ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ମଶାଣିର ଅଟ୍ଟହାସ୍ୟ
ଅଧରାତିର ନିସ୍ତବ୍ଧତା ରେ ଶୁଭେ ଏଠି ଠୋ ଠୋ କାହାର ହସ ପୁଣି ଭୋ ଭୋ କାନ୍ଦ କଣ ପାଇଁ ଏଠି କିଏ ହସେ ବିଦ୍ରୁପ କରି ପୁଣି କାନ୍ଦେ ଦୁଃଖରେ ମ୍ରିୟମାଣ ହୋଇ।
ଏ ସମୟ ଏ କାଳ ଏ ଶ୍ଶଶାନ ସେ ହସେ ପୁଣି କାନ୍ଦେ।
ଏଠି କିଏ ହଜିଯାଏ ସବୁଦିନ ଆଉ କିଏ ହଜିବି ରହିଯାଏ କଫିନ୍ ତଳେ ପାଏ ନାହିଁ ମୋକ୍ଷ ଅତୃପ୍ତ ଆତ୍ମା ଟିଏ ।
କେଉଁ କାଳରୁ ସେଠି କେତେ କେତେଶଵ ଦାହ ହୁଏ
ଶ୍ମଶାନ ର ଶାନ୍ତି କେଉଁଠି ନାହିଁ ସେଇଠି କୁ ଗଲେ ଆତ୍ମା ପରମାତ୍ମାପାଖେ ଧାଇଁ ଯାଏ.।ହେଇ ଏବେ ଏବେ
ଗାଁ ମଶାଣିରେ ଜଳୂଥିଲା ଜୁଇ ଅନେକ ଦୂରରୁ...
ନିମିଷକେ ଗଲା ସବୁ ପାଉଁଶ ହୋଇସ୍ନେହ ମମତା ମାନ ଅଭିମାନ ସବୁ କିଛି।ଏଠି ସାହୁକାର ଏଠି ଗରିବ ସମସ୍ତେ ହଜିଯାଇଛନ୍ତି ।କେତେ ମାନ ସମ୍ମାନ ମଣିଷ କେତେ ଗର୍ଵୀ ଅହଙ୍କାରୀ। ତେଣୁ ମଶାଣି ହସୁଛି ଗର୍ବିର ଗର୍ବ ଦେଖି ଆଉ କାନ୍ଦୁଛି ସେଇ ସରଳ ମଣିଷ ପାଇଁ ଯିଏ ଶିକାର ହୋଇଛି ଅନ୍ୟାୟ ର।
ଏଠି କାନ୍ଦୁଛନ୍ତି ଭୋ ଭୋ ହୋଇ ତଥା ବାଡେଇ ଅସହାୟତା ନାରୀଟିଏ। ଏବେ ବେ କ୍ଲିନ୍ ଭିତରେ ଶୋଇଛି ଭେଣ୍ଡିଆ ପୁଅଟିଏ। ରଜନୀ ଯିଏ ଅନ୍ଧାର ଭିତରେ ସବୁ ଦିନ ରହିଗଲା ନାଁ ତା,ର ସାର୍ଥକ ହୋଇଗଲା।
ଦିନେ ଥିଲା ସୁନ୍ଦର କଳାକାର ପରିବାର ଟିଏ ଖୁସିରେ ହସୁଥିଲା ରଜନୀର ଦୁନିଆ। ଖୁସିରେ ଫାଟିପଡୁଥିଲା ତା,ର ସଂସାର। ଆଜି ସବୁ ହରାଇ ନିଃସହାୟ ଛଡ଼ାଇନେବା ଦିବସ ସବୁକିଛି। ସ୍ୱାମୀ ଖୋର୍ଦ୍ଧାରେ ଚାଲିଗଲା ସାନପୁଅ ରୋଗରେ ବାପାର ଦୁଇ ବର୍ଷ ପରେ ଚାଲିଗଲା। ଭାଂଗିଗଲା ରଜନୀ ର ସଂସାର। ଚୁନା ଚୁନା ହେଲା ମନ।
କେଵଳ ସାହା ଆଉ ଗୋଟିଏ ପୁଅ ତାକୁ ଅନାଇ ଦିନ କାଟିବାକୁ ଅଣ୍ଟା ଭିଡିଥିଲା।
ଆରିୟନ ତାର ବଡ଼ ପୁଅ ଶାନ୍ତ ସରଳ ସୁନ୍ଦର ପୁଅଟିଏ।
କଳାକାର ପରିବାର ଯେହେତୁ ସେ ବି ଗୀତ ଗାୟକ। ସୁନ୍ଦର ଗୀତ ଗାଇ ଛୋଟ ବେଳରୁ ମନ ଜିଣିନିଏ ସଭିଙ୍କର।
ଆସ୍ତେ ଆସ୍ତେ ବଡ଼ ହେଲା ଭଲ ପଡେ ଆରିୟନ କେଉଁ ବାଟ ବାଛିବ ଭାବି ପାରେନା ସିଏ ସମୟକ୍ରମେ ସେ ଡାକ୍ତରିପାଠ ପଢିଲା କାହିଁକି କେଜାଣି ସେ ଗୀତରେ ହଜି ଯାଉଥିଲା। ବାପାଙ୍କୁ କହିଲା ସେ ଗୀତକୁ ବେଉସା କରିବ ବାପା ରାଜି ହୋଇଗଲେ। ତୋ ଜୀଵନ ତୁ ଗଢ। ସେଠୁ ଆରିୟନ ଗୀତରେ ଲାଗିଗଲା ସବୁ ଦିନେ ଉପରକୁ ଗଲା।ଏତେ ମିଠା ତା,ର ସ୍ୱର ସେ ଢାନ୍ଧିନେଲା ସଭିଙ୍କୁ ତାର ଗୀତରେ।ବୁଢ଼ା ଠୁ ଯୁବା ଯାଏ ସଭିଏଁ ମସଗୁଲ ତା ଗୀତରେ। ନିଜେ ଗଡିଲା ମିୟୁଜିକ ପାର୍ଟି। ମୋ କଲା ଗୀତ ଗାଇବା ଦେଶ ରାଜ୍ୟ ସବୁଠି ସେ ହେଲା ପରିଚିତ।
ଗାଁ ର ସରଳ ଜୀବନରେ ସେ ଖୁବୁ ଖୁସିରେ ଥିଲା ମାୟା ନଗରୀକୁ ଟାଣିଲେ କିଛି ଗୀତ ବ୍ୟବସାୟୀ।
ପଇସା ଲୋଭରେ ମାୟାନଗରୀ ସହରୀ ଜୀବନରେ ପାଦ ଦେଲା ସେ। ଏହା ଭିତରେ ଆରିୟନ ଭଲ ପାଇ ଵିଵାହ କରିସାରିଥିବା ଛୋଟ ଝିଅ ଟିଏ ବି ଆସିଥିଲା ତାଙ୍କ କୋଳକୁ। ହସ ଖୁସିରେ ସଂସାରରେ ନଜର ଲାଗିଗଲା କାହାର। ଆସ୍ତେ ଆସ୍ତେ ସହରରେ ରହିଲା ପରେ ପତିପତ୍ନୀ ଙ୍କର ମନୋମାଳିନ୍ୟ ଆରମ୍ଭ ହେଲା । ସ୍ତ୍ରୀ ଝିଅକୁ ଧରି ଅଲଗା ରହିବାରୁ ଭାଂଗି ଗଲା ଆରିୟନର ମନ।ଦରଦୀ ମଣିଷ ଟିଏ କେତେ ସହିବ ଦରଜକୁ । ମନର ଦରଜ ସହି ହୁଏନା କି କହି ହୁଏନା ଠିକ୍ ସେମିତି ହେଲା ତଥାପି ସେ ଗୀତ ଜାରି ରଖୀଥାଏ ଖୁବ୍ ମାନ ସମ୍ମାନ ପାଗଳ ପାନ୍ ମାନେ ଆରିୟନ ପାଇଁ ତାର ମିଠା ଯାଦୁକରୀ ସ୍ୱରରେ ସବୁ ପାଗଳ। ପ୍ରେମର ଗୀତରେ ଭିଜାଇ ଦିଏ ବିରହ ଗୀତରେ ଜଳାଇ ଦିଏ ଦୁଃଖ ଗୀତରେ କନ୍ଦାଇ ଦିଏ ଆଉ ମଜା ଗୀତରେ ସଂସାରେ ଖୁଵୂ। ମୋ ରେ ଛିଡା ହୋଇଗଲେ
ମଞ୍ଚ ଝୁମିଯାଏ ସେ ସୂରିଲା ସ୍ୱରରେ। ଆଃ କି ମିଠା ସ୍ୱର।
ଆସ୍ତେ ଆସ୍ତେ ଆରିୟନର ଖ୍ୟାତି ରେ ଅସୁୟାଭାବ ଜାଗ୍ରତ ହେଲା ଇର୍ଷା ରେ ଦଳିଲେ ଅନ୍ୟ ମାନେ। ଠିକ୍ ଉପର ପାହାଚ କୁ ଚଢୁ ଚଢୁ ପଡିଗଲେ ଆରିୟନ ଭାଂଗିଗଲା ମନ। ହୃଦୟ ସବୁ କିଛି। ଫିଇଦା ନେବାକୁ ସମାଜରେ ବହୁତ ମଣିଷ ଅଛନ୍ତି ଜଖମରେ ମଲମ ଦେଉ ଦେଉ ତୁମକୁ ପୂରା ମାରିଦିଅନ୍ତି। କୁ ସାଙ୍ଗ ମାନଙ୍କ ଦ୍ୱାରା
ସହରରେ ରହି ନିଶା ନାରୀରେ ବୁଡିଗଲେ ଆରିୟନ। ସାର୍ ବାରଣ ସତ୍ତ୍ୱେ ସେ ନିଶାରେ ବୁଡି ଦୁଃସାଧ୍ୟ ରୋଗର ଶୀକାର ହେଲେ ଡାକ୍ତର ମାନଙ୍କର ଵାରଣ ସତ୍ୱେ ସେ ଗୀତ ଗାଇଲେ । ତାଙ୍କର ମରଣ ଯନ୍ତା ତିଆରୀ କରିଦେଇଥିଲେ ଶତୃ ମାନେ। ଲୁଟି ନେଲେ ପଇସା ଲୁଟି ନେଲେ ଜୀଵନ।
ହଠାତ୍ ମା ଖବର ପାଇଲେ ଯେ ପୁଅ ଅସୁସ୍ଥ । ଆଇସିୟୁ ରେ। ମା ର ଧୈର୍ଯ୍ୟର ଵନ୍ଧ ଭାଂଗିଗଲା ଦୈ।ଡିଗଲେ ସହରକୁ । ଭଗବାନ ଯିଶୁ ସଭିଙ୍କୁ ବିକଳରେ ଡାକିଲେ ପୁଅକୁ ବଞ୍ଚାଇ ଦେବାକୁ ହେଲେ କାଳ ବଡ ଦାରୁଣ ବାଛି ନେବ କଞ୍ଚା ରଖିବ ପାଚିଲା।
ଦୁଖିର ଦୁଃଖ ବହୁତ ସହିପାରେ ବୋଲି ଦଇବ ଥାଉ ସାଜେ। ଛଡାଇ ନେଲେ ପୁଅକୁ ମା,ଠାରୁ
ଜୀବନ କାଢିନେଲେ ଠାକୁର କେମିତି ବଞ୍ଚିବ ଅସହାୟ ମା,ଟି ଧାଇଁ ଆସୁଛି ଏଇ ମଶାଣି କୁ ପଚାରିବାକୁ ପୁଅକୁ
ଡାକୁଛି ଉଠି ଆ କଫିନ୍ ଭିତରୁ। ଏଇ ଟି କଫିନ ଦିଆଯାଇଛି ତାର ପୁଅକୁ।
କେହି ବିଶ୍ୱାସ କରି ପାରୁ ନାହାନ୍ତି। ସାରା ରାଜ୍ୟରେ ରେ ସଭିଙ୍କ ଆଖିରେ ଲୁହ। କଣ ହେଲା ହଠାତ୍ କେହି ବୁଝିପାରିଲେ ନାହିଁ କାହାର ଷଡ଼ଯନ୍ତ୍ର ନା ସ୍ୱାସ୍ଥ୍ୟ ସମସ୍ୟା ନା ଜାଣି ଜାଣି ପାଇସା ପାଇଁ ସବୁ ଷଡଯନ୍ତ୍ର। କାହିଁକି ପିଲାଟିଏ ଅକାଳରେ ଝଡିପଡିଲା ତାହା ଆଜି ବି ପ୍ରଶ୍ନବାଚୀ!
ମା ବସିଛି ସକାଳୁ ସଞ୍ଜ କଫିନ୍ ପାଖରେ ପଚାରୁଛି ତା'ର ଦୋଷ କଣ ? କାହିଁକି ପରିବାର ତାକୁ ଛାଡ଼ି ଚାଲିଗଲେ ସମସ୍ତେ ଜଣେ ଜଣେ।
କାନ୍ଦୁଛି କଫିନ୍ ଭିତରେ ପୁଅ କାନ୍ଦୁଛି କଫିନ୍ ବାହାରେ ମା ଟିଏ।
ହସୁଛି ମଶାଣି ଅଟ୍ଟହାସ୍ୟ ରେ ଫାଟୁପଡୁଛି ମଶାଣି କହୁଛି ଏଇ ତ ଜୀବନର ଶେଷ କାହିଁକି କାନ୍ଦୁଛୁ ମା!
ସମସ୍ତେ ଆଜି ଅବା କାଲି ଏଇଠିକୁ ଆସିବେ ମୁଁ କୋଳେଇ ନେବି ସମସ୍ତ ଙ୍କୁ ନିଜର ଭାବି। ସେ ହେଉ ବଡ଼ ଅବା ସାନ।
ତୁମେ ବ ଆସିବ ଦିନେ ମୋ କୋଳକୁ ତୁମ ସମୟ ହେଲେ। ଏଠି କାଳର ନିର୍ଦ୍ଦେଶନା ରେ ଚାଲିଛି ରଙ୍ଗ ମଞ୍ଚ
ଅଭିନୟ ସରିଲେ ଆସିବେ ସବୁ ଏଠାକୁ। କଣ ମିଳିବ ସେ ମାନ ସମ୍ମାନ ସେ ନ୍ୟାୟ ଅନ୍ୟାୟରୁ କଣ ମିଳିବ ତୋତେ ଆଉ ତୋର ପୁଅ ସେ ଫେରିଯାଇଛି ବୁଝିଯା ...
ପୁଣି ଅଟ୍ଟହାସ୍ୟ ମଶାଣିର... ହା ହା ହା....
ମୁଁ ଏଠି ଏକା ସତ୍ୟ.........
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ