ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଫାଳେ ଜହ୍ନ
ସ୍ୱାମୀ ଵି ସିପ୍ଟ ସାରି ଘରକୁ ଫେରିଲେ ଗେଟ୍ ର ଶବ୍ଦ ଶୁଣି କନକ ଉଠିପଡିଲେ ଵିଛଣାରୁ।
କନକ ଗାଉଁଲି ଝିଅଟିଏ ବୋହୁ ହୋଇ ଆସିଛନ୍ତି ସହରକୁ ସ୍ୱାମୀ ସହିତ। ଉଚ୍ଚ ଶିକ୍ଷିତା ହେଲେ ପରମ୍ପରା ସଂସ୍କାର କୁ ଜାବୋଡି ଧରିଥିବା ନାରୀଟିଏ।
ସ୍ୱାମୀ ନ ଖାଇଲେ ସେ ଖାଆନ୍ତି ନାହିଁ ତେଣୁ ଉପାସରେ ଅପେକ୍ଷା ପତିଙ୍କୁ। ପତିଙ୍କ ଆସିବା ଶବ୍ଦ ରେ ଚାଲିଗଲେ ଦୁଆରମୁହଁ କୁ। ହଠାତ୍ ଦେଖାଗଲା ଆକାଶର ସେଇ ଫାଳିକିଆ ଜହ୍ନ। ସତେ କଣେଇ ଚାହିଁଛି ତାଙ୍କୁ ଦେଖି।
ସତେ ତ କନକ ବି ଜହ୍ନ ପରି କ୍ଷୟ ହୋଇ ଚାଲିଛନ୍ତି ଧୀରେ ଧୀରେ ମନ ମରିମରି ଯାଉଛି। ହସ ହସ ମୁହଁରେ ସତେ ଵାଦଲ ଢାଙ୍କି ଦେଇଛି। ଯେମିତି ବାଦଲ ଜହ୍ନ କୁ ଲୁଚାଇ ଦେଉଛି ତା ଫାଙ୍କାରେ ।
ରାତି ୧୧ ଟା ବେଳେ ଆକାଶକୁ ଚାହିଁଲେ କନକ
ସତେ ଜହ୍ନ ହସ ଲିଭି ଲିଭି ଆସୁଛି ଠିକ୍ ତାଙ୍କ ଓଠରେ ହସ ପରି। ଜହ୍ନ ର ଜହ୍ନି ଫୁଲ ହସ ଚାନ୍ଦିନୀ ରାତି।ଆଉ ଚାନ୍ଦ ର ଚାନ୍ଦିନୀ ସତେ ଯେମିତି ସରିସରି ଆସୁଛି।ଚେନାଏ ଜହ୍ନ ହସୁଛି ଆକାଶ ଫାଙ୍କ ରେ ସତେ କଳାକୁ ଚାହିଁ।
ସ୍ୱାମୀ ଙ୍କ ଡାକରେ ପ୍ରକୃତିସ୍ଥ ହେଲେ କନକ। ଆରେ ଆସ ଖାଇବା ଵାଢ! ଭୋକ ହେଲାଣି ପରା। କନକ ଆସି ଖାଇବା ଵାଢିଲା ଟେବୁଲ୍ ଉପରେ। ତାର ଖାଇବା ମଧ୍ୟ।
କିନ୍ତୁ ଖାଇ ପାରୁନଥାଏ ଭାବୁଥାଏ କାହିଁକି ଲାଗିଲା ଜହ୍ନ ତାକୁ ଚାହିଁ ହସୁଛି।
ସ୍ୱାମୀ ପଚାରିଲ କଣ ହେଲା ଖାଉନ। ହଁ ଖାଉଛି କିଛି ନାହିଁ ଯେ। ଦେଖୁନା କେମିତି ଆମ ଦୁଆରକୁ ଚାହିଁ ସେ ଫାଳିଖିଆ ଜହ୍ନ ଟା ମୁରୁକି ହସୁଥିଲା। କାହିଁକି ଯେ.....
ସ୍ୱାମୀ ବୁଝାଇ ଦେଲେ ଆରେ ସେ ଜହ୍ନ ସରିଆସୁଛି କାଲି ପରି ପୁଣି ପୂର୍ଣ୍ଣିମା ହେବ ନୂଆ ଜହ୍ନ ହସି ଉଠିବ। ଚାନ୍ଦିନୀ ଆସିବ । ଶେଫାଳୀ ପୁଣି ଝରକା ସେପଟେ ହସିବ।
ତେଣୁ ତୁମେ ସଵୁଝୁନା କାହିଁକି ଏଇ ସରିଲା ଜହ୍ନ ପରି ଆମର ଦୁଃଖ ଦିନ ସରି ଆସୁଛି ପୁଣି ନୂଆ ସକାଳ ଆସିବ।ଏ ଘର ହସି ଉଠିବ ତୁମ କୋଳେ ପୂରି ଉଠିବ।
କିଛି ଭାବନି ଶୋଇପଡିବା ଚାଲ। ହେଲେ କାହିଁକି କେଜାଣି ଆଜି ରାତିରେ ଜହ୍ନ ଟା କନକ କୁ କଣେଇ ଚାହୁଁଥିଲା।
ଆଉ ଫୁଲେଇ ହୋଇ କିଛି କହୁଥିଲା।
ସରି ଆସୁଛି ତୋର ଦୁଃଖ ରାତି ପରେ ସକାଳ ଯେମିତି ଅମାବାସ୍ୟା ପରେ ପୂନେଇ।ଏଇତ ନିୟମ ସମୟର। କେବେ ଦୁଃଖ ଦିଏ କେବେ ସୁଖ।
ପାଞ୍ଚବର୍ଷ ହେଲା ଵିଵାହ ପିଲାଟିଏ ନାହିଁ ମନର ସରାଗ ଏମିତି ମରିମରି ଆସୁଛି। ଵାର ଲୋକଙ୍କର ଵାର କଥା କୋଳ ଶୂନ୍ୟ ଭଲ ଲାଗୁନି କନକକୁ।
ଜହ୍ନ ପରି କଳଙ୍କ କୁ ଲୁଚାଇ ହସୁଛି ମଳିନ ହସ।
ପୁର୍ଣିମା ପରି ତୋଫା ଜହ୍ନର ତୋଫା ହସ କାହିଁ ଯେ।ମନ ତଳେ କେତେ ସ୍ମତି ଖିନଭିନ କରୁଛି ସବୁ ସ୍ୱାମୀ ଙ୍କୁ କହି ହେଉନି। ଏକା ଏକା ବୋହି ଚାଲିଛି ମନର ଵୋଝକୁ ।କଣ କହିବ ଯେ ତାଙ୍କ ସ୍ୱାମୀ ଙ୍କର ସାବତ ମା ଚାହୁଁନାହାଁନ୍ତି ସେ ମା ହେଉ ବୋଲି। ଏତେ ଶିଘ୍ର ମା ହେଲେ ଏକୋଇ ରୋଜଗାରିଆ ପୁଅ ଆଉ
ଘରକୁ ଅନାଇବନି। ଏମିତି ଅନେକ କଥା ସେଦିନ ଶାଶୁ କହି ଦେଇଛନ୍ତି ଏତେ ଶିଘ୍ର ଵିଵାହ କଲୁ ସତ କିନ୍ତୁ ମା ଏତେ ଶିଘ୍ର ହେବୁନି। ଶାଶୁକୁ କଥା ଦେଇଛି କନକ ପାଞ୍ଚ ବର୍ଷ ପରେ ପିଲା ମୁହଁ ଦେଖିବ । ତୁମର ପିଲା ସବୁ ବଡ଼ ହେଲା ପରେ ମୁଁ ମା ହେବି।ଏବେ ସମୟ ପୂରି ଆସୁଛି ସତେ ଆକାଶର ସେ ଫାଳିଖିଆ ଜହ୍ନ କହୁଛି ଏବେ ମୋର
ପରି ତୋର ଅମାବାସ୍ୟା ର ଅନ୍ଧକାର ସରି ଆସୁଛି ।ଏବେ ହସର ଫଗୁଣ ଆସିବ ପୂର୍ଣ୍ଣିମା ବି ଆସିବ ଆଉ ତୋଫା ଜହ୍ନ ତୋ ଅଗଣାରେ ପଡ଼ିବ ମାସକୁ ପନ୍ଦର ଦିନ। ଦୁଃଖ ତ ଆସେ ପୁଣି ଫେରିଯାଏ କିଛି ସୁଖ ଦେଇ।
ତୁ ବ୍ୟସ୍ତ ହେବୁନି ମୋ ପରି ସରି ଆସୁଛି ତୋ ଦୁଃଖ।ଦେଖୁନୁ କେମିତି ମୁଁ ଉଦାସ ଦେଖାଯାଉଛି। ମୋ ରୂପରେ କ୍ଷୟ ହେଉଛି। ପୁଣି ପୂର୍ଣ୍ଣିମା ରେ ମୁଁ ହସିଵି ତୋଫା ତୋଫା ଆଲୁଅ ଦେବି।ମୋ ଚାନ୍ଦିନୀ ରେ ରାତି ପିନ୍ଧିବ ହିରାର ମୁକୁଟ। କଇଁ ଖିଲି ଖିଲି ହସିବ ପ୍ରୀତିରେ ବିଭୋର ହୋଇ।
ମିଳନ ଗୀତ ରେ ମୁଖରିତ ହେବ ଏ ରାତି।
ତୋର ଦୁଃଖ ଚାଲିଯିବ ତୁ ମା ହେବୁ ନୂତନ ଆଶା ଭରସାରେ ବାଟ ଚାଲିବୁ ପଛ କଥା ଆଉ ମନେ ରହିବନି
କନକ ଆଖିରୁ ଲୁହ ପୋଛିଦେଲା ଟିକେ ହସିଦେଲା ଆଉ ଧନ୍ୟବାଦ ଦେଲା ସେ ଉଦାସି ଜହ୍ନ କୁ। ଶାନ୍ତି ରେ ଆଖି ବୁଝିଲା ଆଶାନ୍ତା କାଲିର ସ୍ୱପ୍ନ ରେ ବିଭୋର ହୋଇ। ସ୍ୱାମୀ ଙ୍କୁ ଚାହିଁ ଟିକେ ହସିଦେଇ........
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ