ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
୧ ମୁଠାଏ ସ୍ୱପ୍ନ..
ସ୍ୱପ୍ନ ତ ସଭିଏଁ ଦେଖନ୍ତି କେତେ ଜଣଙ୍କର ସ୍ୱପ୍ନ ସତ ହୁଏ!
ତଥାପି ସ୍ୱପ୍ନ ଆସେ ସଭିଙ୍କ ଆଖିରେ
ହେଉ ପାହାନ୍ତି ସ୍ୱପ୍ନ ବା ଦିବା ସ୍ୱପ୍ନ ।
କୁଆଁରୀ ଆଖିରେ ଆସେ କେତେ ରଙ୍ଗୀନ୍ ସ୍ୱପ୍ନ
ସତ ନ ହେଲେ ବି ସେ ସ୍ୱପ୍ନ ଭୂଲି ହୁଏନା
କେଉଁ ନିଃଶବ୍ଦ ପ୍ରହରରେ ବିହୋଳିତ କରାଏ
ମନକୁ ।
ବୟସର ଅପରାହ୍ନ ରେ ବି ମଣିଷ ଦେଖେ ସ୍ୱପ୍ନ
ଉପରକୁ ଉଠିବାର ସ୍ୱପ୍ନ ।ବଡ଼ ଲୋକ ହେବାର ସ୍ୱପ୍ନ
ପିଲାଟିଏ ଜନ୍ମ ଦେଇ ତାକୁ ଉପଯୁକ୍ତ ମଣିଷ ଟିଏ
କଲେ ସେ ଶେଷ ଵେଳେ ହାତଧରି ନେଵ। ମୁଖାଗ୍ନି
ଦେବ ଶ୍ରାଦ୍ଧ ଦେବ..
ସେଥିପାଇଁ ବାପା ମା ଜୀବନକୁ ବାଜି ଲଗାଇ ପେଟ ପିଠି
ମାରି ପିଲାଙ୍କୁ ମଣିଷ କରନ୍ତି। ମଣିଷ ଟିଏ ହେଲା ପରେ
ବାପା ମା ସ୍ୱପ୍ନ ସାକାର ହେଲା ବୋଲି ଖୁସିରେ ଆତ୍ମହରା
ହୁଅନ୍ତି ସେମିତି ଦିନେଶ ଵାବୁ ଦିନେ ଆତ୍ମହରା ହୋଇ
ପଡ଼ିଥିଲେ ଖୁସିରେ। କେତେ କଷ୍ଟ ରେ ପିଲାଟିକୁ ମଣିଷ କରିଥିଲେ ମା ଛେଉଣ୍ଡ ମନୋଜକୁ।
ପିଲାଟି ଦିନରୁ ମା ଚାଲିଯାଇଥିଲେ। ଦିନେଶ ଵାବୁ ମା ବାପାର ଭୂମିକା ତୁଲାଇ କିରାଣୀ ଜୀବନରେ ପିଲାଟିକୁ ଗଢିଥିଲେ। କେତେ ସ୍ୱପ୍ନ ଆଖିରେ ମୋ ପୁଅ ବଡ଼ ମଣିଷ ହେବ ଆଉ ହାକିମ ହେବ । ପିଲାଟି ବି ଚନ୍ଦ୍ର କଳା ପରି ବଢ଼ିବାକୁ ଲାଗିଲା। ମନୁ ଭଲ ପଢୁଥିଲା ଭଲ ନମ୍ୱର ରଖି ପାଶ୍ କଲା ବାପା ଆଖିରେ ମେଞ୍ଜାଏ ସ୍ୱପ୍ନ ଵୁଣି ହୋଇଗଲା।ପୁଅ କୁ କଲେଜରେ ପଢ଼ାଇଲା । ବିଜ୍ଞାନ ପାଠ ପଢ଼ି ସାରି ପୁଅ ବଡ଼ ଅଫିସର ହେଲା। ଏବେ ଦିନେଶଡାବୁଙ୍କର ଖୁସି କହିଲେ ନ ସରେ ।ପୁଅ ବଡ଼ ଅଫିସର ।ଯାହା ହେଉ ସ୍ୱପ୍ନ ମୋର ସତ ହେଲା ପୁଅ ଟିର ମୁଣ୍ଡକୁ ହାତ ପାଇଗଲା। ହାତକୁ ଦୁଇ ହାତ କରିଦେଲେ ବୋଝ ଖଲାସ୍ ହୋଇଯିବ। ପୁଅକୁ କହିବାରୁ ପୁଅ ଝିଅ ଦେଖିଛି କହିଲା।
ଠିକ୍ ଅଛି ଖୁସିରେ ଦୀନେଶ ବାଵୁ କଥା ଆଗେଇ ନେଲେ।କଥା ବାର୍ତା ହୋଇ ବିବାହ ହୋଇଗଲା।
ହେଲେ ବୋହୂ ଏ ଗରିବ ବାପାକୁ ପସନ୍ଦ କଲା ନାହିଁ।
ମନେ ମନେ ଭାବିଲା କେମିତି ଏବୁଢାକୁ ଘରୁ ବାହାର
କରିବି।ମନୋଜ ତ ରାଜି ହେବେନି।
ସେଇଠୁ ବୁଢା ନାଁ ରେ ଚୁଗୁଲି ଗପିବା ଆରମ୍ଭ କଲା ପୁଅ କାନରେ।
ଗାଁ ଜମି ବିକ୍ରି ସହରରେ ଘର କରିବା।ଏକଥା ଶୁଣି ବୁଢ଼ା
ଚମକି ପଡ଼ିଲା। ନା ସେ ଘର ବିକା ହେବନି।ମୋ ଭିଟା ମାଟିର ଘର ସେ ସାତ ପୁରୁଷର ଘର।ପୁଅ କାନରେ ବୋହୂ କୁମନ୍ତ୍ରଣା ଦେବା ଆରମ୍ଭ କଲା
ଶେଷରେ ଏମିତି ହେଲା ଯେ ବାପା ବୃଦ୍ଧାଶ୍ରମରେ ରହିବା
ସ୍ଥିର ହେଲା। ସୁତୁରା ସୁତୁରୀ କରି ମନୋଜ ଓ ବୋହୂ ବାପାଙ୍କୁ ନେଇ ଵୃଦ୍ଧାଶ୍ରମରେ ଛାଡି ଦେଲେ।
କହିଲେ ଆମେ ବାହାରକୁ ଯାଉଛୁ ଆସିଲେ ନେଇଯିବୁ
ଦିନ ପରେ ଦିନ ଗଡ଼ିଗଲା ଆଉ ଆସିଲେନି।ଶେଷରେ ବୁଢ଼ା ଜାଣିବାକୁ ପାଇଲା ଯେ ସବୁଦିନ ପାଇଁ ପୁଅ ବୋହୂ
ତାକୁ ଆଶ୍ରମରେ ଛାଡ଼ି ଦେଇଛନ୍ତି। ଆକାଶ ଟା ମୁଣ୍ଡ
ପରେ ଖସି ପଡିଲା । ସ୍ୱପ୍ନ ହଠାତ୍ ଭାଂଗି ଗଲା।
ପରଳ ପଡ଼ିଥିବା ଆଖିରେ ସ୍ୱପ୍ନ ସବୁ ଲୁଚିଗଲା।
ଏ ଦୁନିଆ ସ୍ୱ।ର୍ଥପର ଏଠି କେହି କାହାର ନୁହେଁ
ସ୍ୱପ୍ନ କେବେ ଦେଖିବା ଉଚିତ୍ ନୁହେଁ।
ଆଖିରୁ ଧାର ଧାର ଲୁହ ବୋହିଗଲା। ସତରେ କଣ ବାପା
ମା ଆଉ ସ୍ୱପ୍ନ ଦେଖିବେନି ତାଙ୍କ ପିଲାଙ୍କ ପାଇଁ।
କାହିଁକି ଵା ଦେଖିବେ କଣ ଵୃଦ୍ଧାଶ୍ରମରେ ରହିବା ପାଇଁ
ଝରିଯାଉଥିଲା ଅସରନ୍ତି ଲୁହ ଅନୁତାପର
ଯଦି ପାଠ ନ ପଢାଇଥାନ୍ତି ଭଲ ହୋଇଥାନ୍ତା
ମୋ ପୁଅ ମୋ ସାଙ୍ଗରେ ଥାଆନ୍ତା। ସାଙ୍ଗରେ ଚାଷ କରୁଥାଆନ୍ତ। ମୁଁ ମୋ ଘରେ ଥାଆନ୍ତି ମୋ ଭିଟା ମାଟିରେ
ଶାଗ ପଖାଳରେ ଶାନ୍ତି ରେ ରହିଥାଆନ୍ତି।
ବୃଦ୍ଧାଶ୍ରମର କେୟାର ଟେକର ଡାକରେ ଦିନେଶ ବାବୁଙ୍କ
ଦିବା ସ୍ୱପ୍ନ ଭାଙ୍ଗିଗଲା। ସ୍ୱପ୍ନର ନିଶା ଆଖିରୁ ଖସି ଗଲା।
ଆଉ ମୁଠାଏ ସ୍ୱପ୍ନ ଆବଶ୍ୟକତା ନାହିଁ।ବୁଣି ହୋଇଗଲା ସତେ ଚୋରା ବାଲିରେ ଆଉ ସାଉଁଟି ହେବନି ସ୍ୱପ୍ନ କୁ।ସେ ପୋତି ହୋଇଗଲା ଵାଲି ଶେଯରେ।
ସଭିଙ୍କୁ ଚିତ୍କାର କରି କହୁଥିଲା ଆରେ ସବୁ ବାପା ମା ମାନେ ଶୁଣ ଆଉ କେହି ସ୍ବପ୍ନ ଦେଖନି ମୋ ପରି ପସ୍ତେଇଵ।
ସଭିଏଁ କହୁଥିଲେ ବୁଢ଼ା ଵୋଧେ ପାଗଳ ହୋଇଗଲା
ସହି ପାରିଲାନି ମାନସିକ ଯନ୍ତ୍ରଣା।ଏତେ କଷ୍ଟରେ ମଣିଷ
କରିଥିବା ବାପାର ମୁଠାଏ ସ୍ୱପ୍ନ ଆଜି ପୁଅ ଭାଂଗି ଦେଲା।
ଏଇତ ଦୁନିଆ ଏଠି ସବୁ ଆଶା ନିରାଶରେ ପରିଣତ ହୁଏ ସବୁ ସ୍ୱପ୍ନ ଦିନେ ଅଧୁରା ରହିଯାଏ। ଖାଲି ମିଛରେ ଆସେ ମୁଠାଏ ମିଠା ସ୍ୱପ୍ନ ଆଖିରେ ବୁଣି।ସେ ସ୍ୱପ୍ନ ଦିଏ ଯନ୍ତ୍ରଣା ଦିଏ ଅନେକ କଷ୍ଟ।
ଆଜିର ଯୁଗରେ ସନ୍ତାନ ବୁଝେନା ସ୍ୱପ୍ନର ମାନେ
ସେ ହଜିଯାଏ ତା ସ୍ୱପ୍ନ ରାଇଜରେ । ବାପା ମା ପାଇଁ
ନଥାଏ ମୁଠାଏ ସ୍ୱପ୍ନକୁ ସାକାର କରିବାର ଇଛାଶକ୍ତି।
ସତରେ ମୁଠାଏ ଚୁନା ଚୁନା ସ୍ୱପ୍ନ ପାଇଁ କେତେ କଷ୍ଟ
ସହି ଯାଆନ୍ତି ବିଚରା ବାପା ମା ମାନେ ଶେଷରେ
ନିରାଶ ହୋଇ ଫେରିଯାଆନ୍ତି । ଆଶା ଗୁଡ଼ିକ ଆକାଶରେ ଚୁନା ଚୁନା ତାରା ହୋଇଯାଏ। ହାତ ପାଏନା ତୋଳିବାକୁ ଠିକ୍ ଦିନେଶ ପରି।
ନିରାଶ୍ରୟ ଏକାକୀ ଜୀଵନ ନେଇ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡେ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ