ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୭ ମିନିଟ୍ ପଢ଼ା
୧୧ "ସେଇ ଗାଁ "
ନୀରବତାର ଯୋଗିଟିଏ ପାଲଟିଛନ୍ତି ସୁବ୍ରତ ଦାସ!
ଆଜି ବି ମନ ଟାଣି ହୋଇଯାଏ ସେଇ ଗାଁ କୁ ଯେଉଁଠି
ଅଛି ସବୁ ନିଜର ପଣିଆ ଆତ୍ମୀୟ ଭାବ। ନଥାଉ ପଛେ
ଭୂଗୋଳ ରେ ତାର ନାଁ ତଥାପି ଭାରି ସୁନ୍ଦର ତାଙ୍କ ଗାଁ।
ଅଙ୍କାବଙ୍କା ସର୍ପିଳ ରାସ୍ତା ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ
ଦୁଇ ପଟେ ସଵୁଜ ବନାନୀ ଘେରା ଗାଁ।
ଅନତି ଦୂରରେ ଧ୍ୟାନ ମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼ ଦଣ୍ଡାୟମାନ ତଳେ ଝାଟିମାଟି ସୁବ୍ରତ ଙ୍କ ଗାଁ।
ସେଠି ଫଗୁଣ ଖେଳେ ନିତି ଦୋଳୀ ପବନ ବଜାଏ ଶାହାନାଇ ଟିକି ଝରଣା ଗାଏ ଗୀତ। ବେଙ୍ଗୁଲି ପକାଏ ସଞ୍ଜ ସକାଳେ ହୁଳହୁଳି।କାକଳୀର କିଚିରି ମିଚିରି ଶବ୍ଦ ରେ ଆସେ ସକାଳ।
ଉଛୁଳା ନଦୀର ସୁଅ ରେ ଭାସିଯାଏ ସ୍ୱପ୍ନିଳ ମନ।ନୀଳ ତରଙ୍ଗ ରେ ତରଙ୍ଗାୟିତ ହୁଏ ଚହଲା ମନ ସବୁଜ ଓଢଣୀ ଟାଣି ଖିଲି ଖିଲି ହସୁଥାଏ ତାଙ୍କ ଗାଁ।
ସୁବ୍ରତ ଦାସଙ୍କର ସୁନ୍ଦର ଘର ପତ୍ନୀ ସୁପ୍ରଭା ଦୁଇ ପୁତ୍ର
ଶୁଭମ୍ ସୁନନ୍ଦ ଙ୍କୁ ନେଇ ତାଙ୍କ ସଂସାର।
ମଧ୍ୟବିତ୍ତ ପରିବାର ହେଲେ ସୁନ୍ଦର ପରିବାରପୁଅ ଦୁଇଟି ରାଜକୁମାର ଠୁ କମ୍ ନୁହନ୍ତି।
ଶଶୀକଳା ପରି ବଢୁଥାନ୍ତି ସେ ଘରେ। ସୁନ୍ଦର ସ୍ୱାସ୍ଥ୍ୟ ଵାନ ସୁଢଳ ଚେହେରା। ଗୁଣ ବି କମ୍ ନୁହେଁ ଶାନ୍ତ ସରଳ
ପିଲା ପାଠ ବି ଭଲ ପଢନ୍ତି।
ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ। ସୁନ୍ଦରୀ ଗୁଣଵାତୀ ସ୍ତ୍ରୀ ବି ପାଇଛନ୍ତି। ସେ ଆକାଶର ଛତା ହେଲେ
ସ୍ତ୍ରୀ ବସୁମତୀ।
ସୁଖର ସଂସାର କରିଛନ୍ତି ଗାଁ ଠାରୁ ବହୁ ଦୂର ସହରରେ।
ସକାଳର ଓଙ୍କାର ଧ୍ୱନିରେ ସେ ଘରେ ସମସ୍ତଙ୍କ ଆଖି ଖୋଲେ। ହସ ଖୁସି କର୍ତ୍ତବ୍ୟ ଆଉ କର୍ମ ଭିତରେ ଦିନ ସରିଯାଏ।ଆରାମ ଦାୟକ ଜୀଵନ ସୁଖି ପରିବାର।
ସୁବ୍ରତ ବାପା ମା,ଙ୍କର ବଡ଼ ପୁଅ ଗାଁ ରେ ତାଙ୍କ ଘର
। ସରକାରୀ ଚାକିରୀ ପରେ ସେ ସହରରେ ରୁହନ୍ତି
ପିଲା ସ୍ତ୍ରୀ ଙ୍କି ମେଳରେ।ଚାକଚକ୍ୟ ଘରେ ଵିଜୁଳୀ ଆଲୁଅ ଭିତରେ ଆଧୁନିକ ପରିପାଟୀ ଭିତରେ ।
ସୁବ୍ରତ କେବେ ଠାରୁ ଭୂଲି ସାରିଛନ୍ତି ତାଙ୍କ ଝାଟିମାଟିର ଘରକୁ। ଯେଉଁଠି ଥିଲା ତାଙ୍କ ଷଠିଘର। ଯେଉଁ ଘରେ ଥିଲା ଏନ୍ତୁଡ଼ିଶାଳ।
ଯେଉଁଠି ଥିଲେ ତାଙ୍କ ବାପା ମା ଭାଇ ଭଉଣୀ।
ଯେଉଁଠି ଥିଲା ମମତାର ବନ୍ଧନ। ମିଠା ମିଠା ସମ୍ପର୍କ
ପରସ୍ପର ଉତ୍ତମ ବୁଝାଵଣା। ଭାଇ ଭଉଣୀ ବାବା ମାଙ୍କ
ସାଥେ ଜୀଵନ ଥିଲା ଖୁବ୍ ସୁନ୍ଦର। ଗୋଟିଏ ସୂତାରେ
ବନ୍ଧା ଅନେକ ଜୀଵନ।ସତେ ଫୁଲ ହାର ଟିଏ ଭାରି ସୁନ୍ଦର ସଂସାର।
କାହାର ନଜର ଲାଗିଲା କେଜାଣି ଭାଂଗିଗଲା ସେ ଝାଟିମାଟି ଘର ଯେଉଁଦିନ ସେ ଵିଵାହ କଲେ ସହରୀ ଝିଅ ସୁପ୍ରଭାକୁ।
ସୁପ୍ରଭା ଚଳି ପାରିଲେନି ସେ ମାଟି ଘରେ।
ତାଙ୍କ ଜୀବନ ତ ଇଟା କାନ୍ଥ ରେ ଗଢା।ସେ କି ବୁଝିବେ ମାଟିର ମହକ କେତେ। ସେ ବାସ୍ନା କେତେ ଆତୁର କରେ
ଦୂରରେ ଥିବା ପୁଅ ଝିଅ ମାନଙ୍କୁ ଵି ଗାଁ କୁ ଟାଣିଆଣେ। ସଵୁଵେଳେ ଏକା ଜିଦ୍ ସେ ଏଠି ଚଳିପାରିବେନି। ଏତେ ଗହଳିରେ ସେ ଅଣନିଃଶ୍ବାସୀ ହୋଇ ପଡ଼ିବେ। ସେଇଆ ହିଁ ହେଲା ବାପା ମା ନିଜ ଇଛା ବିରୁଦ୍ଧରେ କହିଲେ ପୁଅକୁ ସରକାରୀ କ୍ୱାଟର କୁ ନେଇଯିବାକୁ।
ସୁବ୍ରତ ସବୁର ସମାଧାନ ପାଇଁ ନେଇ ଆସିଲେ ପାଖକୁ
ଛାଡିଦେଲେ ଆଦରର ଘରକୁ ଗାଆଁ କୁ ସମ୍ପର୍କ କୁ।
ସୁବ୍ରତ ବାବୁ ଆଉ ଗଲେନି ଘରକୁ। ଧୀରେ ଧୀରେ ଛନ୍ଦି ହୋଇ ଗଲେ ସହରୀ ଜୀବନରେ। ଧାଁ ଦୈ।ଡ ଭିତରେ ସେ ଯେବେ ଅଣନିଃଶ୍ବାସୀ ହୋଇ ପଡନ୍ତି ମନେପଡେ ତାଙ୍କ ର ପିଲା ଦିନ ମନେ ପଡେ ତାଙ୍କର ଘର।
ଯେଉଁଠି ମା,ର ପଣତ କାନି ଧରି ସେ ଅଳି କରୁଥିଲେ।ମା କୋଳରେ ବସାଇ ଗେଲ କରୁଥିଲା। ସାଙ୍ଗ ସାଥି ମେଳ ରେ ସେ ଖେଳି ବୁଲି ସମୟ କାଟୁଥିଲେ ଗାଁ ନଦୀକୂଳରେ।କେତେ ଖୁସିରେ ଜୀଵନ କଟୁଥିଲା ସତେ । ଆଜି ଭାରି କ୍ଲାନ୍ତ ସେ ଏଇ ସହରର ଅବହାୱ। ଭିତରେ। ରୁଟିନ ବନ୍ଧା ଜୀଵନଚଯ୍ୟା ରେ।
ଫେରିଯିବାକୁ ଇଛା ହେଉଛି ଗାଁ କୁ ଭେଟିବାକୁ ତାଙ୍କର ଏନ୍ତୁଡି ଶାଳା କୁ ତାଙ୍କ ନିଜ ଘରକୁ ଆତ୍ମିୟ ମାନଙ୍କୁ।
ନାଁ ଆଉ ରହି ହେବନି ଏ ସହରରେ। ଅତ୍ୟାଧୁନିକ ସ୍ତ୍ରୀ ତଥା ପିଲାମାନଙ୍କ ବଡଲୋକି ଚଳଣୀରେ ।
ସେ ପିଜା ବରଗଡ୍ ମ୍ୟାଗି ଚାଓମିନ ରେ। ପଖାଳ କଂସାର ମୋହ ଛାଡ଼ିନି ସୁବ୍ରତ ଵାଵୁଙ୍କୁ। ଗାଁ ମାଟିକୁ ସେ ଝୁରୁଛନ୍ତି ସବୁବେଳେ।
ସ୍ଥିର କଲେ ପିଲା ମାନେ ବଡ଼ ହେଲେଣି ମୁଣ୍ଡ କୁ ହାତ ପାଇଲାଣି।ସେମାନେ ସବୁସହରରେ ରୁହନ୍ତୁ ସ୍ତ୍ରୀ ବି ରୁହନ୍ତୁ ସେ କିନ୍ତୁ ଯିୖଵେ ଗାଁ କୁ। ଯେଉଁ ମା ବାପା ମଣିଷ କରିଥିଲେ ତାଙ୍କର ଯତ୍ନ ନେବେ ତାଙ୍କ ବାପାଙ୍କ ହାତ ତିଆରି ସେଇ ମାଟି ଘରେ ରହିବେ ଶାନ୍ତି ରେ।
ସେଇ ଘର ସ୍ୱର୍ଗ ଠୁ ବଡ଼। ଯେଉଠି ଅଛି ମମତାର ବନ୍ଧନ ପରଷ୍ପର ବୁଝାବଣା ଆଉ ସ୍ନେହ ଆଦର ସମ୍ମାନ ଆଉ ଭଲ ପାଇବା।ମାନବିକତା କୁ ବଳି ଦେଇ ସେ ସହରରେ
ରହି ପାରିବେନି। ଏଠି ଚାକଚକ୍ୟ ଦୁନିଆ।କାଗଜ ଫୁଲ ର ସୁନ୍ଦରତା, ନାହିଁ ଜୀବନର ବାସ୍ନା।
ସୁବ୍ରତ ଵାଵୁ ସବୁ ଛାଡ଼ି ଫେରି ଆସିଛନ୍ତି ଗାଁ ମାଟିକୁ।
ଭେଟିଛନ୍ତି ନିଜର ମଣିଷକୁ। କେତେ ଆତ୍ମିୟତା କେତେ ନିଜର ଭାବ କେତେ ଆପଣାର ସେ ପଖାଳ କଂସା ବଢ଼ା ରେ। ସେ ପିଲାମାନଙ୍କୁ କହିଛନ୍ତି ସେ ଗାଁ ରେ ରହିବେ
ବେଳେବେଳେ ଯିବେ ତାଙ୍କ ପାଖକୁ ଵୁଲିଵାକୁ।ହେଲେ ଏଇଠି ଜଳାଇବେ ପିଲା ମାନେ ତାଙ୍କ ଜୁଇକୁ।
ସେ ଭଲ ପାଆନ୍ତି ତାଙ୍କର ଜନ୍ମ ମାଟିକୁ
ଏଇଠି ରହିବ ତାଙ୍କର ସମାଧି। ତାଙ୍କ ଆତ୍ମିୟ ପୂର୍ଵଜ ମାନଙ୍କ ପାଖରେ। ମିଳିବ ତାଙ୍କୁ ଆତ୍ମ ତୃପ୍ତି।
ସେଇ ବରଗଛ ଅଛି ତାକୁ ଲଗାଇଥିଲେ ଅଣ ଜେଜେ
ସେଇ ଆମ୍ବତୋଟା ଅଛି ଜେଜେ ଲଗାଇଥିଲେ। ସେଇ ଘର ଅଛି ବାପା ତିଆରି କରିଛନ୍ତି।
ତାଙ୍କ ଗାଁ ଆଜିଵି ସୁନ୍ଦର ବୋହି ଯାଉଛି ସେଇ କେଲୁଅ ନଈ। ଅଛି ଆମ୍ବ ତୋଟା ଗାଁ ଭାଗବତ ଟୁଙ୍ଗି ଆଉ ସେଇ
ଜଗନ୍ନାଥ ମନ୍ଦିର ,ଶିବ ମନ୍ଦିର ଦେବୀ ମନ୍ଦିର।ଆଜି ବି ସକାଳୁ ଶୁଭେ ଶଙ୍ଖ ଘଣ୍ଟ ଧ୍ୱନି ଗାଁ ବୋହୂ ମାନଙ୍କର ହୁଳହୁଳି ଶବ୍ଦ। ପାଳନ ହେଉଛି ଓଷା ବ୍ରତ । ଦିଆ ନିଆ
ଭାଇଚାରା ଭାଵ।
ସୁବ୍ରତ ଵାଵୁ ଚାହିଁଛନ୍ତି ଆକାଶର ନୀଳିମାକୁ ପୁଣି ଦେଖୁଛନ୍ତି ଆଖି ପୂରେଇ ତାଙ୍କ ଗାଁ କୁ । ସେଇ ସମୀର ଆଜି ବି ଛୁଇଁ ଯାଉଛି ତାଙ୍କ ଦେହକୁ। ଆହାଃ କି ମିଠା ସତେ କେତେ ତୃପ୍ତ ଲାଗୁଛି ଗାଁ ରେ। ନାହିଁ ସେ ଧାଁ ଦୌଡ଼ ନାହିଁ ସେ ରୁଟିନ ବନ୍ଧା ଜୀଵନ। ନାହିଁ ସେ ଅଣନିଃଶ୍ବାସୀ ଭାଵ। ନାହିଁ କର୍ତ୍ତବ୍ୟ ଡାକରା ଭାରି ଶାନ୍ତି ଲାଗୁଛି ଆଜି ଜୀବନଟା।
ସେ ହଜିଯିଵେ ଏଇ ପରିବେଶରେ ଆତ୍ମ ବିଭୋର ହୋଇ
ଯାଉଛନ୍ତି ସୁବ୍ରତ ଵାଵୁ।
ଚମକି ପଡ଼ିଲେ କାହାର ଡାକରେ ।ଆରେ ଏକଣ ସୁପ୍ରଭା ବି ଫେରିଆସିଛନ୍ତି। ସୁପ୍ରଭା ତୁମେ! ହଁ ମୁଁ ଆସିଛି ମୁଁ ବି
ତୁମ ପାଖରେ ରହିବି ପିଲା ମାନେ ସେଠି ଥାଆନ୍ତୁ ଆମେ ଏଇଠି ରହିବା ଗାଁ ରେ କିଛି କରିବା ସମସ୍ତ ଙ୍କୁ ଭଲ ପାଇବା ତାଙ୍କ ସହିତ ବାର୍ଦ୍ଧକ୍ୟ ଜୀଵନ କାଟି ଦେବା।
ସବୁ ତ ପାଇଛନ୍ତି ହେଲେ ଶାନ୍ତି ନାହିଁ ସେଇ ଶାନ୍ତି ଏଇଠି ଅଛି। ଚାଲ ମିଶିକି ରହିବା। ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ .. ଯାହାହେଉ ଶେଷରେ ସୁପ୍ରଭା ଗାଁ ରେ ରହିବେ।ଶାଶୁ ଶଶୁର ବୟସ୍କ ତାଙ୍କ ସେବା କରିବେ.... ଏମିତି ସିନା ସୁନା ସଂସାର...
ଗାଁ ବିନା ସେ କି ଜୀଵନ......
ଯେଉଁଠି କୋଇଲି ଗାଉନି ଫଗୁଣର ଗୀତ। ମିଠା ମଳୟ ଛୁଇଁ ଯାଉନି ତନୁ ମନ। ନାହିଁ ଖୋଲା ପବନ।
ରାତି ପାହିଲେ କାଉ ଵୋଵାଉ ନାହିଁ। ସକାଳର ଧୂପ ବାସ୍ନା ଚଉଁରା ମୂଳରେ ନାହିଁ
ସଞ୍ଜ ଆସୁନି ଗୋଧୂଳି ରେ ,ଗାଇଆଳ ଗାଉନି ଘରକୁ ଫେରିବା ଗୀତ ଗାଇ ଫେରୁନି ଆଉ ଗୋଠକୁ।
ଗୀତା ଭାଗବତ ରାମାୟଣ ଶୁଭୁନି
ଜଳୁନି ସଞ୍ଜ ଦୀପ ଅଗଣାରେ ଚଉଁରା ମୂଳରେ।
ମା ପୋଛି ଦେଉନି ପଣତରେ ଧୂଳିଧୂସର ପିଲାର ଦେହ।
ଯେଉଁଠି ନାହିଁ ମା, ଡାକ
ସେଠି କେମିତି ରହିବ ଗାଉଲୀ ମଣିଷ।
ତା ପାଇଁ ଗାଁ ତ ସ୍ୱର୍ଗ ତା ଜନ୍ମ ମାଟି ମା ତା ପାଇଁ ପବିତ୍ର ।
ବଡ଼ ତୀର୍ଥ ତା ବାପା ମା,ର ଚାରିପାଖ। ଅମୃତ ସେ ପଖାଳ କଂସା । ନୁହେଁ ତା ସରି ସହରର ଵିରିୟାନି।
ନାହିଁ ଇର୍ଷା ପରଶ୍ରୀକାତରତା ଗୋଡ଼ଟଣା ନୀତି।
ଏଠି ଗୋଟିଏ ମନ ଗୋଟିଏ କଥା ଭାଇଚାରା ଭାଵ ଗୋଟିଏ ସ୍ୱର ସେଇ ଆମ ଗାଁ..
ବି.ଦ୍ର(ଅବଶ୍ୟ ଏବେ ବି ଗାଁ ବଦଳି ଗଲାଣି)
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ