ଟିପ୍ପଣୀ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଭୋକିଲା ପେଟ..
ଦେଖିଛ ଭୋକିଲା ପେଟକୁ ତା'ର ବିକଳ ଚାହାଣି କୁ।
ଭୋକରେ ଆଉଟୁ ପାଉଟୁ ପିଲାକୁ
ଭୋକିଲା ପେଟ ସେ କଣ ବୁଝିବ ଖାଦ୍ୟ ର ଭଲ ମନ୍ଦ
ମୁଠାଏ ମିଳିଗଲେ ତା'ର ଆତ୍ମତୃପ୍ତି।
ଯିଏ ଗରିବିର କଷାଘାତରେ ଜର୍ଜରିତ। ଯନ୍ତ୍ରଣା ରେ ତା'ର ପେଟ ଛଟପଟ। ହା ଅନ୍ନ ହା ଅନ୍ନ ର ଚିତ୍କାର କରୁଥାଏ ତା'ର ପ୍ରାଣ। ସେ କାହିଁକି ଖୋଜିବ ପଲାଉ ମାଂସ
ଜାଣିନି ଦିନେ ତା'ର ସ୍ୱାଦ।
ଯାଅ ଦେଖ ଫୁଟପାତ କୁ ଟ୍ରେନ ଲାଇନ କଡ଼କୁ କେତେ
ମଣିଷ ବଞ୍ଚି ଥାଇବି ଛଟପଟ । ମୃତ୍ୟୁ ସତରେ ଦୁଆର ପିଟୁଛି।
ସକାଳ ହେଲେ ପିଲାମାନେ ଦୈ।ଡୁଛନ୍ତି ଡଷ୍ଟଵିନ୍ ପାଖକୁ
କିଛି ବଳକା ଅଇଁଠା ଗୋଟାଇ ଖାଇବାକୁ ।
ଅର୍ଦ୍ଧ ଲଗ୍ନ ଦେହ।ଶୀତରେ ଥୁରୁଥୁରୁ ଶରୀର।
ଜାକିଜୁକି ହୋଇ ଶୋଇ ପଡନ୍ତି କେଉଁ ଫୁଟପାତ ବା ଷ୍ଟେସନ୍ ରେ।
ତାଙ୍କର ବଞ୍ଚିବା ପାଇଁ ସଂଗ୍ରାମ ଅହରହ।
ସେ କାହିଁକି ଭାବିବେ ଅନ୍ୟ କିଛି। କେଉଁଠୁ ଆସିବ ତାଂକ ପାଖରେ ଛଳନା ଇର୍ଷା ଆଉ ପରଶ୍ରୀକାତରତା।
ଯେଉଁ ମାନଙ୍କ ମନରେ ଥାଏ ପେଟର ଚିନ୍ତା।
ଭଗବାନ ଙ୍କ ଅନବଦ୍ୟ ସୃଷ୍ଟି ବି ସେମାନେ।
କେଉଁ ଜନ୍ମ ର କର୍ମ ଫଳ ଭୋଗୁଛନ୍ତି ଏବେ ଏଇ ଜନ୍ମରେ।
ସମସ୍ତ ତ ଭଗବାନ ଙ୍କ ଅମୃତ ସନ୍ତାନ। କାହିଁକି ଏତେ ଫରକ ସମାଜରେ
କିଏ ବଡଲୋକି ଅବହାୱ। ଭିତରେ ପ୍ରାସାଦରେ ତୂଳି ତଲପ ଶଯ୍ୟାରେ ଶୋଇ ସମୟ କାଟୁଛି ତ କିଏ
ଡହଳବିକଳ ମୁଠାଏ ଅନ୍ନ ପାଇଁ।
ବିରାଟ ପ୍ରଭେଦ ସମାଜରେ
ସେମାନେ ବି ମଣିଷ ଜନ୍ମ ପାଇଛନ୍ତି।
ଦୁଃଖ ଵାରମାସି ସୁଖ ପରଦେଶୀ ତାଙ୍କ ପାଇଁ ।
ଲତା ..
ଡଉଲ ଡାଉଲ ଶରୀର।ଶ୍ୟାମଳୀ ରଙ୍ଗ।
ଯୈାଵନ ଲହଡ଼ି ମାରୁଛି ସର୍ବାଙ୍ଗ ରେ।
ଛିଣ୍ଡା ଲୁଗାରେ ସ୍ପଷ୍ଟ ଵାରିହୋଇ ପଡୁଛି ସେ ଯେ
ସଜ ଗୋଲାପ ଫୁଲ ଟିଏ। ଅପାଠୁଆ ଆଦିବାସୀ।
ଘର କାମ କରୁଥିବା କାମଵାଲିଟିଏ। ଚାହିଁ ରହିଥାଏ ମୁଠାଏ ଖାଇବାକୁ। ବେଳେ ବେଳେ ମା ଗରଗର ହୁଅନ୍ତି
ତା ଉପରେ। କିନ୍ତୁ ସେ କଥା ଧରେନା। ହସିଦିଏ।ମୁଠାଏ ଭାତ ଟୋପେ ଚା ପାଇଗଲେ ଖୁସି।
ଯେଉଁ ଦିନ ଭଲ ଖାଇବା ଦିଆଯାଏ ସେ ଲୁଚାଇ ତା ପିଲା ପାଇଁ ନେଇ ଯାଏ।
ସୁନୀତା ଦେବି ରାଗିଯାଆନ୍ତି ସିନା ବେଳେ ବେଳେ ଭାବନ୍ତି।ବିଚାରି ଅଭାବି ବୋଲି ଆସି ପାଇଟି କରୁଛି।
ଭୋକିଲା ପେଟ ଆଉ ଦେହର ଲାଜ ଲୁଚାଇବା ପାଇଁ
ସେ ସକାଳୁ ସଞ୍ଜ ଖଟୁଛି।
ତାଂକ ପାଇଁ କେତେ ଯୋଜନା ହେଲେ ସେ ଯୋଜନା ପାଖରେ ଲତା ପରି ନାରୀ ପହଞ୍ଚି ପାରନ୍ତି ନାହିଁ।ବୁଝାଇଲେ ବି ବୁଝେନା ବିଚାରି। କହେ ମୁଠେ ଭାତ ମିଳିଗଲେ ସରିଲା।ମୋତେ କିଛି ଦରକାର ନାହିଁ।ତୁମ ଘରେ କାମ କରୁଥିବି ଯାହା ପାଇବି ସେଥିରେ ଖୁସି।
ସୁନୀତା ଦେଵୀ ଭାବନ୍ତି ଆଜି ବି ଲୋକ ଏମିତି ଅଛନ୍ତି। ଯେଉଁମାନେ କିଛି ବୁଝନ୍ତି ନାହିଁ।
ଖାଇବା ମିଳିଗଲେ ପେଟ ପାଇଁ ସରିଲା।ଦେହ ଲୁଚାଇବା ପାଇଁ କାହାର ପାଲଟଣ ମିଳିଯିବ ଯେ...
ସୁନୀତା ଦେବି ଭାବନ୍ତି ଭୋକିଲା ମଣିଷ ର କଥା।
ତା'ର ଭିନ୍ନ ସ୍ୱପ୍ନ ନାହିଁ ହେଲେ ଏ ବଡ଼ ଲୋକ ମାନଙ୍କର
କାମନା ସରେନା କାହିଁକି..?
ଜୀଵନ ତମାମ ପଇସା ଗୋଟେଇ ଗୋଟେଇ ତଥାପି
ନିଅଣ୍ଟ। କାମନାର ଵିନାଶ ହୁଏନି।
ନିଜକୁ ଲତା ସହ ତୁଳନା କରନ୍ତି ସେ ଭୋକିଲା ଆଖି ଅପେକ୍ଷା ତାଙ୍କ ଭୋକ ଅଧିକ।
ଜୀବନର ଦୋଛକିରେ କେତେ ମୋଡାଣୀ ଅତିକ୍ରମ କରିଛନ୍ତି ସୁନୀତା ଦେଵୀ। ସେଥିପାଇଁ ସେ ବୁଝିପାରନ୍ତି ଭୋକିଲା ପେଟରେ ଦୁଃଖ।
କିନ୍ତୁ ସେ ଭାବନ୍ତି ଏ ବଡଲୋକ ମାନେ ଟଙ୍କା ପଛରେ
ଗୋଡ଼ାଇ ଥାନ୍ତି। ତାଙ୍କୁ ବି ଭୋକ।
ଲତାର ଭୋକ ଆଉ ତାଙ୍କ ଭିତରେ ବହୁତ ପାର୍ଥକ୍ୟ
ଲତା ପେଟ ପାଇଁ ସେମାନେ ଅତୃପ୍ତ ଆତ୍ମା ତାଙ୍କର କାମନା ଚରିତାର୍ଥ ପାଇଁ।ଏଇତ ଜୀଵନ ଏଇତ ପାର୍ଥକ୍ୟ ଆମ ସମାଜରେ ମଣିଷ ମଣିଷ ଭିଚରେ।
ସେଥିପାଇଁ ସୁନୀତା ଦେଵୀ ଭୋକିଲା ପେଟର ମଣିଷ କୁ
ଚିହ୍ନନ୍ତି ।ଆଉ ଲତା କୁ ସବୁବେଳେ କିଛି ଖାଇବାକୁ ଦିଅନ୍ତି। ଭୋକିଲା ପେଟକୁ ଆମେ ଚିହ୍ନିବା ଦରକାର।
ନା ତ ଆମେ ଭଲରେ ରହି ଲାଭ କଣ? ଭଲ ମଣିଷ ର ସଂଜ୍ଞା ଆଉ କଣ କି?
କାହାର ଦୁଃଖ କୁ ନିଜ କଷ୍ଟ ଭାବି ସାହାଯ୍ୟ ର ହାତ
ବଢ଼ାଇବା।କାହା ମୁହଁ ରେ ଟିକେ ହସ ଦେଖିବିବା। ଏଇତ
ଜୀଵନ
ଆସ ସମସ୍ତେ ମିଶି ଲତା ଭଳି କେତେ କେତେ ମଣିଷ ର
ଲୁହ ପୋଛିଦେବା।ଭୋକିଲା ପେଟକୁ ମୁଠାଏ ଆହାର ଦେବା.. ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ