ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଦରିଆ ପାରି ବୋହୂ..!୨
ମୀନତି ଦେଵୀ ଆଭିଜାତ୍ୟର ଗହଣା ପିନ୍ଧି ବାଟ ଚାଲୁଥିବା ଭାରି ଓଜନିଆ ମଣିଷ। ପରମ୍ପରା କୁ ଜାବୋଡି ଧରିଥିବା ଖାଣ୍ଟି ଓଡ଼ିଆଣୀ। ପଦେ କଥାରେ ନଇଁ ଯିବା ମଣିଷ ନୁହଁନ୍ତି।
ସହିବା ବୋଧେ ଶିଖି ନାହାନ୍ତି ଜୀବନରେ।ସେ ତ କହି ଚାଲନ୍ତି ସହିବେ କେମିତି..!
ଅଭ୍ୟାସ ହେଉନି ଯେତେ କଲେ ବି।ଶୂନ୍ୟତା ଭିତରେ ପୂର୍ଣ୍ଣତା କାହିଁ ଯେ..
ରାତିରେ ନୀରବ କୋଠରୀ ରେ ଶୋଇ ଶୋଇ ଭାବି ଚାଲିଛନ୍ତି କେତେ କେତେ କଥା।
ସମୟ ଆଜି କେଉଁଠି ଛିଡ଼ା କରାଇ ଦେଲା।ଭାବି ନଥିବା କଥା ଗୁଡ଼ାକ ଆସ୍ତେ ଆସ୍ତେ ଆଖିକୁ ଆସିଯାଉଛି।
ଅତିତଟା ଆଖିରେ ଭାସିଯାଉଛି।କେତେ ଚେଷ୍ଟା କରି
ଆଜି ସେ ଏଇଠି। ଭବିଷ୍ୟତଟା ଝାପସା ଲାଗୁଛି।କଣ ହେବ କେଜାଣି।
କାହିଁକି ମନଟା ଆଜି ଆନମନା।ଚୁରମାର ହୋଇ ଯାଉଛି
ସ୍ୱପ୍ନ ସବୁ ତାଙ୍କ ଆଖି ଆଗରେ ଭାଂଗି ରୁଜି।
ଲହରୀ ରେ ସତେ ଭାସିଯାଉଛି ତାଙ୍କ ହାତ ତିଆରି ବାଲିଘର।ସ୍ୱପ୍ନ ର ତାଜମହଲ।ଆଉ ଚୁନା ଚୁନା ସ୍ୱପ୍ନ ସବୁ। ନିଜ ହାତ ତିଆରି ଵଗିଜା ଆଜି ଜଳି ଯାଉଛି ଵୈଶାଖିର ଝାଞ୍ଜି ରେ।
ଅଦିନ ବାତ୍ୟା ମାଡିଆସିଲା ସତେ ଜୀବନରେ।
ସେ କଣ ସତରେ ସହିପାରିବେ ନା କହିପାରିବେ କିଛି।
ସମୟ ପରା ଦାଉ ସାଜୁଛି।
ତାହାହେଲେ ବଞ୍ଚିଵେ କେମିତି।କିଏ ଦେବ ସାହାରା।
ଜୀବନର ଅଙ୍କା ବଙ୍କା ରାସ୍ତାରେ ଚାଲୁ ଚାଲୁ କେତେ ବେଳେ ଯେ ଥକି ଗଲେ ସେ ଜାଣନ୍ତି ନାହିଁ। କିନ୍ତୁ ସେ ଆଜି ଖୁବ୍ ଦୁର୍ବଳ।ମନରେ ଭାଂଗିପଡିଛନ୍ତି।ବାଟ ଭୂଲା ବାଟୋଇ ସେ। ଖୋଜୁଛନ୍ତି ନିଜର ଠିକଣା।
ଅପରାହ୍ନ ର ତତଲା ଵାଲି ଶେଯରେ
ଶୋଇ ଶୋଇ କି ସ୍ୱପ୍ନ ଦେଖିବେ ଆଉ।
ଥାଉ ସ୍ୱପ୍ନ ସବୁ ସେଇଠି ରହିଯାଉ ଆଖି ପତା ତଳେ।
ଅଧୁରା ରହିଯାଉ ସବୁ କିଛି।ଗଢା ଯାଇଥିଵା ଘର ଅଧାରେ ଥାଉ। ଇଟା ସିମେଣ୍ଟ ପରି ମମତା ଗଦା ହୋଇଯାଉ ଗୋଟି ଯାଗାରେ। ମମତା ର ଝର ଶୁଖିଯାଉ। ଭାଂଗି ଯାଉ ଜୀବନରେ ସାଇତା ଚିଜ ସବୁ।ମନ ଭାଂଗି ଗଲା ପରି। ସେ କାହିଁକି ଵୋହିଵେ ଅଭିମାନର ଗଣ୍ଠିଲି କୁ। କଣ ଏତେ ସହଜ କି ସେ ଗଣ୍ଠିଲି ବୋହି ବାଟ ଚାଲିବା।ସେ ଗଣ୍ଠିଲି କୁ ଭସାଇଦେବେ ଆଶାର ବୈତରଣୀ ନଦୀରେ।
ଫିଙ୍ଗି ଦେବେ ସେ ଅଭିମାନକୁ ବାସ୍ତବତା ସିନ୍ଧୁକ ଭିତରେ।
ମନ ସିନ୍ଧୁକ ରେ ଚାବି ଦେଇଦେବେ ସବୁ ଦିନ ପାଇଁ।ଆଉ କେବେ ଖୋଲିବେନି ସେ ସିନ୍ଦୁକ କୁ।
ସତେ ମରୁଭୂମି ର ଶୁଖିଲା ଵାଲି ରେ ଚାଲିବାଟା କେତେ ଯେ କଷ୍ଟ ବାଟୋଇ ଅନୁଭଵ କରେ ସିନା।
ଶୀତ ତାପ ନିୟନ୍ତ୍ରିତ ଘରେ ଶୋଇଥିବା ମଣିଷ କଣ ବୁଝିପାରିବ ଚାଲିବା ଟା କେତେ କଷ୍ଟ ତତଲା ବାଲିରେ।
ରହିଯାଉ ମନର କଥା ମନରେ। ନ ଫୁଟୁ ଗୋଲାପ ମନ ଅଗଣାରେ ତାଙ୍କର କଣ ଅଛି ଯେ।
ଆଉ କିଛି ଦିନର କଥା ମଉଳା ଫୁଲ ପରି ଝଡି ପଡ଼ିବେ ସମୟର କ୍ରୁରତା ପାଖରେ।
ନଇଁ ଯିବେ କଣ ପାଇଁ।
ସ୍ୱାଭିମାନ ତାଙ୍କର ଚିରସହଚର। ତେଣୁ ସେ ହାରିବା ଶିଖି ନାହାନ୍ତି।ଜୀବନରେ ଜିତୁ ଥିବା ମଣିଷ ଟା ହାରିଗଲେ ଭାଂଗି ଯାଏ।
ହୃଦୟ ଟା ତ ଭାଙ୍ଗିଗଲା ମନ ବ ତ ଜଳିଗଲା।
ତାକୁ କହି ଲାଭ କଣ?
କଣ ସେ ଵୁଝିପାରିବ ଏମନର କଥାଟିକୁ। ଏ କ୍ଷତାକ୍ତ ହୃଦୟକୁ।ଗଢି ପାରିବ ମୋ ଭଙ୍ଗା ମନକୁ।
ମୋ ଘରେ ଯେ ନିତି ଶଙ୍ଖ ନାଦରେ ରାତି ପାହି ପ୍ରଭାତ ଆସେ।
ଧୂପ ବାସ୍ନା ରେ ମୋ ଅଗଣା ମହକି ଯାଏ।ଦୀପଟିଏ ରେ
ମୋ ଘରର ଅମଙ୍ଗଳ ନାଶ ହୁଏ।ମୋର ସକାଳ ଆଳତୀ ରେ ମୋ ଦିନ ଆରମ୍ଭ ହୁଏ..!.।
ମୋର ଗୋଟିଏ ଦୀପରେ ମୋ ଘରର ଶୁଭମୟ ହୁଏ
ମୋ ଜୀଵନ ମନ୍ତ୍ର ଓଙ୍କାର। ହରି ନାମ ରାମ ନାମରେ
ମୋ ରାତି ପାହି ସକାଳ ହୁଏ ।
ମମତାର ନିଝରିଣୀରେ ନିତି ପିଲା ମାନେ ସ୍ନାନ କରନ୍ତି।
ପୂଣ୍ୟତୋୟା ଗଙ୍ଗା ପରି ପବିତ୍ର ମୋ ଘରର ମମତାର ସ୍ରୋତ।
ବୁଝାଇ ଲାଭ କଣ ? ବରଂ ମନକୁ ବୁଝେଇ ଦେଲେ ଭଲ।
ଦରିଆ ଏ ପାରିରେ ପବିତ୍ର ଶଙ୍ଖ କ୍ଷେତ୍ର। ଜଗତର ନାଥ ଜଗନ୍ନାଥ ।
ଏପାରି କଥା ସେ ପାଖକୁ ଶୁଭେନା। ଏ ମନ୍ତ୍ର ସେଠି ଉଚ୍ଚାରଣ ହୁଏନା।ଏ ପରମ୍ପରା ପ୍ରଥା ସେଠି ଚଳେନା।
ଏ ଫଗୁଣ ସେ ପାଖକୁ ବାଟ ଭାଂଗି ଯାଏ ନା।
ଏ ଵଗିଚାର ବାସ୍ନା ଫୁଲ ସବୁ ସେପଟେ ଫିକା ଫିକା।
କାଗଜ ଫୁଲ ର ସହର।ବାସ୍ନା ନ ଥାଏ ।ଥାଏ କେବଳ
ରଙ୍ଗ ର ପ୍ରଲେପ।
ଏଠି ସବୁ ଯାହା ଅଛି ସେଠି ନାହିଁ।
ଏଠି ପତିବ୍ରତା ନାରୀ ପାଇଁ ନାରୀ ର ମଥାରେ ନାଲି ଟୋପା।ଏଠି ସଧଵାର ପରିଚୟ ହାତର ଶଙ୍ଖା।
ଏ ଭରସା ବିଶ୍ୱାସ ରହିଯାଏ ଏ ପଟେ।
ସେପଟେ ଚିକିମିକ ଆଲୁଅ ରଙ୍ଗିନ୍ ଦୁନିଆ।ମନ ପକ୍ଷୀରାଜ ଘୋଡାରେ ମଣିଷ ଘୂରେ ସ୍ୱପ୍ନ ର ସହର।
କାଗଜ ଫୁଲ ରେ ସଜା ଯାଇଥାଏ ମନର କାନ୍ଥ କୁ
ଭୂଲ୍ କାହାର...
ଯେଉଁ ମାନେ ପ୍ରକୃତ ହୀରା ଚିହ୍ନି ପାରନ୍ତି ନାହିଁ।
ହୀରା ତ କୋଇଲାରୁ ମିଳେ।ଖୋଜିବା ଦାଇତ୍ୱ ଯାହାର ଆବଶ୍ୟକ।
ମୀନତି ଦେବି ବୁଝାଇ ଚାଲିଛନ୍ତି ମନକୁ। କହି ଚାଲିଛନ୍ତି କଥା ନିଜ ସହ। ପଚାରୁଛନ୍ତି ଦରିଆ କୂଳରେ ଥିବା କାଳିଆ କୁ
ତୋର ଇଛା କ'ଣ ଏଇଆ....
ଦରିଆ ଏପଟରେ ରହି ସେପଟ କଥା ଜାଣିବୁ କେମିତି..
ଚକାନୟନ ରେ ଚାହିଁ ଦେ ଥରେ..
ଦେଖିବୁ କଣ ସବୁ ଘଟିଯାଇଛି ଏ ଦୁନିଆରେ..ଦରିଆ ପାରି ବୋହୂ ର ଦୋଷ କଣ?
ସେ ତ ସେପାରି ରେ ଥିଲା ଏ ପାରି କଥା କେମିତି ଜାଣିବ। ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ