ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଅଭିଶପ୍ତ ଜୀବନ।
ନୁହେଁ କି ସବୁ ଥାଇ ଯଦି ଶାନ୍ତି ନାହିଁ ସେ ଜୀବନ ଅଭିଶପ୍ତ..। ।ମଞ୍ଜୁଳା ଦେଵୀ ଯୈ।ଥ ପରିବାରର ଝିଅ ଆଉ ବୋହୂ ମଧ୍ୟ। ସୁଖ ବେଶୀ ଦୁଃଖ କମ୍ ରେ ଗଢା କଣ୍ଢେଇ ଟିଏ ସିଏ ସତେ ସୋକେଶ୍ ରେ ମଜା ହେବାପାଇଁ ଜନ୍ମ।
ବାପା ଘରକୁ ଶାଶୁ ଘର ଯାଏ ବହୁତ ଭଲ ରେ ରଖନ୍ତି ସମସ୍ତେ।
ହେଲେ କାହିଁକି କେଜାଣି ସୁନାର ପଞ୍ଜୁରୀ ରୂପାର ଥାଳିଆ ଆଉ ରୂପା ଚାମର ଖାଦ୍ୟ ତାଙ୍କୁ ଶାନ୍ତି ଦିଏନା।
ସେ ଚାହାନ୍ତି ଖୋଲା ଆକାଶର ବିହଙ୍ଗ ପରି ଡେଣା ଝାଡି ଵୁଲିବାକୁ ଏ ପାଖରୁ ସେପାଖ। ଗଛର ଏଠାରୁ ସେ ଡାଳ
ଅନୁସନ୍ଧାନ କରିବାକୁ ଜୀବନର ଚରମ ସତ୍ୟକୁ।
ସ୍ୱାମୀ ମନୋଜ ବହୁତ ସୁନ୍ଦର ମଣିଷ ଟିଏ ଶାନ୍ତ ସରଳ ଆଉ ସୁନ୍ଦର ମଣିଷ ଟିଏ। ଶାଶୁ ଘରର ସମସ୍ତେ ଭଲ ନିଜ ନିଜ କର୍ମରେ ସଭିଏଁ ବ୍ୟସ୍ତ ।ହେଲେ ମଞ୍ଜୁଳା ଦେଵୀ ଉଚ୍ଚ ଶିକ୍ଷିତା ଗୃହିଣୀ ଟିଏ।
ଗୃହ ଜଞ୍ଜାଳ ରେ ବ୍ୟସ୍ତ ଜୀଵନ ପିଲା ଛୁଆ ପରିବାର ନେଇ ସେ ରୁହନ୍ତି ଅନୁଶୀଳନ ଜୀଵନ ଭିତରେ।
ସବୁ ଥାଇ ମଧ୍ୟ କଟାନ୍ତି ଅଭିଶପ୍ତ ଜୀଵନ।
ଭାରି ଭାରି ଲାଗେ ଜୀଵନ ଆଉ ଜଞ୍ଜାଳ ବୋଝ। କିଛି ହରାଇଲା ପରି ଅନୁଭଵ କରନ୍ତି ସିଏ ସତେ କେଉଁଠି କଣ
ଅବା ହଜାଇ ଦେଇଛନ୍ତି । ଖୋଜୁଛନ୍ତି ଅହରହ ଏଣେତେଣେ।
ମନ ନମିଶିଲେ ଚଳଣୀ ନ ମିଶିଲେ ଚଳିପାରନ୍ତି ନାହିଁ ସିଏ
ଭିନ୍ନ ମତାମତ ରେ ଚାଲି ଶିଖି ନାହାନ୍ତି ସିଏ ବେଳରୁ ସିଏ
ଏକଜିଦିଆ ଟିକେ।
ତାଙ୍କ ହିସାବରେ ଚଳନ୍ତି ସିଏ।
ସେଥିପାଇଁ ବୋଧେ ତାଙ୍କର ଏକୁଟିଆ ଜୀବନ। ମିଶି ପାରନ୍ତି ନାହିଁ ସମାଜ ସହ କାହିଁକି ନା ଅଭିନୟ କଳା ନାହିଁ ତାଙ୍କ ପାଖରେ । ତେଣୁ ସେ ତାଙ୍କ ମନରେ ଏକୁଟିଆ ଚଳନ୍ତି। ତେଲ ମାଲିସ୍ ଶିଖିପାରିଲେନି ଵୋଲି ସମସ୍ତଙ୍କ ପ୍ରୀୟା ପାତ୍ର ନୁହେଁ ସମଵୟସ୍କ ମାନଙ୍କ ପାଖରେ।
ମଞ୍ଜୁଳା ଦେଵୀ ଲେଖାଲେଖି କୁ ଭଲ ପାଆନ୍ତି ସେଥିରେ ସମୟ କଟାଇ ଦିଅନ୍ତି ।
ହଜି ଯାଆନ୍ତି ଅବାସ୍ତବ ଭିତରେ ବାର୍ଦ୍ଧକ୍ୟ ରେ ଗାଆନ୍ତି
ଫଗୁଣରେ ଗୀତ। ପଶୁପକ୍ଷୀଙ୍କୁ ଦେଖି ଖୁସି ହୁଅନ୍ତି ଆକାଶର ଶୂନ୍ୟତା ରେ ଖୋଜନ୍ତି ନିଜକୁ।
ତଥାପି ଲାଗେ ଜୀବନଟା ଅଭିଶପ୍ତ ପଚାରନ୍ତି ନିଜକୁ କାହିଁକି ସେ ଆସିଛନ୍ତି ସମାଜକୁ କଣ ପାଇବ ସମାଜ ତାଙ୍କଠାରୁ।
ଭଗବାନ ତ ନିଶ୍ଚୟ ତାଙ୍କୁ କିଛି ମହତ୍ ଉଦ୍ଦେଶ୍ୟ ପାଇଁ ପଠାଇଛନ୍ତି ତେଣୁ କଣ ସେ ମହତ୍ ଉଦ୍ଦେଶ୍ୟ ଖୋଜନ୍ତି ନିତି ସକାଳୁ ସଞ୍ଜ ନିଜ ଭିତରେ ପାରିପାର୍ଶ୍ବିକ ସ୍ଥିତି ରେ କେଉଁଠି କିଛି ପାଆନ୍ତି ନାହିଁ ଭାବନ୍ତି ନା' ମ ଏଜୀଵନ
ତାଙ୍କର ଗୋଟିଏ ଅଭିଶାପ୍ତ ଜୀଵନ। କାହାକୁ ତ ଭଲ ଲାଗୁନି ତାଙ୍କ କଥା ଗୁଡ଼ିକ। ଏ ସମାଜରେ ସତ କହିବା ଭୂଲ ଜାଣିଵି ସେ ମିଥ୍ୟା କୁ ଗ୍ରହଣ କରି ପାରନ୍ତି ନାହିଁ।
ତେଣୁ ପ୍ରାୟତଃ ସେ ଚୁପଚାପ୍।
ଅଭିଶାପରୁ ମୁକୁଳିଲେ କେମିତି ଅହରହ ପ୍ରଚେଷ୍ଟା।
ଜୀଵନ ଯୁଦ୍ଧ ରେ ହାରିବା ଶିଖି ନାହାନ୍ତି ମଞ୍ଜୁଳା ଦେଵୀ।
ତେଣୁ ଅଭିଶପ୍ତ ଜୀବନକୁ ଆଦରି ନିଅନ୍ତି ଯିଏ। ଗୋଟିଏ ଝିଅ ସେ ରହେ ଆମେରିକା ରେ ପୁଅ ରହେ ଦୁବାଇ ରେ। ସେ ଚିକିମିକ୍ ସହରରେ ସେ କଣ ବୁଝିପାରିବେ ମା'ର ମନକୁ ପିଲାଙ୍କୁ ତାଙ୍କ ରାସ୍ତାରେ ଛାଡ଼ି ସେ ଏକୁଟିଆ ଜୀବନ ଭାରତୀୟ ସଂସ୍କୃତି କୁ ଆବୋରି ନେଇ ଚାଲିଛନ୍ତି। ହାରି ନାହାନ୍ତି କେଵେ।। ଖାଲି ଯା ଅଣନିଃଶ୍ବାସୀ ହୋଇପଡ଼ନ୍ତି ଟିକେ ବେଳେ ବେଳେ।
ଏଇତ ଜୀବନ ଏଠି ଜିତିବା ଆଉହାରିବାରେ ବଞ୍ଚିବାକୁ ହୁଏ। ସେ ଜାଣିଛନ୍ତି ଏ ଜୀବନଟା ତାଙ୍କ ପାଇଁ ଅଭିଶାପ।ଜୀଵନ ବୋଝକୁ ବୋହି ବୋହି ବାଟ ଚାଲୁ ଛନ୍ତି ନିତି ମଞ୍ଜୁଳା ଦେଵୀ ଆଜି କ୍ଲାନ୍ତ।
ସେଦିନ ଖୁସି ହୋଇଥିଲେ ଯେଉଁ ଦିନ ତାଙ୍କ ସ୍ବରଚିତ ପୁସ୍ତକଟି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ସେଦିନ ସେ ଭାବିଲେ ଯେ ଆଜି ବୋଧେ ଏ ଜୀବନ ତାଙ୍କୁ କିଛି ଦେଲା ପ୍ରତିଦାନ ସ୍ବରୂପ।
ସେ ନୀରବରେ ଵସି ସମାଜକୁ ଭେଟି ଦେଉଥିଲେ ପୁସ୍ତକ ପରେ ପୁସ୍ତକ ଆଉ ଆଜି ତାଙ୍କ ପରିଶ୍ରମ ସାର୍ଥକ ହେଇଛି। ତାଙ୍କ ବହି ସମ୍ମାନିତ ହେବ।, ତାଙ୍କ ଜୀବନ କେବେ ଅଭିଶାପ ନୁହେଁ ।ଆଶ୍ରିଵାଦ ସ୍ୱରୂପ।
ତାଙ୍କ ଲେଖାରେ ସମାଜ ପାଇଁ ବାର୍ତ୍ତା ଅଛି ତେଣୁ ସେ ଅଭିଶପ୍ତ ନୁହେଁ ଆଶ୍ରିଵଦ।
ସାଷ୍ଟାଂଗ ପ୍ରଣାମ କଲେ ଭଗବାନ ଙ୍କ ଉଦ୍ଦେଶ୍ୟରେ। ସତରେ
ତୁମେ କିଛି ମହତ୍ତ୍ୱ ଉଦ୍ଦେଶ୍ୟ ରେ ଜନ୍ମ ଦେଇଥାଅ ମଣିଷ କୁ ପ୍ରଭୁ!।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ