ପ୍ରବନ୍ଧ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ଦରିଆ ସେପାରିରେ ପହଞ୍ଚି ପାରେନା ଏ ପାରିର ଶଙ୍ଖ ଧ୍ୱନି ମନ୍ତ୍ର ଉଚ୍ଚାରଣ।
ତଥାପି ହୃଦୟ ଥାଏ ପ୍ରତିଟି ମଣିଷ ଭିତରେ
ଆମେ ଯେମିତି ଦେଖିବା ସେମିତି ଦେଖାଯିବ ଦୁନିଆ।
ଦେଖାଯିବ ପ୍ରତିଟି ମଣିଷ।
ସତରେ ଯଦି ଆଖି ଖୋଲି ଭଲ ରେ ଦେଖିବ ସମସ୍ତେ ଭଲ ଲାଗିବେ।ସବୁକୁ ଆଦରି ନେଲେ ଭଲରେ ସମୟ କଟି ଯାଏ।
ଏମିତି ଚାଲିଥାଏ ଜୀଵନ ।କେବେ ହସ କେଵେ ଲୁହ
ତାହା ହିଁ ତ ଜୀଵନ।ଜୀଵନ ଦୂରରୁ ହିଁ ସୁନ୍ଦର ।ଦେଖୁନ ଦୂର ପର୍ବତ କୁ ।ଭାରି ସୁନ୍ଦର ପାଖକୁ ଗଲେ ଖାଲି ପଥର ଆଉପଥର। ଏଇ ଜୀଵନ। ଯାହା ମିଳୁଛି ମିଳୁ ସବୁ ଫେଣ୍ଟି ଦେଇ ପିଇପାରିଲେ ଦେହକୁ ହିତ। ଠିକ୍ ଚୈତ୍ରମାସର ନିମ୍ବ ପତ୍ର ପରି।ପାଟିକୁ ପିତା ଆଉ ଦେହକୁ ହିତ।ଏଇତ ଜୀବନ ଅଳିକ ସଂସାର ରେ କର ନିଜର ହୃଦୟ କୁ ବିଶାଳ ।ଦେଖିବ ଭାରି ଭଲ ଲାଗିବ ଏଇ ଦୁନିଆ ଟା।
ସୁମିତ୍ରା ଦେଵୀ !
ଆଭିଜାତ୍ୟର ଗହଣା ଭିତରେ ଭାରି ଭାରି। ଓଜନିଆ ଲାଗେ ତାଙ୍କର ସ୍ୱଭାବ। ସ୍ୱଭିମାନି ମଣିଷ ଟିଏ।କିନ୍ତୁ ହୃଦୟ ସରଳ।ଆଦରି ନିଅନ୍ତି ସବୁ ମଣିଷ କୁ। ସତରେ କେହି ନ କହିଲେ ବି ସେ ଭଗବାନ ଙ୍କୁ ସତ ଧନ୍ୟବାଦ ଦିଅନ୍ତି ଏମିତି ସ୍ୱଭାବ ଦେଇ ଥିବାରୁ...।
ଦୀର୍ଘ ଛମାସ ପରେ ପୁଅ ବୋହୁ ଘରକୁ ଆସିଛନ୍ତି
ସୁମିତ୍ରା ଦେବିଙ୍କ ର ଗୋଡ ତଳେ ଲାଗୁନି।ଯାହା ସବୁ ରୋଷେଇ ଜାଣନ୍ତି ସବୁ ପୁଅ ବୋହୁ ଙ୍କୁ କରି ଖୁଆଉଛନ୍ତି। ଭୂଲି ଯାଇଛନ୍ତି ସେ ବୋହୂ ବୋଲି ।ସତରେ ଝିଅଟିଏ
ପାଇଛନ୍ତି।ଆଦର ସ୍ନେହ ମମତା ଭିତରେ ସମୟ ସରି ସରି ଆସୁଛି।ଦିନେ ଭାବୁଥିଲେ ଦରିଆ ସେପଟରୁ ବୋହୂ
ଚଳିପାରିବକିନା।ମନରେ ଭୟ ଥିଲା ଆଜି ସେମିତି କିଛି ଲାଗୁନି।ବୋହୂ ନୁହେଁ ଝିଅ ଟିଏ ପାଇଛନ୍ତି। କିଛି କର୍ତ୍ତବ୍ୟ ସେ ଆଶା କରୁନାହାନ୍ତି ଅଧିକାର ସାବ୍ୟସ୍ତ କରୁନାହାଁନ୍ତି।
କେବଳ ତାଙ୍କ କୋଳରେ ଝିଅ ଟିଏ।
ଦୁଇଟି ପୁଅ ପାଇ ଝିଅ ପାଇଁ ଘରଟି ଖାଲି ଖାଲି ଲାଗୁଥିଲା। ଆଜି କୋଳ ପୂରି ଯାଇଛି।
ନୀରବ ମନରେ ଚାହିଁଛନ୍ତି ଶୂନ୍ୟ ଆକାଶକୁ। ଧୈର୍ଯ୍ୟ ଦିଅ
ଠାକୁର ବାକି କାମ ଭଲରେ ସରିଯାଉ।ଭଲେ ଭଲେ ଫେରାଇ ନିଅ ଠାକୁର.... ଆଧ୍ୟାତ୍ମିକ ଵାଦୀ ନାରୀଟିଏ।ସବୁ ସମର୍ପଣ କରନ୍ତି ଭଗବାନଙ୍କୁ।
ତାଙ୍କ ଇଛାକୁ ସମ୍ମାନ ଦିଅନ୍ତି ସୁମିତ୍ରା ଦେଵୀ।
ଭାଂଗି ପଡ଼ୁଥିବା ମଣିଷ ଟିଏ ଛିଡ଼ା ହେବାପାଇଁ ସାହସ ବାନ୍ଧି ଚଳାଇଛନ୍ତି ସଂସାର ନାବକୁ।
ଧୈର୍ଯ୍ୟ ର ଆହୂଲାରେ ପାରିହେଵେ ସଂସାର ସାଗର
ଏଇତ ଜଗନ୍ନାଥଙ୍କର ଇଛା.. କ୍ରମଶଃ....
ସମାଜକୁ ବାର୍ତ୍ତା...
ବଦଳାଇ ଦିଅନ୍ତୁ ନିଜର ଦୃଷ୍ଟିକୋଣ।ବଦଳାଇ ଦିଅନ୍ତୁ ନିଜର ଭାବନା।ଅଭିମାନକୁ ଫିଙ୍ଗି ଦିଅନ୍ତୁ ମହାନଦୀ କୁ।ଆଶାର ବୈତରଣୀ କୁ ଶୁଖାଇ ଦିଅନ୍ତୁ। ସ୍ୱପ୍ନ ଦେଖିବା
ବନ୍ଦ କରନ୍ତୁ।ଜୀଵନ ସରି ସରି ଆସୁଛି ।ବୟସର ଅପରାହ୍ନ ରେ ଯୁଗ ସହିତ ସାମିଲ ହୁଅନ୍ତୁ।
ଆଉ ଯିବେନି ଵୃଦ୍ଧାଶ୍ରମ।ହେବନି ଶାଶୁ ବୋହୂ ଭିତରେ ମନ ମାଳିନ୍ୟ।
ଆପଣ ମାନେ ଯେତେ ବୟସ୍କ ଅଛନ୍ତି ପିଲାଙ୍କ ସହିତ ସାମିଲ ହୋଇ ଚଳନ୍ତୁ ସୁମିତ୍ରା ଦେବୀଙ୍କ ପରି। ନିଶ୍ଚୟ ଆନନ୍ଦ ରେ ଘର ପୂରି ଉଠିବ।ବୋହୂ ନୁହେଁ ଝିଅ ଟିଏ
ବୋଲି ଗ୍ରହଣ କରନ୍ତୁ।
ଅଳିକ ଜୀଵନ ଆଜି ଅଛି କାଲି ନାହିଁ । ଅଢେଇ ଦିନକୁ
କାହିଁକି ଆଣ୍ଟ..
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ