ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମୁଠାଏ ସ୍ୱପ୍ନ ଆସେ ସବୁ ମଣିଷ ଆଖିରେ । ସ୍ୱପ୍ନ ହେଉ ବାସ୍ତବ ବା ଅବାସ୍ତବ। ମଣିଷ ସ୍ୱପ୍ନ କୁ ନେଇ ତ ବଞ୍ଚେ।
ସ୍ୱପ୍ନ ଅଛି ତ ଜୀଵନ ଅଛି। ନହେଉ ସତ ତଥାପି ଦିଏ ବଞ୍ଚିବାର ରାହା। ସୁନେଲି ସ୍ୱପ୍ନ ଵୁଣେ ଆଖିରେ ହଜାର
ଆଶା ଆକାଂକ୍ଷା। ଭରସାରେ ତ ମଣିଷ ବାଟ ଚାଲେ ବଞ୍ଚିବାର ରାହା ପାଏ। ସ୍ୱପ୍ନ ନାହିଁ ତ ଜୀଵନ ନାହିଁ।
ଜୀଵନ ଅଛି ମାନେ କିଛି ସ୍ୱପ୍ନ ବି ଅଛି। ସେମିତି କିଛି
ସ୍ୱପ୍ନ ରେ ବିଭୋର ଏଠି ଗଳ୍ପର ପ୍ରତ୍ୟେକ ଚରିତ୍ର ମାନେ।
କାହାର ସ୍ୱପ୍ନ ତ କାହାର ଭାଙ୍ଗି ଯାଇଛି। ତଥାପି ଚେତନ ବା ଅବଚେତନ ମନରେ ଆଖିରେ ଆଖିଏ ସ୍ୱପ୍ନ ଲହଡ଼ି
ଭାଙ୍ଗିଛି।ଆସନ୍ତୁ ଆମେ ସଭିଏଁ ସ୍ୱପ୍ନ କୁ ନେଇ ବଞ୍ଚିଥିବା
କିଛି ଦିନ।ସତ ମିଛରେ ଛାଇ ଆଲୁଅ ଖେଳ ଭିତରେ
କଟାଇ ଦେବା ବାକି ଜୀଵନ।ଆଶା କରୁଛି ସ୍ୱପ୍ନ ବିଭୋର
କରୁ ସ୍ୱପ୍ନ ଜୀବନକୁ ରଙ୍ଗିନ କରୁ ଆଶାର ତାଜମହଲ
ଗଢିଦେଉ ଭଗ୍ନ ମନ କୋଣାର୍କ ରେ। ମୁଠାଏ ସ୍ୱପ୍ନ ରେ
ମଣିଷ ଵନ୍ଚିଯାଉ.....ଏହାହିଁ ବିଭୂ ପାଦେ ଅଳି
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ