ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
୯ "ସହରୀ ବାବୁ "
ସହରୀ ବାବୁ! ନାଁ ନାଁ ମୋ ଝିଅକୁ ମୁଁ ସେଠି ଵିଵାହ ଦେବିନି।
ସେ ଆଜି ଆମ ପଡ଼ାକୁ ଆସିଛି ଡାକତର ହୋଇ।
କାଲି ସହରକୁ ଫେରିଯିବ। ଜାଣିଛ ତୁମେ ମାନେ..!
ଭାରି ଚତୁର ଏଇ ସହରୀ ବାବୁ ମାନେ।
ସଜ ଫୁଲ ବଗିଚାକୁ ଆସି ବାଛି ବାଛି ଛିଣ୍ଡାଇ ନିଅନ୍ତି। ତାଙ୍କ ମନ ବୁଝିଗଲେ ଦଳିମକଚି ଫିଙ୍ଗି ଦିଅନ୍ତି।
ଆମ ସୁନ୍ଦର ଝିଅ ବୋହୂ ଉପରେ ସେମାନଙ୍କର ଭାରି ଆଖି। ତାଙ୍କ ଆଖିରୁ ଲୁଚି ରହ ପରୀ।
ଝିଅ ପରିକୁ ତାଗିଦ୍ କଲା ମା ସିମି। ବାପା କଥାରେ ମୁଁ ପ୍ରସ୍ତାବ ରେ ରାଜି ନୁହେଁ। ଏମିତି କହୁଥିଲା ମା ସିମି।
ଆଦିବାସୀ ମଫସଲି ଗାଁ।
ପାହାଡ଼ ଝରଣା ସହିତ ଏମାନଙ୍କର ସାଙ୍ଗ।
ପ୍ରକୃତି କୋଳରେ ଏମାନଙ୍କ ଜୀଵନ।
ଝିଅ ପରି କିନ୍ତୁ ଗାଁ ରେ ପାଠ ପଢିଛି।ଦେଖିବାକୁ ଖୁବ୍ ସୁନ୍ଦରୀ।
ଦିନେ ଦେହ ଅସୁସ୍ଥ ହେବାରୁ ମେଡିକାଲ ଯାଇଥିଲା
ସେଇଠି ଦେଖାହେଲା ସହରିବାଵୁ ଡାକ୍ତର ସଞ୍ଜୟ ସହ କମ୍ ବର୍ଷ ନୂଆ ନୁଆ ଚାକିରି।
ଆଖିରେ ଆଖିଏ ସ୍ୱପ୍ନ। ସୁଢଳ ଶରୀର । ସୁନ୍ଦର ଚେହେରା ଡେଙ୍ଗା ଗୋରା ସ୍ୱାଭିମାନ ଭରପୂର ।
ଦୁଇ ଆଖିର ମିଳନ ଟିକେ ଟିକେ ପ୍ରେମର ସୁରାକ।
ହେଲେ ମା ନାହିଁ ନଥିବା କଥା କହିଲେଣି।
ସହରୀ ବାବୁ ଭାରି ବିଷାକ୍ତ ଜମା ତାଙ୍କ ବୋଲରେ
ପଡନା ଝିଅ।
ସେମାନେ ଦେଖାଇବେ କେତେ ରଙ୍ଗିନ ସ୍ୱପ୍ନ।
ଲୁଟିନେଵେ ଇଜ୍ଜତ କରିଦେବେ ଵରଵାଦ।
ଦେବାକୁ କିଛି କହି ଲୁଟିନେଵେ ସବୁ।
ପ୍ରେମ କି ମାନିବ ବାଡ଼ ବନ୍ଧ। ସେତ ଅମାନିଆ ନଈଟେ।ବୋହି ଯାଏ କେତେ ଵନ୍ଧୁର ପଥ ଦେଇ
ସାଗର ତାର ମିଳନ ସ୍ଥଳ।
ନୂଆ ନୂଆ ଆଶା ର ତାଜ ଗଢିଛି ସିମି ସବୁବେଳେ
ମନ ତା,ର ଆନମନା। ଖୋଜେ କେତେ କେତେ ବାହାନା ଟିକେ ମନ କାନଭାସରେ ପ୍ରିୟତମର ଛବି
ଆଙ୍କିବା ପାଇଁ।
ମସଗୁଲ ପ୍ରେମରେ ଅମାନିଆ ମନକୁ ଅମାନିଆ ବୟସ।
ଯୈାଵନର ଜଉ ଘରେ ଛଟପଟ ମନ। ନିଆଁ ଲାଗେ ଦେହ ଆଉ ମନରେ।
ଲୁଚି ଲୁଚି ଦେଖା କେଉଁ ଵଗିଚାରେ। କେଉଁ ନଦୀକୂଳେ। ଝରଣାର କୁଳୁକୁଳୁ ନାଦରେ ମିଳନର ଗଜଲ୍ ଶୁଭେ। ପବନରେ ଶହାନାଇ ଶୁଭେ।
ମେଘ ମହ୍ଲାର ଗାଏ ଶ୍ରାବଣୀ। ମନ ହୁଏ ଓଦା ଓଦା।
ପ୍ରୀତି ପୋଖରୀରେ ସଦ୍ୟ ସ୍ନାନ ।ଶତ ପଦ୍ମ ବିରହର
କଥା କହିଲା ପରେ ବି ପରୀ ବୁଲିଯାଏ ମନ ପବନ ଘୋଡାରେ ପରୀରାଇଜ।
ଇଛା ଜହ୍ନ ରେ ତୋଳିବା ଘର। କରିବ ପ୍ରେମର ମନ୍ଦିର ପ୍ରେମ ନଗରୀରେ।
ସଞ୍ଜୟ କରେ ଅପେକ୍ଷା ସମୟକୁ। ସେ ଜାଣିସାରିଛି ସିମି ତା ପନ୍ଝାରେ।ସଞ୍ଜୟ କୁହେ ମିଠା ମିଠା କଥା କୁହେ ସହରୀ ଜୀଵନ କଥା।
ଆଧୁନିକତାର କଥା। ସହରରେ ଵିଵାହ କରି ରହିବା
ଵଡ ଲୋକିର ଅବହାୱ। ରେ ବଞ୍ଚିବା। ଜୀବନକୁ
ଉପଭୋଗ କରିବା ମନଭରି।
ଏ ଗାଉଁଲି ଜୀବନ ରହିବନି ତୋର।
ଏ ମହୁଲି ଫୁଲର ଵାସ ଏ ରଜନୀଗନ୍ଧା ବାସି ହୋଇଯାଏ ସହରର ଫୁଲ ଦୋକାନରେ।
କାଗଜ ଫୁଲର ସୈ।ନ୍ଦଯ୍ୟ ଥାଏ ।ନ ଥାଏ ମହକ
ସେକଥା ପରି ବୁଝେନି।ପାଗଳୀ ହୁଏ କୁଆଁରୀ ପ୍ରେମରେ ପଡ଼ିଯାଏ ସହରୀ ବାବୁ ଫାଶରେ।
ପରି ଖୁସି ହୋଇଯାଏ ଆଖିରେ ନାଚେ ଚିକିମିକି ନାଲି ନେଳି ଆଲୁଅର ସହର। ଦ୍ୱିତୀୟ ପ୍ରାସାଦ।
ସେ ବୁଝିପାରେ ନା ସହରି ବାବୁର କାମୁକାତାକୁ
ସେ ଵୁଝିପାରେନା ତା ଆଖିର ନିଆଁକୁ ସେ ବୁଝିପାରେ ନା ତା ଦେହର ଭୋକକୁ।
ଦିନେ ଘରୁ ଲୁଚି ଚାଲିଯାଏ ବାବୁ ସହ ସହରକୁ।
ନୂଆ ଆଶା ଧୂଳିସାତ୍ ହୁଏ ଯେତେବେଳେ ଜଣେ ପରେଜଣେ ପୁରୁଷ ଆସନ୍ତି ବାବୁଙ୍କ ଘରକୁ ଦେହର ଭୋକ ମେଣ୍ଟାଇବାକୁ।
ଧୋକା ଦିଅନ୍ତି ବାବୁବଦଳି ହୋଇ ଆସନ୍ତି ସହରକୁ ଛାଡିଦିଅନ୍ତି ସେ ଗାଁ କୁ ।ହତାଶ ହୁଏ ନିଜ ଲୋକଙ୍କୁ ନ ଦେଖି।ନିଜ ମା କଥା ମନେପଡେ ଏ ସହରୀ ଭାବୁ ଜମା ଭଲ ମଣିଷ ନୁହଁନ୍ତି ତାଙ୍କ ସରଳ ପୋଷାକ ତଳେ ଥାଏ କାମୁକତା ଲୁଚି। ତାଙ୍କ ମିଠା କଥାରେ ଥାଏ ହଳାହଳ ବିଷ।ପରୀ ହତବାକ୍ ହୁଏ ବାବୁଙ୍କୁ ଦେଖି। ସୁରା ନାରୀରେ ଜୀଵନ ତାଙ୍କର ରଙ୍ଗିନ।
ରଙ୍ଗ ଶାଳାରେ ତାଙ୍କୁ ରଖନ୍ତି ଉପଭୋଗ ପାଇଁ
ଦିନେ ଶୁଣେ ବାବୁ ତାକୁ ସେ କୋଠିରେ ବିକ୍ରି କରିଦେଇଛନ୍ତି। ଭାଂଗିଗଲା ଆଶାର ମିନାର୍ ଭାଂଗିଗଲା ସ୍ୱପ୍ନ ସବୁ। ସ୍ପନ୍ଦନ ବନ୍ଧ ହୋଇଗଲା
କିଛି ସମୟ ସତେ। ସତେ କଣ ଏ ସହରୀ ବାବୁ ଗୁଡା ଏମିତି।
ପରି କେଉଁ ମୁହଁ ରେ ଘରକୁ ଯିବ ।ଲୁଚିକି ଚାଲିଆସିଛି ବାବୁ ସହିତ ।ମା ପରୀକୁ ଝୁରୁଥିବ ବାପାକୁ ଲାଜ ଲାଗୁଥିବ ଭାଇକୁ ସାଙ୍ଗ ମାନେ ଟାହି ଟାପରା କରୁଥିବେ ।କଣ କରିବ ପରି
ଭାସି ଉଠେ ଆଖିରେ ସବୁ କିଛି ଅତିତ।
ଦେଖୁଛି ସ୍ୱପ୍ନ ସେ ବଡ ଲୋକ ହୋଇ ଯାଇଛି
ଆଖିରେ ଚଷମା ଦେହରେ ଦାମି ଶାଢ଼ୀ ।ବଡ଼ ଗାଡ଼ି
ରୁ ସେ ଓହ୍ଲାଇଛି ବଡ଼ ଲୋକ ଘରର ବୋହୂ ହୋଇ।
କାହାର ଆଘାତ ରେ ଭାଂଗିଗଲା ସ୍ୱପ୍ନ ।ଗରାଖ ଆସିଲେଣି ବ୍ୟବସାୟ ପାଇଁ..
ମା କଥା ମନେ ପଡୁଛି ସେ କହୁଛି ଯାଆ ନି ପରୀ ।
ସେମାନେ ଶୋଷି ନେଵେ ମହୁ ଫେରିଯିବେ ସେ ଆନ ଫୁଲକୁ ସେ ପରା ଭଅଁର।
ଝିଅ ଲୋ ଜମା ବିଶ୍ୱାସ କରିବୁନି ଏ ସହରୀ ବାବୁ ମାନଙ୍କୁ।
ଆଜି ବିଶ୍ୱାସର ଶେଷ ହୋଇଛି ପରି ବିଷ ପାନ କରି ଆତ୍ମ ହତ୍ୟା କରିବ ।
ପିଇଦେଲା କିଛି..
ବିଷାକ୍ତ ହେଲା ଶରୀର କହୁଥିଲା ଚିତ୍କାର କରି ମାଲୋ ତୋ କଥା ସତ
ମୁଁ ହାରିଯାଇଛି ଏ ସହରୀ ବାବୁ ପାଖରେ
ତା ଧୋକା ରେ ମୁଁ ବିଷାକ୍ତ ହୋଇଗଲି ଫେରି ଯାଉଛି। କହିଦେବୁ
ଆମ ପଡ଼ାର ଝିଅ ମାନଙ୍କୁ କେହି ବିଶ୍ବାସ କରିବେନି ଆଉ ଏ ସହରୀ ବାବୁ ମାନଙ୍କୁ....
ଆମ ଗାଁ ବହୁତ ଭଲ ସେଠି ଲୋକ ମାନେ ସରଳ
ଏମାନଙ୍କ ପରି ନୁହନ୍ତି।
ବି.ଦ୍ର ସତରେ ଆଜି ସମୟ ଆସିଛି ନାରୀ ମାନେ ସତର୍କ ହେବା ଉଚିତ। ସହରର ଚାକଚକ୍ୟ ପ୍ରତି ଆକୃଷ୍ଟ ହୋଇ କାହାର ମିଠା କଥାକୁ ବିଶ୍ୱାସ କରିଲେ ନିଶ୍ଚୟ ଏମିତି ଅବସ୍ଥା ହେବ।
ଲଜ୍ୟା ଅପମାନ ରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ
। ବେଳହୁଁ ସାଧୁ ସାବଧାନ...🙏🏻❤️
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ