ଏ ଫଗୁ ତା ପାଇଁ ଝରା ଫଗୁଣ ଏ ଗୋଲାପ ଵାସିଫୁଲ। ଏ ରଙ୍ଗ ତାକୁ ଭଲ ଲାଗୁନି ସେ ଧଳା ରଙ୍ଗକୁ ପସନ୍ଦ କରୁଛି ସେ ବୈଶାଖ ର ଝାଞ୍ଜି ଚାହୁଁଛି।
ଏ ଫୁଗୁଣ କୁ ସେ ସହି ପାରୁନି ସୀମା ଜୋର୍ ରେ କାନ୍ଦୁଥାଏ କହୁଥାଏ ହେ ଫଗୁଣ ତୁ ଫେରିଯାଆ ।ମୁଁ ସହି ପାରୁନି ତୋ ରଙ୍ଗକୁ।ତୁ ମୋ ପାଇଁ ଝରିଯା ମୋ ପାଖକୁ ଆସେ ନି ତୁ ମୋତେ ଜଳାନା ମୁଁ ସହି ପାରୁନି ଏ ଶୀହରଣକୁ ତୋ ଛୁଆଁ ରେ ମୁଁ ଜଳି ଯାଉଛି ତୁ ଫେରିଯାଆ ମୋ ଅଗଣାରୁ. ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ