ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
କନ୍ୟା ରତ୍ନ
ଝିଅ ଟିଏ ଜନ୍ମ ହେଲେ କାହିଁକି ପରିବାରରେ ଦୁଃଖର ଛାଇ ଖେଳିଯାଏ।
ପୁଅ ଟିଏ ହେଲେ ଆନନ୍ଦ ରେ ପରିବାର ଉଛୁଳି ପରେ
ଏ କିନିୟମ ସମାଜରେ
ଝିଅଟିଏ ହେଲେ ଅକଥନୀୟ ଅତ୍ୟାଚାର ସହିବାକୁ ପଡେ ନାରୀ ଟିକୁ ପରିବାର ସ୍ୱ।ମି ପାଖରେ।
ଏଥି ପାଇଁ ଆଜି ଝିଅ ର ସଂଖ୍ୟା କମିଯାଇଛି ସମାଜରେ। ନଳିନୀ ଦେବୀ ଆଜି ଚିନ୍ତିତ ନାତୁଣୀ ଟିଏ ହୋଇଛି ବୋଲି।ମନ ମାରି ଵସି ଭାବୁଛନ୍ତି।
କେତେ କଷ୍ଟ ହେବ ପୁଅକୁ ତା'ର ଵିଵାହ ପାଇଁ
ଲାଭ କଣ ସେତ ପର ଘରକୁ ଯିବ ପର ଧନ ସେ ଏମିତି
ଭାବି ମନ ଦୁଃଖ ରେ ବସିଛନ୍ତି । ସଭିଙ୍କ ଉପରେ ଗରଗର ହେଉଛନ୍ତି। ଦୁହିତା ଦୁଇ କୂଳକୁ ହିତା ସେ କଥା ଭୂଲି ଯାଉଛନ୍ତି। ନାରୀ ନାରୀର ହିଁ ଶତୃ ।ସେ ଭାବିପାରୁନଥିଲେ ସେ ଯେ ନାରୀ।
ସେ ତାଙ୍କ ସମୟ କଥା କହୁଥିଲେ ଯେଉଁଠି ନାରୀ
ଅବହେଳିତ ହେଉଥିଲା।ଏବେ ଯୁଗ ବଦଳି ଯାଇଛି
କନ୍ୟା ଏବେସିରା ଫୁଲଟିଏ।ରତ୍ନ ଟିଏ ପରିବାରରେ।
ବୋହୂ ସରିତା କିନ୍ତୁ ବହୁତ ଖୁସି । ସରିତା ଶିକ୍ଷିତା
ମନରେ ଅନେକ ସ୍ୱପ୍ନ ଝିଅ ପାଇଁ ।ମନେ ମନେ ଭାବୁଛି
ଝିଅ କୁ ଭଲ ମଣିଷ କରିବି। ଉପଯୁକ୍ତ ଶିକ୍ଷା ସଂସ୍କାର ଦେବି। ଅନ୍ଧ ବିଶ୍ବାସକୁ ଗ୍ରହଣ କରିବିନି।ସ୍ୱ।ମି ଶେଖଙ୍କୁ ଚାହିଁ କହିଲେ ଦେଖ ମନ ଦୁଃଖକର ନାହିଁ ଏଇ ଝିଅକୁ ଆମେ ଭଲ ମଣିଷ କରି ଗଢ଼ିବା।
ଝିଅ ଟିଏ ବେଶି ପିତା ମାତାର ଦାୟିତ୍ୱ ନିଏ।ଝିଅ ଟିଏ
ଭିତରେ ବେଶୀ ଆବେଗ ଥାଏ ମମତାର ଝର ଟିଏ ସିଏ।
କାହିଁକି ନା ଝିଅଟିଏ କେତେ ଭୂମିକା ରେ ଅଭିନୟ କରେ। କେତେ ହୃଦୟକୁ ସେ ବାନ୍ଧି ରଖେ ତା ପଣତ କାନିରେ। ଜନମ ଜୁଇରୁ ମରଣ ଜୁଇ ଭିତରେ ସେ
ଜଳୁ ଥାଏ ଅହରହ।
ରେବତୀ ର ଶହେ ସଂସ୍କରଣ ହେଲେ ବି ରେବତୀ ସେଇ
ରେବି ନିଆଁ ଚୂଲି... ତା ପାଇଁ ସବୁ ଅମଙ୍ଗଳ ନଳିନୀ ଦେବୀ ଭାବନାରେ....
ତା ଲାଗି ପରିବାରରେ ଅଶାନ୍ତି ଏ ଭାବନା ଯିବନି
କେବେ ନଳିନୀ ଦେବୀଙ୍କ ମନରୁ
ଚନ୍ଦ୍ର କଳା ପରି ବଢିଲା ଝିଅଟି ଘରେ। ପାଠ ପଢା ଆରମ୍ଭ ହେଲା ।ଝିଅ ଟି ଭଲ ପଢିବାକୁ ଲଗିଲା।
ସୁଶୀଳା ସୁନ୍ଦର ପୁଣି ବୁଦ୍ଧି ମତି କନ୍ୟା ଟିଏ
ଏମିତି ଭିତରେ ଝିଅ ର ପଢ଼ା ଚାଲିଥାଏ ଜେଜେ ମା
ସଂସାର ରୁ ଚାଲିଗଲେ। ବାପା ମା ରୋଜି କୁ ନେଇ ସଂସାର। ରୋଜି ସେଇ ଝିଅ ଯାପାଇଁ ମା ଆଖିରେ ଆଖିଏ ସ୍ୱପ୍ନ।ପାଠ ପଢ଼ି କେମିତି ଭଲ ଚାକିରୀ କରିବ
ବୁଢ଼ା ଵୁଢି ଦିନେ ତାଙ୍କର ଆଶା ବାଡ଼ି ହୋଇବ।
ଏହା ଭିତରେ ରୋଜି ବଡ଼ ହୋଇ ଯାଇଛି ନିଜେ ଵନ୍ଚିବା
ଶିଖି ଯାଇଛି। ଆଇପିଏସ୍ ଚାକିରି ରେ ଯୋଗ ଦେଇଛି
ସମାଜରୁ ଭେଦଭାବ ର ପ୍ରାଚୀର ଉଠାଇବା ରୋଜିର
ଲକ୍ଷ୍ୟ ପାଲଟି ଯାଇଛି।
ନିଜ ସୁରକ୍ଷାର ନିଜେ ଦେବା ଝିଅଟିଏ ଶିଖିବା ଦରକାର
କାହିଁକିନା ଏ ସମାଜର ଲୋଲୁପ ଦୃଷ୍ଟିରୁ ସେ କେବେ
ମୁକୁଳି ପାରିବନି।ଯୁଗ ଵଦଳିଯାଇଛି ଏଇ ନାରୀ ସୀତା ସାବିତ୍ରୀ, ଦୈ।ପଦୀ ଯୁଗେ ଯୁଗେ ନାରୀମାନଙ୍କୁ ଅତ୍ୟାଚାର ସହିବାକୁ ପଡେ। କେବେ ପରିବାର କେଵେ ସମାଜ ଜିଇଁବାକୁ ଦିଏନି ଭଲରେ।
ତେଣୁ ନାରୀ କେବେ ବି ହାରିବା ଉଚିତ ନୁହେଁ ସେ ଦେଵୀଟିଏ ଝରାଇ ଦିଏ ଆଶିଷ ସମାଜ ପାଇଁ।
ତା ଲୁହରେ ଜଳିଯାଏ ଲଙ୍କା ଲୋପ ପାଏ
କୈ।ରଵ ବଂଶ। ସେ ଦୁର୍ଗା କାଳୀ ଅସୀମ ଶକ୍ତିର
ଅଧିକାରୀ। ତା ହୃଦୟ କୋହର ବରଫ ଘର
ତରଳି ଗଲେ ବନ୍ୟା ଆସେ ଜୀବନରେ
ମାପି ଚୁପି ଜୀବନ ଜିଏଁ। କନ୍ୟା ଭଗିନୀ ଜାୟା ଜନନୀ
ର ଅଭିନୟ କରି କରି ଥକି ଯାଏନି କେବେ
ସେ ଝାନ୍ସୀର ଲକ୍ଷ୍ମୀ ବାଈ ଜୀଵନ ଯୁଦ୍ଧରେ ସଂଗ୍ରାମ କରିବାକୁ ପଛାଏନି କେବେ।
ସେ ସର୍ବଂସହା ସ୍ୱୟଂ ସିଦ୍ଧା। ସେ ପଵିତ୍ର ଗଙ୍ଗାର ଧାରା
ସ୍ନେହର ମନ୍ଦାକିନୀ।ମମତାର ଝର ନାରୀ
ସେ ସୃଷ୍ଟି କାରିଣୀ ସଂହାର କାରିଣୀ
ନାରୀ ଏକ ଉଲ୍ କା ପିଣ୍ଡ। ପୁଣି ଚନ୍ଦ୍ର ର ସୁଶୀତଳ
ଜ୍ୟୋତ୍ସ୍ନା ...।
ଆଇପିଏ ଚାକିରି ସହ ନିଜର ଦାୟିତ୍ୱ ଲିଭାଇ ପାରନ୍ତି
ରୋଜି। ଏହା ଭିତରେ ସେ ଭଲ ଜୀବନ ସାଥି ବାଛିଛନ୍ତି
ଯିଏ ତାଙ୍କ ଵାପା ମା'ଙ୍କୁ ନିଜ ବାପା ମା ପରି ଦେଖିବ
ରୋଜି ଭଲ ବୋହୂ ହେବା ପାଇଁ ଶତ ଚେଷ୍ଟା କରିବେ।
ସମାଜ ଧନ୍ୟ ଧନ୍ୟ କହିବ ଭୂରି ଭୁରି ପ୍ରଶଂସା ରେ
ତାଙ୍କ ଜୀବନ ରାସ୍ତା ରେ ଫୁଲ ବିଛାଡି ହୋଇ ପଡିବ
ନାରୀ ଜାଗରଣ ସେ ସେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି
ଯେମିତି କନ୍ୟାଟିଏ ହେଲେ କାହା ମନରେ ଦୁଃଖ ନ ଆସୁ। ସମାଜକୁ ସଚେତନ ବାର୍ତ୍ତା ଦିଅନ୍ତି ସଵୁଵେଳେ।
ରୋଜି ପାଇଁ ବାପା ମା ସ୍ୱ।ମି ଉଭୟ ପରିବାର ଗର୍ବିତ
ଦୁହିତା ଜନମ ତାଙ୍କର ଧନ୍ୟ। ସମାଜ କହେ ସେ କନ୍ୟା ରତ୍ନ ଟିଏ..
ଝିଅ ପାଇଁ ପରିବାର ଭାଙ୍ଗିପଡେ ଦୁଃଖ ରେ।
ମାତ୍ର ପୁଅ ଟିଏ ହୋଇ ଯଦି ଅମଣିଷ ହୁଏ ବାପା ମା'ଙ୍କୁ ହତାଦର କରେ ଲାଭ କ'ଣ?
ପୁଅ କି ଝିଅ ଯାହା ହେଲେବି ପିଲା ଉପଯୁକ୍ତ ମଣିଷ
ହେବା ଦରକାର । ସଂସ୍କାରି ହେବା ଆବଶ୍ୟକ।
ରୋଜିର ମା ବୁଝିଥିଲେ ବୋଲି ଝିଅ ଟିକୁ ଠିକ୍ ରେ ଗଢି ପାରିଲେ। ପ୍ରତ୍ୟେକ ନାରୀ ବୁଝିବା ଦରକାର
ବୁଝାଇବା ଦରକାର କନ୍ୟା ପରିବାରର ରତ୍ନ ଟିଏ
ଦୁଇ କୂଳର ଉଦ୍ଧାର କରେ। ଘର ହସି ଉଠେ ଝିଅଟିର
ଝୁମ୍ ଝୁମ୍ ଚାଲିରେ ।ଲକ୍ଷ୍ମୀ ସେ ଘରର।
କନ୍ୟା କୁ ସମ୍ମାନ ଦେଲେ ପରିବାରର ଉନ୍ନତି ହୁଏ।
ବେଟି ବଞ୍ଚାଅ ଅଭିଯାନ କୁ ସଫଳ କରିବା ଦରକାର
ଦୁନିଆ ଦେଖିବା ଆଗରୁ ସେ ଅନ୍ଧାର ରେ ରହି ନ ଯାଉ। ସଭିଏଁ ସଚେତନ ହେବା ଆବଶ୍ୟକ ଆଉ ସେ ଯୁଗ ନାହିଁ ଏବେ ନାରୀ ସବୁଠୁ ଆଗରେ... ସମାଜରେ ରତ୍ନ ଟିଏ.. ଠିକ୍ ରୋଜି ପରି ଶେଖର ବାବୁ ଆଜି ଭାରି ଖୁସି ଝିଅ ଟିଏ ପାଇଁ।। ସଭିଙ୍କ ଭାଗ୍ୟ ରେ ନଥାଏ ରତ୍ନ ଟିଏ
କେତେ ତପସ୍ୟା ର ଫଳ କନ୍ୟା ଟିଏ ତାକୁ ଆଦରେ
କୋଳେଇ ନେବା ଉଚିତ।
ସେ ସମାଜ ବଗିଚାରେ ସୁନା ଫୁଲ ଟିଏ କନ୍ୟା ରତ୍ନ ଟିଏ।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ