ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି କୋଟି ମୋର ବିନମ୍ର ପ୍ରଣତି
ଘେନ ହେ ନାଥ।
ଜୀବନ ହେଉ ପୁଲକିତ
ସକାଳ ଧୂପରେ ଆସ ଜଗନ୍ନାଥ
ସଞ୍ଜ ଦୀପରେ ଆସ
ହୃଦୟ ସିଂହାସନ ଶୂନ୍ୟ ଲାଗେ
ତୁମ ବିନା ହେ ନାଥ।
ମନର ମୂଳରେ ରୁହ ନାଥ
ଥାଅ ତୁମେ ଚିନ୍ତା ଚେତନାରେ
ସମୟ ରଥ ଚାଲିଛି ପ୍ରଭୁ ହେ
ତୁମ ଇଙ୍ଗିତରେ।
ଭାବ ବନ୍ଧନ ୧୩
ଇଛାରେ ମାଲିକ ଅଟ ତୁମେ ଏଇ
ଅସାର ସଂସାରେ।
କୀଟଠୁ ପତଙ୍ଗ ବ୍ରହ୍ମାଣ୍ଡେ ସର୍ବତ୍ର
ବିରାଜିତ ତୁମେ
ଏଇ ଜଗତରେ।
ସକଳ ଆତ୍ମାରେ ତୁମେ ଅଛ ହରି
ଅଛ ବିବେକରେ।
ପରମାତ୍ମା ତୁମେ ବିଶ୍ୱ ମଣ୍ଡଳରେ
ସବୁ ଚାଲେ ତୁମ ଇସାରାରେ।
ଧର୍ମର ନିକିତି ତୁମରି ହାତରେ
ପାପ ପୁଣ୍ୟର ହିସାବ କର
ସୁକର୍ମକୁ ସୁଫଳ ଦେଇ କୁକର୍ମକୁ
କୁଫଳ ପରଷି ଦିଅ।
ଦୁଃଖ ସୁଖର ଆଧାର ତୁମେ ପରା
ମୁଁ ନିମିତ୍ତମାତର।
ହସ କାନ୍ଦ ଦେଇ ତୁମେ ତ ଗଢିଲ
ସୁନାର ସଂସାର।
ଜନମ ଜୁଇରେ ମୁଠାଏ ସ୍ୱପ୍ନ ବୁଣି
ଶେଷ ଜୁଇ ମୁଠାଏ ପାଉଁଶ
ତୁମକୁ ଯିଏ ବୁଝି ପାରିଲା ଠାକୁର
ଆଉ ମନେ ରହିବନି ଅବସୋସ।
ଭାବ ବନ୍ଧନ ୧୪
ମିଛ ମିଛ ସବୁ ମିଛ ଏଇ ଅଭିନୟ
ମିଛ ସଂସାରରେ
ତୁମ ହାତ ଗଢ଼ା କଣ୍ଢେଇକୁ ତୁମେ
ଭାଙ୍ଗ ଗଢ ତୁମ ଇଛାରେ।
ତେଣୁ ସମର୍ପିତ ନାଥ ମାଗେ ଶେଷ
ଠିକଣା ମୋହର।
ବହୁତ ଭ୍ରମିଲା ଏ ମନ
ବାହୁଡାÿ ବ୍ରହ୍ମ ହେ ଘର ବାହୁଡାÿ କର।
ଜୟ ଜଗନ୍ନାଥ ହେ !
ଧନ୍ୟ ହେଉ ଏଇ ମଣିଷ ଜନମ ମୋର
ଜୟ ଜଗନ୍ନାଥ ନାମ ତୁଣ୍ଡେ ଗାଇ
ଶେଷ ହେଉ ମଣିଷ ଜନ୍ମର।
ଭାବ ବନ୍ଧନ ୧୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ