ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୬ ମିନିଟ୍ ପଢ଼ା
ସ୍ୱପ୍ନ ସେ ପାଖେ ସିଏ
କେହି ଜଣେ ସବୁ ବେଳେ ଥାଏ ଆଖି ଆଇନାରେ ହୃଦୟ କାନ୍ଥ ରେ ଥାଏ ତା'ର ପ୍ରତିଛବି।ଆଖି ବେଳେବେଳେ ଅମାନିଆ ହୋଇ ଖୋଜେ ତାକୁ।
ମନ ଲୁଚି ଲୁଚି ପଡେ ମନର ଡାଏରୀ ପୃଷ୍ଠା କୁ।
ହାଏ କିଏ ଯେ ! ସେ ପରା ପ୍ରେମ ଭାରି କଷ୍ଟ ଦିଏ ସ୍ମୃତି ସାଥେ ଆସି ମନ ଅଗଣାକୁ।
ସୁନୀତା ମନେ ମନେ କଣ ଏଣୁତେଣୁ ଭାବୁଛନ୍ତି ଏତିକି ବେଳେ ଆସିଲା ତାଙ୍କର ଅନ୍ତରଙ୍ଗ ସାଙ୍ଗ ସ୍ମିତା।
ପଚାରିଲା କଣ କରୁଛ ତୁମେ! ସୁନିତା କହିଲା ନା ମ ଏମିତି ବସିଛି। ଆରେ ତୁମେ ତ ଭାବନାରେ ମଜ୍ଜି ଯାଇଛ କାହା କଥା ଭାବୁଛ ସାଙ୍ଗ।
କଣ ଅତିତର ପ୍ରେମ ମନେ ପଡିଗଲା କି?
ତୋ କଥା ନା ଆଉ କଣ ସେ ବୟସ ଅଛି ନା ସେ ମୋହ ମୋର ଅଛି।
ତୁ ମନେ ପକାଇ ଦେଲୁ ଯଦି ଚାଲ ସେ ଵିଷୟରେ ଆଜି ଗପିବା।
ସୁନିତା ସ୍ମିତା ଦୁଇଜଣ ସହପାଠୀ ପୁଣି ଗୋଟିଏ କଲେଜରେ ପଢ଼ୁଥିଲେ।
ଦୁଇ ଜଣ ଦୁଇ ବନ୍ଧୁ ଙ୍କ ପ୍ରେମରେ ହେଲେ ସଫଳ ପ୍ରେମିକା ହେଲେ ସ୍ମିତା।ଆଉ ସୁନୀତା ଅତିତକୁ ମନରୁ ପୋଛି ଦେଇ
ହାତ ଧରିଲେ ସୁବ୍ରତ ର ।ଭାଗ୍ୟ ଦେଖ ସୁବ୍ରତ ସଞ୍ଜୟ ଦୁଇ ସାଙ୍ଗ। ପୁଣି କେତେ ବର୍ଷ ପରେ ଯେବେ ସଞ୍ଜୟ ସହିତ ଆସିଲେ ସ୍ମିତା ଦୁହିଁଙ୍କର ଭେଟ ଏଇଠି।
ଭାରି ଖୁସି ଦୁଇ ବନ୍ଧୁ। ସତରେ ଦୁଇ ବନ୍ଧୁ ଯଦି ଅପରାହ୍ନ ରେ ଦେଖା ହୁଅନ୍ତି ଆଉ କଣ ଯେ ଗପିବେ ସେଇ ଚୁଲବୁଲି ବୟସର କଥା ନା।
ସୁନିତା କହିଲେ ସ୍ମିତା କୁ ତୁ ସିନା ସଫଳ ନାୟିକା ମୁଁ ତ
ଵୀରହି ରାଧିକା ।ସତରେ ସ୍ମିତା!
ଭଲ ପାଇବା ଏକମନୋସ୍ଥିତି। ତା ପାଖରେ ହାର ମାନେ ବୟସ ସୁନ୍ଦରତା ଆଉ ପରିବେଶ।
ସତରେ ସ୍ମିତା ପ୍ରେମର ଭାଷା କଣ ବୁଝିହୁଏ।ନା ତା'ର ପରିଭାଷା କିଛି କହି ହୁଏ।
ପ୍ରେମର ଦୁଇଟି ହୃଦୟର ଆବେଗ ଆଉ ମିଳନ । ପ୍ରେମ ସବୁ ସମ୍ପର୍କର ଉର୍ଦ୍ଧ୍ୱ ରେ।
ପ୍ରେମ ସବୁବେଳେ ଫୁଲ ଫଗୁଣ ପରି ରଙ୍ଗିନ। ପୁଣି ଗହୀର କ୍ଷେତର ହଳଦୀ ଗୁରୁ ଗୁରୁ ସୋରିଷ ଫୁଲ, ଶୀତ ସକାଳର ରଜନୀ ବନ୍ଧା ମହମହ ବାସ ପୁଣି ସଜଫୁଟା ଗୋଲାପ ଟିଏ।ଦୁଇଟି ଆତ୍ମାର ନିବିଡ଼ ବନ୍ଧନ ଏପ୍ରେମକୁ କଣ ବୁଝିହୁଏ ସହଜରେ। ନା ମାପି ହୁଏ ତାପମାନ ଯନ୍ତ୍ର ରେ।
ଏ ତ ଦେହରୁ ଦେହକୁ ହୃଦୟ ରୁସ୍ପନ୍ଦନକୁ ବ୍ୟାପିଥାଏ।
ଶ୍ରାବଣୀ ପରି ଭିଜାଇ ଦିଏ ଦେହକୁ ପୁଣି ବୈଶାଖ ପରି ଜଳାଏ ବିରହରେ। ଯେତେ ଚେଷ୍ଟା କଲେ ବି ଭୂଲି ହୁଏନା ପହିଲି ପ୍ରେମକୁ।
ଭୂଲି ବାକୁ ଚେଷ୍ଟା କଲେ ବେଶୀ ମନେ ପଡେ ସ୍ମୃତିଟା।
ଦୂଆର ବନ୍ଧ କଲେ ନିରୋଳା ରେ ଧସେଇ ପସିଆସେ।
ସରୋଜ ଗରିବ ବୋଲି ବାପା ସିନା ରାଜି ହେଲେନି।
ଆଜି ସେ ଖୁବ୍ ବଡ଼ ଉଚ୍ଚ ପଦବୀରେ ସବୁ ଅଛି ତାଙ୍କ ପାଖରେ ମାନ ସମ୍ମାନ ପଇସା ଗାଡ଼ି ବଙ୍ଗଳା । ହେଲେ
ମୁଁ ଆଜି ସରୋଜ ପାଖରେ ନାହିଁ।
ମୋର ବି ସବୁ ଅଛି ସ୍ମିତା ସୁବ୍ରତ ପରି ସ୍ବାମୀ ସଂସାର ସବୁ କିଛି। କିନ୍ତୁ କାହିଁକି କେଜାଣି ସେ କଥା ଭୂଲି ହୁଏନା ମନରୁ। ବେଳେ ବେଳେ ଭାରି ମନେପଡେ ଅତିତ।କେହି
ଜଣେ ଚୁମି ଯାଏ ହୃଦୟ କୁ ମିଠା ଛୁଆଁ ଦେଇ।
ଟାଣି ନିଏ ଭାଵନାର ଅଥଳ ସମୁଦ୍ର କୁ । ଭୂଲି ଯାଏ ମୁଁ ବର୍ତ୍ତମାନ କୁ ଫେରିଯାଏ ସରୋଜ ସହ ସେଇ କଲେଜ ର
କାଜୁ ବଗିଚାକୁ।
ମନେ ଅଛି ନା ସ୍ମିତା କେତେ କାଜୁ ତୋଳନ୍ତି ଆମେ ସେ ବଗିଚାରୁ କେତେ ଗପନ୍ତି ଲିଜର ପିରିୟଡ଼ ରେ ଏକାଠି ବସି ସେ ଛଇ ଭିତରେ । ପୁଣି ମିଶି ଗୁପ୍ ଚୁପ୍ ଖାଆନ୍ତି ପ୍ରତିଯୋଗିତା କରି।
ପୁଣି କଲେଜରେ ଡିଭେଟ କମ୍ପିଟିସନ୍ ରେ ଭାଗ ନେଇ
ଭାଷଣ ଦେଇ ଆମେ ପ୍ରଥମ ଦ୍ଵୀତୀୟ ତୃତୀୟ ହେବାର ମଜା। ସବୁ ମନେ ଅଛି ସମୟ କ୍ରମରେ ପରୀକ୍ଷା ସରିଗଲା ଆମେ ସମସ୍ତେ ଫେରିଗଲେ ନିଜ ଘରକୁ। ତା'ପରେ ସମ୍ପର୍କ ଚିଠିରେ ସେତେବେଳେ କେଉଁ ମୋବାଇଲ ଥିଲା ଯେ।
ଅପେକ୍ଷା କରିବାକୁ ପଡୁଥିଲା ସପ୍ତାହ ଟିଏ। ଚିଠିରୁ ବାପା ଜାଣିଦେଲେ ସରୋଜ ବିଷୟରେ ସେ ସେତେଵେଳେ
ଚାକିରି ଖୋଜୁଥିଲେ। ବାପା ମୋ ଵିଵାହ କରିଦେଲେ ସୁବ୍ରତ ସହ। କହତ ସ୍ମିତା ସେତେବେଳେ କଣ କଥା କହିବାର ଜୁ ଥାଏ ଝିଅଙ୍କର। ଆଖିର ଲୁହ ଆଖିରେ ଶୁଖିଗଲା ଛାତିର କୋହ ଛାତିରେ ମରିଗଲା। ମନକୁ ମାରି ଦେଇ ସଂସାର କଲି। ସରୋଜ ବିବାହ ପରେ ଚିଠିଟିଏ ଦେଇଥିଲେ ମନ କଥା ଲେଖି। ମୁଁ ସମ୍ପର୍କ କାଟିଦେବାକୁ ଚିଠି ଟିଏ ଦେଇ ବନ୍ଧ କରିଦେଲି। ମୋ ସଂସାର ରେ ନିଆଁ ଲଗାଇବାକୁ ଚାହୁଁ ନଥିଲି। କିନ୍ତୁ ଲୁଚି ଲୁଚି ଖବର ନିଏ ।ସେ ଏବେ ବହୁତ ଭଲରେ ଅଛନ୍ତି।
ଥରେ ଅଚାନକ ଗୋଟିଏ ବସ୍ ଷ୍ଟାଣ୍ଡ ରେ ଦେଖା ହୋଇଗଲେ ସରୋଜ। ମୁଁ ମୋ ସ୍ୱାମୀ ଘରକୁ ଫେରୁଥିଲୁ।
ମୋତେ କହିଲେ ତୁମେ ଚିହ୍ନିପାରୁଛ ମୁଁ ସରୋଜ।
ଚମକି ପଡିଥିଲ ସେଦିନ ହଠାତ୍ ଏ ନାଁ ଟି ଶୁଣି।
ଡରି ଗଲି କାଳେ ସ୍ୱାମୀ ଖରାପ୍ ଭାବିବେ। ତେଣୁ ବାଧ୍ୟ ହୋଇ ସ୍ମିତ ହାସ୍ୟ ରେ ଵିଦାୟ ନେଲି।
ଆଜି ବି ମନେ ଅଛି ସ୍ମିତା ସରୋଜ କହେ ସୁନୀତା ବଡ଼ ଘରର ଝିଅ ଭୂଲି ଯିବ ମୋତେ ସମୟ କ୍ରମେ।
ସୁନୀତା ତୁମେ ଚିହ୍ନି ପିରିବତ? ମୁଁ ହସିଦିଏ ଧେତ୍ ଏ କି କଥା। ହେଲେ ସେଦିନ ମୁଁ ସେମିତି ହିଁ କଲି।
ବାଧ୍ୟ ନାରୀଟିଏ ତା ମନକୁ ମାରିବା ପାଇଁ। କଥା କହିବାର
ଅଧିକାର ନ ଥାଏ ।ସେ କେବଳ ଶୁଣିବା ସଭିଙ୍କ କଥା। କହି ପାରିବିନି ମତାମତ ଦେଇପାରିବନି ଭଲ ମନ୍ଦର।
ସତରେ ସ୍ମିତା ମୁଁ କଥା କରିପାରିଥିଲେ ତୋ ପରି ସଫଳ ନାୟିକା ହୋଇ ପାରି ଥାଆନ୍ତି।
କେତେ ଭଲ ଲଗିଥାଆନ୍ତା କହିଲୁ ଆମେ ପୁଣି ହଜି ଯାଇଥାନ୍ତେ ସେଇ ପିଲା ବେଳରେ। ଭୂଲି ଯାଇଥାନ୍ତେ ଅତିତକୁ।
କେତେ କଷ୍ଟ ସତରେ ଏ ପ୍ରେମ ଟା ନା। ଜଳାଇ ଥାଏ
ଯୈ।ବନରୁ ବାର୍ଦ୍ଧକ୍ୟ।ଫଗୁଣରୁ ଶ୍ରାବଣ।
ଆଜି ବି ସ୍ୱପ୍ନ ଦେଖେ ସେ ଅତିତକୁ ଲୁଚି ଲୁଚି ଆସେ ପ୍ରେମ ଅପରାହ୍ନ ରେ ନୀଦ ଭରା ଆଖିରେ।କେତେ କଥା ହୁଏ ପ୍ରେମ ସହିତ କେତେ ହସେ ପୁଣି ହସାଏତାକୁ। ବୁଲି ଯାଉ ଆମେ କେବେ ସାଗର କୂଳ ଝାଉଁ ବଣ କେବେ ଫୁଲ ବଗିଚା ।ଖେଳୁ ଲୁଚକାଳି ଖେଳ ପୁଣି ପ୍ରଜାପତି ର ସ୍ପର୍ଶ ରେ ଫୁଲ ଲାଜେଇ ଗଲା ପରି ଆମେ ବି।
କେତେ ମିଠା ଏ ପ୍ରେମ ସତେ ।କେତେ ରଙ୍ଗିନ ସ୍ୱପ୍ନ ଦିଏ ଏଇ ପ୍ରେମ । ଭିଜାଏ ଖାଲି ରଙ୍ଗର ବର୍ଷା ରେ ।
କେତେ ମଜା ଲାଗେ ଜୀଵନ।
ପୁଣି ନିଦ ଭାଙ୍ଗିଗଲେ ବାସ୍ତବତା କେତେ କଷ୍ଟ ଦିଏ ସତେ।
ପ୍ରେମ ଦିଏ ଦୁଃଖ ଭିଜାଇଦିଏ ଦୁଃଖର ଶ୍ରାବଣରେ ଜଳାଏ ବିରହର ନିଆଁ ରେ।
ସତରେ ସ୍ମିତା ସ୍ୱପ୍ନ ସେପାଖରେ ସିଏ ଆଉ ବାସ୍ତବତା ର କ୍ରୁର ନିଷ୍ଠୁରତା ପାଖେ ମୁଁ।
ଜଳୁଛି ଏକା ଏକା ମୋ ଲୁହର ଦୀପାଳୀରେ ଭିଜୁଛି ଏକା ଏକା ମୋ ପ୍ରେମ ର ବର୍ଷାଛିଟା ରେ ।
ସବୁ ବେଳେ ମୋ ସ୍ୱପ୍ନର ଆର ପାଖରେ ମୋ ପ୍ରେମ ହାତ ଠାରି ଡାକେ ମୋତେ।ଟିକେ ଛୁଇଁ ଦେବାପାଇଁ ଟିକେ ମୋତେ ହସାଇବା ପାଇଁ
ଆଉ ଏପାଖରେ ମୁଁ ଲୁହର ଶ୍ରାବଣୀ....
ଭିଜୁଛି ମନ ଇଛା ଦୁଃଖର ମୁଶଳ ବର୍ଷାରେ..
ମୋ ପ୍ରେମକୁ ଖୋଜି।ଆରେ ଆରେ ଏକଣ ସୁନୀତା ତୁ ଭାବ ବିହ୍ୱଳ ହୋଇ ପଡ଼ିଲୁ ଅତିତକୁ ଅତିତରେ ରହିବାକୁ ଦେ। ବର୍ତମାନ ବୟସ ଅତିକ୍ରମ କରିସାରିଛି
ସ୍ମୃତି ବେଳେ ବେଳେ ଦୁଃଖ ଦିଏ ରେ ସ୍ମିତା।
ଭାରି ଅଛଟିଆ ଏ ସ୍ମୃତି ଆସେ ବେଳେ ବେଳେ ମନେ ପକାଇ ଦେବାକୁ ଅତିତକୁ।
ପୁଣି ଦୁଇ ସାଙ୍ଗ ହସି ଉଠିଲେ ଏକାଥରେ ମିଶି।
ହେଉ ସ୍ୱପ୍ନ ସେ ପାଖେ ସେ ସେମିତି ଥାଉ ଜୁଇ ଜଳିବା ଯାଏ....
ଏ ପାଖରେ ସୁନୀତା ଖୋଜୁଥାଉ ତା ପ୍ରେମକୁ ଜୁଇକୁ ଯିବା ଯାଏ..
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ