ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
କପଟପଶାର ପରାଭଵ ତୁମେ ଭୋଗିବ ଦୁର୍ଯ୍ୟୋଧନ!
ଏକ ବସ୍ତ୍ରାବୃତା ନାରୀକୁ ସଭା ସ୍ଥଳରୁରେ ଉଲଗ୍ନ କରିବାର ଅପଚେଷ୍ଟା ଜାଳି ପୋଡି ଛାରଖାର କରିଦେବ ଏଇ କୁରୁବଂଶ କୁ ।
ନାରୀ ଆଖିର ନିଆଁ ରେ ତୁମେ ଜଳିପୋଡି ଭଷ୍ମ ହୋଇଯିବ ଦୁର୍ଯୋଧନ..!
ଏତେ କାକୁତି ମୀନତି ହେବା ପରେ ଵି ତୁମେ ନେଇଛ
ଦୁଃସାହସିକ ପଦକ୍ଷେପ
ମୁଁ ଯାଜ୍ଞସେନୀ ଯଜ୍ଞକୁ ଉତ୍ପତ୍ତି
ଜନ୍ମରୁ ମୁଁ ଭୋଗୁଛି ନିର୍ଯାତନା। ପିପାସା ରହିଗଲା ମନେ କର୍ଣ୍ଣକୁ ସୂତ ପୁତ୍ର କହି କରାଗଲା ଉପେକ୍ଷା ସ୍ବୟଂଵରୁହୃଦୟ ର କେଉଁ ନିଵୃତକୋଣରେ ରହିଗଲା ପ୍ରେମ ଲୁଚି ଛପି।
ବାଣ୍ଟି ହେଲି ପାଞ୍ଚ ଭାଗରେ ମୁଁ ପାଞ୍ଚାଳୀ ରାଜକନ୍ୟା।
ନାରୀ ହେଲେ ବି କୁନ୍ତି ଙ୍କର ନିଷ୍ଠୁର ନିଷ୍ପତି ପାଖରେ
ମୁଁ ହାରିଥିଲି ଵାସୁଦେବ!
ଗୋଟିଏ ସପନକୁ ମୁଁ ପାଞ୍ଚଭାଗ କରିଦେଲି।ମୋର ରକ୍ତ ମାଂସର ଶରୀରକୁ ପାଞ୍ଚ ଭାଇ ଭିତରେ ଵାଣ୍ଟିଦେଲି।
ପାଞ୍ଚ ଜଣଙ୍କର ଶଯ୍ୟାଶାୟୀ ହୋଇଗଲି। ତଥାପି ପବିତ୍ର ମୁଁ.. ପାଞ୍ଚାଳୀ ମୋର ଦେହକୁ ଥରକେ ଧୋଇଦିଏ ପବିତ୍ର ଗଙ୍ଗାରେ ମୋ ମନକୁ ବୁଡ଼ ଦିଏ ଶହେ ଥର ପବିତ୍ର ଗଙ୍ଗା ରେ ତନ ମନକୁ ପବିତ୍ର କରେ ଗୋଟିଏ ଗୋଟିଏ ସ୍ୱ।ମି
ପାଖରେ...।
ପତି ମାନଙ୍କ ସହ ବନଗାମିନୀ ହୋଇ ଅଜ୍ଞାତ ବାସ କଲି
ନିଜ ମାତୃଗୃହରେ।
ରାଜଵଧୂ ହୋଇ ପୁଣି ହେଲି ହୀନିମାନି। ଦୁଃଖ ମୋର କେଉଁଠି ଜାଣିଛ ବାସୁଦେବ!
ତୁମେ ମୋତେ ଜନ୍ମ ଦେଲ କରିବାକୁ ସୃଷ୍ଟି ମହାଭାରତ ଯୁଦ୍ଧ ପୁଣି ଯୁଦ୍ଧରେ ମୁଁ ହେଲି ଅସ୍ତ୍ର।
ଵଡ ଦୁଃଖ ହେଲା ମୋର ପତି ଯେଉଁ ମାନେ ମୋତେ ଭାବିଲେ ଗୋଟିଏ ଦ୍ରବ୍ଯ। ପଶା ଖେଳରେ ବାଜି ଲଗାଇଦେଲେ ମୋତେ ସଭାସ୍ଥଳରେ ମୁଁ କଣ କାହା ହାତର ଖେଳନା।
ତୁମ ଅନବଦ୍ୟ ସୃଷ୍ଟି ମୁଁ ନାରୀଟିଏ। ତୁମେ ଗଢିଲ ସୁନ୍ଦରୀ ନାରୀ କରି। ମୋ ପାଇଁ ହଜାଇ ଦେଲ କେତେ ରାଜକୁମାର ଆଖିର ନୀଦ। ଶେଷରେ ସ୍ବୟଂଵରୁ ମୋତେ
ଜିତିଲେ ଅର୍ଜୁନ। ତଥାପି ମୁଁ ହେଲି ପାଞ୍ଚ ପତିର ପତ୍ନି।
ମନ ମୋର ନାହିଁ ମୁଁ ମୋର ନୁହେଁ ମୁଁ ପାଞ୍ଚ ଜଣଙ୍କର
ଉପଭୋଗ୍ୟ ବସ୍ତୁ ପାଲଟା ଗଲି ।ଜାଣିଛ ! ମୁଁ ମନକୁ ପାଷାଣ କରି ଦେଲି। ସମାଜରେ ଲୋକ ଲଜ୍ଜ୍ୟା ପାଇଲି।
ତଥାପି ଧୈର୍ଯ୍ୟ ର ବାଲି ବନ୍ଦ ଦେଇ ବାଟ ଚାଲିଲି।
ଭାଂଗି ଗଲି ସେଇ ଦିନ ଯେଉଁ ଦିନ ଦୁଃଶାସନ କଲା ମୋର ବସ୍ତ୍ର ହରଣ ସଭା ମଧ୍ୟରେ। ଘୋଷାରି ଘୋଷାରି ଚୁଟି ଧରି ଆଣିଲା ମୋତେ ରାଜସଭାକୁ
ଲହୁଲୁହାଣରେ ଭିଜିଗଲା ସଭା। ମୋ ଲୁହରେ ଭାସିଗଲା ମୋର ମାନ ମହତ। କାନ୍ଥ ପଥର ପରି ନିର୍ଜିବ ଥିଲା ରାଜ ରାଜସଭା। ଦୁଃଖ ରେ ଭାଂଗି ପଡିଲା ହୃଦୟ ର କାନ୍ଥ।
ଆଖିରେ ଲୁହର ସାଗର। ଧୈର୍ଯ୍ୟ ଚ୍ୟୁତ ହେଲା ମନର।
ସବୁଠୁ ଆଶ୍ଚର୍ଯ୍ୟ ହେଉଥିଲି ଦେଖି ପ୍ରିୟଜନ ଙ୍କୁ।
ପିତାମହ ଭିଷ୍ମ ଥିଲେ ନୀରବ ପଥର ପରି ନୀରବ ନିସ୍ପନ୍ଦ।ଧୂତରାଷ୍ଟ୍ର ଗାନ୍ଧାରୀ ଥିଲେ ସେଦିନ ଅନ୍ଧ ମୂକ ଆଉ ବଧିର।
କର୍ଣ୍ଣର ଅଟ୍ଟାହାସ୍ୟ ମୋତେ ଶତ ଶରଵିଦ୍ଧ କରୁଥିଲା।
ଦୁର୍ଯ୍ୟୋଧନର ପିପାସା ଆଖି ମୋର ଯୈ।ଵନକୁ ଭପଭୋଗ କରିବାକୁ ବ୍ୟସ୍ତ ହୋଇଉଠୁଥିଲା।
ହେ ପ୍ରଭୁ ଏଇ କଣ ତୁମେ ଦେବା ଜୀଵନ।
ଏତେ ସୁନ୍ଦର କରି ଗଢିଥିବା ଜୀବନରେ ଏତେ ଦୁଃଖ ର
ଗାର ଦେଇଥିଲ କପାଳରେ।
ଘରର କୂଳବଧୁ ଆଜି ଲଜ୍ଜା ଅପମାନ ରେ ଆତୁର କ୍ରନ୍ଦନ କରୁଛି
ଦେଖୁଛନ୍ତି ପତିମାନେ ମୁଖ ତଳକୁ କରି।
ସେମାନେ ହରାଇବା ଶିଖିଛନ୍ତି ହେଲେ ଆଣିବା ଶିଖି ନାହାନ୍ତି।ବାଜି ମାରି ଶିଖିଛନ୍ତି ହେଲେ ବାଜି ଜିତିବା ଶିଖି ନାହାନ୍ତି। ପତିର ସଂଜ୍ଞା କଣ ପ୍ରଭୁ!
ପତ୍ନୀ କୁ ଯିଏ ସୁରକ୍ଷା ଦିଏ ସେ ପତି
ପତିର ବାହୁଛାୟା ତଳେ ପତ୍ନୀ ନିଜକୁ ସୁରକ୍ଷିତ ମଣେ
ପତିର ଛାତିରେ ସେ ଶାନ୍ତି ଆଶ୍ୱସ୍ତି ଲାଉ କରେ।
ପତି ପାଖରେ ସେ ତା'ର ଅଧିକାର ଦାବି କରେ।
ତା'ର ରୂପ ଲାବଣ୍ୟ କୁ ସେ ସମର୍ପି ଦିଏ ଅଜାତିତ ଭାବେ ପତି ପାଖରେ। କାହିଁକି ନା ସେ ପତିଙ୍କୁ ତା'ର ସର୍ବସ୍ବ ଭାବେ। ତା'ର ବଳୟ କେବଳ ତା'ର ପତି
କିନ୍ତୁ ଏଠି କଣ ପ୍ରଭୁ ବ୍ୟତିକ୍ରମ।
ନିଜ ମନର ଖୁସି ପାଇଁ ପତି ପଶା ଖେଳି ପତ୍ନୀଙ୍କୁ ବାଜି ଲଗାଇପାରନ୍ତି।ପୁଣି ପତ୍ନୀ ର ଇଜ୍ଜତ ନିଲାମ ବେଳେ ପତି ନୀରବଦ୍ରଷ୍ଟା। କୁଆଡେ ଗଲା ଗାଣ୍ଡିବ। କୁଆଡେ ଗଲା ଧନୁ। କାହିଁ ଗଦା କାହିଁ ପାଞ୍ଚ ପତିର ଅସ୍ତ୍ରଶସ୍ତ୍ର।ଆଜି କଣ ଶକ୍ତି ହିନ ସେମାନେ।ଏଇ କଣ ପତିର ସୁରକ୍ଷା ବଳୟ।
କେମିତି କେମିତି କରିବି ପ୍ରଭୁ ଏଠି ବିଶ୍ୱାସ କାହିଁକି ଆଉ କାହାକୁ। ଯେଉଁଠି ମୁଁ ଏକା ଆଜି ନିଜକୁ ନିଜେ ବଞ୍ଚାଇବାକୁ ଚେଷ୍ଟା କରୁଛି। ସଂଗ୍ରାମ କରୁଛି ଜୀଵନ ସହ।ଏଠି ତ ଖଣ୍ଡ ଖଣ୍ଡ ହୋଇ ଭାଂଗି ଯାଏ ବିଶ୍ୱାସ।
ଏଠି ଭରସା ତ ଭାସି ଯାଏ ଲୁହର ସାଗରରେ
ସୁନାମି ର ରୂପ ନେଇ।
ଏଠି ତ କ୍ଷଣକେ ହଜିଯିବ ନାରୀ ର ସର୍ବସ୍ବ।
ତା'ର ସ୍ୱାଭିମାନ । ନାରୀ ର କଣ ମାନ ସନମାନ
କିଛି ନାହିଁ। ସେ କଣ ଯୁଗେ ଯୁଗେ ଖେଳଣା।
ମନ ଇଛା ଖେଳନ୍ତି ମନ ଭାଂଗି ଗଲେ ଫିଙ୍ଗି ଦିଅନ୍ତି
ଡଷ୍ଟଵିନ୍ ରେ ଅଦରକାରୀ ଭାବି।
ପୁରୁଷ ଭୂଲି ଯାଏ କେମିତି ନାରୀ ସୃଷ୍ଟି କର୍ତ୍ତା ସର୍ବଂସହା ଧରିତ୍ରୀ ପରି ସହନଶୀଳ
ଆକାଶ ପରି ବିଶାଳ ହୃଦୟ। ସ୍ନେହ ମମତା ର ଫଲ୍ଗୁଧାରା। ପବିତ୍ର ଗଙ୍ଗା ସେ ସଂସାର ରେ।
ତା'ର ପବିତ୍ରତା ପାଇଁ ଧୋଇଯାଏ ପାପ ସଂସାର ରୁ
ସକାଳ ଧୂପରେ ସଞ୍ଜ ଦୀପ ରେ ସେ ମନାସିଥାଏ
ଜଗତର ମଙ୍ଗଳ।
ଦୀପର ସଳିତା ପରି ଜଳି ଜଳି ଆଲୋକ ଦିଏ ସଂସାର କୁ। ନିଜେ ଅନ୍ଧାରରେ ରହି।
ସେଇ ନାରୀ ଆଖିର ନିଆଁ ରେ ଜଳି ପୋଡ଼ି ଛାରଖାର ହୋଇ ଥାଏ ସଂସାର। ଯେତେବେଳେ ନାରୀ ହୁଏ ନାରାୟଣୀ।ତ୍ରୀଶୂଳରେ ବଦ୍ଧ କରେ ପାପିକୁ।
ଏ କେଶ ଖୋଲା ରହିବ ସେଇ ଯାଏ ଯେଉଁ ଦିନ ବାନ୍ଧିବ ସେଦିନ ଦୁଃଶାସନର ରକ୍ତରେ ତର୍ପଣ କଲାପରେ।
ଦିଅ ଏହି ସାହସ ରଖ ପାଞ୍ଚାଳୀ ର ମାନ କୁରୁ ସଭାତଳେ।
ତା'ର ସୃଷ୍ଟି କଣ ଅକାରଣ ପ୍ରଭୁ। ତୁମ ସୃଷ୍ଟି ବଞ୍ଚାଇବା ପାଇଁ କେଵଳ ସୃଷ୍ଟି କଲ ନାରୀ।
ଵହୁତ କଷ୍ଟ ଲାଗେ ଏ ଜୀଵନ ହେ ସଖା ମୋର..!
ଦେଖ ତୁମ ଆଗରେ କେମିତି ବଳି ପଡେ ନାରୀ ଟିଏ।
କେତେ ସହିବ ନାରୀଟିଏ ଧୈର୍ଯ୍ୟ ର ବନ୍ଧ ଭାଙ୍ଗିଗଲା ପ୍ରଭୂ। ଆଉ ପାରୁନି ସଖା ଶ୍ରୀକୃଷ୍ଣ
ହେ କୃଷ୍ଣ କୃଷ୍ଣା ର ଦୁଃଖ ହର ପ୍ରଭୁ।
ବନ୍ଧୁ ପତ୍ନୀ ର ମାନ ରଖ ପ୍ରଭୁ
ସବୁଠୁ ନିରାଶ ହେଲା ପରେ ଦୁଇ ହାତ ଟେକି ଦେଲି ପ୍ରଭୁ ଏ ଇଜ୍ଜତ ତୁମର....ଯାହା ତୁମ ଇଛା..
ହୃଦୟର କୋହ ଲୁହର ସାଗର ହୋଇ
ଆଖି ପଣା ଦେଇ ଦୁଇ ହାତ ଟେକି ଦେଲେ ଦ୍ରୁପଦ ର କନ୍ୟା ଦ୍ରୋପତୀ । କୋଟି ବସ୍ତ୍ର ଦେଲ ପ୍ରଭୁ ଲଜ୍ଜା ନିବାରଣ କଲ। ଯୁଗେ ଯୁଗେ ନାରୀର ଲଜ୍ଜା ରଖ ପ୍ରଭୁ!
ଜୟ ଶ୍ରୀ କୃଷ୍ଣ 🙏🏼 ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ