ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ସେଦିନ ଠିକ୍ ଏମିତି ବର୍ଷା ତୁହାକୁ ତୁହା ବରଷୁଥିଲା
କଳାହାଣ୍ଡିଆ ମେଘ ଟା ଆକାଶକୁ ଘୋଡାଇ ଦେଇଥିଲା।
ଦିନ ବି ଅନ୍ଧାରୁଆ ଲାଗୁଥିଲା ରାତି ପରି।ଥରି ଥରି ମିନୁ
କବାଟ ଠକ୍ ଠକ୍ କଲା।ଘରେ ବିଜୁଳି ଆଲୁଅ କଟି ଯାଇଥିଲା ।ଘରର ଘଣ୍ଟି ବାଜିନଥିଲା। ଠିକ୍ ଠକ୍ ଶବ୍ଦ ରେ ବାବୁ ଆସି କବାଟ ଖୋଲିଲେ।ମିନୁ ର ଓଦା ସରସର
ଦେହ କୋହଲା ପବନରେ ଥରଥର ।
ମିନୁ ସୁନ୍ଦର ଚେହେରା। ତନୁପାତଳି ଲମ୍ବା କେଶ।ଭାରି
ସୁନ୍ଦର । ଶିକ୍ଷିତ ହେଲେ ପରିବାର ପୋଷିବା ପାଇଁ ସେ
କାମଵାଲି ସାଜିଛି।କଣ କରିବ ଅଳ୍ପ ଦିନରେ ବିଧବା ହୋଇ ଗଲା। ସ୍ୱାମୀ ଛାଡିଗଲା ପରେ ସମସ୍ତେ ସମ୍ପର୍କୀୟ ମାନେ ଦୂର କରିଦେଲେ। କାହିଁକି ନା ସେ ଭଲ ପାଇ ଵିଵାହ କରିଥିଲା।ଦଇବ ଦାଉ ସାଜିଲେ।ଯାହାର ବିଶ୍ୱାସ ରେ ସେ ଘରର ଏରୁଣ୍ଡି ବନ୍ଦ ଡେଇଁ ଆସିଥିଲା ।ସେ ହଠାତ୍ ଛାଡି ଚାଲିଗଲେ।ସେ ପିଲାଙ୍କୁ ମଣିଷ କରିବା ପାଇଁ ଅନ୍ୟ ଘରେ କାମ କଲା। ଵାଵୁଆଣୀ ବହୁତ ଭଲ ମଣିଷ ଟିଏ। ଦିନେ ମନ୍ଦିର ବେଢ଼ାରେ ବସି କାନ୍ଦୁଥିଲା ପିଲାଙ୍କୁ ଧରି। ମା ଦେଖି ତାକୁ ସବୁ କଥା ପଚାରିଥିଲେ।
ସେ ଦୁଃଖ କହିବା ପରେ ତାକୁ ଘର କାମ କରିବାକୁ ଆଣିଥିଲେ। ପୁରୁଣା ଶାଢ଼ୀ ପିଲାଙ୍କ ପୋଷାକ ସବୁ ଦିଅନ୍ତି ବଳକା ଖାଦ୍ୟ ବି ଦିଅନ୍ତି।ଆଉ ମାସକୁ ମାସ ପଇସା ଦିଅନ୍ତି।ସେଥିରେ ସେ ଚଳିଥାଏ।ଖୁସିରେ ସବୁ କାମ କରିଦିଏ।ମା ଜରୁରୀ କାମରେ ବାହାରକୁ ଯାଇଛନ୍ତି ଗଲା ବେଳେ ଘର କାମ ସବୁ ଦିନେ ଠିକ୍ ଠାକ୍ କରିବା ପାଇଁ
ତାଗିଦ୍ କରି ଯାଇଥିଲେ। ତେଣୁ ବର୍ଷା ହେଲେ ଵି ସେ
କାମ କରିବାକୁ ଆସିବାକୁ ପଡିଲା।
କିନ୍ତୁ ଆଜି କାହିଁକି ମିନୁକୁ ଭୟ ଲାଗୁଛି। ବର୍ଷା ପାଗ ପୁଣି ବିଜୁଳି ନାହିଁ ତାପରେ ଅନ୍ଧାରୁଆ ଘର। ବର୍ଷା ପାଇଁ ବାବୁ ଅଫିସ୍ ଯାଇନାହାନ୍ତି।
ଭୟରେ ଥରୁଥିଲା ଦେହ ତଥାପି ପାଦ ପକାଇଲା ଘର ଭିତରକୁ।ଓଦା ଲୁଗାରେ ସ୍ପଷ୍ଟ ଦେଖାଯାଉଛି ଏ ଦେହଟା
କଣ କେମିତି ଘୋଡାଇଵ ନିଜ ଶାରୀରକୁ।
ନିଆଁ ଲଗା ରୂପଟା ବି ତା ପାଇଁ କାଳ। କେତେ ଲୋଲୁପ ଦୃଷ୍ଟି ତା ଉପରେ।ଏମିତି କେତେ କଣ ଭାବି ଅନ୍ୟମନସ୍କ ହୋଇ ଉଠୁଥାଏ ମିନୁ।
କାମ ବି କରି ଚାଲିଥାଏ। ହଠାତ୍ କାହାର ସ୍ପର୍ଶ ରେ ଚମକି ପଡିଲା ମିନୁ।ଏ କଣ ଭାବୁ ଯେ ତା ପାଖରେ...
ଆହୁରି ଥରି ଉଠୁଥିଲା ମିନୁ। କିନ୍ତୁ ଶେଖର ବାବୁ
କାମନା ବାସନା ରେ ଅନ୍ଧ। ବାହାରେ ଖୁବ୍ ବର୍ଷା ଆଉ ଭିତରେ ଜୋରେ ତାତି।
କିଛି ଜାଣି ପାରୁ ନ ଥାଏ ମିନୁ କେଵଳ ଭିଜୁ ଥାଏ
ଲୁହର ବର୍ଷା ରେ।ଦେହରେ ମନରେ ଅସହ୍ୟ ଯନ୍ତ୍ରଣା।
ଓଦା ଓଦା ଦେହକୁ ଆହୁରି ଭିଜାଇ ଦେଲା ଅଦିନ ବର୍ଷା।
ଲୁହର ଶ୍ରାବଣୀ ରେ ଭାସୁଥାଏ ତା'ର ସ୍ୱପ୍ନ ସବୁ।
ଆଜି ଏ କାଳ ବୈଶାଖୀର ଅଦିନ ମେଘ ଟା ତା ପାଇଁ
ଦାଉ ସାରିଲା। ଗରିବର ବିଶ୍ୱାସ ଭରସା ଦମ୍ଭ ତା'ର ଇଜ୍ଜତ। ଆଜି ଅଦିନ ମେଘ ଟା ତାହା ବି ଛଡ଼ାଇ ନେଲା।
ଆଉ ବଦଳରେ ଦେଲା ପୁଳାଏ ଟଙ୍କା ଚୁପ୍ ରହିବା ପାଇଁ...... ମିନୁ ଜୋର୍ ରେ କବାଟ ଖୋଲି ପଦାକୁ ବାହାରିଗଲା ଆଉ ଅଦିନ ବର୍ଷା ରେ ଛିଡ଼ା ହୋଇ ଖୁବ୍ ଭିଜିଲା।ବର୍ଷା ବି ବରଷି ଯାଉ ଥିଲା ଖୁଵୁ ଜୋର୍ ରେ ତା'ର ଦେହରୁ ପାପକୁ ଧୋଇ ଦେବା ପାଇଁ......
ସ୍ୱର୍ଣ୍ଣ ଲତା ଲେଙ୍କା /ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ