ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୬ ମିନିଟ୍ ପଢ଼ା
ଦରିଆ ସେପାରି ବୋହୂ ୪
ଭାବୁକ ଟିଏ ପାଲଟି ଯାଇଛନ୍ତି ସୀମା ଦେଵୀ
ଚୁପ୍ ଚାପ୍ ବସିଛନ୍ତି ସୋଫା ଉପରେ
ଖାମଦାନି ର ପୋଷାକ ତଳେ ନୀରିହ ପ୍ରାଣଟି
ଛଟପଟ ହେଉଛି
ନିଲିପ୍ତ ନୟନରେ ଚାହିଁଛନ୍ତି ଶୂନ୍ୟତା କୁ
ଭାବୁଛନ୍ତି କେତେ କଣ ନିଜ ବିଷୟରେ....।
ଭାବନାର ଅଥଳ ସାଗରରେ ସେ ଵୁଡି ଯାଇଛନ୍ତି
ଫେରିଯାଇଛନ୍ତି ବାଉନ ରୁ ପଚିଶ ଵର୍ଷ କୁ
ନୂଆ ନୂଆ ବିଭାଘର ସ୍ୱାମି ଶେଖର ସହ କେତେ ଜୀବନକୁ ଉପଭୋଗ କରିଛନ୍ତି
ସମୁଦ୍ର ତଟରେ କେତେ ସନ୍ଧ୍ୟା କାଟିଥାନ୍ତି। ସବୁର ମୂକ ମାଗି ସେଇ ଭିଜା ଭିଜା ବାଲି ଝାଉଁବଣ ଆଉ ସେଇ ସାଗର।
ଆଜି କେତେ ମସଗୁଲ ନୂଆ ଵିଵାହ ଯୈ।ବନର ଜଉ ଘରେ ହୁତୁ ହୁତୁ ଜଳୁଛି ମନ।ଦରିଆ କୂଳରେ ଗୋପାଳପୁରର ସେଇ ସମୁଦ୍ର କୂଳରେ କେତେ ସୁନେଲି ସ୍ୱପ୍ନ ରେ ବିଭୋର ସୀମା ।
କୁନି ପୁଅଟିଏ ମାତ୍ର ବର୍ଷକର। କେତେ ସ୍ୱପ୍ନର ଢେଉ ଭାଙ୍ଗି କୂଳ ଛୁଇଁ ଫେରିଯାଏ ହୃଦୟ ସାଗରରେ।
ପୁଅକୁ ବଡ଼ ମଣିଷ କରିବେ ସୁଖର ସପନ ରେ ବିଭୋର ସୀମା।
ସ୍ୱାମୀ ଶେଖରରକୁ କୁହନ୍ତି ହେଇ ଶୁଣୁଛ!
ଆମେ ପୁଅକୁ ବଡ଼ ଅଫିସର କରିବା।ଆମର ମିଡିଲିକ୍ଲାସ ଜୀବନକୁ ବାଏ ବାଏ କରିଦେଵା।
ଏ ତେଲ ଲୁଣ ଦୁନିଆ ଭାରି କଷ୍ଟ ଦେଉଛି।ଆମେ ବହୁତ ବଡ଼ ଲୋକ ହୋଇଯିବା।
ଭଲ ବୋହୂ ଆଣିବା ଆମର ଷ୍ଟାଟସ୍ ବଦଳି ଯିବ ।ଆମେ ଏବେଟିକେ କଷ୍ଟ ସହି ପିଲାଙ୍କୁ ଭଲ ମଣିଷ କରିଦେବା।ବୁଡି ଯାଉ ଥିବା ସଞ୍ଜ ବେଳେ ସାଗର ଖୁଵ୍ ଭଲ ଲାଗେ।
ଆକାଶ ବି ଭାରି ସୁନ୍ଦର ଦେଖାଯାଏ ପୂନେଇ ତିଥିରେ ଫୁଲେଇ ଜହ୍ନ ଟା ସାଗର ଛାତିରେ ଆସି ଲୋଟିଯାଏ।
ଉଛୁଳି ପଡେ ସାଗର ପ୍ରେମର ଆଲିଙ୍ଗନ ଦେଇ ଜହ୍ନ କୁ।ଶୀତେଇ ପଡେ ସୀମା ଶେଖରଙ୍କର ଦେହ ମନ।
ବିଭୋର ହୋଇ ଯାଆନ୍ତି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ରେ।ମିଠା ମିଠା ସମୀର ଛୁଆଁ ରେ।
ଡାବୋଡି ଧରନ୍ତି ଶେଖର। ଲାଜେଇ ଯାଏ ସୀମା
ପୁଅ ଖେଳୁଥାଏ ବାଲି ସରସର ହୋଇ।
କେତେବେଳେ ଦୈ।ଡି ଆସେ ମା ବାପା ପାଖକୁ କେତେ ବେଳେ ଦେଖି ଖିଲି ଖିଲି ହସୁଥାଏ ସାଗରକୁ।
କୋଳ ପୂରିଉଠେ ସୀମା ଦେବୀଙ୍କର।
କେତେ ଫଟୋ ଉଠାନ୍ତି ପୁଅର ନିଜ ସହ ସ୍ୱାମୀ ସହ।
ଭାରିଖୁସିର ସଂସାର ଫେରିବା ବେଳେ ଗୋପାଳପୁର
ସି ବିଚ୍ ରୁ ସୀମା ଖୁସିରେ କେତେ ମାଟିରେ ଗଢା କଣ୍ଢେଇ କିଣିଆଣେ ପୁଅ ଖେଳିବା ପାଇଁ। ଘର ସଜ୍ଜା ପାଇଁ ଫୁଲ ଦାନୀସଵୁ।
ଆଉ କିଛି ଘରି ଆଣେ ଚିଲିରା ପଇସା ପକାଇବା ପାଇଁ।
ସମୟକ୍ରେମ ଘଣ୍ଟା କଣ୍ଟାର ସମୟ ଘୂରି ଯାଏ।ଦୁଇଟି ସନ୍ତାନ ର ଜନନୀ ହୁଅନ୍ତି ସୀମା ଦେବୀ। ଦୁଇଟି ସନ୍ତାନକୁ ନେଇ ବେଶ୍ ସୁଖରେ ଚଳନ୍ତି ସୀମା ଦେବୀ। ପୁଅ ଦୁଇଟି ଶଶିକଳା ପରି ବଢ଼ିବାକୁ ଲାଗନ୍ତି। ସମୟକ୍ରମେ ପାଠ ପଢନ୍ତି ଭଲ ବି ପଢନ୍ତି। ସୀମା ଦେବୀ ସ୍ୱାମୀ ଙ୍କୁ କିଛି ଦାୟିତ୍ୱ ନ ଦେଇ ନିଜେ ସବୁ ବହନ କରନ୍ତି।
ସୀମା ଦେବୀ ଥିଲେ ଵିକ୍ଷିତା ସସ୍କାରି ଚୁଲବୁଲି ନାରୀଟିଏ ।ସବୁ କରିବାର ସତ ସାହସ ମନରେ ଅସୀମ ଧୈର୍ଯ୍ୟ ର ମୂର୍ତି ବନ୍ତ ପ୍ରତୀକ ସେ।
ପଛରେ ଅନେକ ସ୍ମୃତି କେବେ ସେ ଫେରି ଚାହିଁ ନାହାନ୍ତି ପଛକୁ। ସେ ଅତିତ ଭଲ ଥାଉ କି ମନ୍ଦ ମନେପକାଇ ନାହାନ୍ତି କେଵେ। ତାଙ୍କର ଲକ୍ଷ୍ୟ ଦୂର ଆକାଶରେ ଡେଣା ଝାଡି ଉଡ଼ିବା ନୀଳ ଆକାଶକୁ ଛୁଇଁ ବାର ପ୍ରଚେଷ୍ଟା।
ଏତେ ଵୋକି ସିଏ ଜାଣନ୍ତି ନାହିଁ ସବୁ କିଛି ଇପ୍ସିତ ଦ୍ରବ୍ୟ ମିଳେନା।ଦିବା ସ୍ୱପ୍ନ କେବେ ସତ ହୁଏନା।
ଜହ୍ନ ଟା ବହୁତ ଦୂରରେ ତାକୁ ଛୁଇଁ ହୁଏନା। ତାରା ଫୁଲ ଗୁଡ଼ିକୁ ଆକାଶ ଡାଳରୁ ତୋଳି ହୁଏନା।
କେବେ ନା କେବେ ଉଡିଯାଉଥିବା ପକ୍ଷୀର ଡେଣା କଟିଯାଇ ତଳେ ପଡି ଆହତ ହୁଏ।
ଜହ୍ନ ଟା ବେଳେ ଵେଳୃ ଲୁଚିଯାଏ ବାଦଲ ଫାଙ୍କା ରେ।
ବେଳେବେଳେ ଜୀଵନ ଯଜ୍ଞରେ ଇଛାକୁ ଆହୂତି ଦେବାକୁ ପଡେ।
ସଂସାର ସାଗରକୁ ଅତିକ୍ରମ କରିବାର ଅଦମ୍ୟ ଇଛା
ତାଙ୍କର।
ଭାଂଗି ପଡ଼ିନାହାନ୍ତି ଅଦିନିଆ ବାତ୍ୟାରେ। ଧୈର୍ଯ୍ୟ ହରା ହୋଇନାହାନ୍ତି କେବେ।
ମନେପକାଇ ନାହାନ୍ତି ଜୀଵନ ଇତିହାସକୁ ଥରେ। ସୁନେଲି ସ୍ୱପ୍ନ ସୁନା ସଂସାର ଗଢିବାର ସ୍ୱପ୍ନ।
ଚୋରା ବାଲିରେ ଅନେକ ଥର ପାଦ ପୋତି ହୋଇଯାଇଛି। ଅଦୃଶ୍ୟ ରେ ରହିଯାଇଛି ପାଦର ପାଉଁଜି। ସ୍ମୃତି ପଖଳା ଦିନଗୁଡାକ ବେଳେବେଳେ ଆଖି ଆଇନାରେ ଦିଶି ଯାଇଛି। ମାନସ ପଟ୍ଟରେ କେତେ କେତେ ଛବି। ଭୂକ୍ଷେପ କରନ୍ତି ନାହିଁ ସୀମା ଦେବି। ସବୁବେଳେ ମସଗୁଲ ରୁହନ୍ତି ନିଜ ସଂସାର ରେ।
ଧୀରେ ଧୀରେ ସ୍ୱପ୍ନ ସତ ହେବାକୁ ଲାଗେ।
ଆକାଶର ଜହ୍ନ ଟା ଦୁଆରେ ଲୁଚକାଳି ଖେଳେ।
ଶେଖରଙ୍କର ବଦଳି ହୋଇଯାଏ ଗୋଟିଏ ଗାଉଁଲି ଯାଗାକୁ ସହରର ଅନେକ ଦୂରକୁ।
ସେଇଠି ବୋଧେ ସୀମାର ଭବିଷ୍ୟତ ସୁଖର ପସରା ମେଲି ବସିଥିଲା। ଭାଗ୍ୟ ଦେବି ଉଜ୍ଜ୍ୱଳ ଚାନ୍ଦ ହୋଇ ଉଇଁ ଆସିଥିଲେ ତାଙ୍କ ହାତ ପାପୁଲିକୁ।
ସବୁ ବଦଳିଗଲା ଦୁଃଖର କାଳରାତ୍ରି ପାଇଗଲା ମା'ଙ୍କ ଦୟାରୁ। ସୀମାଥିଲେ ମା' ଙ୍କ ଭକ୍ତ। ତାଙ୍କର ଭକ୍ତି ଅର୍ଘ୍ୟ ନିତି ସକାଳ ହେଲେ ଢାଳି ଦିଅନ୍ତି ମା'ଙ୍କ ଉଦ୍ଦେଶ୍ୟରେ।
ଏତେ ଦିନେ ମା ଡାକ ଶୁଣିଲେ ସବୁ ପାଇଲେ ସୀମା ଦେଵୀ ସୁଖ ସମ୍ମାନ ଧନ ସମ୍ପତ୍ତି ସବୁକିଛି।
ପିଲା ମାନେ ପଢି ଚାଲିଲେ ସୀମା ଦେଵୀ ସଂସାର ନାଆ ଟିକୁ ଠିକ୍ ଦିଗରେ ଚଳାଇ ନେଲେ। ସ୍ୱାମୀ ଶେଖର ବି ଆହୁଲାର ମାରି ସଂସାର ନାବ ଚଳାଇବାରେ କଲେ।
ଶେଷ ରେ ସ୍ୱପ୍ନ ସତ ହେଲା ଦୁଇ ପୁଅ ଭଲ ଚାକିରୀ କଲେ।
କାହାର ନଜର ଲାଗିଲା କେଜାଣି ବଡ ପୁଅର ଵିଵାହ ବୟସ ହୋଇଗଲା
ପୁଅ ଟି ନିଜ ଇଛାରେ ବିବାହ କରିବାକୁ ଚାହିଁଲା। ସୀମା ଦେଵୀ ଆଉ ଶେଖର ବାବୁ ରାଜି ହୋଇଗଲେ।
ସୀମା ଦେଵୀ କଣ ଜାଣିଥିଲେ ଯେଉଁ ଦରିଆ କୂଳରେ ବସି ନିତି ସ୍ୱପ୍ନ ର ତାଜ ତିଆରି କରୁଥିଲେ।
ସେଇ ଦରିଆ ତାଙ୍କ ସୁଖକୁ ଭସାଇ ନେବ ।ମନରେ ଅହେତୁକ ଭୟ କାହିଁକି କେଜାଣି।
ଯେଉଁ ମାଟି କଣ୍ଢେଇ ଆଣି ପୁଅକୁ ଖେଳିବାକୁ ଦେଉଥିଲେ ସେଇ ମାଟି କଣ୍ଢେଇ ପରି ଭାଂଗିଯିବ ସବୁ ସ୍ୱପ୍ନ।
ବୋହୂଟି ଦରିଆ ସେକୂଳର। ତାକୁ ନେଇ ପୁଅ ଦେଖିଛି ସ୍ୱପ୍ନ ।ତେଣୁ ସବୁ ସେଇ ଦରିଆ କୂଳର ଦେଵତା କାଳିଆର ଇଛା ଭାବି ଆଗେଇ ନେଲେ।
ବହୁ କଷ୍ଟରେ ଵିଵାହ କରିଦେଲେ ପୁଅଵି ବୋହୂକୁ ନେଇ ଖୁସି। ସୁଖରେ ଚାଲିଛି ତାଙ୍କର ସଂସାର
ହେଲେ ସୀମାଦେଵୀ ଭାଂଗି ପଡ଼ୁଛନ୍ତି କାହିଁକି ?
ବୟସର ଅପରାହ୍ନରେ କାହିଁକି ସାହାରା ଲୋଡ଼ା ପଡୁଛି।
ସେତ ଏତେ ସାହାସୀ କର୍ମଠ କିନ୍ତୁ ଧୀରେ ଧିରେ
କାହିଁକି ଭାଂଗି ପଡ଼ୁଛନ୍ତି ଅଜଣା ଭୟରେ।
ଶେଖର ଆଜିବି ପିଲାଳିଆ ଢଙ୍ଗରେ ଵନ୍ଚିଛନ୍ତି।
କିଛି ବୁଝନ୍ତି ନାହିଁ ସେ।ସେଇ ପିଲାଳିଆ କଥା। ସବୁ ସୀମା ଉପରେ ଛାଡି ଦିଅନ୍ତି ସେ।
ସୀମା ଦେବୀ ଭାବନାରେ ବୁଡିଯାଇଛନ୍ତି। କାହିଁକି କେଜାଣି ଲାଗେ ନିଜ ହାତରେ ଗଢିଥିଵା ସୁନା ସଂସାର ଟା କେତେବେଳେ ଭୁଷୁଡି ଯିବକି?
ଠିକ୍ ରେ ଚାଲିବା ତାଙ୍କ ସଂସାର ଆଗକୁ...
ହଠାତ୍ ଶେଖର ବାବୁ ଡାକ ପକାଇଲେ ସୀମା କୁଆଡେ ଗଲ ଚା ଦୁଇକପ୍ ଆଣି ଆସ। ଦେଖ ସାମଲ ବାବୁ ଆସିଛନ୍ତି । ସାମଲ ବାବୁ ଆଉ ଶେଖର ବାବୁ ଅଫିସ ସାଙ୍ଗ।
ତାଙ୍କର ଆଉ କଣ ଚିନ୍ତା କି? ବୋହୂ ଆଣିଲେ ଦରିଆ ସେପାରୀରୁ ମୋତେ ପୁଣି ହଇରାଣ ।ରାଗ ଗର ହୋଇ
ସୀମା ଦେଵୀ ଭାବନା ରାଇଜରୁ ଫେରିଆସି ରୋଷେଇ ଘରକୁ ଗଲେ...
କ୍ରମଶଃ..
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ