ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୬ ମିନିଟ୍ ପଢ଼ା
୮"କ୍ୱାଟର ଲାଇଫ"
ସୁନୀତା ଦେବୀ! ଗୃହିଣୀ ଟିଏ ।ଲେଖୁ ଲେଖୁ କେତେ ବେଳେ ହେଲେ କବୀ ପୁଣି କବୀରୁ ଗାଳ୍ପିକା ହୋଇଗଲେ
ସମୟ ନିଅଣ୍ଟିଆ ଧରେ ତାଙ୍କୁ। ଘର ସଂସାର ର ଜଞ୍ଜାଳ ଭିତରେ ନିମଗ୍ନ ସିଏ ସବୁ ବେଳେ।
ଗୃହିଣୀ ଜୀବନ ରେ ସେ ଅସ୍ତ ବ୍ୟସ୍ତ ହୋଇ ପଡନ୍ତି।
ସବୁ ବେଳେ ସେଇ ରୁଟିନ୍ ବନ୍ଧା ଜୀବନ। ଜୀବନଚଯ୍ୟା
ପ୍ରାୟତଃ ଏକପ୍ରକାର।
ଘରଟି ତାଙ୍କ ପାଇଁ ସତେ ସ୍ୱର୍ଗ। ସେଇଠି ତାଙ୍କ ପ୍ରେମର ମନ୍ଦିର। ଟିକି ଦୁନିଆ ।ଭାରି ଖୁସିରେ କାଟି ଦିଅନ୍ତି ଜୀଵନ।
ଯୈ।ବନର ଶେଷ ଭାଗ ପରିଣତି ବୟସ।
ତା ଭିତରେ ପିଲା ମାନେ ମଣିଷ ହୋଇ ନିଜ ନିଜ କର୍ମ କ୍ଷେତ୍ରରେ।ସ୍ୱ।ମି ଅବସର ନେଇ ନାହାନ୍ତି କର୍ତ୍ତବ୍ୟ ରେ ବନ୍ଧା ତାଙ୍କ ଜୀଵନ।
ସୁନୀତା ଦେବି ପିଞ୍ଜରା ଆବଦ୍ଧ ଶାରୀଟିଏ ସଦୃଶ।
ଦିନେ ଭାରି ଭଲ ଲାଗୁଥିଲା ତାଙ୍କ ଟିକି ଦୁନିଆ।
ହାତ ପାହାନ୍ତାରେ ସତେ ସ୍ୱର୍ଗର ନନ୍ଦନକାନନ।
ପାରିଜାତ ଫୁଲ ମନ ପବନ ଦୋଳି। ଆଃ କେତେ ସୁନ୍ଦର ସେ ଦୁନିଆ। ଯେଉଁଠି ପ୍ରେମ ଆଉ ମମତାର ମଧୁର ମିଳନ।
ମସଗୁଲ ଥିଲେ ସୁନୀତା ଦେବୀ। ଯୈାଵନରେ ରଙ୍ଗର ଫଗୁଣରେ ଉଡୁଥିଲେ ହୋଇ ଛିଟ ପ୍ରଜାପତି।
ଫଗୁଣ ଛାତିରେ ଆଙ୍କୁ ଥିଲେ ପ୍ରେମର ଝୋଟି।
ଘୂରି ବୁଲୁଥିଲେ ସାଗର ର ବେଳାଭୂମି। ସେଇଠି କାଟୁଥିଲେ ପତି ସହିତ ଅନେକ ସମୟ।
ଟିକି ଟିକି ଶାବକ ଡେଣା ଝାଡ଼ିବା ଶିଖିନ ଥିଲେ।
ଖଣ୍ଡିଉଡା ଦେଉଥିଲେ ସେଇ ସାଗର କୂଳେ।
ନୀଳ ଲହରୀକୁ ଛୁଇଁ ଛୁଇଁ କେତେ ଖୁସି ହେଉଥିଲେ ସତେ! ବାଲିରେ ଗଢୁଥିଲେ ସ୍ୱପ୍ନର ବାଲି ଘର।
ଲହରୀ ଭାଂଗି ଦେଲେ କାନ୍ଦି ଉଠୁଥିଲେ ପିଲା ମାନେ।
ସୁନୀତା ଦେବୀ ହସି ହସି ବୁଝାଇ ଦେଉଥିଲେ
ଏ ଲହରୀ ପରା ଭାଙ୍ଗିଦିଏ ଏମିତି ହାତଗଢା ସୁନାର ଘର।ତୁମେ ବ୍ୟସ୍ତ ହୁଅନି ମୁଁ ପୁଣି ଗଢିଦେବି ଯେ।
ନିର୍ମାଣ କଳା କୈ।ଶଳର ବିନ୍ଧାଣୀ ସତେ ସୁନୀତା ଦେବୀ।!
ହସଖୁସିର ଦୁନିଆ। ଭାରି ସୁନ୍ଦର। ସରଳ ଜୀଵନ ପ୍ରଣାଳୀ । ଧନ୍ୟବାଦ ଦିଅନ୍ତି ସୁନୀତା ଦେବୀ ଧନ୍ୟ ଭଗବାନ ଧନ୍ୟ ତୁମର ସୃଷ୍ଟି।
କେତେ ସୁନ୍ଦର ଭାବେ ଗଢିଛ ମଣିଷର ଜୀଵନ।
ଆଜି କିନ୍ତୁ ସେ ସମୟ ଅତିକ୍ରାନ୍ତ।
ସୂର୍ଯ୍ୟ ମୁଣ୍ଡ ଉପର ଦେଇ ଅସ୍ତଗାମୀ।
ସମୟର ଉଜାଣି ସୁଅରେ ସେ ଆଜି ଭାସମାନ ପତ୍ର ଟିଏ।
ସୁନୀତା ଦେବୀ ଦେଖୁଛନ୍ତି ତାଙ୍କ ଵଗିଚା ରେ ତାଙ୍କ ହାତ ଲଗା ଗୋଲାପ ଗଛ କେବେଠାରୁ ଶୁଖି ଗଲାଣି।
ତାଙ୍କ ଘରର ମମତା ଝର ଧିରେ ଧିରେ ଶୁଖି ଆସିଲାଣି।
ଆଇନାକୁ ଚାହିଁ ଚମକି ପଡ଼ିଲେ ସୁନୀତା ଦେବୀ।
ଏ କଣ ସେଇ ରୂପ ! ଯାହାକୁ ସେ ସଯତ୍ନେ ସାଇତି ରଖିଥିଲେ।ଧୀରେ ଧୀରେ ମଉଳି ଆସିଲାଣି ଯୈ।ବନର
ଫୁଲ ବନ। ଝାଉଁଳି ପଡ଼ିଲାଣି ସେଇ ସୁନ୍ଦର ମୁହଁ।
ଚର୍ମ ସବୁ ଓହଳି ଆସିଲେଣି। ସମୟ ଚେତାଇ ଦେଉଛି
ଢେର ବାଟ ଆସିଲଣି ସୁନୀତା ଦେବୀ। ତୁମେ ଆଉ ସେ ହୋଇ ନାହଁ। ଏ ଘର ଅଛି ହେଲେ ବଦଳି ଗଲାଣି ତୁମର ଦୁନିଆ। ବଦଳି ଗଲାଣି ତୁମ ହାତ ଗଢା ସଂସାର।
ତୁମେ ବି ବଦଳିଗଲାଣି। କାହିଁ ସେ ଜୀବନ।
ଯାହାକୁ ନେଇ ଅହଂ ଭାବ ଆସୁଥିଲା।ସେ ରୂପ ସେ ବ୍ୟାଙ୍କ ବାଲାନ୍ସ ସେ ସମୟ..
ସବୁ ବଦଳି ଯାଇଛି ତୁମେ ଏବେ ଥୁଣ୍ଟା ବରଗଛ
ପତ୍ରର ସବୁଜିମା ଆଉ ନାହିଁ। ଏ ଘର ଅଛି ହେଲେ
ତୁମେ ଏବେ ଏକା..
ଆଜି ଭାରି ଛଟପଟ ଲାଗୁଛି ଏଇ କ୍ୱାରର ଲାଇଫ୍।
ନୀରବତା କଷ୍ଟ ଦେଉଛି।
ପିଲା ମାନେ ବହୁଦୂରେ। ଜୀଵନ ଅନେକ ଶିକ୍ଷା ଦେଇ
ସାରିଲାଣି ତୁମକୁ। ଏବେ ତୁମେ ଏଇ କ୍ୱାରର ଲାଇଫ୍ କୁ ଆଦରି ନେବାକୁ ପଡ଼ିବ।
ଏ ନୀରବତା ତୁମକୁ ଦେଇଛି ବଞ୍ଚିବାର ସାହାରା।
ଏ ନୀରବତା ଦେଇଛି ଜୀଵନ ଶିକ୍ଷା। ଏ କ୍ୱଟର ଲାଇଫ ଦେଇଛି ତୁମକୁ ଲେଖନୀ। କଵିଟିଏ କରିଦେଲା। ଭାବ ବିହ୍ୱଳ ହୋଇ ଲେଖିଯାଅ କବି ମନର କଥା ଗୋଟି ଗୋଟି କରି କବିତା ଆଉ ଗପରେ।
ଏଠି କେହି କାହାର ନୁହେଁ କେହି ସବୁ ଦିନ ହାତଧରି ବାଟ ଚାଲିବେନି ହୁଏତ କିଏ କେତେ ବେଳେ ହାତ ଛାଡ଼ିଦେବ।
ସେଇ ଘର ଅଛି ସୁନୀତା ଦେବୀ ଅଛନ୍ତି ଲେଖୁଛନ୍ତି
ତାଙ୍କ ଅଧୁରା କାହାଣୀ। କରୁଛନ୍ତି ହିସାବ ତାଙ୍କ ହାରିବା ଜିତିବାର। ତର୍ଜମା କରୁଛନ୍ତି ତାଙ୍କ ଭୂଲ୍ ଠିକ୍ ର । ଗାଉଛନ୍ତି ଜୀଵନ ସଙ୍ଗୀତ ଗୁଣୁଗୁଣୁ ହୋଇ।
ଆଖି ବୁଜି ମନେ ପକାନ୍ତି ସେଇ ସୁନ୍ଦର ଅତୀତକୁ।
ଏକୁଟିଆ ଭିତରେ ସେ ଶୁଣୁଛନ୍ତି କ୍ୱାରର ରେ କାହାର ପ୍ରତି ଧ୍ୱନି। ଲୋକ କହୁଛନ୍ତି ସୁନୀତା ଦେବୀ ଭାରସାମ୍ୟ ହରାଇ ବସିଛନ୍ତି।
କିନ୍ତୁ ନା ସୁନୀତା ଦେବୀ ଏହି କ୍ୱାରର ଲାଇଫ ରେ ଅନେକ ଶିକ୍ଷା ପାଇଛନ୍ତି। ସାରସ୍ବତ ସାଧନାରେ ବ୍ରତୀ ହୋଇଛନ୍ତି। ଭଗବାନଙ୍କ ସତ୍ତା ଅନୁଭଵ କରିଛନ୍ତି।
ଏଇଠି ଅନେକ କିଛି ସେ ବୁଝି ସାରିଛନ୍ତି।
ସେଥିପାଇଁ ସେ ତ ଆଦରି ନେଇଛନ୍ତି ଏଇ କ୍ୱାଟର ଲାଇଫକୁ ଖୁସି ହୋଇ।
ନା ପାଇବାର ଆଉ କିଛି ଇଛା। ନା ହରାଇବାର କିଛି ଭୟ।ଏବେ ଖାଲି ଗୋଟିଏ କଥା କେମିତି କୋକେଇ ଉଠି ଯାଆନ୍ତା କି ଏଇ କ୍ୱାଟର ରୁ?
ଏଇଠି ଯେ ତାଙ୍କର ସବୁ ସ୍ମୃତି ମୁହଁ ଲୁଚେଇ ଦେଇଛନ୍ତି।
ଏଇ ଘର ଯେ ତାଙ୍କର ସବୁ କଥାର ମୂକ ସାଖି।
କେତେ ଦିନ ବାକି ଏ କ୍ୱ।ଟର ଲାଇଫ୍। ତା'ପରେ ଏ ଘର ବି ଶେଷରେ ହାତ ଛାଡି ଦେବ...
ପ୍ରଗଳ୍ଭା ହୋଇ ଭାବି ଚାଲିଛନ୍ତି ଅନେକ କଥା।
ନିସ୍ତବତା ଭିତରେ ଶୁଣୁଛନ୍ତି ସମୟ ଡାକ।
ମୁଁ ନିଶ୍ଚୟ ଯିବି ତୁମ ସହ ପହଞ୍ଚାଇ ଦେବି ତୁମର
ଲକ୍ଷ୍ୟସ୍ଥଳ ରେ....
ଏବେ ତୁମକୁ ତ ରହିବାକୁ ହେବ ଏଇ ଚାରିକାନ୍ଥ ଭିତରେ
ନଜର ବନ୍ଦୀ ହୋଇ ଏଇ କ୍ୱାଟର ଲାଇଫ୍ ରେ।
ଲେଖି ଯାଅ ଅନେକ ବାସ୍ତବ କଥା। ଅଙ୍ଗ ଲିଭା କାହାଣୀ। ପଢିଦିଅ ତୁମ ସ୍ମୃତିର କାହାଣୀ ଆଉଥରେ।
ହୁଏତ ସମୟ ପାଇବକି ନା ଆଗକୁ।ନିରୋଳା ରେ
ଖୋଜି ଚାଲ ତୁମର ମନର ମଣିଷକୁ।
ହଜିଯାଅ ନିଜ ଭିତରେ ନିଜେ ଏଇ ଚାରିକାନ୍ଥ ସରକାରୀ କ୍ୱାଟର ଭିତରେ।
ଦେଖ ଝରକା ଫାଙ୍କରେ ଜହ୍ନ କୁ।
ଭିଜି ଯାଅ ଲୁଚି ଲୁଚି ସେଇ ଟିକେ ଚାନ୍ଦିନୀ ରେ।
ଗଙ୍ଗଶିଉଳିର ବାସ୍ନାରେ ରାତିକୁ ମହକାଇ ଦିଅ
ଏଇ ପରା ଜୀଵନ...
କିଛି କଥା ଲୁଚି ଯାଏ ମଣିଷ ଛାତିରେ କିଛି ଲୁହ ବୋହିଯାଏ ଦୁଇ ଆଖିରୁ। ମନ ଖୋଜେ ଯାହାକୁ ସେ
ପାଖରେ ନାହିଁ। ହାତ ପାହାନ୍ତାରୁ ସବୁ ଦୂରରେ।
ନିଜେ ନିଜ ଲୁହ ପୋଛି ଏଇ କ୍ୱାଟର ରେପୁଣି ମିଛ ହସ ହସି ବଞ୍ଚିବାକୁ ହୁଏ। ଏଇ ପରା ମୂକ ସାକ୍ଷୀ ଅତୀତରୁ ବର୍ତ୍ତମାନ।ସୁନୀତା ଦେବୀ! ବସିଛନ୍ତି ସୋଫା ଉପରେ । ଚାହିଁଛନ୍ତି ବାହାରକୁ। ସେ ଧନ୍ୟବାଦ ଦେଉଛନ୍ତି ଏଇ କ୍ୱାଟର ଟିକୁ। ନିରୋଳା ସମୟ ଦେଇଛି ଏଇ ଘର।
ଚାରିପାଖର ଗଛପତ୍ର ସହ ସମୟ କାଟି ଦେଉଛନ୍ତି ସୁନୀତା ଦେବୀ।
ଧନ୍ୟବାଦ ଦେଉଛନ୍ତି ଏଇ ପରିବେଶକୁ ଯାହା ପାଇଁ ସେ ଆଜି କବି ଟିଏ ଗାଳ୍ପିକା ଟିଏ । କବିତାର ଛାନ୍ଦେ ଛାନ୍ଦେ ସେ ହଜାଇ ଦିଅନ୍ତି ନିଜକୁ... ଦୁଃଖ ସୁଖର ଦସ୍ତାବିଜ ଏଇଠି ଅଛି ତାଙ୍କର. କାହାଣୀର ଚରିତ୍ର ଭିତରେ ଅନୁଭଵ କରନ୍ତି ନିଜକୁ । କ୍ୱ।ଟର ଲାଇଟ୍ ରେ ଖୋଜନ୍ତି ଏଣେ ତେଣେ ଘର ସାରା ନିଜକୁ ନିଜେ।
.ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ