ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
7ଆତ୍ମାର ବିଳାପ..
ଏକୁଟିଆ ଘରେ ବସି ବସି ମନଟା ବିରକ୍ତ ହୋଇଯାଏ।
ସୁନିତା ଦେବୀ ପଦାକୁ ଟିକେ ବାହାରି ଆସିଲେ
ଚାରିକାନ୍ଥ ର ସେ ଉଆସରୁ।ଶଙ୍ଖ ମଲମଲ ଘର ଚିକ୍କଣ ଚଟାଣ।ଶୀତ ତାପ ନିୟନ୍ତ୍ରଣ ଘର। କାହିଁକି କଷ୍ଟ ଦିଏ
ସୁନୀତା ଦେବୀଙ୍କୁ। ବାହାର ଗଛ ପତ୍ର ଶୂନ୍ୟ ଆକାଶ
ରଙ୍ଗ ବେରଙ୍ଗର ଫୁଲ ପକ୍ଷୀ ର କିଚିରିମିଚିର ଶବ୍ଦ ତାଙ୍କୁ ଭଲ ଲାଗେ। ଶାନ୍ତି ଲାଗେ ମନ କୁ।
କିନ୍ତୁ କାହିଁକି ଭଲ ଲାଗେନା ଏ ଚାକଚକ୍ୟ ଘରଟା।
କାହିଁକି ଖାଇଯାଏ ମନକୁ ତାଙ୍କର ଏଇ ନୀରବତା।
ଜୀବନର ଅପରାହ୍ନ ରେ ତର୍ଜମା କରନ୍ତି ନିଜକୁ..
ଦିନେ ହସି ଉଠୁଥିଲା ସଂସାର ଫୁଲି ଉଠୁଥିଲା ଛାତି।
ଯୈ।ବନର ଉଦାମତାରେ ଜୀଵନ ଥିଲା ଖୁବ୍ ସୁନ୍ଦର
ସତେ ସେ ରଙ୍ଗିନ ପ୍ରଜାପତି ଏ ଡାଳରୁ ସେ ଡାଳ ଉଡ଼ିଲା ପରି ସେ ଘୂରି ବୁଲୁଥିଲେ । ସ୍ୱପ୍ନ ରେ ଖୁବ୍ ବିଭୋର ଥିଲେ। ସ୍ୱର୍ଗର ନନ୍ଦନକାନନ ପାରିଜାତ ଫୁଲ ସତେ ତାଙ୍କ
ହାତ ମୁଠାରେ ଜୀଵନ ଥିଲା ଖୁବ୍ ମିଠା।
ସମୟର ଉଜାଣୀ ସୁଅରେ ଭାସି ଯାଏ ଜୀଵନ
କେବେ ସୁଖ ତ କେବେ ଦୁଃଖ କେବେ ହସ ତ କେବେ ଲୁହ। ଏଠି ସମୟ ସବୁକୁ ସମାନ ସମ୍ମାନ ଦିଏ। ହେଉ ସେ ଧନୀ ଅବା ଗରୀବ।ହେଉ ସୁନ୍ଦର କି ଅସୁନ୍ଦର
ସୁନୀତା ଦେବୀଙ୍କ ପାଖରେ ଅଲଗା ହେବ କେମିତି?
ସମୟଟା ବଦଳିଗଲା। ପତ୍ର ଝଡ଼ା ଦେଲା ସବୁଜ ଗଛ।
ବସନ୍ତ ଫେରିଲା ମୁହଁ ମୋଡ଼ି ତାଙ୍କ ପାଖରୁ।
ଶୂନ୍ୟତା ଭରିଗଲା ପୂର୍ଣ୍ଣତା ଥିବା ଜୀବନରେ।
ଫିକା ଫିକା ଲାଗିଲା ଫୁଲ ବନ।ରାତି ହେଲା ଆହୁରି ଅନ୍ଧକାର। ହାଇ ମାରୁଥିଲା ସମୟଟା।ଅଳସ ଭରିଗଲା ଚୁଲ୍ ବୁଲ ମନରେ...
କାହିଁକି କେମିତି ବଦଳିଗଲା ସମୟଟା ଏତେ ଶିଘ୍ର।
ଚାରିଆଡେ ଆଖିଵୁଲାଇ ଆଣିଲେ ଥରେ ସୁନୀତା ଦେଵୀ
ସବୁ ସେମିତି ଅଛି ହେଲେ ବଦଳିଗଲା ଜୀଵନ।ବଦଳିଗଲା ସମୟ..
ସେମିତି ଠିଆ ହୋଇଛି ବରଗଛ କେଉଁ ଶହେ ବରଷ ଆଗରୁ।ଓହଳି ଲାଗିଯାଇଛି ମାଟି କୁ।
କେତେ ପକ୍ଷୀ ବସା କରିଛନ୍ତି ସେ ଗଛରେ ।
ଫଡ଼ ଫଡ଼ ଶବ୍ଦ ରେ ନୀରଵତା ଭାଙ୍ଗିଗଲା ତାଙ୍କର।
ଦେଖିଲେ ଦୁଇଟି ପକ୍ଷୀ ଥଣ୍ଟ କୁ ଥଣ୍ଟ ଘସି କେତେ ଆନନ୍ଦ ରେ ବସିଛନ୍ତି।ବସାରେ ଶାବକ ଦୁଇଟି।ଟିକି ଟିକି ଶାବକଙ୍କୁ ମିଶି ଖାଦ୍ୟ ଦେଉଛନ୍ତି।
ଆଉ ଗୋଟେ ବସାରେ ଶାବକ ଖଣ୍ଡି ଉଡା ଦେଉଛନ୍ତି।
ମା ପକ୍ଷୀ ଟିଏ ଦେଖି ଆତ୍ମ ବିଭୋର ହେଉଛି।
ଆଉ ଗୋଟିଏ ଵସାରୁ ପକ୍ଷୀ ଵଡ ହୋଇ ଉଡ଼ି ଯାଉଛନ୍ତି ଦୂରକୁ।ଆଖି ପାଉନାହିଁ ବହୁ ଦୂରକୁ।ମା ପକ୍ଷୀଟି ଚାହିଁଛି
ଦୃର ଆକାଶକୁ ଚାହିଁଛି ଏକ ଲୟରେ ତା ରାସ୍ତାକୁ
ସୁନୀତା ଦେଵୀ ପ୍ରକୃତିସ୍ଥ ହେଲେ।ଏଇତ ଜୀବନ
ଏଠି ସମୟ କ୍ରମେ ସଵୁଫେରି ଥାଆନ୍ତି।
ଏକଲା ପଣ ରେ ମା ଅତିତକୁ ଝୁରିହୁଏ। ସତରେ ଭାରି କଷ୍ଟ ଏଇ ଜୀବନଟା।ମମତା ବନ୍ଧନ ଅତିକଷ୍ଟ ମୁକ୍ତି ନାହିଁ ତା'ର ଫାଶରୁ।
ଫାଶି ନ ପାଇବି ଏଠି ଶ୍ୱାସରୁଦ୍ଧ ହୋଇଯାଏ।ବଞ୍ଚି ଥାଉ ଥାଉ ମଣିଷ ମରିଯାଏ। ଜୀଅନ୍ତା ଶଵ ପାଲଟା ଯାଏ
ତମାମ ଜୀବନ ଖାଲି ବିଳାପ କରି ଚାଲେ।ତା ଏକଲା ଜୀବନର ତର୍ଜମା କରୁଥାଏ କ୍ଷଣ କ୍ଷଣ।
ଜୀବନର ମାନେ ଯନ୍ତ୍ରଣା।ଜଉ ଘରେ ଜଳେ ନିତି ଜୀବନ।ମନ ଭାଙ୍ଗିଯାଏ ଏଠି କ୍ଷଣ କ୍ଷଣ।ତଥାପି ବଞ୍ଚିବାକୁ ହୁଏ ଜୀବନ ଥିବା ଯାଏ। ସୁନୀତା ଦେବୀ ଥରେ ଆକାଶର ଶୂନ୍ୟତାରୁ ମାପୁଥିଲେ ହୃଦର ଯନ୍ତ୍ର ରେ।ଥରେ ନିଜ ହୃଦୟର ଶୂନ୍ୟତା କୁ ମାପୁଥିଲେ ନିଜ ବିବେକ ରେ ମାପ ମାନ ଯନ୍ତ୍ର ରେ।ବାଲ୍ୟ ରୁ ଯୈାଵନ..
ଯୈ।ଵନରୁ ବାର୍ଦ୍ଧକ୍ୟ ସବୁ ଚହଲି ଉଠୁଥିଲା ଝାପସା ଝାପସା ଲାଗୁଥିଲା ଆଖିକୁ।
କେତେ ବାଟ ଅତିକ୍ରମ କରି ସାରିଲେଣି ସୁନୀତା ଦେବୀ
ସୁଖ ଦୁଃଖର ଜୀବନରେ ଛାଇ ଆଲୁଅର ଖେଳ ଖେଳି ଖେଳି ଏବେ ନୀରବରେ ଦେଖୁଛନ୍ତି ଜୀବନକୁ।
ନିଜ ଆତ୍ମାର ବିଳାପ ଶୁଣୁଛନ୍ତି ନିଜେ। ଵିଳପି ଉଠୁଛି ପ୍ରାଣ।ଜୀବନର ଜଟିଳ ଅଙ୍କ କଷି କଷି ହାଲିଆ ହୋଇଗଲେଣି ସୁନୀତା ଦେବି। କରୁଣ ସ୍ୱର ହୃଦୟ ର
ଶୁଣି ଶୁଣି କାତର ଏ ପ୍ରାଣ।
ମନ ତଳେ କେତେ ଯେ ଯନ୍ତ୍ରଣା।
ଚାପି ଦିଅନ୍ତି ହୃଦୟ ରେ।ନୀରବ କୋଠରୀ ରେ ଏକା
ମୂକ ହୋଇ ଯାଆନ୍ତି।ଖାଲି ଶୁଣନ୍ତି ଆତ୍ମାର ବିଳାପ
କୋହ ସବୁ ବରଫ ପାଲଟି ଯାଏ ସ୍ଥାଣୁ ପାଲଟି ଯାଆନ୍ତି ସେ.. ସେତେ ସେ ପାଲଟିଗଲେ କାହାର ଅଭିଶାପ ରେ ଅହଲ୍ୟା ପରି ପଥର।କେବେ କାହାର ଛୁଆଁରେ ସେ ହେବେ ନାରୀ। ଵନ ପୋଡ଼ିଗଲେ ସଭିଏଁ ଜାଣନ୍ତି ମନ ପୋଡ଼ିଗଲେ ଏକା ଏକା ସେ ନିଆଁ ରେ ଜଳିବାକୁ ହୁଏ।ନିଜର ଚିତ୍କାର ନିଜେ ଶୁଣିବାକୁ ହୁଏ।ନିଜ ଆତ୍ମାର ବିଳାପ
ନିଜ ଚାରିପାଖରେ ପ୍ରତିଧ୍ଵନି ସୃଷ୍ଟି କରେ।
ସୁନୀତା ଦେଵୀ ପ୍ରକୃତିସ୍ଥ ହେଲେ।
ଏଇ ବୋଧେ ଜୀଵନ ଏଠି ଏମିତି ହିଁ ସ୍ୱପ୍ନ ସବୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଏ। ଆତ୍ମା ଛଟପଟ ହୋଇ ଖାଲି ବିଳାପ କରୁଥାଏ।ଲୋକ କୁହନ୍ତି ସେ ବୁଢୀ ର ମତିଭ୍ରମ ଘଟିଛି।
ବାଃ ରେ ଜୀବନ... ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ