ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
କର୍ମ ଫଳ
ଯଥା କର୍ମ ତଥା ଫଳ ନିଶ୍ଚିତ।
ସତରେ କଣ ମଣିଷ କର୍ମ ଫଳ ଭୋଗେ। କାହିଁ କିଛି ତ କର୍ମ ଖରାପ କରିନାହାନ୍ତି ରାଧାନାଥ ତଥାପି କାହିଁକି ସେ
କଷ୍ଟ ପାଉଛନ୍ତି।
ସେ ତ ସବୁ ବେଳେ ପର ଉପକାର କରନ୍ତି ଯଥା ସମ୍ଭଵ ସାହାଯ୍ୟ କରନ୍ତି ଲୋକଙ୍କୁ ଅତିଥି ସେବା କରନ୍ତି । ପଶୁ ପକ୍ଷୀ ମଣିଷଙ୍କୁ ଦାନା ଦିଅନ୍ତି। ରକ୍ତ ଦାନ କରନ୍ତି ପୂଜା ପର୍ବ କରନ୍ତି ଧର୍ମ କରନ୍ତି ଇତ୍ୟାଦି ଇତ୍ୟାଦି। ହେଲେ କାହିଁକି
ସେ ଏତେ କଷ୍ଟ ପାଉଛନ୍ତି ତାଙ୍କ ପୁଅଟିକୁ କେତେ କଷ୍ଟରେ ପଢାଇଲେ ସେ ବେକାର।
ଝିଅଟିକୁ ଉଚ୍ଚ ଶିକ୍ଷିତା କଲେ ହେଲେ ଭଲ ବର ଟିଏ ପାଉନାହାନ୍ତି ଆଜି ଯାଏ ଝିଅଟିର ବୟସ ବଢିଯାଉଛି।
ଭଲ କର୍ମ କୁ ତ ଭଲ ଫଳ ଖରାପ କୁ ଖରାପ ହେଲେ ଆଜି କାଲି ଭଲ କୁ ଖରାପ ଆଉ ଖରାପକୁ ଭଲ କଣ ପାଇଁ ଭଗବାନ ଦେଉଛନ୍ତି ଲିଜା ଵୋଉ କୁହତ!
ଏମିତି କାହିଁକି ଭାବୁ ତୁମେ! ଲୀଲା ବୋଉର ଉତ୍ତର।
ସମୟକୁ ଅପେକ୍ଷା କର ଆମେ ତ କାହାର ଅନିଷ୍ଟ କରିନାହାନ୍ତି ଆମର କଣ ପାଇଁ ଖରାପ୍ ହେବ କୁହ ତ! ସଵୁବେଳେ କୁହତ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି
କାହିଁକି ଆମର ଦୁଃଖ ଦେଖୁନାହାନ୍ତି କୁହ ତୁମେ।
ମୋ ପିଲାମାନଙ୍କ କଷ୍ଟ ମୁଁ ସହି ପାରୁନି। ଏତେ ଭଲ ପଢି ଲାଭ କଣ ମୋ ପୁଅ ତ ଇନଣ୍ଟରଭିୟୁ ଦେଇ ଚାଲିଛି ଟିକେ ଟିକେ ରେ କଟି ଯାଉଛି।ମୋ ଝିଅ ଏତେ ସୁନ୍ଦରୀ ବୁଦ୍ଧିମତୀ ହୋଇ ଆଜିଯାଏ ଭଲ ପାତ୍ର ଟିଏ ମିଳୁନି।
ତୁମେ ଡାକ ଠାକୁରଙ୍କୁ ଲିଜା ବୋଉ। ମୁଁ ବି ମାନସିକ କଲି
ମୋ ସଂସାର ନାବ କୂଳକୁ ଲଗାନ୍ତୁ।
ସତରେ ଏଇଠି ମଣିଷ କର୍ମର ଫଳ ଭୋଗେ। ଯାହାର କ୍ଷତି କରିଥିବ ତୁମର କ୍ଷତି ନିଶ୍ଚୟ ହେବ। ଆଉ ଯଦି ଧର୍ମ ରେ ଥିବ ରାତି ଅଧରେ ଭାତ ବି ମିଳିବ ଉପାସ ରହିବନି।
ଏହା ସନାତନ ଧର୍ମ କହେ।
ତେଣୁ ରାଧାନାଥଙ୍କ ଦୁଃଖ ସରିବନି କେମିତି। ସୁଖ ହେଉ କି ଦୁଃଖ ହେଉ ସବୁ ରାତି ଏଇଠି ପାଇଯାଏ। ସମୟର ଅଖ ଚକ ବୁଲୁଥାଏ ଘଣ୍ଟା କଣ୍ଟା ଅବିରାମ ଗତିରେ ଚାଲୁଥାଏ।
ଏଇଠି ସବୁର ହିସାବ ହୁଏ ସ୍ୱର୍ଗ ଏଇଠି ମର୍ତ୍ତ୍ୟ ବି ଏଇଠି
ସବୁ ଏଇଠି ମିଳେ ନ୍ୟାୟ ଅନ୍ୟାୟର ହିସାବ ଏଇଠି କରାଯାଏ।
ଯିଏ ଯାହାକୁ କଷ୍ଟ ଦେଇଥିବ ସେ ନିଶ୍ଚିତ କଷ୍ଟ ପାଇବ ସମୟ ପାଖରେ। ଯିଏ ଅନ୍ୟର ଅପହରଣ କରିଥିବ ତାହାର ବି ସେମିତି ସବୁ ଚାଲିଯିବ ଦିନେ
ରାଧାନାଥ ଶାନ୍ତ ସରଳ ଆମାୟିକ ମଣିଷଟିଏ। କାହାର ଅନିଷ୍ଟ କରି ନାହାନ୍ତି ସେ କେଵେ। ତାଙ୍କ ନିଜ ଦୁଃଖ ସୁଖରେ ସେ ଚାଲିଥାନ୍ତି ସକାଳୁ ସଞ୍ଜ ସରଳ ମଣିଷ ଟିଏ। ସ୍ତ୍ରୀ ମଧ୍ୟ ଘର କାମ ପିଲା ଜଞ୍ଜାଳ ମୁଣ୍ଡାଇ ଚାଲେ ସ୍ୱାମୀ ସହ। କା ଭଲ ରେ କି ମନ୍ଦ ରେ ସେମାନେ କଥା କୁହନ୍ତି ନାହିଁ। ଏମିତି ସମୟ ଗଡିଗଲାଣି ଛୋଟ ଚାକିରୀ ସ୍ୱଳ୍ପ ଦରମାରେ ଜୀବନ କଟେ। ସେଥିରୁ ସବୁ ହାଣ୍ଡି ଠୁ ଚାଳ ସମ୍ପର୍କ ପ୍ରିୟା ପ୍ରୀତି। ଭାରି ଆଶା ପୁଅ ଟି ଇଞ୍ଜିନିୟର ହେବା। କଷ୍ଟ କରି ପଢ଼ାଇଛନ୍ତି। ସେ ବାହାରେ ରହି ପ୍ରସ୍ତୁତି କରୁଛି।ଝିଅ ଟି ଵିଏ ଵିଇଡି ପାଶ୍ କରି ଘରେ ଅଛି।
ସ୍ୱାମୀ ସ୍ତ୍ରୀ ଦୁହେଁ ଭଗବାନଙ୍କ ଠାରେ ସମର୍ପିତ ହୋଇ ସରଳ ଜୀଵନ କଟାଇ ଚାଲିଛନ୍ତି।
ଭଗବାନଙ୍କୁ ହାତ ଯୋଡନ୍ତି ସକାଳୁ ସଞ୍ଜ ପାରି ପାଇଁ।
ଏମିତି ସମୟ ଗଡିଯାଏ ଏ ମାନେ ବି ସମୟ ସୁଅରେ
ଭାସମାନ ପତ୍ର ପରି ଭାସି ଚାଲିଛନ୍ତି।
ମନରେ ଅଭିମାନ ପୁଳାଏ ଠାକୁରଙ୍କ ଉପରେ।କାହାରି ଅନିଷ୍ଟ କେବେ କରିନାହାନ୍ତି ସେମାନେ।ଓଲଟି ସାହାଯ୍ୟର ହାତ ବଢାଇଥାନ୍ତି ସଭିଙ୍କ ପାଇଁ
ସତ୍ କର୍ମର ଫଳ କେବେ ବେକାର ଯାଏନି ନିଶ୍ଚୟ ଦିନେ ତା,ର ଫଳ ମିଳେ।
ରାଧାନାଥ ଆଉ ଲିଜା ମା କେମିତି ସେଥିରୁ ବାଦ୍ ଯିବେ।
ସନ୍ଧ୍ୟାରେ ପୁଅ ହଠାତ୍ ଆସି ଘରେ ପହଞ୍ଚିଲା ତାକୁ ଦେଖି ବାପା ଆଶ୍ଚର୍ଯ୍ୟ ପୁଣି ବୋଧେ ପୁଅର ପଇସା ଦରକାର।ଚଡ଼କ ମାରିଲା ମୁଣ୍ଡକୁ ସବୁ ଜମି ତ ବି କି ସାରିଲେଣି ଆଉ ଅଳପ କିଛି ଚାଷକରି ପେଟକୁ ଭାତ ଯୋଗାଡ଼ କରୁଛନ୍ତି।କେଉଁଠୁ ଆଣିବେ ପଇସା। ମୁହଁ ଶୁଖିଗଲାଣି ବାପା ମା,ଙ୍କର। ପୁଅ ନମସ୍କାର ହୋଇ କହିଲା ମା ବାପା ଆଜି କଥାଟିଏ କହିବି। ମା ପୁଅକୁ ଖାଇବାକୁ ଦେଇ କହିଲେ ଖାଇ ସାରେ କହିବୁ। ପୁଅର ଏକା ଜିଦି ଏବେ କହିବି।
ରାଧାନାଥ କହିଲେ ହେଉ କହ କଣ କହିବୁ।
ପୁଅ ରଞ୍ଜନ କହିଲା ତୁମେ ଆଉ ଦୁଃଖ କରନି। ଆମର ଭଲ ସମୟ ଆସିଗଲା ମୋର ଚାକିରା ହୋଇଗଲା।
ଗୋଟିଏ ବଡ଼ କମ୍ପାନୀ ରେ ଚାକିରି ହୋଇଗଲା ବର୍ଷକୁ ୨୫ ଲକ୍ଷ ଆମର ସବୁ ଦୁଃଖ ସରିଯିବ ଆମେ ନୂଆ ଘର ନେଇ ରହିବା। ଆଉ ଭଉଣୀର ଭଲ ପାତ୍ର ଦେଖି ବିବାହ କରିବା ମୋର ଭଲ ସାଙ୍ଗ ଅଛନ୍ତି ଦେଖି କରିଦେବା।
ଲିଜା ଵୋଉ ଉଠିପଡି ଦିଅଁ ଘରକୁ ଚାଲିଗଲେ। ହେ ଦୟାମୟ ହେ ଆରତ ନାଶନ ହେ ଦୀନବନ୍ଧୁ କିଏ କହେ ତୁମେ ନାହଁ ବୋଲି ତୁମେ ଅଛ ଠାକୁର
ସ୍ୱାମୀ କୁ କହିଲେ ହେଇ ଶୁଣୁଛ ଦେଖ ଭଗବାନ ଦୁଃଖ ଶୁଣିଛନ୍ତି ତୁମେ ଭଲ ମଣିଷ ଟିଏ ତୁମର ଭଲ କର୍ମ ପାଇଁ ଆଜି ଆମ ପୁଅକୁ ଖାଇବାକୁ ମୁଠେ ମିଳିଗଲା ଜୀଵନ ସାରା ଆଉ ଝିଅ ର ଭାଗ୍ୟ ଵି ଖୋଲିଗଲା।
ରାଧାନାଥ ଲୁହ ଆଉ କୋହ ଭରା କଣ୍ଠରେ କହିଲେ ହଁ ଲିଜା ବୋଉ ତୁମେ ଠିକ୍ କହୁଥିଲ
କର୍ମ ଫଳ ମିଳେ ଆଉ ଭଲକୁ ଭଲ କର୍ମ ଫଳ ଓ ମନ୍ଦ କୁ ମନ୍ଦ ମିଳେ।
ଲିଜା ଭାଇ ପାଖକୁ ଚାଲି ଆସିଲା ସମସ୍ତେ ମିଶି ଭଗବାନ ଙ୍କ ଉଦ୍ଦେଶ୍ୟରେ ପ୍ରାଣାମ କଲେ ଆଉ କହିଲେ ସମସ୍ତେ ଭଲ କର୍ମ କଲେ ନିଶ୍ଚୟ ଭଲ ଫଳ ମିଳିବ। ଆମେ ବି କେବେ ଖରାପ କର୍ମ କରିବାନି ଖରାପ ଫଳ ମିଳିବ ଆମେ ଆମ ବାପା ମା କରି ଭଲ ମଣିଷ ହେବା ମଣିଷ କୁ ଭଲ ପାଇଵା କାହାର ଅନିଷ୍ଟ କରିବା ନାହିଁ। ଦରିଦ୍ର ଦୁଃଖି ରିଙ୍କି ମନ ବୁଝିବା ଇର୍ଷା ପରଶ୍ରୀକାତରତା ଆଦି ଠାରୁ ଦୂରେଇ ରହିବା ତେବେ ଭଲ ଫଳ ମିଳିବ।
ଜୀଵନ ଗୋଟେ ଅଛିଣ୍ଡା ଗଣିତ ବୁଝିବା ଭାରି କଷ୍ଟ ଭଲ ବାଟରେ ନେଲେ ସହଜ ଆଉ ରାସ୍ତା ଖରାପ ହେଲେ ନେଲେ ରକ୍ତାକ୍ତ ହେଵାକୁ ପଡେ।
ସମାପ୍ତ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ